World kidney day 2023: ସୁସ୍ଥ କିଡ଼ନୀ ପାଇଁ ବେଶ ଲାଭଦାୟୀ ଏହି ସବୁ ଖାଦ୍ୟ, ଆଜିଠୁ ଆରମ୍ଭ କରନ୍ତୁ ଖାଇବା
Advertisement
Article Detail0/zeeodisha/odisha1601825

World kidney day 2023: ସୁସ୍ଥ କିଡ଼ନୀ ପାଇଁ ବେଶ ଲାଭଦାୟୀ ଏହି ସବୁ ଖାଦ୍ୟ, ଆଜିଠୁ ଆରମ୍ଭ କରନ୍ତୁ ଖାଇବା

World kidney day 2023: କିଡ଼ନୀ ଆମ ଶରୀରର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ଅଟେ । ଯାହା ଆମ ଶରୀରରେ ଥିବା ଅପରିଷ୍କାର ରକ୍ତକୁ ସଫା କରିବା ସହ ଖାଦ୍ୟରେ ଥିବା ପୁଷ୍ଟିକର ତତ୍ତ୍ବକୁ ରକ୍ତକୁ ପଠାଇଥାଏ । କିଡ଼ନୀକୁ ନେଇ ସଚେତନତା ସୃଷ୍ଟି କରିବା ଲାଗି ପ୍ରତ୍ୟେକ ବର୍ଷ ମାର୍ଚ୍ଚ ମାସର ଦ୍ବିତୀୟ ଗୁରୁବାରକୁ ବିଶ୍ବ କିଡ଼ନୀ ଦିବସ ଭାବେ ପାଳନ କରାଯାଏ । ତେବେ ଆଜି ଆସନ୍ତୁ ଜାଣିବା କେଉଁ ଖାଦ୍ୟ ସାମଗ୍ରୀ ଖାଇବା ଦ୍ବାରା ଆମ କିଡ଼ନୀ ସୁସ୍ଥ ରହିଥାଏ ।  

ସୌ(ସୋସିଆଲ ମିଡିଆ)

World kidney day 2023: କିଡ଼ନୀ ଆମ ଶରୀରର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ଅଟେ । ଯାହା ଆମ ଶରୀରରେ ଥିବା ଅପରିଷ୍କାର ରକ୍ତକୁ ସଫା କରିବା ସହ ଖାଦ୍ୟରେ ଥିବା ପୁଷ୍ଟିକର ତତ୍ତ୍ବକୁ ରକ୍ତକୁ ପଠାଇଥାଏ । ଖାଲି ଏତିକି ନୁହେଁ ଶରୀରରେ ଥିବା ବର୍ଜ୍ୟବସ୍ତୁ ଗୁଡ଼ିକୁ ମୂତ୍ର ସାହାଯ୍ୟରେ କିଡ଼ନୀ ଶରୀରରୁ ବାହାରକରିଥାଏ । ଯେତେବେଳେ କିଡ଼ନୀ ସଠିକ ଭାବରେ କାମ କରିବାରେ ସକ୍ଷମ ହୋଇନଥାଏ ସେ ସମୟରେ ବର୍ଜ୍ୟବସ୍ତୁ ରକ୍ତରେ ଜମା ହେବା ଆରମ୍ଭ କରେ । ତେବେ ଲୋକମାନଙ୍କ ମଧ୍ଯରେ କିଡ଼ନୀକୁ ନେଇ ସଚେତନତା ସୃଷ୍ଟି କରିବା ଲାଗି ପ୍ରତ୍ୟେକ ବର୍ଷ ମାର୍ଚ୍ଚ ମାସର ଦ୍ବିତୀୟ ଗୁରୁବାରକୁ ବିଶ୍ବ କିଡ଼ନୀ ଦିବସ ଭାବେ ପାଳନ କରାଯାଏ । ତେବେ ୨୦୦୬ ମସିହାରେ ପ୍ରଥମେ ଏହି ଦିବସ ଇଣ୍ଟରନ୍ୟାସନାଲ ସୋସାଇଟି ଅଫ୍ ନେଫ୍ରୋଲୋଜି ଓ ଇଣ୍ଟରନ୍ୟାସନାଲ ଫେଡରେସନ ଅଫ କିଡ଼ନୀ ଫାଉଣ୍ତେସନ ଦ୍ବାରା ପାଳନ କରାଯାଇଥିଲା । ତେବେ ପ୍ରାରମ୍ଭିକ ପର୍ଯ୍ୟୟରେ ପ୍ରାୟ ୬୬ଟି ଦେଶରେ ଏହା ପାଳନ କରାଯାଇଥିଲା ପରେ ୨ ବର୍ଷ ପରେ ଏହି ସଂଖ୍ଯା ୮୮ରେ ପହଞ୍ଚିଥିଲା । ତେବେ କିଡ଼ନୀ ମହତ୍ତ୍ବ, ଏହାକୁ ପ୍ରଭାବିତ କରୁଥିବା ରୋଗ ନେଇ ସଚେତନତା ସୃଷ୍ଟି କରିବା ଲାଗି ଏହି ଦିବସ ପାଳନ କରାଯାଇଥାଏ । ଯଦିଓ କିଡ଼ନୀ ନିଜେ ଡ଼ିଟକ୍ସ କରିପାରେ କିନ୍ତୁ ଯଦି ଆପଣଙ୍କର ମଧୁମେୟ, ଉଚ୍ଚରକ୍ତଚାପ, ମେଦବହୁଳତାର ଅଛି ତାହାଲେ ଏପରି ପରିସ୍ଥିତିରେ ଆପଣ ଜୀବନଶୈଳୀ ଓ ଖାଦ୍ୟପେୟରେ ଆବଶ୍ୟକୀୟ ପରିବର୍ତ୍ତନ କରି କିଡ଼ନୀକୁ ଡ଼ିଟକ୍ସ କରିପାରିବେ। ତେବେ ଆସନ୍ତୁ ଜାଣିବା କେଉଁ ଖାଦ୍ୟ ସାମଗ୍ରୀ ଖାଇବା ଦ୍ବାରା ଆମ କିଡ଼ନୀ ସୁସ୍ଥ ରହିଥାଏ ।  

