୧୫ ତାରିଖରେ ସ୍ୱାଧୀନତା ଦିବସ କାହିଁକି? ଜାଣନ୍ତୁ ଏହି ଦିନର କିଛି ରୋଚକ ତଥ୍ୟ
Advertisement
Article Detail0/zeeodisha/odisha1302758

୧୫ ତାରିଖରେ ସ୍ୱାଧୀନତା ଦିବସ କାହିଁକି? ଜାଣନ୍ତୁ ଏହି ଦିନର କିଛି ରୋଚକ ତଥ୍ୟ

76th indipendence day: ୧୯୪୫ ମସିହାରେ ଭାରତର ତତ୍କାଳୀନ ଭାଇସରାୟ ଲର୍ଡ ମାଉଣ୍ଟବେଟେନଙ୍କ ପ୍ରେସ ସଚିବ କ୍ୟାମ୍ପବେଲ ଜନସନଙ୍କ ଅନୁସାରେ ମିତ୍ର ରାଷ୍ଟ୍ରର ସେନାଙ୍କ ନିକଟରେ ଜାପାନ ଆତ୍ମସମର୍ପଣର ଦ୍ୱିତୀୟ ବର୍ଷ ଅଗଷ୍ଟ ୧୫ ତାରିଖ ହିଁ ଥିଲା । ଫଳରେ ଏହାକୁ ଆଧାର କରି ଭାରତକୁ ମଧ୍ୟ ସ୍ୱାଧୀନତା ଦେବାର ତାରିଖକୁ ଧାର୍ଯ୍ୟ କରାଯାଇଥିଲା ।  

୧୫ ତାରିଖରେ ସ୍ୱାଧୀନତା ଦିବସ କାହିଁକି? ଜାଣନ୍ତୁ ଏହି ଦିନର କିଛି ରୋଚକ ତଥ୍ୟ

ନୂଆଦିଲ୍ଲୀ: 76th indipendence day: ଅଗଷ୍ଟ ୧୫ ବା ସ୍ୱାଧୀନତା ଦିବସ । ମୁକସାକ୍ଷୀ ପାଲଟିଛି ଇତିହାସ । ପ୍ରତିଟି ନାଗରିକ ଦେଶର ସ୍ୱାଧୀନତା ପାଇଁ ସ୍ୱାଧୀନତା ଆନ୍ଦୋଳନରେ ନିଜକୁ ସାମିଲ କରିଥିଲେ । ଦେଶ ସ୍ୱାଧୀନ ହୋଇଥିଲା । ସ୍ୱାଧୀନ ଭାରତର ନାଗରିକ ମାନ୍ୟତା ପାଇଥିଲୁ ଆମେ । ସମଗ୍ର ଭାରତର ପ୍ରତିଟି ନାଗରିକ ପାଇଁ ଗୌରବର ଦିନ । ଏହି ଦିନ ୧୯୪୫ ମସିହା ପରେ ଦେଶ ପ୍ରତିବର୍ଷ ସ୍ୱାଧୀନତା ଦିବସ ପାଳନ କରିଆସୁଛି । ଆଜି ଆମେ ୭୬ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଏହି ଦିନର ମହତ୍ତ୍ୱ ଆମେ ସମସ୍ତେ ଜାଣିବା ଆବଶ୍ୟକ ରହିଛି । 

୧୯୪୫ ମସିହାରେ ଭାରତର ତତ୍କାଳୀନ ଭାଇସରାୟ ଲର୍ଡ ମାଉଣ୍ଟବେଟେନଙ୍କ ପ୍ରେସ ସଚିବ କ୍ୟାମ୍ପବେଲ ଜନସନଙ୍କ ଅନୁସାରେ ମିତ୍ର ରାଷ୍ଟ୍ରର ସେନାଙ୍କ ନିକଟରେ ଜାପାନ ଆତ୍ମସମର୍ପଣର ଦ୍ୱିତୀୟ ବର୍ଷ ଅଗଷ୍ଟ ୧୫ ତାରିଖ ହିଁ ଥିଲା । ଫଳରେ ଏହାକୁ ଆଧାର କରି ଭାରତକୁ ମଧ୍ୟ ସ୍ୱାଧୀନତା ଦେବାର ତାରିଖକୁ ଧାର୍ଯ୍ୟ କରାଯାଇଥିଲା ।  

ସେହିପରି ଭାରତ ସହିତ ଅନ୍ୟ ତିନୋଟି ରାଷ୍ଟ୍ରର ମଧ୍ୟ ଅଗଷ୍ଟ ୧୫ ତାରିଖରେ ସ୍ୱାଧୀନତା ଦିବସ ପାଳନ ହୋଇଥାଏ । ଦକ୍ଷିଣ କୋରିଆ ଠାରୁ ଜାପାନ ଅଗଷ୍ଟ ୧୫ ତାରିଖ, ୧୯୪୫ ମସିହାରେ ଅଲଗା ହୋଇଥିଲା । ବ୍ରିଟେନ ଠାରୁ ମଧ୍ୟ ଏହି ଦିନ ବାହାରିନ ୧୯୭୧ ମସିହାରେ ଅଲଗା ହୋଇଥିଲା । ସେହିପରି ୧୯୬୦ ମସିହା ଆଜିର ଦିନରେ ଫ୍ରାନ୍ସ ଠାରୁ କୋଙ୍ଗୋ ଅଲଗା ହୋଇ ସ୍ୱାଧୀନତା ଲାଭ କରିଥିଲେ । 

