Arvind Kejriwal: କେଜ୍ରିଓ୍ୱାଲ୍‍ଙ୍କୁ ସୁପ୍ରିମକୋର୍ଟରୁ ଜାମିନ କିନ୍ତୁ ଜେଲରୁ ମିଳିବନି ମୁକ୍ତି
Advertisement
Article Detail0/zeeodisha/odisha2332454

Arvind Kejriwal: କେଜ୍ରିଓ୍ୱାଲ୍‍ଙ୍କୁ ସୁପ୍ରିମକୋର୍ଟରୁ ଜାମିନ କିନ୍ତୁ ଜେଲରୁ ମିଳିବନି ମୁକ୍ତି

Arvind Kejriwal:ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍‍ଙ୍କୁ ସୁପ୍ରିମ କୋର୍ଟରୁ ମଧ୍ୟବର୍ତ୍ତୀକାଳୀନ ଜାମିନ ମିଳିଛି। କୋର୍ଟ କେଜ୍ରିଓ୍ୱାଲ୍‍ଙ୍କ ଆବେଦନକୁ ରକ୍ଷା କରି ଏକ ଉଚ୍ଚ ବେଞ୍ଚରେ ତାଙ୍କ ବିଚାରକୁ ଅନୁମୋଦନ ମଧ୍ୟ କରିଛନ୍ତି। ଅର୍ଥାତ୍‍ ଉଚ୍ଚ ବେଞ୍ଚରେ ଶୁଣାଣି ହେବା ଯାଏ ତାଙ୍କୁ ମୁକ୍ତି ମିଳିଛି,  ହେଲେ ତାଙ୍କୁ ଜେଲ୍‍ରୁ ମୁକ୍ତି ମିଳିବ ନାହିଁ। କାରଣ ଇଡି ପକ୍ଷରୁ ଦାଖଲ ହୋଇଥିବା ଆଉ ଏକ ମାମଲା ମଧ୍ୟ ତାଙ୍କ ନାଁରେ ଚାଲୁଛି। 

ଦିଲ୍ଲୀରେ ଏବେ ବ୍ୟଜାପ୍ତ ହୋଇଥିବା ମଦ ନୀତିରେ ଦୁର୍ନୀତି ତଥା ବେଆଇନଅ ର୍ଥ ଚାଲାଣକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍‍ଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ଶ୍ରୀ କେଜ୍ରିଓ୍ୱାଲ୍‍ ଇଡି ବିରୁଦ୍ଧରେ  କୋର୍ଟଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରିଛନ୍ତି। ତାଙ୍କ ଗିରଫତାରୀକୁ ସେ ନିନ୍ଦା କରି ଏହାକୁ ଆକ୍ରୋଶମୂଳକ ବୋଲି ଅଭିହିତ କରିଛନ୍ତି। କିନ୍ତୁ ଏଥିରେ ତାଙ୍କୁ ଫାଇଦା ମିଳି ନାହିଁ। ଅପରପକ୍ଷେ କେଜ୍ରିଓ୍ୱାଲ୍‍ ଜେଲ୍‍ରୁ ଥାଇ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବାକୁ ନେଇ ବିଜେପି ରାଜନୀତିକ ଭାବେ ବିରୋଧ କରିଛି। ଏହାକୁ ନେଇ ଆସିଥିବା ଅଭିଯୋଗର ଶୁଣାଣି କରି କୋର୍ଟ କହିଛନ୍ତି, ‘କେଜ୍ରିଓ୍ୱାଲ୍‍ଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପଦରୁ ହଟିବା ପାଇଁ କୋର୍ଟ କହିପାରିବେ ନାହିଁ। ଏହା ଖୋଦ୍‍ କେଜ୍ରିଓ୍ୱାଲ୍‍ ହିଁ ନିଷ୍ପତ୍ତି ନେବେ’। 

ଗତ ଜୁନ୍‍ ୨୦ ତାରିଖରେ କେଜ୍ରିଓ୍ୱାଲ୍‍ଙ୍କୁ ଜାମିଲ୍‍ ମିଳିଥିଲା। କିନ୍ତୁ ଏହି ମାମଲାକୁ ନେଇ ପରବର୍ତ୍ତୀ ସମୟରେ ହାଇକୋର୍ଟ ଶୁଣି ତାଙ୍କ ଜାମିନକୁ ରଦ୍ଦ କରିଥିଲେ। ଆଜି ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପକାନ ଦତ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ଉପରିସ୍ଥ ଖଣ୍ଡପୀଠକୁ ଏହି ମାମଲାକୁ ହସ୍ତାନ୍ତର କରିଛନ୍ତି। ଅର୍ଥାତ୍‍ ଏକ ୩ ଜଣିଆ ଖଣ୍ଡପୀଠ ଏହି ମାମଲାର ବିଚାର କରିବେ।