Amarnath Yatra 2023: ଅମରନାଥ ଯାତ୍ରା ପ୍ରସ୍ତୁତି ପାଇଁ ସରକାର ସକ୍ରିୟ, ରାସ୍ତାରେ ଜମିଥିବା ବରଫ ହଟାଇବ BRO
Advertisement
Article Detail0/zeeodisha/odisha1594819

Amarnath Yatra 2023: ଅମରନାଥ ଯାତ୍ରା ପ୍ରସ୍ତୁତି ପାଇଁ ସରକାର ସକ୍ରିୟ, ରାସ୍ତାରେ ଜମିଥିବା ବରଫ ହଟାଇବ BRO

Amarnath Yatra: ଚଳିତ ବର୍ଷ ଅମରନାଥ ଯାତ୍ରା  ୩୦ ଜୁନରୁ ଆରମ୍ଭ ହୋଇ ଅଗଷ୍ଟ ୧୧ ପର୍ଯ୍ୟନ୍ତ ଚାଲିବ। ଅମରନାଥ ଯାତ୍ରା ପାଇଁ ପଞ୍ଜୀକରଣ ୧୧ ଅପ୍ରେଲରୁ ଆରମ୍ଭ ହେବ।

Amarnath Yatra 2023: ଅମରନାଥ ଯାତ୍ରା ପ୍ରସ୍ତୁତି ପାଇଁ ସରକାର ସକ୍ରିୟ, ରାସ୍ତାରେ ଜମିଥିବା ବରଫ ହଟାଇବ BRO

Amarnath Yatra 2023 Preparation: ଜାମୁ କାଶ୍ମୀର ସରକାର ଏବଂ ଅମରନାଥ ତୀର୍ଥ ଯାତ୍ରା ବୋର୍ଡ ଅମରନାଥ ଯାତ୍ରା ୨୦୨୩ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଏଥର ସେନାର ରୋଡ ୱିଙ୍ଗ ଇଞ୍ଜିନିୟର ଅମରନାଥ ଯାତ୍ରାରେ ସହଯୋଗ କରିବା ଦାୟିତ୍ୱ ପ୍ରଦାନ କରାଯାଇଛି। ଅମରନାଥ ଯାତ୍ରା ଇତିହାସରେ ପ୍ରଥମ ଥର ପାଇଁ ଅମରନାଥ ଯାତ୍ରା ମାର୍ଗର ରକ୍ଷଣାବେକ୍ଷଣର ସାମଗ୍ରିକ ନିୟନ୍ତ୍ରଣ ସୀମା ସଡକ ସଙ୍ଗଠନକୁ ହସ୍ତାନ୍ତର କରାଯାଇଛି। ଅଧିକାରୀଙ୍କ କହିବା ଅନୁସାରେ ବାର୍ଷିକ ଅମରନାଥ ଯାତ୍ରା ପାଇଁ ପ୍ରସ୍ତୁତିର ଏକ ଅଂଶ ଭାବରେ ଜାମୁ କାଶ୍ମୀର କର୍ତ୍ତୃପକ୍ଷ ବାଲ ତାଲ ପାର୍ଶ୍ୱରୁ ଅମରନାଥ ଗୁମ୍ଫା ପର୍ଯ୍ୟନ୍ତ ବରଫ ସଫା କରିବାକୁ ସୀମା ସଡକ ସଙ୍ଗଠନକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ବ୍ୟତୀତ ପାଣିପାଗ ସ୍ଥିତିକୁ ଆଧାର କରି ପ୍ରଶାସନ ପାଇଁ ଏକ ଯୋଜନା ପ୍ରସ୍ତୁତ କରାଯାଇଛି।

