Ayodhya Ram Mandir: ଧାର୍ଯ୍ୟ ସମୟ ପୂର୍ବରୁ ଶେଷ ହେବ ରାମ ମନ୍ଦିର ନିର୍ମାଣ, କେବେ ସରିବ ନିର୍ମାଣ?
Advertisement

Ayodhya Ram Mandir: ଧାର୍ଯ୍ୟ ସମୟ ପୂର୍ବରୁ ଶେଷ ହେବ ରାମ ମନ୍ଦିର ନିର୍ମାଣ, କେବେ ସରିବ ନିର୍ମାଣ?

Ayodhya Ram Mandir News: ଧର୍ମ ନଗରୀ ଅଯୋଧ୍ୟା ଠାରେ ନିର୍ମିତ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରର ଗର୍ଭଗୃହ ଅଷ୍ଟକୋଣୀୟ ହେବ। ବର୍ତ୍ତମାନ ଏହି ମନ୍ଦିର ଏହାର ପ୍ରକୃତ ରୂପ ନେବାକୁ ଯାଉଛି। ମନ୍ଦିରର ପ୍ରଥମ ପର୍ଯ୍ୟାୟର ପ୍ରାୟ ୭୫ ପ୍ରତିଶତ କାର୍ଯ୍ୟ ଶେଷ ହୋଇସାରିଛି।

Ayodhya Ram Mandir: ଧାର୍ଯ୍ୟ ସମୟ ପୂର୍ବରୁ ଶେଷ ହେବ ରାମ ମନ୍ଦିର ନିର୍ମାଣ, କେବେ ସରିବ ନିର୍ମାଣ?

Ayodhya Ram Mandir Construction: ଧର୍ମ ନଗରୀ ଅଯୋଧ୍ୟା ଠାରେ ନିର୍ମିତ ରାମ ମନ୍ଦିର ନିର୍ମାଣ କାର୍ଯ୍ୟକୁ ନେଇ ଆସିଲା ବଡ଼ ଖବର। ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଧାର୍ଯ୍ୟ ସମୟର ୩ ମାସ ପୂର୍ବରୁ ଶେଷ ହେବାର ସମ୍ଭାବନା ରହିଛି। ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ସହ ଜଡିତ ଜଣେ ଅଧିକାରୀ ନିକଟରେ ଏ ସମ୍ପର୍କିତ ସୂଚନା ପ୍ରଦାନ କରିଛନ୍ତି। ଅଧିକାରୀ ଜଣଙ୍କ କହିଛନ୍ତି ଯେ ଧାର୍ଯ୍ୟ ସମୟସୀମା ପୂର୍ବରୁ ଭବ୍ୟ ରାମ ମନ୍ଦିର ନର୍ମାଣ କାର୍ଯ୍ୟ ଶେଷ ହେବାର ସମ୍ଭାବନା ରହିଛି।

ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ (Shri Ram Janmabhoomi Teerth Kshetra) କାର୍ଯ୍ୟାଳୟ ପ୍ରଭାରୀ ପ୍ରକାଶ ଗୁପ୍ତା ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଆମେ ସମ୍ପୂର୍ଣ୍ଣ ଭାବେ ନିଶ୍ଚିତ ଯେ ମନ୍ଦିର ନିର୍ମାଣ କାର୍ଯ୍ୟ ଧାର୍ଯ୍ୟ ତାରିଖର ୩ ମାସ ପୂର୍ବରୁ ଶେଷ ହେବ। ଏହାକୁ ନଜରରେ ରଖି ବର୍ତ୍ତମାନ ଆମେ ୨୦୨୩ ଡିସେମ୍ବର ବଦଳରେ ୨୦୨୩ ସେପ୍ଟେମ୍ବର ଦେଉଛୁ। ଏହି ନୂତନ ତାରିଖ ଅନୁଯାୟୀ ଯଦି ଦେଖାଯାଏ, ତାହେଲେ ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଯାଉଥିବା ଲୋକସଭା ନିର୍ବାଚନର (Lok Sabha Election 2023) ପ୍ରାୟ ୬ ମାସ ପୂର୍ବରୁ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହେବ।

Also Read: Ayodhya Ram Mandir: ଧାର୍ଯ୍ୟ ସମୟ ପୂର୍ବରୁ ଶେଷ ହେବ ରାମ ମନ୍ଦିର ନିର୍ମାଣ, କେବେ ସରିବ ନିର୍ମାଣ?
  ପ୍ରଭାରୀ ପ୍ରକାଶ ଗୁପ୍ତା ଆହୁରି ମଧ୍ୟ କହିଛନ୍ତି ଯେ, ଧର୍ମ ନଗରୀ ଅଯୋଧ୍ୟା (Dharma Nagari Ayodhya) ଠାରେ ନିର୍ମିତ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରର (Ram Mandir) ଗର୍ଭଗୃହ ଅଷ୍ଟକୋଣୀୟ ହେବ। ବର୍ତ୍ତମାନ ଏହି ମନ୍ଦିର ଏହାର ପ୍ରକୃତ ରୂପ ନେବାକୁ ଯାଉଛି। ମନ୍ଦିରର ପ୍ରଥମ ପର୍ଯ୍ୟାୟର ପ୍ରାୟ ୭୫ ପ୍ରତିଶତ କାର୍ଯ୍ୟ ଶେଷ ହୋଇସାରିଛି। ବର୍ତ୍ତମାନ ଅଯୋଧ୍ୟା ରାମ ମନ୍ଦିରରେ (Ayodhya Ram Mandir) କେବଳ ୧୬୭ ସ୍ତମ୍ଭ ସ୍ଥାପନ କାର୍ଯ୍ୟ ବାକି ରହିଛି। ଅନ୍ୟପଟେ ଟ୍ରଷ୍ଟ ସଦସ୍ୟ ଡକ୍ଟର ଅନିଲ ମିଶ୍ରା କହିଛନ୍ତି ଯେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ (Ayodhya Ram Mandir Construction) ନିର୍ଦ୍ଧାରିତ ସମୟ ଠାରୁ ଆଗରେ ଚାଲିଛି। ଖୁବ୍ ଶୀଘ୍ର ଗର୍ଭଗୃହ ବିମ୍ ସ୍ଥାପନ କାର୍ଯ୍ୟ ଆରମ୍ଭ ହେବ। 

ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ସଚିବ ଚମ୍ପତ ରାୟ ଚଳିତ ବର୍ଷ ଜାନୁଆରୀ ଆରମ୍ଭରେ ଗଣମାଧ୍ୟମରେ କହିଥିଲେ ଯେ ଅଯୋଧ୍ୟା ଠାରେ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଜାରି ରହିଛି। ଚଳିତ ବର୍ଷ ଶେଷ ସୁଦ୍ଧା ମନ୍ଦିରର ମୂଳ ଗର୍ଭଗୃହ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଆଶା କରାଯାଉଛି। ସଚିବ ଚମ୍ପତ ରାୟ ଆହୁରି ମଧ୍ୟ କହିଥିଲେ ଯେ,  ଆମେ ୨୦୨୩ ଡିସେମ୍ବରରେ ମନ୍ଦିର ନିର୍ମାଣର ସମୟସୀମା ସ୍ଥିର କରିଛୁ। ଆସନ୍ତା ୨୦୨୪ ଜାନୁଆରୀରୁ ପ୍ରତ୍ୟେକ ଭକ୍ତଙ୍କ ପାଇଁ ଅଯୋଧ୍ୟା ରାମ ମନ୍ଦିର ଦ୍ୱାର ଖୋଲାଯିବ। ମୁଁ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କରିଥିଲି।