ଏଣିକି ଷ୍ଟିଲ ଓ ଆଲୁମିନିୟମ ବାସନକୁସନରେ ରହିବ ଆଇଏସ୍‍ଆଇ ଚିହ୍ନ: ରୋଷେଇଘରେ ଗୁଣାତ୍ମକ ମାନ ରକ୍ଷା ପାଇଁ ନୂଆ ଉଦ୍ୟମ
Advertisement
Article Detail0/zeeodisha/odisha2323421

ଏଣିକି ଷ୍ଟିଲ ଓ ଆଲୁମିନିୟମ ବାସନକୁସନରେ ରହିବ ଆଇଏସ୍‍ଆଇ ଚିହ୍ନ: ରୋଷେଇଘରେ ଗୁଣାତ୍ମକ ମାନ ରକ୍ଷା ପାଇଁ ନୂଆ ଉଦ୍ୟମ

Kitchen wares and Utensils to have ISI mark: ମାର୍ଚ୍ଚ ୧୪ ତାରିଖରୁ ଏହି ନିୟମକୁ ଲାଗୁ କରାଯାଇଛି। ଆଉ ଯଦି କେହି ଏହି ନିୟମକୁ ଉଲ୍ଲଂଘନ କରନ୍ତି ତେବେ ସମ୍ପୃକ୍ତ କମ୍ପାନୀ ଓ ବିକ୍ରେତା ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଜି ଭାରତୀୟ ମାନବ ବ୍ୟୁରୋ  ସ୍ପଷ୍ଟ କରିଛନ୍ତି। ଗ୍ରାହକଙ୍କ ନିରାପତ୍ତା ଓ ଉତ୍ପାଦର ମାନ ବଜାୟ ରଖିବା ଲାଗି ଏହା ଆବଶ୍ୟକ ବୋଲି ବ୍ୟୁରୋ ସ୍ପଷ୍ଟ କରିଛି

Kitchen wares and Utensils to have ISI mark

ଭୁବନେଶ୍ୱର: ରୋଷେଇ ଘରେ ବ୍ୟବହାର ହେଉଥିବା ଚକଚକିଆ ଷ୍ଟିଲ୍‍ ବାସନର ଗୁଣାତ୍ମକ ମାନ ଠିକ୍‍ ରହିଛି କି? ଯେଉଁ ଆଲୁମିନିୟମ ବାସନ ବ୍ୟବହାର କରାଯାଉଛି ତାହା ଖାଦ୍ୟ ପଦାର୍ଥର ମାନ ରକ୍ଷା କରିବାରେ ସମର୍ଥ କି? ଏ ପ୍ରଶ୍ନ ଏବେ ଅନେକଙ୍କୁ ଆକ୍ରାନ୍ତ କରୁଥିବ। କାରଣ ବର୍ଷ ବର୍ଷ ଧରି ପାର୍ମପରିକ ଭାବେ ଆମେ ବ୍ୟବହାର କରୁଥିବା ଷ୍ଟେନଲେସ୍‍ ଷ୍ଟିଲ ବା ଆଲୁମିନିୟମ ବାସନ, ରୋଷେଇଘର ଉପକରଣଗୁଡ଼ିକର ନିର୍ମାଣ ବେଳେ ଠିକଣା ଧାତୁ ବ୍ୟବହାର ହେଉଛି ବା ନାହିଁ ତାହା ପ୍ରଶ୍ନକୁ ଆସିଥାଏ। ଆଉ ଏହି ପ୍ରଶ୍ନର ସମାଧାନ ପାଇଁ ଭାରତୀୟ ମାନକ ବ୍ୟୁରୋ ଏଣିକି ବଜାରରେ ବିକ୍ରି ହେବାକୁ ଥିବା ସମସ୍ତ ଷ୍ଟିଲ୍‍ ଓ ଆଲୁମିନିୟମ ବାସନ ଉପରେ ‘ଆଇଏସ୍‍ଆଇ’ ଚିହ୍ନକୁ ବାଧ୍ୟ କରିଛନ୍ତି। 

