Arvinda Kejriwal on LG: 'ମୋ ସ୍ତ୍ରୀ ଠାରୁ ଅଧିକ ଉପରାଜ୍ୟପାଳ ମୋତେ ଦେଉଛନ୍ତି ପ୍ରେମପତ୍ର'
Advertisement
Article Detail0/zeeodisha/odisha1383235

Arvinda Kejriwal on LG: 'ମୋ ସ୍ତ୍ରୀ ଠାରୁ ଅଧିକ ଉପରାଜ୍ୟପାଳ ମୋତେ ଦେଉଛନ୍ତି ପ୍ରେମପତ୍ର'

ମୁଖ୍ୟମନ୍ତ୍ରୀ ତାଙ୍କ ଟ୍ୱିଟରରେ ଲେଖିଛନ୍ତି, 'ଏଲଜି ସାହାବ ମୋତେ ଯେତିକି ଗାଳି ଦେଉଛନ୍ତି, ମୋ ପତ୍ନୀ ମୋତେ ପ୍ରତିଦିନ ସେତିକି ଗାଳି ଦେଉନଥିବେ।

Arvinda Kejriwal on LG: 'ମୋ ସ୍ତ୍ରୀ ଠାରୁ ଅଧିକ ଉପରାଜ୍ୟପାଳ ମୋତେ ଦେଉଛନ୍ତି ପ୍ରେମପତ୍ର'

Arvinda Kejriwal on LG:  ନୂଆଦିଲ୍ଲୀ: ଦିଲ୍ଲୀ (Delhi) ମୁଖ୍ୟମନ୍ତ୍ରୀ (Chief Minister) ଅରବିନ୍ଦ କେଜରିଓ୍ୱାଲ (Arvind Kejriwal) ଓ ଉପ ରାଜ୍ୟପାଳ (Lieutenant Governor) ବିକେ ସକ୍ସେନାଙ୍କ (VK Saxena) ମଧ୍ୟରେ ବିତର୍କ ତଥା ସମାଲୋଚନା ଅଧିକାଂଶ ସମୟରେ ଦେଖିବାକୁ ମିଳିଥାଏ। ସୋସିଆଲ ମିଡ଼ିଆ (Social Media) ହେଉ ଅବା ଗଣମାଧ୍ୟମରେ, ଉଭୟେ ପରସ୍ପରକୁ ସବୁବେଳେ ଟାର୍ଗେଟ କରିଥାନ୍ତି। ତେବେ ନିକଟରେ ଉପରାଜ୍ୟପାଳ ଭିକେ ସକ୍ସେନାଙ୍କୁ ପୁଣି ଥରେ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ କଟାକ୍ଷ କରିଛନ୍ତି। 

ମୁଖ୍ୟମନ୍ତ୍ରୀ ତାଙ୍କ ଟ୍ୱିଟରରେ ଲେଖିଛନ୍ତି, 'ଏଲଜି ସାହାବ ମୋତେ ଯେତିକି ଗାଳି ଦେଉଛନ୍ତି, ମୋ ପତ୍ନୀ ମୋତେ ପ୍ରତିଦିନ ସେତିକି ଗାଳି ଦେଉନଥିବେ। ଗତ ୬ ମାସ ମଧ୍ୟରେ ଉପରାଜ୍ୟପାଳ ସାହାବ ଯେତିକି ପ୍ରେମଭରା ଚିଠି ଲେଖିସାରିଲେଣି, ସେତିକି ଚିଠି ମୋ ପତ୍ନୀ ଜୀବନକାଳ ମଧ୍ୟରେ ଲେଖିନଥିଲେ। ଏଲଜି ସାହାବ ଆପଣ ଟିକେ ଥଣ୍ଡାରେ ରୁହନ୍ତୁ। ଆପଣ ସୁପର ବସଙ୍କୁ ମଧ୍ୟ କୁହନ୍ତୁ କି ସେ ମଧ୍ୟ ଥଣ୍ଡାରେ ରହିବେ। 

