Odisha 10th Matric Result Out Live Updates: ଛାତ୍ରଙ୍କୁ ପଛରେ ପକାଇଲେ ଛାତ୍ରୀ
Advertisement

Odisha 10th Matric Result Out Live Updates: ଛାତ୍ରଙ୍କୁ ପଛରେ ପକାଇଲେ ଛାତ୍ରୀ

ନମସ୍କାର ବନ୍ଧୁଗଣ। ଆଜି ପ୍ରକାଶ ପାଇବାକୁ ଯାଉଛି ମାଟ୍ରିକ ରେଜଲ୍ଟ। ମାଟ୍ରିକ ରେଜଲ୍ଟ ସମ୍ବନ୍ଧୀୟ ଟିକିନିକି ଖବର ଜାଣିବା ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। 

Odisha 10th Matric Result Out Live Updates: ଛାତ୍ରଙ୍କୁ ପଛରେ ପକାଇଲେ ଛାତ୍ରୀ
LIVE Blog

ନମସ୍କାର ବନ୍ଧୁଗଣ। ଆଜି ପ୍ରକାଶ ପାଇବାକୁ ଯାଉଛି ମାଟ୍ରିକ ରେଜଲ୍ଟ। ମାଟ୍ରିକ ରେଜଲ୍ଟ ସମ୍ବନ୍ଧୀୟ ଟିକିନିକି ଖବର ଜାଣିବା ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। 

କଟକ: ଆଜି ପ୍ରକାଶ ପାଇବ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ। ଆଉ କିଛି ସମୟର ଅପେକ୍ଷା। ଦିନ ୧୦ଟାରେ ପରୀକ୍ଷା ଫଳ ପ୍ରକାଶ ପାଇବ । ଦିନ ୧୨ଟା ସୁଦ୍ଧା ଛାତ୍ରଛାତ୍ରୀମାନେ ରେଜଲ୍ଟ ଜାଣିପାରିବେ । ୱେବସାଇଟ୍କୁ ଯାଇ କିମ୍ବା ଏସ୍ଏମ୍ଏସ୍ କରି ପରୀକ୍ଷା ଫଳ ଜାଣିହେବ ।

18 May 2023
10:20 AM

3222 ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି। 

10:14 AM

ଚଳିତ ବର୍ଷ ଏ୧ ବର୍ଗରେ ମୋଟ ୪,୧୫୮ ପିଲା ପାସ କରିଛନ୍ତି। ସେହିପରି ଏ୨ ବର୍ଗରେ ମୋଟ ୨୯,୮୩୮ ପିଲା ପାସ କରିଛନ୍ତି। ବି୧ ବର୍ଗରେ ୭୭,୫୬୭ ପିଲା ପାସ କରିଛନ୍ତି। ବି୨ ବର୍ଗରେ ୧୧୮୭୫୦ ପିଲା ପାସ କରିଛନ୍ତି। 

10:10 AM

ମନ୍ତ୍ରୀ ପୁସ୍ତିକା ଉନ୍ମୋଚନ କଲେ ମନ୍ତ୍ରୀ ପ୍ରମିଳା ମଲିକ। ମୋଟ ପାସ ହାର ରହିଛି 96.40 ପ୍ରତିଶତ।

10:08 AM

କଟକ ଓ ଜଗତସିଂହପୁରରେ ପାସ ହାର ସର୍ବାଧିକ। 97.99 ପ୍ରତିଶତରେ ଏହି ଦୁଇ ଜିଲ୍ଲାରେ ପାସ କରିଛନ୍ତି। ସେହିପରି ମାଲକାନଗିରିରେ ସବୁଠାରୁ ସର୍ବନୀମ୍ନ ପାସ ହାର ରହିଛି। ଜିଲ୍ଲାରେ 92.68 ପ୍ରତିଶତ ପାସହାର ରହିଛି।

