World Food Day : ଭୋକରେ ମରୁଛି ଭାରତ
Advertisement
Article Detail0/zeeodisha/odisha1397278

World Food Day : ଭୋକରେ ମରୁଛି ଭାରତ

World Food Day : ଆଜି ବିଶ୍ବ ଖାଦ୍ୟ ଦିବସ ଦିବସ । ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲ୍ୟୁଏଫ୍‌ପି) ଓ ଇଣ୍ଟର୍‌ନ୍ୟାସନାଲ୍‌ ଫଣ୍ଡ ଫର୍‌ ଏଗ୍ରିକଲ୍‌ଚର ଡେଭ୍‌ଲପ୍‌ମେଣ୍ଟ ଦ୍ୱାରା ଏହି ଦିବସ ମଧ୍ୟ ପାଳନ କରାଯାଉଛି । ପ୍ରତ୍ୟକ ବର୍ଷ ଖାଦ୍ୟ ଦିବସର କିଛି ନା କିଛି ଥିମ୍ ଥାଏ ।

ସୌଜନ୍ୟ : ସୋସିଆଲ ମିଡିଆ

World Food Day : ଆଜି ବିଶ୍ବ ଖାଦ୍ୟ ଦିବସ ଦିବସ (World Food Day 2022) । ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ(ଏଫ୍‌ଏଓ)ର ପ୍ରତିଷ୍ଠା ଦିବସ ସ୍ମୃତିରେ ପ୍ରତି ବର୍ଷ ଅକ୍ଟୋବର ୧୬ ତାରିଖରେ ପାଳିତ ହୁଏ ବିଶ୍ୱ ଖାଦ୍ୟ ଦିବସ । ବିଶ୍ୱରେ କ୍ଷୁଧା ଓ ଅନାହାର ନିୟନ୍ତ୍ରଣ କରିବା ଏହି ଦିବସର ଲକ୍ଷ୍ୟ । ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲ୍ୟୁଏଫ୍‌ପି) ଓ ଇଣ୍ଟର୍‌ନ୍ୟାସନାଲ୍‌ ଫଣ୍ଡ ଫର୍‌ ଏଗ୍ରିକଲ୍‌ଚର ଡେଭ୍‌ଲପ୍‌ମେଣ୍ଟ ଦ୍ୱାରା ଏହି ଦିବସ ମଧ୍ୟ ପାଳନ କରାଯାଉଛି । ପ୍ରତ୍ୟକ ବର୍ଷ ଖାଦ୍ୟ ଦିବସର କିଛି ନା କିଛି ଥିମ୍ ଥାଏ । ତେବେ, ଚଳିତ ବର୍ଷର ଥିମ ରହିଛି, ଲିଭ୍ ନୋ ଓ୍ବାନ୍ ବିହାଇଣ୍ତ (Leave No One Behind)। 

ଖାଦ୍ୟ,ବସ୍ତ୍ର, ବାସଗୃହ ମଣିଷର ମୌଳିକ ଅଧିକାର । କିନ୍ତୁ ଆପଣ ଜାଣନ୍ତି କି ସମଗ୍ର ବିଶ୍ୱରେ ବହୁତ ସଂଖ୍ୟକ ଲୋକ ଅଛନ୍ତି ଯେଉଁମାନେ ପ୍ରତିଦିନ ପର୍ଯ୍ୟାପ୍ତ ଖାଦ୍ୟ ପାଆନ୍ତି ନାହିଁ । ଯଦିଓ ପୁଷ୍ଟିହୀନତା ଦୂରେଇବା ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ସୁସ୍ଥ ଖାଦ୍ୟର ପହଞ୍ଚାଇବା ପାଇଁ ଉଭୟ ସରକାରୀ ଏବଂ ବେସରକାରୀ ସ୍ତରରେ ବିଶ୍ବର ପ୍ରାୟ ସମସ୍ତ ଦେଶରେ ପ୍ରୟାସ କରାଯାଉ ଥିଲେ ମଧ୍ୟ ଆଜି ବି ଅନେକ ବ୍ୟକ୍ତି ଖାଦ୍ୟ ଅଭାବର ଶିକାର ହେଉଛନ୍ତି । ପ୍ରତ୍ୟେକ ଭୋକିଲା ଏବଂ ଅଭାବୀ ବ୍ୟକ୍ତି ସୁସ୍ଥ ଖାଦ୍ୟ ପାଇବା, ଖାଦ୍ୟ ବର୍ଜ୍ୟବସ୍ତୁ ହ୍ରାସ କରିବା ଏବଂ ଖାଦ୍ୟ ଉତ୍ପାଦନ ଏବଂ କୃଷିକୁ ପ୍ରୋତ୍ସାହିତ କରିବା ଉଚିତ । ଏହି ଦିଗରେ ଉଦ୍ୟମ ବୃଦ୍ଧି କରିବା ଉଚିତ । ଏଥିପାଇଁ ବିଶ୍ୱ ସଚେତନତା ତଥା କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ବିଶ୍ୱ ଖାଦ୍ୟ ଦିବସ ପ୍ରତିବର୍ଷ ଆଜିର ଦିନ ଅର୍ଥାତ୍ ଅକ୍ଟୋବର 16 ରେ ପାଳନ କରାଯାଏ ।