ଉପରାଜ୍ୟପାଳଙ୍କ କହିବା କଥା ହେଉଛି କି ଗତ ୨ ଅକ୍ଟୋବରରେ ବିଜୟ ଘାଟରେ ଆୟୋଜିତ କାର୍ଯ୍ୟକ୍ରମରେ ଆମ ଆଦମୀ ପାର୍ଟି ସରକାରର କୌଣସି ମନ୍ତ୍ରୀ ଉପସ୍ଥିତ ନଥିଲେ। ଯେତେବେଳେ ସେଠାରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସହିତ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷ ପ୍ରମୁଖ ଉପସ୍ଥିତ ରହିଥିଲେ। ତେବେ କେଜରିଓ୍ୱାଲଙ୍କ ଟ୍ୱିଟ ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ କେନ୍ଦ୍ରୀୟ ଏଜେନ୍ସି ଗୁଡ଼ିକ ମଦ ଘୋଟଲାରେ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଅଭିଯୁକ୍ତ ଭାବେ ପାଇଥିଲା। 

କେଜ୍ରିୱାଲ ସରକାରଙ୍କ ବିରୋଧରେ ଆଉ ଏକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଏଲଜି ବିନୟ ସାକ୍ସେନା। ବିଦ୍ୟୁତ ସବସିଡି ଉପରେ ଯାଞ୍ଚ କରିବାକୁ ଏଲଜି ବିନୟ ସାକ୍ସେନା ନିର୍ଦ୍ଦେଶ ଦେଇଛନ୍ତି। ବିଏସଏସକୁ ଦିଆଯାଉଥିବା ବିଦ୍ୟୁତ ସବସିଡିରେ ଅନିୟମିତତା ସମ୍ପର୍କରେ ଏଲଜି ଏକ ସପ୍ତାହ ମଧ୍ୟରେ ମୁଖ୍ୟ ଶାସନ ସଚିବଙ୍କଠାରୁ ତଦନ୍ତ ରିପୋର୍ଟ ମାଗିଛନ୍ତି। ଦିଲ୍ଲୀ ସରକାର ବିଦ୍ୟୁତ୍ ଉପଭୋକ୍ତାଙ୍କୁ ବିଦ୍ୟୁତ୍ ଉପରେ ସବସିଡି ପ୍ରଦାନ କରୁଛନ୍ତି। ଏକ ମାସରେ ୨୦୧ ରୁ ୪୦୦ ୟୁନିଟ୍ ବିଦ୍ୟୁତ୍ ବ୍ୟବହାର ଉପରେ ୫୦ ପ୍ରତିଶତ ସବସିଡି ଉପଲବ୍ଧ। ଗ୍ରାହକଙ୍କ ବଦଳରେ ସରକାର ବିଦ୍ୟୁତ୍ କମ୍ପାନୀଗୁଡିକୁ ଏହି ବିଲ୍ ପ୍ରଦାନ କରୁଛନ୍ତି। କିନ୍ତୁ ବର୍ତ୍ତମାନ ବିଦ୍ୟୁତ ସବସିଡିରେ ହୋଇଥିବା ଅନିୟମିତତା ସମ୍ପର୍କରେ ଏଲଜି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ବିଦ୍ୟୁତ୍ ସବସିଡି ଉପରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ଯେଉଁ ସମୟରେ ରାଜ ଭବନ ଏବଂ ସରକାରଙ୍କ ମଧ୍ୟରେ ଅନେକ ପ୍ରସଙ୍ଗରେ ବିବାଦ ଲାଗି ରହିଥିଲା। ଏହାପୂର୍ବରୁ, ଏଲଜିଙ୍କ ନିର୍ଦ୍ଦେଶରେ ଦିଲ୍ଲୀରେ ମଦ ଦୁର୍ନୀତିର ସିବିଆଇ ତଦନ୍ତ ଚାଲିଛି। କେବଳ ଏତିକି ନୁହେଁ, ୱାକଫ ବୋର୍ଡରେ ନିଯୁକ୍ତି ସ୍କାମ ଅଭିଯୋଗରେ ଆପ ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଗିରଫ କରାଯାଇଥିଲା। ଅର୍ଥ ହେରଫେର ମାମଲାରେ ସରକାରୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜେନା ୪ ମାସ ଜେଲରେ ଅଛନ୍ତି।

ଅଧିକ ପଢନ୍ତୁ: GPFକୁ ନେଇ ଆସିଲା ବଡ଼ ଅପଡେଟ, ଫାଇଦାରେ ରହିବେ ଏହି ବର୍ଗର କର୍ମଚାରୀ