10:02 AM

ଚଳିତ ବର୍ଷ ପୁଅଙ୍କ ଅପେକ୍ଷା ଝିଅ ଆଗୁଆ ରହିଛି। 97.05 ପ୍ରତିଶତ ଝିଅ ପାସ କରିଛନ୍ତି। ପୁଅଙ୍କ ପାସ ହାର 95.75 ପ୍ରତିଶତ ରହିଛି।

10:01 AM

96.19 ପିଲା ପାସ କରିଛନ୍ତି

09:56 AM

ରେଜଲ୍ଟ ପୁସ୍ତିକା ଉନ୍ମୋଚନ କଲେ ମନ୍ତ୍ରୀ। ନିକଟରେ ଅଛନ୍ତି ସଚିବ ଓ ବୋର୍ଡ କର୍ତ୍ତୃପକ୍ଷ

09:52 AM

ସୂଚନାଯୋଗ୍ୟ ଚଳିତ ବର୍ଷ ୫ ଲକ୍ଷ ୪୧ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ମାର୍ଚ୍ଚ ୧୦ରୁ ପରୀକ୍ଷା ଆରମ୍ଭ ହୋଇ ୨୦ ତାରିଖରେ ଶେଷ ହୋଇଥିଲା । ୫୫ଟି ମୂଲ୍ୟାୟନ କେନ୍ଦ୍ରରେ ୧୩ ହଜାର ଶିକ୍ଷକ, ଶିକ୍ଷୟିତ୍ରୀ ପରୀକ୍ଷା ଖାତା ଦେଖାରେ ନିୟୋଜିତ ହୋଇଥିଲେ। ମାଟ୍ରିକ ରେଜଲ୍ଟ ସହ ଆଜି ଷ୍ଟେଟ୍ ଓପନ ସ୍କୁଲ ଓ ମଧ୍ୟମା ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ। 

09:51 AM

OR10 ଲେଖି ସ୍ପେଶ୍‌ ଦେବା ପରେ ନିଜ ରୋଲ୍ ନମ୍ବରକୁ ଟାଇପ୍‌ କରି 5676750 ନମ୍ବରକୁ ପଠାଇ ଜାଣିପାରିବେ। ପରୀକ୍ଷା ଫଳକୁ ନେଇ ଯଦି କୌଣସି ପରୀକ୍ଷାର୍ଥୀଙ୍କର କିଛି ଆପତ୍ତି ଅଭିଯୋଗ ଥାଏ ତେବେ ଗୋଟିଏ ମାସ ମଧ୍ୟରେ ସେମାନେ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଜଣାଇପାରିବେ। ସେଥିପାଇଁ ବୋର୍ଡ ପକ୍ଷରୁ ଏକ କଣ୍ଟ୍ରୋଲ ରୁମ୍ ନମ୍ବର ଜାରି କରାଯାଇଛି। ନମ୍ବରଟି ହେଲା ୦୬୭୧-୨୪୧୫୪୬୦। ​

09:48 AM

ବୋର୍ଡ କାର୍ଯ୍ୟାଳୟରେ ଫଳ ପ୍ରକାଶ ପାଇବାର ଦୁଇ ଘଣ୍ଟା ପରେ ଛାତ୍ରଛାତ୍ରୀମାନେ ଓ୍ୱେବସାଇଟ କିମ୍ବା ଏସଏମଏସ ଜରିଆରେ ଫଳ ଜାଣିପାରିବେ। ଦିନ ୧୨ଟାରୁ ଓ୍ୱେବସାଇଟ କିମ୍ବା ଏସଏମଏସ ଜରିଆରେ ପରୀକ୍ଷା ଫଳ ଜାଣିପାରିବେ। 

