Road Accident: ତୀର୍ଥଯାତ୍ରା ହେଲା ଶେଷଯାତ୍ରା , ସଡ଼କ ଦୁର୍ଘଟଣାରେ ୧୨ ମୃତ
Advertisement
Article Detail0/zeeodisha/odisha1916237

Road Accident: ତୀର୍ଥଯାତ୍ରା ହେଲା ଶେଷଯାତ୍ରା , ସଡ଼କ ଦୁର୍ଘଟଣାରେ ୧୨ ମୃତ

Road Accident: ଏମିତି ବି ଆସେ ମୃତ୍ୟୁ । ତିର୍ଥ ଯାତ୍ରା ହେଲା ଶେଷ ଯାତ୍ରା(Road Accident)। କଣ୍ଟେନର ସହ ଧକ୍କା ହେଲା ମିନି ଭ୍ୟାନ। ଏହି ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୨ ଜଣଙ୍କର ତିର୍ଥ ଯାତ୍ରୀଙ୍କ (12 killed) ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

ସୌଜନ୍ୟ- ସୋସିଆଲ ମିଡି଼ଆ

Road Accident: ଏମିତି ବି ଆସେ ମୃତ୍ୟୁ । ତିର୍ଥ ଯାତ୍ରା ହେଲା ଶେଷ ଯାତ୍ରା(Road Accident)। କଣ୍ଟେନର ସହ ଧକ୍କା ହେଲା ମିନି ଭ୍ୟାନ। ଏହି ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୨ ଜଣଙ୍କର ତିର୍ଥ ଯାତ୍ରୀଙ୍କ (12 killed) ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଆରମ୍ଭ କରିଛି। ମହାରାଷ୍ଟ୍ରର (Maharashtra)ର ଅରଙ୍ଗାବାଦ୍ -ନାସିକ୍ ହାଇଓ୍ବେରେ  ଏହି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। 

ସୂଚନା ଅନୁସାରେ, ମହାରାଷ୍ଟ୍ରର ଅରଙ୍ଗାବାଦ୍ ଶୈଲାନୀ ବାବାଙ୍କ ପୀଠରୁ ଦର୍ଶନ ସାରି ତିର୍ଥଯାତ୍ରୀ ଏକ ମିନି ଭ୍ୟାନରେ ଫେରୁଥିଲେ। ତିର୍ଥ ଯାତ୍ରୀଙ୍କୁ ନେଇ ଏହି ମିନି ଭ୍ୟାନ୍ ନାଶିକ୍ ଫେରୁଥିଲା । କିନ୍ତୁ ହଠାତ୍ ଅରଙ୍ଗାବାଦ୍ -ନାସିକ୍ ହାଇଓ୍ବେରେ (Aurangabad-NashikHwy Maharashtra) ଏକ କଣ୍ଟେନର ଭ୍ୟାନକୁ ସାମ୍ନାପଟୁ ଧକ୍କା ଦେଇଥିଲା । ଘଟଣାସ୍ଥାଳରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲା। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବଢିବା ଆଶଙ୍କା କରାଯାଉଛି। ସେପଟେ, ଏହି ଦୁର୍ଘଟଣାକୁ ନେଇ  ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଦୁଃଖ ପ୍ରକାଶ କରିଛନ୍ତି। ଏବଂ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି । ଏବଂ ଏହି ଦୁର୍ଘଟଣାର ତଦନ୍ତ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ଗତକାଲି ମଧ୍ୟ ଏହିପରି ଏକ ଭୟଙ୍କର ଦୁର୍ଘଟଣା ଘଟିଥିଲା। ହସ ଖୁସିରେ ତିନି ଜଣ ଟିଉସନରୁ ଘରକୁ ଫେରୁଥିଲେ। କିନ୍ତୁ ଅଧା ରାସ୍ତାରେ ତିନି ଜଣଙ୍କ ଉପରେ ଚଢିଗଲା ପିକଅପ୍ ଭ୍ୟାନ୍।  କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ରଣ ଶଙ୍ଖଠାରେ ଘଟିଛି ଏହି ଭୟଙ୍କର ସଡ଼କ ଦୁର୍ଘଟଣା (road accident in Banki)। ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ( 2 minors dead 1 critical in road accident in Banki )। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତକ ଛାତ୍ରମାନେ ଦଶମ ଶ୍ରେଣୀ ଛାତ୍ର ବୋଲି ଜଣାପଡିଛି । ଗୁରୁତର ଥିବା ଛାତ୍ରଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଛି।

ସୂଚନା ଅନୁସାରେ, ବାଙ୍କୀ ଥାନା ଅଞ୍ଚଳର ତିନି ଜଣ ଛାତ୍ର ଟିଉସନ୍ ସାରି ହସ ଖୁସିରେ ଏକ ବାଇକରେ ନିଜ ଘରକୁ ଫେରୁଥିଲେ। ରଣ ଶଙ୍ଖଠାରେ ପହଞ୍ଚିବା ସମୟରେ ଏକ ପିକଅପ୍ ଭ୍ୟାନ୍ ସାମ୍ନାପଟୁ ଆସି ବାଇକକୁ ଧକ୍କା ଦେଇଥିଲେ। ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟଜଣେ ଗୁରୁତର ହୋଇ ପଡିଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡି଼କାଲରେ ଭର୍ତ୍ତି କରିଛି। ଏବଂ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଛି। ଦୁଇ ମୃତକଙ୍କ ଘର ହରିଦାସପୁରରେ ହୋଇଥିବା ବେଳେ ଗୁରୁତରଙ୍କ ଘର ଶୁଖୁଆଖଳାରେ ବୋଲି ସୂଚନା ମିଳିଛି। ପୋଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।