ହରିୟାଣା, ଝାଡ଼ଖଣ୍ଡର ପରେ ଏବେ ଗୁଜୁରାଟର ପୋଲିସ ଉପରେ ମଡ଼ାଇଦେଲେ ଗାଡି; ମୃତ୍ୟୁ
Advertisement
Article Detail0/zeeodisha/odisha1266297

ହରିୟାଣା, ଝାଡ଼ଖଣ୍ଡର ପରେ ଏବେ ଗୁଜୁରାଟର ପୋଲିସ ଉପରେ ମଡ଼ାଇଦେଲେ ଗାଡି; ମୃତ୍ୟୁ

ଗୁଜୁରାଟର ବୋରସାଡ଼ରେ ଏକ ଟ୍ରକ ଦ୍ୱାରା ଜଣେ ପୋଲିସ କନଷ୍ଟେବଳଙ୍କୁ ମଡ଼ାଇ ହତ୍ୟା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଏହା ହେଉଛି ତୃତୀୟ ଘଟଣା । ଏହାପୂର୍ବରୁ ହରିୟାଣା ଓ ଝାଡଖଣ୍ଡରେ ଦୁଇ ଜଣ ପୋଲିସ କର୍ମଚାରୀଙ୍କ ସମାନ କ୍ରମରେ ମୃତ୍ୟୁ ଘଟିଛି ।

ସାଙ୍କେତିକ ଫଟୋ (ANI)

ନୂଆଦିଲ୍ଲୀ: ଗୁଜୁରାଟର (Gujarat) ବୋରସାଡ଼ରେ ଏକ ଟ୍ରକ ଦ୍ୱାରା ଜଣେ ପୋଲିସ କନଷ୍ଟେବଳଙ୍କୁ (Police constable) ମଡ଼ାଇ ହତ୍ୟା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଏହା ହେଉଛି ତୃତୀୟ ଘଟଣା । ଏହାପୂର୍ବରୁ ହରିୟାଣା (Haryana) ଓ ଝାଡଖଣ୍ଡରେ (Jharkhand) ଦୁଇ ଜଣ ପୋଲିସ କର୍ମଚାରୀଙ୍କ ସମାନ କ୍ରମରେ ମୃତ୍ୟୁ ଘଟିଛି । ଅନ୍ୟପକ୍ଷରେ ଅଭିଯୁକ୍ତ ଟ୍ରକ ଡ୍ରାଇଭର ଚିହ୍ନଟ ହୋଇଥିବା ପୋଲିସ ଅଧିକାରୀ କହିଛନ୍ତି । ବର୍ତ୍ତମାନ ଉକ୍ତ ବ୍ୟକ୍ତିଙ୍କୁ ଖୋଜା ଚାଲିଛି ।

ଖବର ଅନୁଯାୟୀ ଗୁଜରାଟର ବୋରସାଡ଼ରେ ଥିବା ପୋଲିସ କନଷ୍ଟେବଳ କିରଣ ରାଜ ବୁଧବାର ଦିନ ସକାଳେ ଟ୍ରକକୁ ଅଟକାଇବାକୁ ସଙ୍କେତ ଦେଇଥିଲେ । ସୂଚନାନୁସାରେ, ଟ୍ରକକୁ ଅଟକାଇବା ପରିବର୍ତ୍ତେ ଅଭିଯୁକ୍ତ ଡ୍ରାଇଭର ଗାଡିକୁ ଦ୍ରୁତ ଗତିରେ ଚଲାଇଥିଲେ ଓ ଏହାପରେ କନଷ୍ଟେବଳ ଉପରେ ଟ୍ରକ ମଡ଼ାଇ ଦେଇଥିଲା ଓ ସେ ଗୁରୁତର ଭବରେ ଆହତ ହୋଇଥିଲେ । ଏହାପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା କିନ୍ତୁ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଡିଏସପି ଅଜିତ ଆର କହିଛନ୍ତି ଯେ ଟ୍ରକଟି ରାଜସ୍ଥାନ ଲାଇସେନ୍ସ ପ୍ଲେଟର ଥିଲା । ଟ୍ରକ ଡ୍ରାଇଭର ଅପରାଧ କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ । ଅନ୍ୟପକ୍ଷରେ ଚିକିତ୍ସା ସମୟରେ କନେଷ୍ଟବଳ କିରଣ ରାଜଙ୍କର ମୃତ୍ୟୁ ହୋଇଥିଲା । ଟ୍ରକ ଡ୍ରାଇଭରକୁ ଚିହ୍ନଟ କରାଯାଇଛି ଓ ତାଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରହିଛି ।

୨୪ ଘଣ୍ଟାରେ ତୃତୀୟ ଘଟଣା
ଏହାପୂର୍ବରୁ ମଙ୍ଗଳବାର ଦିନ ହରିୟାଣାର ମେୱାତରେ ଡିଏସପି ସୁରେନ୍ଦ୍ର ସିଂ ଖଣି ମାଫିଆର ଶିକାର ହୋଇଥିଲେ । ଯେତେବେଳେ ଡମ୍ପର ଡ୍ରାଇଭରକୁ ଅଟକାଇବାକୁ ଚେଷ୍ଟା କରିଥିଲେ, ସେତେବେଳେ ସେ ଡିଏସପିଙ୍କ ଉପରେ ଡ୍ରାଇଭର ଡମ୍ପର ଚଢାଇ ଦେଇଥିଲା ଓ ତାଙ୍କ ମୃତ୍ୟୁବରଣ ହୋଇଥିଲେ । ଅନ୍ୟପକ୍ଷରେ, ଝାଡଖଣ୍ଡର ରାଞ୍ଚିରେ ବିଳମ୍ବିତ ରାତିରେ ମହିଳା ଇନ୍ସପେକ୍ଟର ସନ୍ଧ୍ୟା ଟପ୍ନୋ ଗୋରୁ ଚୋରା ଚାଲାଣକାରୀଙ୍କ ଶିକାର ହୋଇଥିଲେ । ଯେତେବେଳେ ସେ ଗାଡି ଯାଞ୍ଚ କରିବା ପାଇଁ ଗାଡିକୁ ଅଟକାଇବାକୁ ଚେଷ୍ଟା କରିଥିଲେ, ସେତେବେ ଅଭିଯୁକ୍ତ ତାଙ୍କ ଉପରେ ଗାଡି ମଡ଼ାଇ ଦେଇଥିଲେ । ଏହି ଘଟଣାରେ ସନ୍ଧ୍ୟାଙ୍କର ମୃତ୍ୟୁ ଘଟିଛି ।

ଏହା ବି ପଢ଼ନ୍ତୁ: GST ଝଟକା ! ଅମୁଲ ବଢ଼ାଇଲା କ୍ଷୀର, ଦହି ସମେତ ଏସବୁ ପ୍ରଡକ୍ଟର ଦାମ୍, ଜାଣନ୍ତୁ ଡେଟେଲ୍ସ

ଏହା ବି ପଢ଼ନ୍ତୁ: Kallakurichi Student Death: ଛାତ୍ରୀଙ୍କ ମୃତ୍ୟୁ ଘଟଣାର CB-CID କରୁଛି ଯାଞ୍ଚ, ଜାଣନ୍ତୁ ପୂରା ମାମଲା