Notice to Taj Mahal: ଘର ଭଡ଼ା ଦେବ ତାଜ ମହଲ! ASI ଉଦ୍ଦେଶ୍ୟରେ ନୋଟିସ ଜାରି କଲା ଆଗ୍ରା ନଗର ନିଗମ
Advertisement

Notice to Taj Mahal: ଘର ଭଡ଼ା ଦେବ ତାଜ ମହଲ! ASI ଉଦ୍ଦେଶ୍ୟରେ ନୋଟିସ ଜାରି କଲା ଆଗ୍ରା ନଗର ନିଗମ

Water and Property Tax of Taj Mahal: ଆଗ୍ରା ନଗର ନିଗମ ପକ୍ଷରୁ ନୋଟିସ ଜାରି କରି ଜଳ କର ବାବଦକୁ ୧.୯ କୋଟି ଏବଂ ସମ୍ପତ୍ତି କର ବାବଦକୁ ୧.୫ ଲକ୍ଷ ଟଙ୍କା ଦେବାକୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣକୁ ଜଣାଇ ଦିଆଯାଇଛି। ଏହି ନୋଟିସ ୨୦୨୧-୨୨ ଏବଂ ୨୦୨୨-୨୩ ବର୍ଷ ପାଇଁ ଜାରି ହୋଇଥିବା ଜଣାପଡ଼ିଛି। ଜାରି ହୋଇଥିବା ନୋଟିସ ଜରିଆରେ ୧୫ ଦିନ ମଧ୍ୟରେ ପୁରୁଣା ଦେୟ ଦେବାକୁ ଏଏସଆଇ ଉଦ୍ଦେଶ୍ୟରେ କୁହାଯାଇଛି। 

Notice to Taj Mahal: ଘର ଭଡ଼ା ଦେବ ତାଜ ମହଲ! ASI ଉଦ୍ଦେଶ୍ୟରେ ନୋଟିସ ଜାରି କଲା ଆଗ୍ରା ନଗର ନିଗମ

 

Notice to Taj Mahal: ଐତିହାସିକ ସ୍ମାରକୀ ତାଜ ମହଲ ସଂରକ୍ଷଣ ଦାୟିତ୍ୱରେ ରହିଥିବା ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣକୁ ନୋଟିସ ଜାରି କରିଛି ଉତ୍ତର ପ୍ରଦେଶ ଆଗ୍ରା ନଗର ନିଗମ। ତାଜ ମହଲର ବାକି ରହିଥିବା ଜଳ ଏବଂ ସମ୍ପତ୍ତି କର ସମ୍ପର୍କିତ ନୋଟିସ ଏଏସଆଇ ପାଖକୁ ପଠାଇଛି ଆଗ୍ରା ନଗର ନିଗମ। ଏହି ନୋଟିସ ଜାରି କରି ଜଳ କର ବାବଦକୁ ୧.୯ କୋଟି ଏବଂ ସମ୍ପତ୍ତି କର ବାବଦକୁ ୧.୫ ଲକ୍ଷ ଟଙ୍କା ଦେବାକୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣକୁ ଜଣାଇ ଦେଇଛି ନଗର ନିଗମ। ଏହି ନୋଟିସ ୨୦୨୧-୨୨ ଏବଂ ୨୦୨୨-୨୩ ବର୍ଷ ପାଇଁ ଜାରି ହୋଇଥିବା ଜଣାପଡ଼ିଛି। ଜାରି ହୋଇଥିବା ନୋଟିସ ଜରିଆରେ ୧୫ ଦିନ ମଧ୍ୟରେ ପୁରୁଣା ଦେୟ ଦେବାକୁ ଏଏସଆଇ ଉଦ୍ଦେଶ୍ୟରେ କୁହାଯାଇଛି। ଏହା ମଧ୍ୟ କୁହାଯାଇଛି ଯେ ଯଦି ଧାର୍ଯ୍ୟ ସମୟ ମଧ୍ୟରେ ଦେୟ ପ୍ରଦାନ କରାନଯାଏ ତାହେଲେ ତାଜମହଲ ବିରୋଧରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।  

ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (Archaeological Survey of India) ଏଏସଆଇ (ASI) ଅଧୀକ୍ଷକ ରାଜକୁମାର ପଟେଲ। ଏନେଇ ଏଏସଆଇ ଅଧୀକ୍ଷକ କହିଛନ୍ତି ଯେ ଏତିହାସିକ ସ୍ମାରକୀ (Historical Monument) ଉପରେ ସମ୍ପତ୍ତି କର ଲାଗୁ ହେବ ନାହିଁ। ବାଣିଜ୍ୟିକ ଭାବେ ବ୍ୟବହୃତ ହେଉ ନ ଥିବାରୁ ଜଳ ପାଇଁ ମଧ୍ୟ ଆମେ କର ଦେବାକୁ ଦାୟୀ ନୁହେଁ। ତାଜମହଲ (Taj Mahal) ପରିସରରେ ସବୁଜତା ବଜାୟ ରଖିବା ପାଇଁ ଜଳ ବ୍ୟବହାର କରାଯାଏ। ପ୍ରଥମ ଥର ପାଇଁ ତାଜମହଲ ପାଇଁ ଜଳ ଏବଂ ସମ୍ପତ୍ତି କର ଦେବାକୁ ନୋଟିସ ଜାରି କରାଯାଇଛି। ଏହି ନୋଟିସ ଭୁଲ ବଶତଃ ପଠାଯାଇପାରେ।

