Afghan TV Anchor Sells Food: ଅନେକ ଭାରତୀୟ ଲୋକ ମଧ୍ୟ ଏହି ପୋଷ୍ଟରେ ମନ୍ତବ୍ୟ ଦେଇଛନ୍ତି । ଜଣେ ୟୁଜର ଲେଖିଛନ୍ତି ଯେ, ଲଭ୍ ଆଣ୍ଡ କେୟାର ଫର୍ମ ଇଣ୍ଡିଆ... ଆଶା କରୁଛି ଯେ ଭାରତ ସରକାର ଏହି ଲୋକଙ୍କୁ ସାହାଯ୍ୟ କରିବେ । ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଯେ, ଭାରତକୁ ଆସ, ଏଠାରେ ଅଧିକ ସୁଯୋଗ ଅଛି ।
Trending Photos
ନୂଆଦିଲ୍ଲୀ: Afghan TV Anchor Sells Food: ସୋସିଆଲ ମିଡିଆରେ ଜଣେ ଟିଭି ସାମ୍ବାଦିକଙ୍କ କାହାଣୀ ଭାଇରାଲ ହେଉଛି । କୁହାଯାଉଛି ଯେ ତାଙ୍କ ଅବସ୍ଥା ଏତେ ଖରାପ ହୋଇଯାଇଛି ଯେ ତାଙ୍କୁ ରାସ୍ତାର ଖାଦ୍ୟ ବିକ୍ରୟ କରିବାକୁ ପଡ଼ୁଛି । ଅନେକ ଲୋକ ଏହି ପୋଷ୍ଟରେ ସାମ୍ବାଦିକଙ୍କ ପ୍ରତି ସହାନୁଭୂତି ପ୍ରକଟ କରିଛନ୍ତି । ଏହି ଘଟଣାଟି ଆଫଗାନିସ୍ତାନରୁ ସାମ୍ନାକୁ ଆସିଛି । ପୂର୍ବତନ ରାଷ୍ଟ୍ରପତି ହମିଦ କର୍ଜାଇଙ୍କ ସରକାରରେ କାର୍ଯ୍ୟ କରୁଥିବା କବୀର ହକମାଲି (Kabir Haqmal) ଟ୍ୱିଟ୍ କରି ଜଣେ ସାମ୍ବାଦିକଙ୍କ କାହାଣୀ ସେୟାର କରିଛନ୍ତି ।
ସେ ତିନୋଟି ଫଟୋ ମଧ୍ୟ ସେୟାର କରିଛନ୍ତି । ଗୋଟିଏରେ ସେ ଏକ ଷ୍ଟୁଡିଓରେ ଏକ ଆଙ୍କର୍ ପୋଜରେ ବସିଥିବାର ନଜର ଆସିଛନ୍ତି । ଅନ୍ୟଟିରେ, ସେ କିଛି ଖାଦ୍ୟ ସାମଗ୍ରୀ ଧରି ରାସ୍ତା ପାର୍ଶ୍ୱରେ ବସିଥିବାର ନଜର ଆସିଛନ୍ତି ।
Journalists life in #Afghanistan under the #Taliban. Musa Mohammadi worked for years as anchor & reporter in different TV channels, now has no income to fed his family. & sells street food to earn some money. #Afghans suffer unprecedented poverty after the fall of republic. pic.twitter.com/nCTTIbfZN3
— Kabir Haqmal (@Haqmal) June 15, 2022
କବୀର ହକମାଲି ଟ୍ୱିଟ୍ କରି ଲେଖିଛନ୍ତି ଯେ, ତାଲିବାନୀ ଶାସନ ଅଧୀନରେ ଆଫଗାନିସ୍ତାନରେ ସାମ୍ବାଦିକଙ୍କ ଜୀବନ । ମୁସା ମହମ୍ମଦୀ (Musa Mohammadi) ବିଭିନ୍ନ ଟିଭି ଚ୍ୟାନେଲରେ ଆଙ୍କର୍ ଓ ସାମ୍ବାଦିକ ଭାବରେ ବର୍ଷ ବର୍ଷ ଧରି କାର୍ଯ୍ୟ କରିଛନ୍ତି । ବର୍ତ୍ତମାନ ପରିବାର ଚଳାଇବା ପାଇଁ ତାଙ୍କ ପାଖରେ ଟଙ୍କା ମଧ୍ୟ ନାହିଁ । ସେ ଷ୍ଟ୍ରିଟ୍ ଫୁଡ୍ ବିକ୍ରୟ କରି କିଛି ଟଙ୍କା ରୋଜଗାର କରନ୍ତି । ଗଣତନ୍ତ୍ର ଶେଷ ହେବା ପରଠାରୁ ଆଫଗାନିସ୍ତାନର ଲୋକମାନେ ଅଦୃଶ୍ୟ ଦାରିଦ୍ର୍ୟର ସମ୍ମୁଖୀନ ହେଉଛନ୍ତି ।
ଏହା ବି ପଢ଼ନ୍ତୁ:-ପୁରୀ ଜଗନ୍ନାଥ ମନ୍ଦିର ଉପରେ ହୋଇଛି ୧୭ ଥର ଆକ୍ରମଣ, କ'ଣ ଆପଣ ଜାଣିଛନ୍ତି ଏହା ବିଷୟରେ...
