Bus Accident in Himachal Pradesh: ଖାଇକୁ ବସ ଖସି ୭ ମୃତ, ୧୦ ଗୁରୁତର
Advertisement

Bus Accident in Himachal Pradesh: ଖାଇକୁ ବସ ଖସି ୭ ମୃତ, ୧୦ ଗୁରୁତର

Kullu Bus Accident in HP: କାରଟି ଜାଲୋଡା ନିକଟରେ ଜାତୀୟ ରାଜପଥ ୩୦୫ ଠାରୁ ୪୦୦ ମିଟର ଗଭୀର ଖାଇରେ ଟ୍ରାଭେଲର ଖସିପଡିଛି। ଘଟଣାସ୍ଥଳରେ ୬ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ୧୧ ଜଣ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

Bus Accident in Himachal Pradesh: ଖାଇକୁ ବସ ଖସି ୭ ମୃତ, ୧୦ ଗୁରୁତର

Bus Accident, କୁଲ୍ଲୁ: ତୀର୍ଥ ଯାତ୍ରା ହେଲା ଶେଷ ଯାତ୍ରା। ହିମାଚଳ ପ୍ରଦେଶର ବଞ୍ଜାର ଉପତ୍ୟାକାରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି। ଏକ ଗଭୀର ଘାଇକୁ ଟ୍ରାଭେଲର ବସ ଖସି ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ହୋଇଥିବା କୁହାଯାଉଛି। ରବିବାର ରାତି ପ୍ରାୟ ସାଢେ ଆଠଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଗୁରୁତରମାନେ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କୁଲ୍ଲୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାର ତଦନ୍ତ କରୁଛି। ମୃତକମାନେ ଦିଲ୍ଲୀ ଏନସିଆର ଅଞ୍ଚଳର ହୋଇଥିବା ସୂଚନା ମିଳିଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କୁଲ୍ଲୁ ଏସଏସପି କହିଛନ୍ତି ଯେ କାରଟି ଜାଲୋଡା ନିକଟରେ ଜାତୀୟ ରାଜପଥ ୩୦୫ ଠାରୁ ୪୦୦ ମିଟର ଗଭୀର ଖାଇରେ ଟ୍ରାଭେଲର ଖସିପଡିଛି। ଘଟଣାସ୍ଥଳରେ ୬ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ୧୧ ଜଣ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ପ୍ରଶାସନ ଗାଡିରେ ଫସି ରହିଥିବା ଆହତ ଯାତ୍ରୀଙ୍କୁ ଉଦ୍ଧାର କରିଛି। ୫ ଆହତଙ୍କୁ ଜୋନାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ଏବଂ ଅନ୍ୟ ୫ ଜଣ ବଞ୍ଜାରର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

Also Read: ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ, ଡାକ୍ତର ଓ ତାଙ୍କର ଦୁଇ ପିଲାଙ୍କ ମୃତ୍ୟୁ

କୁଲ୍ଲୁ ଜିଲ୍ଲା ଡେପୁଟି କମିଶନର ଆଶୁତୋଷ ଗର୍ଗ କହିଛନ୍ତି ଯେ, ପ୍ରାଥମିକ ରିପୋର୍ଟ ଅନୁଯାୟୀ ନୋଏଡା ଅଞ୍ଚଳରୁ ଯାତ୍ରୀମାନେ ଜାଲୋଡା ବୁଲିବାକୁ ଆସିଥିଲେ। ସେମାନେ ଦିଲ୍ଲୀର ଏକ ଟ୍ରାଭେଲ ଏଜେଂସିର ଟ୍ରାଭେଲର ବସ ଭଡା କରିଥିଲେ। ବସରେ ଡ୍ରାଇଭର ସମେତ ୧୭ ଜଣ ଯାତ୍ରୀ ଥିଲେ। ଜାଲୋଡା ଉପତ୍ୟାକାରେ ଗାଡି ଅନିନିୟନ୍ତ୍ରୀତ ହୋଇଯାଇଥିଲା। ଫଳରେ ତାହା ଗଭୀର ଖାଇକୁ ଖସି ପଡିଥିଲା। ରାତିରେ ଅନ୍ଧାର ଥିବାରୁ ଉଦ୍ଧାର କାର୍ଯ୍ୟ ସାମାନ୍ୟ ବାଧାପ୍ରାପ୍ତ ହୋଇଥିଲା। କିନ୍ତୁ ସ୍ଥାନୀୟ ଅଧିବାସୀ ଏଥିରେ ଅଧିକ ସହାୟତା କରିଥିଲେ।

 

ଧର୍ମଶାଳା ଏସଡିଏମ କହିଛନ୍ତି ଯେ, ରବିବାର ପ୍ରବଳ ବର୍ଷା ହେତୁ ଟ୍ରାଇଣ୍ଡ ହିଲ ଷ୍ଟେସନରେ ଫସି ରହିଥିବା ମୋଟ ୮୩ ଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଥିଲା। ମଧ୍ୟାହ୍ନ ପ୍ରାୟ ଗୋଟାଏ ବେଳେ ୧୧ ଜଣ ଲୋକ ଫସିଥିବା ସୂଚନା ମିଳିଥିଲା। କିନ୍ତୁ ଘଟଣା ସ୍ଥଳରେ ପହଞ୍ଚିଲା ପରେ ସେଠାରେ ୮୦ରୁ ଊର୍ଦ୍ଧ୍ୱ ଲୋକ ଥିବା ଜଣା ପଡିଥିଲା। ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ବୋଲି ଜିଲ୍ଲା ପ୍ରଶାସନ କହିଛି। ବର୍ଷା ଯୋଗୁଁ ଉପତ୍ୟାକାରେ ଲ୍ୟାଣ୍ଡସ୍ଲାଇଡ ମଧ୍ୟ ହେଉଛି। ଫଳରେ ସେଠାରେ ଯାତାୟତ ବାଧାପ୍ରାପ୍ତ ହୋଇଛି।