5G in India: ଦେଶରେ କେବେ ଉପଲବ୍ଧ ହେବ 5G? ସ୍ପଷ୍ଚ ଜବାବ ରଖିଲେ ପ୍ରଧାନମନ୍ତ୍ରୀ
Advertisement

5G in India: ଦେଶରେ କେବେ ଉପଲବ୍ଧ ହେବ 5G? ସ୍ପଷ୍ଚ ଜବାବ ରଖିଲେ ପ୍ରଧାନମନ୍ତ୍ରୀ

5G in India: ଦେଶରେ କେବେ ଉପଲବ୍ଧ ହେବ 5G ସେବା ଏବଂ ଏହାର ବେଗ କେତେ ରହିବ। ସ୍ୱାଧୀନତା ଦିବସ ଅବସରରେ ଦେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି ଜ୍ଞାନକୌଶଳ ବିକାଶ ସହ ଜଡ଼ିତ କଥା କହିବା ସହ 5G ସେବାର ବେଗ କେତେ ରହିବ ସେ ବାବଦରେ ଜଣାଇଥିଲେ। 

5G in India: ଦେଶରେ କେବେ ଉପଲବ୍ଧ ହେବ 5G? ସ୍ପଷ୍ଚ ଜବାବ ରଖିଲେ ପ୍ରଧାନମନ୍ତ୍ରୀ

5G in India: 4G ପରେ ଦେଶରେ ଉପଲବ୍ଧ ହେବ 5G। ସାଧାରଣ ଲୋକଙ୍କୁ 5G ମୋବାଇଲ ନେଟୱାର୍କ ସେବା ପ୍ରଦାନ କରିବା ଲାଗି ସ୍ପ୍ରେକ୍ଟ୍ରମ ନିଲାମୀ ଜାରି ରହିଛି। 5G ସ୍ପ୍ରେକ୍ଟ୍ରମ ନିଲାମୀରେ ଜିଓ, ଏୟାରଟେଲ, ଭୋଡ଼ାଫୋନ ଆଇଡିଆ ଭଳି ଦୂର ସଞ୍ଚାର କମ୍ପାନୀ ସହ ଅନ୍ୟ ଏକ କମ୍ପାନୀ ଅଦାନୀ ସମୂହ ସାମିଲ ହୋଇଛି। 5G ସେବାକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି। ସ୍ୱାଧୀନତା ଦିବସ ଅବସରରେ ଦେଶକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦି 5G ସେବା ବାବଦରେ କହିଥିଲେ।  

ଦେଶରେ କେବେ ଉପଲବ୍ଧ ହେବ 5G ସେବା (5G Launch in India) ଏବଂ ଏହାର ବେଗ କେତେ ରହିବ (5G Speed in India)। ସ୍ୱାଧୀନତା ଦିବସ ଅବସରରେ ଦେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି (PM Modi) ଜ୍ଞାନକୌଶଳ ବିକାଶ ସହ ଜଡ଼ିତ କଥା କହିବା ସହ 5G ସେବାର ବେଗ କେତେ ରହିବ ସେ ବାବଦରେ ଜଣାଇଥିଲେ। ବର୍ତ୍ତମାନ ଦେଶରେ ଉପଲବ୍ଧ ହେଉଥିବା 4G ତୁଳନାରେ 5G ସେବାର ବେଗ ୧୦ ଗୁଣା ଅଧିକ ରହିବ। 5G Lag Free ସେବା ପ୍ରଦାନ କରିବ। ଯାହା ଦ୍ୱାରା ତଥ୍ୟ ଆଦାନ ପ୍ରଦାନ ସୁବିଧାଜନକ ଉପାୟରେ ହେବ। 