ଚଳିତ ବର୍ଷ ଅମରନାଥ ଯାତ୍ରା (Amarnath Yatra 2023) ୩୦ ଜୁନରୁ ଆରମ୍ଭ ହୋଇ ଅଗଷ୍ଟ ୧୧ ପର୍ଯ୍ୟନ୍ତ ଚାଲିବ। ସରକାରଙ୍କ ଅନୁମୋଦନ ପରେ ଖୁବ ଶୀଘ୍ର ସୀମା ସଡକ ସଙ୍ଗଠନ (Border Road Organisation) ବିଆରଓ (BRO) ଦ୍ୱାରା ବରଫ ହଟାଇବା କାର୍ଯ୍ୟ ଆରମ୍ଭ ହୋଇଛି। ଯନ୍ତ୍ରପାତି ଏବଂ ନୂତନ ପ୍ରଯୁକ୍ତିବିଦ୍ୟା ସହିତ ସଜ୍ଜିତ ଶ୍ରମିକଙ୍କୁ ବେସ୍ କ୍ୟାମ୍ପ ଠାରୁ ଅମରନାଥ ଗୁମ୍ଫା (Amarnath Cave) ପର୍ଯ୍ୟନ୍ତ ନିୟୋଜିତ କରାଯାଇଛି।

ଅମରନାଥ ଯାତ୍ରା ଇତିହାସରେ (Amarnath Yatra History) ଏହା ପ୍ରଥମ ଥର ପାଇଁ ହୋଇଛି, ଯେତେବେଳେ ସରକାରଙ୍କ ଅନୁରୋଧ କ୍ରମେ କାଶ୍ମୀର ସଡ଼କ ଏବଂ ଗୃହ ନିର୍ମାଣ ବିଭାଗ (Kashmir Road and Building TV) ଏହି ମାର୍ଗରେ କାମ ବର୍ତ୍ତମାନ ବନ୍ଦ କରିଦେଇଛି। ଏହି କାର୍ଯ୍ୟ ସୀମା ସଡକ ସଙ୍ଗଠନର ୧୨୨ ସଡକ ନିର୍ମାଣ କମ୍ପାନୀ ଦ୍ୱାରା କରାଯିବ। ଏହି ରାସ୍ତାରେ କାମ କରୁଥିବା ଶ୍ରମିକ କହିଛନ୍ତି ଯେ ବର୍ତ୍ତମାନ ଆମେ ବରଫ ହଟାଇବା କାର୍ଯ୍ୟ କରୁଛୁ। ପ୍ରାୟ ୧୪ କିଲୋମିଟର ଲମ୍ବା ଏହି ଯାତ୍ରା ମାର୍ଗରେ ବରଫ ହଟଇବା କାର୍ଯ୍ୟ (Snow Clearance Operation) କରାଯିବା ପରେ ରାସ୍ତା କାମ ଆରମ୍ଭ ହେବ।

ଅମରନାଥ ଯାତ୍ରା ପାଇଁ ପଞ୍ଜୀକରଣ (Amarnath Yatra 2023 Registration) ୧୧ ଅପ୍ରେଲରୁ ଆରମ୍ଭ ହେବ। ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏଥର ଅଧିକ ଯାତ୍ରୀ ଆସିବେ ବୋଲି ଆଶା କରାଯାଉଛି। ଅମରନାଥ ତୀର୍ଥ ଯାତ୍ରା ବୋର୍ଡ (Shri Amarnath Ji Shrine Board) ଦ୍ୱାଦଶ ଉଚ୍ଚ ସ୍ତରୀୟ କମିଟି ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ ଏ.କେ ମେହେଟ୍ଟା ଉଭୟ ମାର୍ଗରେ ବିପର୍ଯ୍ୟୟ କ୍ଷେତ୍ର ଚିହ୍ନଟ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହାକୁ ସୁନିଶ୍ଚିତ କରିବା ପାଇଁ  ଏହି ପରିପ୍ରେକ୍ଷୀରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (National Disaster Response Force) ସହାୟତା ନେବାକୁ ମୁଖ୍ୟ ଶାସନ ସଚିବ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।