Green Peas Benefits: ଶୀତଦିନେ ଖାଆନ୍ତୁ ଗ୍ରୀନ୍ ମଟର, ଶରୀରକୁ ମିଳିବ ଏହି ସବୁ ଲାଭ
Advertisement

Green Peas Benefits: ଶୀତଦିନେ ଖାଆନ୍ତୁ ଗ୍ରୀନ୍ ମଟର, ଶରୀରକୁ ମିଳିବ ଏହି ସବୁ ଲାଭ

Green Peas Benefits: ଗ୍ରୀନ୍ ମଟର (Green Peas) ବା ସବୁଜ ମଟର ଯାହା ସାଧାରଣତଃ ଶୀତଦିନେ ବଜାରରେ ସହଜରେ ମିଳିଥାଏ। ଏଥିରେ ପ୍ରଚୁର ପରିମାଣରେ   ପ୍ରୋଟିନ, କାର୍ବୋହାଇଡ୍ରେଟ୍ସ, ଫାଇବର, କ୍ୟାଲସିୟମ, ଆଇରନ୍ ଓ ଭିଟାମିନ୍ସ  ଭରପୁର ପରିମାଣରେ ରହିଛି।  ତେବେ, ଆସନ୍ତୁ ଜାଣିବା ଏହାକୁ ଖାଇବା ଦ୍ବାରା ଆଉ କଣ ସବୁ ଫାଇଦା ମିଳିଥାଏ।...

Green Peas Benefits: ଶୀତଦିନେ ଖାଆନ୍ତୁ ଗ୍ରୀନ୍ ମଟର, ଶରୀରକୁ ମିଳିବ ଏହି ସବୁ ଲାଭ

Green Peas Benefits: ଗ୍ରୀନ୍ ମଟର (Green Peas) ବା ସବୁଜ ମଟର ଯାହା ସାଧାରଣତଃ ଶୀତଦିନେ ବଜାରରେ ସହଜରେ ମିଳିଥାଏ। ଏଥିରେ ପ୍ରଚୁର ପରିମାଣରେ   ପ୍ରୋଟିନ, କାର୍ବୋହାଇଡ୍ରେଟ୍ସ, ଫାଇବର, କ୍ୟାଲସିୟମ, ଆଇରନ୍ ଓ ଭିଟାମିନ୍ସ  ଭରପୁର ପରିମାଣରେ ରହିଛି। ସାଧାରଣତଃ କେତେକ ଲୋକେ ଏହାକୁ ଭଜା ବା ତରକାରୀ କରି ଖାଇଥାଆନ୍ତି । ଆଉ କେତେକ ଲୋକେ ଏହାକୁ କଞ୍ଚା ଖାଇବାକୁ ମଧ୍ୟ ପସନ୍ଦ କରନ୍ତି। ବିଶେଷକରି, ଯେଉଁମାନଙ୍କ ଶରୀରରେ ରକ୍ତ କମ୍  ଥାଏ। ସେମାନେ ଗ୍ରୀନ୍ ମଟର ଖାଇବା ଭଲ ରକ୍ତର ଅଭାବ ଦୂର ହୋଇଥାଏ। ତେବେ, ଆସନ୍ତୁ ଜାଣିବା ଏହାକୁ ଖାଇବା ଦ୍ବାରା ଆଉ କଣ ସବୁ ଫାଇଦା ମିଳିଥାଏ।...

୧. ପୋଷକ ତତ୍ତ୍ୱରେ ଭରପୂର :
ଗ୍ରୀନ ମଟରରେ ପୋଷକ ତତ୍ତ୍ୱର ଖୁବ୍ ଅଧିକ ପରିମାଣରେ ରହିଛି। ଯଦି ଆପଣ ଏହାକୁ କଞ୍ଚା ଖାଆନ୍ତି, ତେବେ ଆପଣଙ୍କୁ ପ୍ରଚୁର ପୋଟାସିୟମ୍, ଫାଇବର, ଭିଟାମିନ୍ ସି, ଏବଂ ଫୋଲେଟ୍ ମିଳିବ।  ଯାହା ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ। 

୨. ଓଜନ ନିୟନ୍ତ୍ରିଣରେ ରୁହେ :
ଗ୍ରୀନ ମଟରରେ ଫାଇବର ଥାଏ। ଯାହା ଓଜନ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଏଥିରେ ଥିବା ଭିଟାମିନ୍ ମଧ୍ୟ ଏକ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଥାଏ, ଯେଉଁ କାରଣରୁ ଲୋକମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକ ଅନୁଭବ କରନ୍ତି ନାହିଁ । 

୩. ହାର୍ଟକୁ ସୁସ୍ଥ ରଖେ :  
ଗ୍ରୀନ୍ ମଟରରେ ପ୍ରଚୁର ପରିମାଣର ପୋଟାସିୟମ୍ ରହିଛି। ଯାହା ହାର୍ଟକୁ ସ୍ୱାସ୍ଥ୍ୟକୁ ରଖିବାରେ ସାହାଯ୍ୟ କରିଥାଏ । ଏହା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାର୍ଯ୍ୟ କରେ। ଯାହା ହୃଦଘାତ ବହୁ ମାତ୍ରାରେ ହ୍ରାସ କରିଥାଏ ।

୪. ଆଣ୍ଟି-ଅକ୍ସିଡାଣ୍ଟରେ ଭରପୂର :
ଗ୍ରୀନ୍ ମଟରରେ ପ୍ରଚୁର ପରିମାଣରେ ଆଣ୍ଟି-ଅକ୍ସିଡାଣ୍ଟ ଥାଏ। ଯାହା ବୃଦ୍ଧାବସ୍ଥାରେ ଦେଖାଯାଉଥିବା ସ୍ୱାସ୍ଥ୍ୟ ସମସ୍ୟାକୁ ଦୂରେଇ ଦେଇଥାଏ । ଯାହାଦ୍ବାରା ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଏବଂ ରୋଗ ଆପଣଙ୍କୁ ଛୁଇଁ ନଥାଏ। 

୫. ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ:
ଆପଣ ନିଶ୍ଚିତ ଭାବରେ ଅନୁଭବ କରିଥିବେ ଯେ ଶୀତ ଋତୁରେ ଥଣ୍ଡା, କାଶ ଏବଂ ଜ୍ୱର ହେବାର ଆଶଙ୍କା ଅଧିକ ଥାଏ। ଏପରି ପରିସ୍ଥିତିରେ, ଯଦି ଆପଣ ପ୍ରତିଦିନ କଞ୍ଚା ସବୁଜ ମଟର ବା ଗ୍ରୀନ୍ ମଟର ଖାଆନ୍ତି, ତେବେ ଶରୀରକୁ ପ୍ରଚୁର ପରିମାଣରେ ଭିଟାମିନ୍ ସି ମିଳିବ । ଯାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାର୍ଯ୍ୟ କରିଥାଏ। 

(Disclaimer: ଆମର ଆର୍ଟିକିଲ୍ କେବଳ ସୂଚନା ପ୍ରଦାନ ପାଇଁ। କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।)