ଆସନ୍ତା ମାସରେ ଦେଶରେ ଉପଲବ୍ଧ ହୋଇପାରେ 5G। ପ୍ରଧାନମନ୍ତ୍ରୀ ମୋଦିଙ୍କ କହିବା ଅନୁସାରେ ଯଥାଶୀଘ୍ର ଦେଶରେ ଉପଲବ୍ଧ ହେବ 5G ସେବା। ଦୂର ସଞ୍ଚାର କମ୍ପାନୀ (Telecom Company) ଏୟାରଟେଲ (Airtel) ପକ୍ଷରୁ କରାଯାଇଥିବା ଦାବି ଅନୁସାରେ ଚଳିତ ମାସରେ 5G Roll Out କରିବା ଆରମ୍ଭ କରିବେ। ଅନ୍ୟପଟେ ଜିଓ (Reliance Jio) ପକ୍ଷରୁ ଅନୁମାନ କରାଯାଉଛି ଯେ ଚଳିତ ମାସରୁ 5G ସେବା ଆରମ୍ଭ ହୋଇପାରେ। ଅନ୍ୟପଟେ ଭୋଡ଼ାଫୋନ ଆଇଡିଆ (Vodafone Idea) ପକ୍ଷରୁ ଏନେଇ କୌଣସି ଖବର ମିଳିନାହିଁ। ଅନ୍ୟରଟେ ଅଦାନୀ ସମୂହ (Adani Group) ପକ୍ଷରୁ 5G ସେବା ଏକ ଘରୋଇ ନେଟୱାର୍କ ଭାବେ ଉପଲବ୍ଧ କରାଯାଇପାରେ।

Also Read: 5G in India: ଦେଶରେ କେବେ ଉପଲବ୍ଧ ହେବ 5G? ଜବାବ ରଖିଲେ ପ୍ରଧାନମନ୍ତ୍ରୀ

ସ୍ୱାଧୀନତା ଦିବସ ଅବସରରେ ଦେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ମେଡ୍-ଇନ୍-ଇଣ୍ଡିଆ' ଜ୍ଞାନକୌଶଳକୁ (Made in India Technology) ସମର୍ଥନ କରି ପ୍ରଧାନମନ୍ତ୍ରୀ ମୋଦି (PM Modi) କହିଛନ୍ତି ଯେ ଦେଶରେ ଜ୍ଞାନକୌଶଳର ସମୟ ଆସିଛି। ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ଭାରତ ମଧ୍ୟରେ ଡିଜିଟାଲ ବିଭେଦକୁ ଦୂର କରିବାକୁ ଭାରତ ସରକାର ଧ୍ୟାନ ଦେଉଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ 5G, ଅପ୍ଟିକାଲ ଫାଇବର କେବୁଲ (Optical Fiber Cable) ଏବଂ ସେମିକଣ୍ଡକ୍ଟର (Semiconductor) ଉତ୍ପାଦନ ସହିତ ତୃଣମୂଳ ସ୍ତରରେ ଡିଜିଟାଲ ଇଣ୍ଡିଆ (Digital India) ମାଧ୍ୟମରେ ଏକ ବିପ୍ଳବ ଆସୁଛି।

ପ୍ରଧାନମନ୍ତ୍ରୀ ବିଶ୍ୱାସ କରନ୍ତି ଯେ 5G ନେଟୱାର୍କ ଏବଂ ଅପ୍ଟିକାଲ ଫାଇବର କେବୁଲ ତିନୋଟି ବିଭାଗରେ ଭାରତକୁ ସକରାତ୍ମକ ଭାବରେ ପ୍ରଭାବିତ କରିବ। ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ସାଧାରଣ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବ। ଦେଶରେ ଡିଜିଟାଲ ଇଣ୍ଡିଆ ପଦକ୍ଷେପ ଏବଂ ଷ୍ଟାର୍ଟଅପ୍ (Startup) ବଢୁଥିବାରୁ ଭାରତରେ ଅନେକ ପ୍ରତିଭା ଟାୟାର-୨ ଏବଂ ଟାୟାର-୩ ସହରରୁ ଆସୁଛନ୍ତି। ସମସ୍ତ ଟେଲିକମ୍ କମ୍ପାନୀ 5G ନେଟୱାର୍କ ଲଞ୍ଚ କରିବା ପାଇଁ ଆବଶ୍ୟକ ଜ୍ଞାନକୌଶଳ ଏବଂ ସ୍ପେକ୍ଟ୍ରମ (Telecom Technology and Spectrum) ପାଇପାରିବେ। ମାତ୍ର ଏହା ଉପଲବ୍ଧ ପର୍ଯ୍ୟନ୍ତ ଆମକୁ ଅପେକ୍ଷା କରିବାକୁ ହେବ।