ମାଟିତଳୁ ମିଳିଥିଲା ଆଧାର କାର୍ଡ: ଡାକବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ
Advertisement
Article Detail0/zeeodisha/odisha1300222

ମାଟିତଳୁ ମିଳିଥିଲା ଆଧାର କାର୍ଡ: ଡାକବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ

ମାଟି ତଳୁ ଉଦ୍ଧାର ହୋଇଥିବା ଆଧାର କାର୍ଡ ଚନ୍ଦ୍ରଗିରି ପଞ୍ଚାୟତ ଓ ଜିରାଙ୍ଗ ପଞ୍ଚାୟତ ବାସୀଙ୍କ ନାମ ଓ ଠିକଣା ରହିଥିଲା । ବର୍ଷ ବର୍ଷ ଧରି ହିତାଧିକାରୀ ମାନେ ଆଧାର କାର୍ଡ ଆବେଦନ କରିଥିବା ବେଳେ ଏପର୍ଯ୍ୟନ୍ତ ଡାକ ବିଭାଗ ପକ୍ଷରୁ ମିଳିନଥିଲା ।

ମାଟିତଳୁ ମିଳିଥିଲା ଆଧାର କାର୍ଡ: ଡାକବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ

ମୋହନା (ପ୍ରେମାନନ୍ଦ ପୁଜାରୀ): ମୋହନା ବ୍ଳକ ଜିରାଙ୍ଗ ପଞ୍ଚାୟତର ଡରାବ ଗ୍ରାମରେ ଗତକାଲି ମାଟି ତଳୁ ହଜାର ହଜାର ଆଧାର କାର୍ଡ ଉଦ୍ଧାର ଘଟଣାରେ ଡାକ ବିଭାଗୀୟ କର୍ତ୍ତୃପକ୍ଷ ନେଲେ କାର୍ଯ୍ୟାନୁଷ୍ଠାନ। ଡରାବ ସବ ପୋଷ୍ଟ ମାଷ୍ଟର ପର୍ସୁଧର ରଣସିଂଙ୍କୁ ନିଲମ୍ବନ କଲେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଡାକ ସେବା ନିରୀକ୍ଷକ ରବିନ କୁମାର ପାଣିଗ୍ରାହୀ। ବର୍ଷ ବର୍ଷ ଧରି ବିଭିନ୍ନ ଲୋକଙ୍କ ନାମରେ ଆସୁଥିବା ଆଧାର କାର୍ଡକୁ ନଦେଇ ମାଟି ତଳେ ସମୃକ୍ତ ସବପୋଷ୍ଟ ମାଷ୍ଟର ରଣସିଂ ପୋତି ଦେଇଥିବା ନେଇ ଅଭିଯୋଗ କରିଥିଲେ ସ୍ଥାନୀୟ ଅଞ୍ଚଳବାସୀ।

ଯାହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ଗଣମାଧ୍ୟମରେ ନିବେଦନ କରିଥିଲେ । ଯାହକୁ ଭିତ୍ତି କରି ଗତକାଲି ଅପରାହ୍ନରେ ଡାକ ବିଭାଗୀୟ ଏକ  ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ ଏବଂ ଆଜି ସବପୋଷ୍ଟମାଷ୍ଟରକୁ ନିଲମ୍ବିତ କରାଯାଇଥିବା ନେଇ ବିଭାଗ ପକ୍ଷରୁ ସୂଚନା ମିଳିଛି । 

ମାଟି ତଳୁ ଉଦ୍ଧାର ହୋଇଥିବା ଆଧାର କାର୍ଡ ଚନ୍ଦ୍ରଗିରି ପଞ୍ଚାୟତ ଓ ଜିରାଙ୍ଗ ପଞ୍ଚାୟତ ବାସୀଙ୍କ ନାମ ଓ ଠିକଣା ରହିଥିଲା । ବର୍ଷ ବର୍ଷ ଧରି ହିତାଧିକାରୀ ମାନେ ଆଧାର କାର୍ଡ ଆବେଦନ କରିଥିବା ବେଳେ ଏପର୍ଯ୍ୟନ୍ତ ଡାକ ବିଭାଗ ପକ୍ଷରୁ ମିଳିନଥିଲା । ଅତିଆବଶ୍ୟକତା କୁ ଦୃଷ୍ଟି ରେ ଅଧିକ ଖର୍ଚ୍ଚାନ୍ତ ହୋଇ ବିଭିନ୍ନ ଏନସେବାକେନ୍ଦ୍ରରୁ ଅନଲାଇନରେ ଆଧାର କାର୍ଡ ଡାଉନଲୋଡ କରି ସରକାରୀ ଯୋଜନା ଆବେଦନ କରିଆସୁଥିବା ବେଳେ ଅନେକ ହିତାଧିକାରୀଙ୍କ ମୋବାଇଲ ନମ୍ବର ଆଧାର କାର୍ଡରେ ସଂଲଗ୍ନ ନଥିବାରୁ ଏବେ ବି ଆଧାର କାର୍ଡ ପାଇବାରରୁ ବଞ୍ଚିତ ହେବା ସହ ବିଭିନ୍ନ ସରକାରୀ ସାମାଜିକ କଲ୍ୟାଣ ଯୋଜନାରେ ମିଳୁଥିବା ସୁବିଧାରୁ ବଞ୍ଚିତ ଅଛନ୍ତି । 

ତେବେ ଯଦି ଲୋକଙ୍କ ପାଇଁ ଆସୁଥିବା ଆଧାର କାର୍ଡକୁ କାହିଁକି ନଦେଇ  କେହି ପୋତିଦେଇଥିଲେ ତାହା ଜନସାଧାରଣଙ୍କ ମଧ୍ୟରେ ବିରାଟ ପ୍ରଶ୍ନ ବାଚୀ ସୃଷ୍ଟି କରିଛି । ଡେରବା ଡାକଘରର ଏଭଳି ଚରମ ଅବହେଳା ସାଙ୍ଘାତିକ।ଭାବେ ସାମ୍ନାକୁ ଆସିଥିବା ବେଳେ ଏଭଳି ଅନ୍ୟ କୈଣସି ସ୍ଥାନରେ ଯେପରି ନଘଟେ ସେଥିପାଇଁ ଡାକ ବିଭାଗ ଗୁରୁତ୍ୱପୂର୍ଣ୍ଣ ଭାବେ ଦାୟିତ୍ୱସଂପୂର୍ଣ୍ଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।