Earthquake: ଆଫଗାନିସ୍ତାନରେ ପୁଣି ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୪.୨ ରେକର୍ଡ଼
Advertisement

Earthquake: ଆଫଗାନିସ୍ତାନରେ ପୁଣି ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୪.୨ ରେକର୍ଡ଼

Afghanistan Earthquake: ଆଫଗାନିସ୍ତାନରେ ପୁଣି ଥରେ  ଭୂକମ୍ପ ଝଟକା । ବୁଧବାର ରିକ୍ଟର ସ୍କେଲରେ ତୀବ୍ରତା ୪.୨ ରେକର୍ଡ଼ ହୋଇଛି। ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ଲଗାତର ଦୁଇ ଦିନ ଧରି ଭୂକମ୍ପ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ମଙ୍ଗଳବାର ଆଫଗାନିସ୍ତାନ ଫୈଜାବାଦରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା।  ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୪.୭ ଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ଫୈଜାବାଦଠାରୁ ୧୩୧ କିଲୋମିଟର ଦୂର ଓ ୧୩୦ କିଲୋମିଟର ଗଭୀରରେ ରହିଥିଲା।  ସେପଟେ ରବିବାର ସନ୍ଧ୍ୟାରେ ମଧ୍ୟ ଆଫଗାନିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଥିଲା। ତେବେ ଗତ ୪୮ ଘଣ୍ଟା ମଧ୍ୟରେ ଏହା ହେଉଛି ତୃତୀୟ ଭୂକମ୍ପ । ପ୍ରକାଶ ଥାଉ କି, ଗତ ବର୍ଷ ଅକ୍ଟୋବର ମାସରେ ଆଫଗାନିସ୍ତାନର ହେରାତ୍ ପ୍ରଦେଶରେ ଭୟଙ୍କର ଭୂକମ୍ପ ୪ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ।

Also Read- Mahashivratri 2024: ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ପାଇଁ ନୀତି ନିର୍ଘଣ୍ଟ ସ୍ଥିର, ଜାଣନ୍ତୁ ଏଥର କେଉଁ ସମୟରେ ଉଠିବ ମହାଦୀପ?

Also Read- Matric Exam 2024: ମାଟ୍ରିକ୍ ପରୀକ୍ଷାର ପ୍ରଥମ ଦିନରେ ୧୦ ଜଣଙ୍କୁ ଧରିଲା AI କ୍ୟାମେରା

Also Read- LaccMI Bus Service: ଆଜି ଆଉ ୫ ଜିଲ୍ଲାରେ ଗଡି଼ବ 'ଲକ୍ଷ୍ମୀ ବସ୍'