ପିଆଜ- ପିଆଜରେ ସୋଡିୟମ୍ ମାତ୍ରା କମ୍ ରହିଥିବା ବେଳେ ଭିଟାମିନ୍ ସି, ମାଙ୍ଗାନିଜ୍, ବି ଭିଟାମିନ୍ ଓ ଫାଇବର ଭରପୂର ମାତ୍ରାରେ ରହିଥାଏ । ଯାହା ହଜମ  ପ୍ରକ୍ରିୟା ପାଇଁ ବେଶ ସହାୟକ ହେବାସହ କିଡନୀ ପାଇଁ ମଧ୍ୟ ଲାଭଦାୟୀ ହୋଇଥାଏ ।

ଅଣ୍ତାର ଧଳା ଅଂଶ- ଏଥିରେ ଥିବା ଆମିନୋ ଏସିଡ୍ ଓ ଫସଫରସ୍ ମଧ୍ୟ କିଡନୀକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । ଅଣ୍ଡାର ଧଳା ଅଂଶ ଖାଇବା ଦ୍ୱାରା କିଡ଼ନୀକୁ ସଠିକ୍ ପରିମାଣର ପ୍ରୋଟିନ୍ ମିଳିଥାଏ । ଏଥିରେ ଅଳ୍ପ ପରିମାଣର ଫସଫରସ୍ ଥିବାରୁ ଡାଏଲିସିସରେ ଥିବା ଲୋକମାନେ ଏହାକୁ ଖାଇବା ଅତ୍ୟନ୍ତ ଆବଶ୍ୟକ ।

ଜାମୁନ- ଜାମୁନରେ ଆଣ୍ଟି-ଅକ୍ସିଡାଣ୍ଟର ଭଣ୍ଡାର ଅଟେ । ଏଥିରେ ଅନେକ ସୋଡିୟମ୍, ପୋଟାସିୟମ୍ ଓ ଫସଫରସ୍ ବହୁ ମାତ୍ରାରେ ରହିଥାଏ । ଏହା କିଡନୀକୁ ଡିଟକ୍ସାଇଫ କରିବା ସହ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ।

ଦଲିଆ- ଦଲିଆ ହେଉଛି ଗହମରୁ ପ୍ରସ୍ତୁତ ଏକ ଖାଦ୍ୟ । ଏଥିରେ ଫସଫରସ୍ ଓ ପୋଟାସିୟମର ମାତ୍ରା ବେଶ ଅଧିକ ରହିଥାଏ । ଏଥିରେ ଭିଟାମିନ୍ ବି, ମାଙ୍ଗାନିଜ୍, ଆଇରନ୍ ଓ ମ୍ୟାଗ୍ନେସିୟମ୍ ମହଜୁତ ଥାଏ । ଏଥିରେ ଥିବା ପ୍ରାକୃତିକ ଫାଇବର ଥିବାରୁ ଏହା ହଜମ କରିବା ଅତି ସହଜ ହୋଇଥାଏ। ଏକ ସୁସ୍ଥ କିଡନୀ ପାଇଁ ଦଲିଆ ଏହା ଅତ୍ୟନ୍ତ ଲାଭଦାୟୀ ହୋଇଥାଏ ।

ମୂଳା- ମୂଳାରେ ଭିଟାମିନ୍ ସି ଓ ଆଣ୍ଟି-ଅକ୍ସିଡାଣ୍ଟ ଭରପୂର ମାତ୍ରାରେ ରହିଥାଏ । ଏହାକୁ ଖାଇବା ଦ୍ବାରା କିଡ଼ନୀ ସୁସ୍ଥ ରହିଥାଏ ।

ଏହାମଧ୍ଯ ପଢନ୍ତୁ- Kidney Disease: ଏହି ୫ଟି ଉପାୟରେ ସୁସ୍ଥ ରଖନ୍ତୁ କିଡନୀ, କେବେ ବି ହେବ ନାହିଁ ଡେମେଜ୍, ରହିବେ ପୂରା ଫିଟ୍

ପ୍ରତ୍ୟାଖ୍ୟାନ: ସଂପୃକ୍ତ ପ୍ରବନ୍ଧଟି ପାଠକଙ୍କ ସୂଚନା ଓ ସଚେତନତା ପାଇଁ । ଜି ଓଡ଼ିଶା ନ୍ୟୁଜ୍ ଏପରି ଦାବିକୁ ନିଶ୍ଚିତ କରେ ନାହିଁ । ଏହାକୁ ଗ୍ରହଣ କରିବା ପୂର୍ବରୁ ଏହି ବିଷୟରେ ଡାକ୍ତରୀ ପରାମର୍ଶ ନେବାକୁ ଆମେ ନମ୍ରତାର ସହିତ ଅନୁରୋଧ କରୁଛୁ । ଆମର ଉଦ୍ଦେଶ୍ୟ କେବଳ ଆପଣଙ୍କୁ ସୂଚନା ପ୍ରଦାନ କରିବା ।)