Bus Accident: ୨୪ ଘଣ୍ଟାରେ ପୁଣି ଏକ ବଡ଼ ଦୁର୍ଘଟଣା, ୭ ମୃତ
Advertisement
Article Detail0/zeeodisha/odisha1352881

Bus Accident: ୨୪ ଘଣ୍ଟାରେ ପୁଣି ଏକ ବଡ଼ ଦୁର୍ଘଟଣା, ୭ ମୃତ

Bus Accident: ସ୍ଥାନୀୟ ପ୍ରଶାସନ ପକ୍ଷରୁ ମିଳିଥିବା ଖବର ଅନୁସାରେ ଘଟଣାସ୍ଥଳରୁ ୭ ମୃତଦେହ ଉଦ୍ଧାର କରାଯାଇଛି। ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

 Bus Accident: ୨୪ ଘଣ୍ଟାରେ ପୁଣି ଏକ ବଡ଼ ଦୁର୍ଘଟଣା, ୭ ମୃତ

Manjakote Bus Accident: ବୁଧବାର ଜାମୁ କାଶ୍ମୀରର ପୁଞ୍ଚ ଜିଲ୍ଲାରେ ହୋଇଥିବା ସଡକ ଦୁର୍ଘଟଣାର ୨୪ ଘଣ୍ଟା ମଧ୍ୟରେ ଆଉ ବଡ଼ ସଡ଼କ ଦୁର୍ଘଟଣା ଘଟିଯାଇଛି। ରାଜରୀ ଠାରେ ଘଟିଥିବା ଏହି ଭୟାନକ ଦୁର୍ଘଟଣାରେ ଏକ ବସ ଖାଲରେ ଖସିପଡିଛି। ଯେଉଁଥିରେ ଅନେକ ଲୋକ ମୃତାହତ ହୋଇଥିବା ଖବର ରହିଛି। ଏହି ଦୁର୍ଘଟଣା ବାବଦରେ ଖବର ପାଇବା ମାତ୍ରେ ସେନା, ପୋଲିସ ଏବଂ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚିବା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସ୍ଥାନୀୟ ପ୍ରଶାସନ ପକ୍ଷରୁ ମିଳିଥିବା ଖବର ଅନୁସାରେ ଘଟଣାସ୍ଥଳରୁ ୭ ମୃତଦେହ ଉଦ୍ଧାର କରାଯାଇଛି। ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାଗ୍ରସ୍ତ ବସ ପୁଞ୍ଚ ଠାରୁ ଜାମୁ (Poonch to Jammu) ଅଭିମୁଖେ ଯାତ୍ରା କରୁଥିଲା। 

ବୁଧବାର ଜାମୁ କାଶ୍ମୀରର ପୁଞ୍ଚ ଜିଲ୍ଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏକ ମିନି ବସ ଜିଲ୍ଲାର ମଣ୍ଡି ତହସିଲ ଅଧିନସ୍ଥ ସାବଜିୟାଁ ଠାରେ ଏକ ଖାଲରେ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ୧୧-୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣରୁ ଅଧିକ ଲୋକ ଆହତ ହୋଇଥିବାର ଖବର ମିଳିଥିଲା। ମିନି ବସ ଦୁର୍ଘଟଣାରେ ଜାମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ବର୍ଗଙ୍କୁ ୫ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର। 

Also Read: Jammu Road Accident: ଘାଟିରୁ ତଳକୁ ଖସି ପଡ଼ିଲା ମିନି ବସ, ୧୧ ମୃତ, ୨୦ ରୁ ଅଧିକ ଆହତ

 

ଏନେଇ କୁହାଯାଉଛି ଯେ, ଦୁର୍ଘଟଣାଗ୍ରସ୍ତ ମିନି ବସ୍ ଜାମୁ କାଶ୍ମୀରର (Jammu Kashmir) ମଣ୍ଡି (Mandi) ଠାରୁ ସାବଜନ ଅଭିମୁଖେ ଯାତ୍ରା କରୁଥିଲା। ଯାତ୍ରା ସମୟରେ ହଠାତ୍ ଡ୍ରାଇଭର ବସ ଉପରୁ ନିୟନ୍ତ୍ରଣ ହରାଇବା ପରେ ବସ୍ ଖାଲରେ ଖସିପଡିଥିଲା। ଏହି ଦୁର୍ଘଟଣାରେ ଆହତଙ୍କୁ ମଣ୍ଡି ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଘଟଣାସ୍ଥଳରେ ଉଦ୍ଧାର ଅଭିଯାନ ଜାରି ରହିଛି। ଦୁର୍ଘଟଣା ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