ଜଳ ଏବଂ ସମ୍ପତ୍ତି କର ସମ୍ପର୍କିତ ନୋଟିସ ତାଜ ମହଲ ଉଦ୍ଦେଶ୍ୟରେ ଜାରି ହେବା ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ଆଗ୍ରା ନଗର ନିଗମ (Agra Municipal Corporation) କମିଶନର ନିଖିଲ ଟି ଫଣ୍ଡେ। ଏନେଇ କମିଶନର କହିଛନ୍ତି ଯେ ତାଜ ମହଲ ଉଦ୍ଦେଶ୍ୟରେ ଜାରି ହୋଇଥିବା ନୋଟିସ ସମ୍ପର୍କରେ ମୁଁ ଅବଗତ ନୁହେଁ। ଟିକସ ଗଣନା ପାଇଁ ରାଜ୍ୟବ୍ୟାପୀ କରାଯାଇଥିବା ଭୌଗୋଳିକ ସୂଚନା ପ୍ରଣାଳୀ (Geographic Information System) ଜିଆଇଏସ୍ ସର୍ଭେ (GIS Survey) ଆଧାରରେ ନୂତନ ନୋଟିସ ଜାରି କରାଯାଇଥାଏ। ବକେୟା ରାଶି ଆଧାରରେ ସରକାରୀ କୋଠା ଏବଂ ଧାର୍ମିକ ସ୍ଥାନ ସମେତ ଅନ୍ୟାନ୍ୟ ଘରକୁ ନୋଟିସ୍ ଜାରି କରାଯାଇଥାଏ। ଆଇନର ଉପଯୁକ୍ତ ପ୍ରକ୍ରିୟା ଅନୁସରଣ କରି ଟିକସ ଛାଡ କରା ଯାଇଥାଏ। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ପାଖକୁ ପଠାଯାଇଥିବା ନୋଟିସ ଉପରେ ଏଏସଆଇ ପକ୍ଷରୁ ଜବାବ ଦାଖଲ କରାଯିବା ପରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ। 

ସେହିପରି ସହାୟକ ନଗର ନିଗମ କମିଶନର ତଥା ତାଜଗଞ୍ଜ ଜୋନ ପ୍ରଭାରୀ ସରିତା ସିଂହ କହିଛନ୍ତି ଯେ ତାଜମହଲ ଉଦ୍ଦେଶ୍ୟରେ ଜାରି ହୋଇଥିବା ନୋଟିସ ସମ୍ପର୍କରେ ଅନୁସନ୍ଧାନ କରାଯାଉଛି। ଜିଆଇଏସ୍ ସର୍ଭେ ଆଧାରରେ ଏକ ଘରୋଇ ସଂସ୍ଥାକୁ ଟିକସ ସଂଗ୍ରହ କରିବାର ଦାୟିତ୍ୱ ପ୍ରଦାନ କରାଯାଇଛି। ସାଇ କନଷ୍ଟ୍ରକସନ କମ୍ପାନୀ ନାମକ ସଂସ୍ଥାକୁ ଘର ଟିକସ ହିସାବ ରଖିବା ଦାୟିତ୍ୱ ଦିଆଯାଇଛି। ଗୁଗୁଲ୍ ମ୍ୟାପିଂ ହେତୁ କେତେକ ସ୍ଥାନରେ ବିଶୃଙ୍ଖଳା ସୃଷ୍ଟି ହୋଇଛି।

ଏଏସଆଇ ଅଧିକାରୀ  କହିଛନ୍ତି ଯେ ୧୯୨୦ ମସିହାରୁ ତାଜ ମହଲ ସଂରକ୍ଷିତ ସ୍ମାରକୀ ଭାବେ ଘୋଷିତ କରାଯାଇଥିଲା। ବ୍ରିଟିଶ ଶାସନ କାଳରେ ତାଜ ମହଲ ଉପରେ କୌଣସି ଘର କିମ୍ବା ଜଳ କର ଲାଗୁ କରାଯାଇ ନଥିଲା।  ଏଏସଆଇ ଅଧିକାରୀ ଜଣାଇଛନ୍ତି ଯେ ସଂରକ୍ଷିତ ଏତ୍ମାଦୌଲା ସ୍ମାରକକୁ ଗୃହ ଟିକସ ନୋଟିସ୍ ମଧ୍ୟ ପଠାଯାଇଛି।