ବିଶ୍ୱ ଖାଦ୍ୟ ଦିବସ (World Food Day) ପ୍ରତିବର୍ଷ ଅକ୍ଟୋବର ୧୬ ତାରିଖ ଦିନ ସାରା ବିଶ୍ୱରେ ପାଳିତ ହୁଏ । ମିଳିତ ଜାତିସଂଘଦ୍ୱାରା ୧୯୪୫ ମସିହାରେ ଖାଦ୍ୟ ଏବଂ କୃଷି ସଂଗଠନର ସ୍ଥାପନା ଦିବସକୁ ସମ୍ମାନ ଜଣାଇ ଏହି ଦିନକୁ ବିଶ୍ୱ ଖାଦ୍ୟ ଦିବସ ରୂପେ ଘୋଷଣା କରାଯାଇଛି । ନଭେମ୍ବର ୧୯୭୯ ମସିହାରେ ଖାଦ୍ୟ ଏବଂ କୃଷି ସଂଗଠନର ସଦସ୍ୟ ରାଷ୍ଟ୍ରମାନଙ୍କଦ୍ୱାରା ଏହି ସଂଗଠନର ୨୦ତମ ସମ୍ମିଳନୀରେ ଏହି ଦିବସ ପାଲନ କରିବା ନିଷ୍ପତ୍ତି ନିଆଯାଇଥିଲା । ପ୍ରାକ୍ତନ ହଙ୍ଗେରିଆନ କୃଷି ଏବଂ ଖାଦ୍ୟ ମନ୍ତ୍ରୀ ଡଃ ପାଲ ରମାନୀଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳ ଖାଦ୍ୟ ଏବଂ କୃଷି ସଂଗଠନର ୨୦ତମ ସମ୍ମିଳନୀରେ ଏକ ସକ୍ରୀୟ ଭୂମିକା ଗ୍ରହଣ କରି ଏ ସଂକ୍ରାନ୍ତରେ ଏକ ବିଚାର ବ୍ୟକ୍ତ କରିଥିଲେ । ଏହା ଉକ୍ତ ସମ୍ମିଳନୀରେ ଗୃହୀତ ହେବା ପରେ ବିଶ୍ୱର ୧୫୦ରୁ ଅଧିକ ଦେଶ ପ୍ରତିବର୍ଷ ଅକ୍ଟୋବର ୧୬ ତାରିଖକୁ ବିଶ୍ୱ ଖାଦ୍ୟ ଦିବସ ରୁପେ ପାଳନ କରୁଛନ୍ତି । ଖାଦ୍ୟାଭାବ ତଥା ଦାରିଦ୍ର‍୍ୟ ଜନିତ ସମସ୍ୟା ତଥା ଏହାର ନିରାକରଣ ସମ୍ପର୍କରେ ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କରିବା ଏହାର ମୂଳ ଲକ୍ଷ୍ୟ।

ଚଳିତ ବର୍ଷର ବିଶ୍ୱ କ୍ଷୁଧା ସୂଚକାଙ୍କ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ୧୨୧ ଦେଶଙ୍କୁ ସାମିଲ କରାଯାଇଛି। ଏଥିରେ ଭାରତର ସ୍ଥାନ ୧୦୭ ନମ୍ବରରେ ରହିଥିବା ଜଣାପଡି଼ଛି। ଦକ୍ଷିଣ ଏସିଆରେ ଆଫଗାନିସ୍ତାନ ବ୍ୟତୀତ ପ୍ରାୟ ସମସ୍ତ ଦେଶ ପଛରେ ରହିଛି ଭାରତ। ବିଶ୍ୱ କ୍ଷୁଧା ସୂଚକାଙ୍କ (Global Hunger Index) ତାଲିକାରେ ଭାରତର ପଡୋଶୀ ଦେଶ ଶ୍ରୀଲଙ୍କା, ନେପାଳ, ପାକିସ୍ତାନ, ଆଫଗାନିସ୍ତାନ ଯଥାକ୍ରମେ ୬୪, ୮୧, ୯୯, ୧୦୯ ତମ ସ୍ଥାନରେ ରହିଛି। ଏହି ସମସ୍ତ ଦେଶକୁ ମିଶାଇ ଚୀନ ସାମୂହିକ ରୂପରେ ପ୍ରଥମରୁ ୧୭ ତମ ସ୍ଥାନରେ ରହିଛି। ଏହି ସୂଚକାଙ୍କ ଗଣନା ଶୂନରୁ ୧୦୦ ପଏଣ୍ଟ ମଧ୍ୟରେ ହୋଇଥାଏ। ଯେଉଁଠାରେ ଶୂନ ହେଉଛି ସର୍ବୋତ୍ତମ ସ୍କୋର। କ୍ଷୁଧା ସୂଚକାଙ୍କ ତାଲିକାରେ ଭାରତର ସ୍କୋର ୨୯.୧ ରହିଥିବା ଜଣାପଡ଼ିଛି। ଗତ ବର୍ଷ ପ୍ରକାଶ ପାଇଥିବା ବିଶ୍ୱ କ୍ଷୁଧା ସୂଚକାଙ୍କ ତାଲିକାରେ ଭାରତ ୧୦୧ ତମ ସ୍ଥାନରେ ରହିଥିଲା।