09:46 AM

ବୋର୍ଡ କାର୍ଯ୍ୟାଳୟରେ ପହଞ୍ଚିଲେ ମନ୍ତ୍ରୀ ଓ ସଚିବ। 

09:44 AM

ତୃଟିପୂର୍ଣ୍ଣ ପରୀକ୍ଷା ଫଳ ପ୍ରକାଶ କରିବାକୁ ପ୍ରୟାସ କରିଛି ବୋର୍ଡ। ଏଥିପାଇଁ ବୋର୍ଡ ଚାପରେ ରହିବା ସତ୍ତ୍ୱେ ପ୍ରୟାସ କରିଛନ୍ତି। 

09:43 AM

କଟକ ବୋର୍ଡ କାର୍ଯ୍ୟାଳୟରେ ଘୋଷଣା ହେବ ମାଟ୍ରିକ ପରୀକ୍ଷା ଫଳ। 

09:37 AM

ଚଳିତ ବର୍ଷ ୫ ଲକ୍ଷ ୪୧ ହଜାର ୨୪୭ ଜଣ ପିଲା ମାଟ୍ରିକ୍ ପରୀକ୍ଷା ଦେଇଛନ୍ତି । ୩ ହଜାର ୨୧୮ଟି କେନ୍ଦ୍ରରେ ମାଟ୍ରିକ୍ ପରୀକ୍ଷା ହୋଇଥିଲା । ରାଜ୍ୟରେ ୫୫ଟି ମୂଲ୍ୟାୟନ କେନ୍ଦ୍ରରେ ପରୀକ୍ଷାର୍ଥୀଙ୍କ ଉତର ଖାତାର ମୂଲ୍ୟାୟନ ଏପ୍ରିଲ ୩ ତାରିଖରୁ ଆରମ୍ଭ ହୋଇ ୧୨ ଦିନ ପର୍ଯ୍ୟନ୍ତ ଚାଲିଥିଲା ।

09:32 AM

ଦିନ ୧୨ଟା ସୁଦ୍ଧା ଛାତ୍ରଛାତ୍ରୀମାନେ ରେଜଲ୍ଟ ଜାଣିପାରିବେ। ୱେବସାଇଟ୍କୁ ଯାଇ କିମ୍ବା ଏସ୍ଏମ୍ଏସ୍ କରି ପରୀକ୍ଷା ଫଳ ଜାଣିହେବ। ୱେବସାଇଟ୍କୁ ଯାଇ କିମ୍ବା ଏସ୍ଏମ୍ଏସ୍ କରି ପରୀକ୍ଷା ଫଳ ଜାଣିହେବ। 

www.bseodisha.ac.inରେ ଛାତ୍ରଛାତ୍ରୀମାନେ ସେମାନଙ୍କର ପରୀକ୍ଷା ଫଳାଫଳ ଜାଣିପାରିବେ। ସେହିପରି ଏସ୍ଏମ୍ଏସ୍ ପାଇଁ ଓଆର୧୦ ଲେଖି ସ୍ପେସ୍ ଦେଇ ରୋଲ୍ ନମ୍ବର ଦେବାକୁ ପଡ଼ିବ । ଏହା ପରେ ୫୬୭୬୭୫୦କୁ ପଠାଇଲେ ରେଜଲ୍ଟ ମିଳିପାରିବ । 

09:31 AM

କଟକ: ଆଜି ପ୍ରକାଶ ପାଇବ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ। ଆଉ କିଛି ସମୟର ଅପେକ୍ଷା। ଦିନ ୧୦ଟାରେ ପରୀକ୍ଷା ଫଳ ପ୍ରକାଶ ପାଇବ । ଦିନ ୧୨ଟା ସୁଦ୍ଧା ଛାତ୍ରଛାତ୍ରୀମାନେ ରେଜଲ୍ଟ ଜାଣିପାରିବେ । ୱେବସାଇଟ୍କୁ ଯାଇ କିମ୍ବା ଏସ୍ଏମ୍ଏସ୍ କରି ପରୀକ୍ଷା ଫଳ ଜାଣିହେବ ।