୧୫୧୯, ଅଗଷ୍ଟ ୧୫ ତାରିଖରେ ପାନାମା ସ୍ୱତନ୍ତ୍ର ସହରର ପରିଚୟ ଲାଭ କରିଥିଲା । ୧୮୫୪ ମସିହାରେ ଇଷ୍ଟ ଇଣ୍ଡିଆ କମ୍ପାନୀ ପ୍ରଥମ କରି ଦେଶରେ ରେଳସେବା ଆରମ୍ଭ କରିଥିଲା । ଏହି ଦିନ ଟ୍ରାଏଲ ଭାବେ କୋଲକାତା (ସେତେବେଳେ କଲକତ୍ତା)ରୁ ହୁଗଳି ପର୍ଯ୍ୟନ୍ତ ଟ୍ରେନ ଚଳାଚଳ କରିଥିଲା । ତେବେ ଏହି ସେବା ସରକାରୀ ସ୍ତରରେ ୧୮୫୫ରୁ ଦୈନିକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲା । 

ଭାରତର ସ୍ୱାଧୀନତା ଆନ୍ଦୋଳନର ନେତୃତ୍ୱ ମହାତ୍ମା ଗାନ୍ଧୀ ନେଇଥିଲେ । କିନ୍ତୁ ସ୍ୱାଧୀନତା ଉତ୍ସବ ପାଳନରେ ମହାତ୍ମାଗାନ୍ଧୀ ନିଜେ ହିଁ ସାମିଲ ହୋଇ ନଥିଲେ । ମହାତ୍ମା ଗାନ୍ଧୀ ସେହି ଦିନ ଦିଲ୍ଲୀରୁ ହଜାର ହଜାର କିଲୋମିଟର ଦୂର ପଶ୍ଚିମବଙ୍ଗର ନୋଆଖଲିରେ ଥିଲେ । ଯେଉଁଠାରେ ହିନ୍ଦୁ-ମୁସଲିମ ମଧ୍ୟରେ ଦେଖା ଦେଇଥିବା ସାମ୍ପ୍ରତିକ ଦଙ୍ଗାକୁ ରୋକିବା ପାଇଁ ଅନଶନ ଜାରି ରଖିଥିଲେ । 

ଏହା ବି ପଢ଼ନ୍ତୁ:-କାହିଁକି ଅଗଷ୍ଟ ୧୪ରେ ସ୍ୱାଧୀନତା ଦିବସ ପାଳନ କରେ ପାକିସ୍ତାନ? ଜାଣନ୍ତୁ ଏହା ପଛର କାରଣ

ଏହା ବି ପଢ଼ନ୍ତୁ:-'ଆପଣଙ୍କ ଗିରିରାଜଙ୍କ ପରି ମୋର ଲଲନ, ଚିନ୍ତା କରନ୍ତୁନି'; ଜାଣନ୍ତୁ ଅମିତ ଶାହଙ୍କୁ କେମିତି ଅନ୍ଧାରରେ ରଖିଥିଲେ ନୀତିଶ କୁମାର

ଏହା ବି ପଢ଼ନ୍ତୁ:-ଋଷଭ ପନ୍ତଙ୍କୁ ଉର୍ବଶୀ ରୌତେଲାଙ୍କ ଜବାବ! ଛୋଟୁ ଭାଇ ବ୍ୟାଟ୍ ବଲ୍ ଖେଳନ୍ତୁ, ମୁଁ ମୁନ୍ନି ନୁହେଁ ଯେ ବଦନାମ ହୋଇଯିବ…ଡାର୍ଲିଙ୍ଗ୍

ଆଉ ଏକ ଗୁରୁତ୍ତ୍ୱପୂର୍ଣ୍ଣ କଥା ହେଉଛି ପ୍ରତିବର୍ଷ ସ୍ୱାଧୀନତା ଦିବସରେ ଲାଲକିଲାରେ ପ୍ରଧାନମନ୍ତ୍ରୀ ପତାକା ଉତ୍ତୋଳନ କରିଥାନ୍ତି । କିନ୍ତୁ ଦେଶ ସ୍ୱାଧୀନ ହେବା ପରେ ଅର୍ଥାତ ୧୯୪୭ ମସିହାରେ ଏହା ହୋଇନଥିଲା । ସେହି ବର୍ଷ ସ୍ୱାଧୀନତା ଦିବସର ଗୋଟିଏ ଦିନ ପରେ ପତାକା ଉତ୍ତୋଳନ କରିଥିଲେ ଦେଶର ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁ । ସେହିବର୍ଷ ଅଗଷ୍ଟ ୧୬ ତାରିଖରେ ଲାଲକିଲାରେ ପ୍ରଧାନମନ୍ତ୍ରୀ ନେହରୁ ପତାକା ଉତ୍ତୋଳନ କରିଥିଲେ ।