ଏହା ବି ପଢ଼ନ୍ତୁ:-ପାରାସିଟାମୋଲ ସମେତ ଏହି ୧୬ଟି ଔଷଧକୁ ନେଇ ଆସିଲା ବଡ଼ ଖବର
ଏହା ବି ପଢ଼ନ୍ତୁ:-ସରକାର କର୍ମଚାରୀଙ୍କ ପାଇଁ ଖୁସି ଖବର, ମହଙ୍ଗା ଭତ୍ତାରେ ହେବ ବଡ଼ ଧରଣର ବୃଦ୍ଧି!
ଅନେକ ଭାରତୀୟ ଲୋକ ମଧ୍ୟ ଏହି ପୋଷ୍ଟରେ ମନ୍ତବ୍ୟ ଦେଇଛନ୍ତି । ଜଣେ ୟୁଜର ଲେଖିଛନ୍ତି ଯେ, ଲଭ୍ ଆଣ୍ଡ କେୟାର ଫର୍ମ ଇଣ୍ଡିଆ... ଆଶା କରୁଛି ଯେ ଭାରତ ସରକାର ଏହି ଲୋକଙ୍କୁ ସାହାଯ୍ୟ କରିବେ । ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଯେ, ଭାରତକୁ ଆସ, ଏଠାରେ ଅଧିକ ସୁଯୋଗ ଅଛି ।
This is Ekram Esmati, an #Afghan journalist. He was abducted by #Taliban this morning in PD5 #Kabul, beaten & humiliated only because he was wearing jeans and had his beard shaved. They illegally checked his phones & threatened him to death. #Afghanistan #JournalismIsNotACrime pic.twitter.com/tcNBObeQlf
— Kabir Haqmal (@Haqmal) June 14, 2022
ଏହାପୂର୍ବରୁ କବୀର ଟ୍ୱିଟ୍ କରି ଅନ୍ୟ ଜଣେ ସାମ୍ବାଦିକଙ୍କ ଭିଡିଓ ସେୟାର କରିଥିଲେ । ସେତେବେଳେ ସେ ଏକ୍ରାମ ଇସ୍ମାତି (Ikram Ismati) ଙ୍କ ସହ ଏହି ଘଟଣା ବିଷୟରେ କହିଥିଲେ । ସେ ଲେଖିଛନ୍ତି ଯେ, ଏ ହେଉଛନ୍ତି ଜଣେ ଆଫଗାନିସ୍ତାନ ସାମ୍ବାଦିକ ଏକ୍ରାମ ଇସ୍ମାତି । ତାଙ୍କୁ କାବୁଲର PD5 ରୁ ତାଲିବାନ ଅପହରଣ କରିନେଇଥିଲା । ଜିନ୍ସ ପିନ୍ଧିଥିବାରୁ ଓ ଦାଢ଼ି କାଟିବା ଯୋଗୁଁ ତାଙ୍କୁ ମାଡ଼ ମରାଯାଇଥିଲା ଏବଂ ଅପମାନିତ କରାଯାଇଥିଲା । ଏକ୍ରାମ ଇସ୍ମାତିଙ୍କ ଫୋନକୁ ବେଆଇନ ଭାବେ ଯାଞ୍ଚ କରାଯାଇଥିଲା ଓ ତାଙ୍କୁ ମୃତ୍ୟୁ ଧମକ ଦିଆଯାଇଛି ।