ରାଜ୍ୟରେ ହୋଇଥିବା ସଡକ ଦୁ୍ଘଟଣାରେ ଜାମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା (Jammu Kashmir Lieutenant Governor Manoj Sinha) ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ବର୍ଗଙ୍କୁ ୫ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି। ଆହତଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ପ୍ରଦାନ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉପରାଜ୍ୟପାଳ। ଏନେଇ ଟ୍ୱିଟ୍ କରି ସେ କହିଛନ୍ତି, 'ଦୁର୍ଘଟଣାରେ କିଛି ଲୋକ ହଠାତ୍ ପ୍ରାଣ ହରାଇଛନ୍ତି। ଇଶ୍ବର ସେମାନଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ଏବଂ ସମସ୍ତ ମୃତକଙ୍କ ପରିବାର ପ୍ରତି ସମବେଦନା। 

ଅନ୍ୟପଟେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (President Draupadi Murmu) ଜାମୁ କାଶ୍ମୀରର ପୁଞ୍ଚ ଜିଲ୍ଲାରେ (Poonch District) ହୋଇଥିବା ସଡ଼କ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ସାବଜିୟାଁ ଠାରେ ଘଟିଥିବା ଯନ୍ତ୍ରଣାଦାୟକ ସଡ଼କ ଦୁର୍ଘଟଣାରେ ଲୋକଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। ମୋର ସମବେଦନା ଓ ପ୍ରାର୍ଥନା ଶୋକସନ୍ତପ୍ତ ପରିବାର ସହିତ ଅଛି। ମୁଁ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି। ବୁଧବାର ଏହି ସଡ଼କ ଦୁର୍ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (President Draupadi Murmu) ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତ୍ୟେକ ମୃତକଙ୍କ ସମ୍ପର୍କୀୟଙ୍କୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦ ହଜାର ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି।

ବୁଧବାର ଦିନ ଜାମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାର ମାଣ୍ଡି ତହସିଲ ସୀମାନ୍ତରେ ଥିବା ସାଜଜିଆନର ବୁରାରୀ ନାଲା ଅଞ୍ଚଳରେ ଦ୍ରୁତ ଗତିରେ ଆସୁଥିବା ଏକ ଓଭରଲୋଡ୍ ମିନିବସ୍ ୨୫୦ ଫୁଟ ଘାଟରେ ଖସିପଡିବାରୁ ୧୨ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୨୮ ଜଣ ଆହତ ହୋଇଥିବାବେଳେ ମୃତକଙ୍କ ମଧ୍ୟରେ ୩ ଜଣ ସ୍କୁଲ ଛାତ୍ର ଏବଂ ୪ ଜଣ ମହିଳା ମଧ୍ୟ ଥିଲେ। ଏହି ଦୁର୍ଘଟଣାରେ ୧୦ ଜଣ ସ୍କୁଲ ଛାତ୍ର ମଧ୍ୟ ଆହତ ହୋଇଛନ୍ତି। ଏନେଇ କୁହାଯାଉଛି ଯେ ନିୟମକୁ ଅବମାନନା କରି ଏହି ବସ ରେ ଅଧିକ ଯାତ୍ରୀ ଭର୍ତ୍ତି ହୋଇଥିଲେ। ୨୪  ସିଟ୍ ବିଶିଷ୍ଟ ବସରେ ପ୍ରାୟ ୪୦ ଜଣରୁ ଅଧିକ ଲୋକ ରହିଥିଲେ।

ଏହି ବସ୍ ଗାଲି ମୈଦାନ ଠାରୁ ପୁଞ୍ଚ ଅଭିମୁଖେ ଯାଉଥିଲା। ବସ ନିୟନ୍ତ୍ରଣ ହରାଇ LoC ସ୍ଥିତ ବୁରାରୀ ନାଲା ଅଞ୍ଚଳର ଏକ ଗଭୀର ଖାଲରେ ଖସିଗଲା। ଏହି ଘଟଣାରେ ୩ ଜଣ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଡାକ୍ତରଖାନାରେ ଚିକିତ୍ସା ସମୟରେ ପ୍ରାଣ ହରାଇଛନ୍ତି।