ମାର୍ଚ୍ଚ ୧୪ ତାରିଖରୁ ଏହି ନିୟମକୁ ଲାଗୁ କରାଯାଇଛି। ଆଉ ଯଦି କେହି ଏହି ନିୟମକୁ ଉଲ୍ଲଂଘନ କରନ୍ତି ତେବେ ସମ୍ପୃକ୍ତ କମ୍ପାନୀ ଓ ବିକ୍ରେତା ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଜି ଭାରତୀୟ ମାନବ ବ୍ୟୁରୋ  ସ୍ପଷ୍ଟ କରିଛନ୍ତି। ଗ୍ରାହକଙ୍କ ନିରାପତ୍ତା ଓ ଉତ୍ପାଦର ମାନ ବଜାୟ ରଖିବା ଲାଗି ଏହା ଆବଶ୍ୟକ ବୋଲି ବ୍ୟୁରୋ ସ୍ପଷ୍ଟ କରିଛି। ଷ୍ଟେନଲେସ୍‍ ଷ୍ଟିଲ୍‍ ବାସନ ବହୁତ ଦିନରୁ ଆମ ରୋଷଇଘରେ ବ୍ୟବହୃତ ହୋଇ ଆସୁଛି। ଏହା ଏକ ମିଶ୍ର ଧାାତୁ ଯେଉଁଥିରେ ଲୁହା, କ୍ରୋମିୟମ, ନିକେଲ, ମଲିବ୍‍ଡେନମ ଏବଂ ମାଙ୍ଗନିଜ୍‍ ଭଳି ଧାତୁ ବ୍ୟବହାର କରାଯାଏ। କିନ୍ତୁ କେଉଁ ପଦାର୍ଥ କେତେ ରହିବା ଆବଶ୍ୟକ ତାହାକୁ ସ୍ଥିର କରିଛି ମାନକ ବ୍ୟୁରୋ। ଏଥିରେ ବ୍ୟବହୃତ ପଦାର୍ଥ, ଏହାର ତିଆରି ଶୈଳୀ, ଦକ୍ଷତା ପ୍ରଭୃତିକୁ ବିଚାର କରି ବିଆଇଏସ୍‍ ପକ୍ଷରୁ ଆଇଏସ୍‍ଆଇ ମାନ୍ୟତା ପ୍ରଦାନ କରାଯିବ ବୋଲି ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି। 

ସେହିପରି ଆଲୁମିନିୟମ ଧାତୁ ନିର୍ମିତ ରୋଷେଇ ଉପକରଣକୁ ଏହାର ମୋଟେଇ, ବ୍ୟବହୃତ ପଦାର୍ଥର ଗ୍ରେଡ୍‍, ଡିଜାଇନ ଏବଂ ଦକ୍ଷତା ଭିତ୍ତିରେ ସେଗୁଡ଼ିକୁ ଆଇଏସ‍ଆଇ ମାନ୍ୟତା ପ୍ରଦାନ କରାଯିବାକୁ ସ୍ଥିର କରାଯାଇଛି ।ସରକାରଙ୍କ ଏହି ଉଦ୍ୟମ ଆଗକୁ  ଦେଶରେ ଗୁଣାତ୍ମକ ଉତ୍ପାଦ ବିକ୍ରି ପାଇଁ ଶିଳ୍ପଗୁଡ଼ିକୁ ପ୍ରୋତ୍ସାହିତ କରିବା ସହ ଏଗୁଡ଼ିକ ବ୍ୟବସାୟକୁ ମଜଭୁତ କରିବ ବୋଲି ଆଶା କରାଯାଇଛି। କିନ୍ତୁ ଆଲୁମିନିୟମ ଉତ୍ପାଦ ପ୍ରସ୍ତୁତ କରୁଥିବା ଘରୋଇ  ଏବଂ କ୍ଷୁଦ୍ର ଅନୁଷ୍ଠାନଗୁଡ଼ିକ ଏଥିରେ ପ୍ରଭାବିତ ହେବାର ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି।