White Hair Problem: ଦହି ଓ ଆଳୁରୁ ତିଆରି ହେୟାର ମାସ୍କକୁ ଲଗାନ୍ତୁ, ମିଳିବ ଧଳା କେଶରୁ ମୁକ୍ତି!
Advertisement

White Hair Problem: ଦହି ଓ ଆଳୁରୁ ତିଆରି ହେୟାର ମାସ୍କକୁ ଲଗାନ୍ତୁ, ମିଳିବ ଧଳା କେଶରୁ ମୁକ୍ତି!

White Hair Remedies:  ଆପଣଙ୍କୁ କହି ରଖୁଛୁ କି ଆଳୁର ରସ ମୁଣ୍ଡକୁ ସଫା ରଖିବା ଓ ରୂପି ସମସ୍ୟାରୁ ମୁକ୍ତି ଦେଇଥାଏ । ଆଳୁ ରସରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଭରପୂର ରହିଛି । ଏହା ମୁଣ୍ଡକୁ ସଂକ୍ରମଣରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । 

ସାଙ୍କେତିକ ଫଟୋ

White Hair Remedies: ଆଳୁ ରସ କେଶ ବୃଦ୍ଧି ପାଇଁ ବେଶ ଲାଭଦାୟକ । ଆଳୁରେ ଅନେକ ପୋଷକ ତତ୍ତ୍ବ ରହିଥାଏ ଯାହା କେଶ ସମସ୍ୟାର ମୁକାବିଲା କରିବାରେ ସହାୟକ ହୋଇଥାଏ । ଆପଣଙ୍କୁ କହି ରଖୁଛୁ କି ଆଳୁର ରସ ମୁଣ୍ଡକୁ ସଫା ରଖିବା ଓ ରୂପି ସମସ୍ୟାରୁ ମୁକ୍ତି ଦେଇଥାଏ । ଆଳୁ ରସରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଭରପୂର ରହିଛି । ଏହା ମୁଣ୍ଡକୁ ସଂକ୍ରମଣରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । କେବଳ ଏତିକି ନୁହେଁ ଯଦି ଆପଣ ଆଳୁ ଏବଂ ଦହିରେ ନିର୍ମିତ ହେୟାର ମାସ୍କକୁ ଲଗାଇବେ ତେବେ ଆପଣଙ୍କ କେଶ ମଜବୁତ ହେବା ସହ ଆପଣଙ୍କ ଧଳା କେଶରୁ ମୁକ୍ତି ଦେଇଥାଏ । ତେବେ ଆସନ୍ତୁ ଜାଣିବା କିପରି ।

ଦହି ଓ ଆଳୁରେ ତିଆରି ହେୟାର ମାସ୍କ କିପରି ତିଆରି କରିବେ -
୧. ଆଳୁ ଏବଂ ଦହିର ହେୟାର ମାସ୍କ ତିଆରି କରିବା ପାଇଁ ପ୍ରଥମେ ଗୋଟିଏ ପାତ୍ରରେ ଆଳୁର ରସ ବାହାର କରନ୍ତୁ । ଏହା ପରେ ଆଳୁ ରସରେ ୨ରୁ ୩ ଚାମଚ ଦହି ପକାଇ ତାକୁ ଭଲ ଭାବେ ମିଶାନ୍ତୁ । ଏହା ପରେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ହ୍ୟାୟାର ମାସ୍କ ।

୨. ଏବେ ଆଳୁ ରସ ଏବଂ ଦହିର ଏହି ପେଷ୍ଟକୁ ଭଲ ଭାବରେ ମୁଣ୍ଡର ସ୍କେଲ୍ପରେ ଲଗାଇ ମସାଜ କରନ୍ତୁ । ଏହାକୁ ଲଗାଇବା ପରେ ଏକ ଘଣ୍ଟା ପାଇଁ ଲଗାଇ ଛାଡି ଦିଅନ୍ତୁ । ଏହା ପରେ କେଶକୁ ଭଲ ଭାବରେ ଧୋଇ ଦିଅନ୍ତୁ । କହି ରଖୁଛୁ କି ଏହି ହେୟାର ମାସ୍କକୁ ସପ୍ତାହରେ ୨ ଥର ତିଆରି କରି ଲଗାନ୍ତୁ । ଏମିତି କରିବା ଦ୍ବାରା ଆପଣଙ୍କ କେଶ ମଜବୁତ ହେବା ସହ ଧଳା କେଶରୁ ମୁକ୍ତି ମିଳିଥାଏ ।

କେଶ ପାଇଁ ଆଳୁ ଏବଂ ଦହି କେତେ ଉପକାରିତା ?
ଆଳୁରେ ଭିଟାମିନ୍ ବି,ସି, ଜିଙ୍କ ଏବଂ ଆଇରନ୍ ରହିଥାଏ । ଯାହା ଦ୍ବାରା କେଶକୁ ପୋଷକ ତତ୍ତ୍ବ ମିଳିଥାଏ । ଦହି ହେଉଛି ଏକ ଭଲ ପ୍ରୋବାୟୋଟିକ୍ ଯାହା କେଶର ମୂଳକୁ ମଜବୁତ କରିଥାଏ ଏବଂ କେଶର ଶୁଷ୍କତାକୁ ଦୂର କରିଥାଏ । ଏଥି ସହ ଏହି ଦୁଇଟି ଜିନିଷ କେଶରେ ଲଗାଇଲେ ଏହା କେଶ ପାଇଁ ବହୁତ ଲାଭଦାୟକ ଅଟେ ।

ଏହା ବି ପଢ଼ନ୍ତୁ: ଆଦେଶ: ଗୁଗୁଲ୍ ଡ୍ରାଇଭ୍ ସହିତ ଏହି ସର୍ଭିସ ଗୁଡିକ ବ୍ୟବହାର କରିବେ ନାହିଁ ସରକାରୀ କର୍ମଚାରୀ

ଏହା ବି ପଢ଼ନ୍ତୁ: Indian Railway Recruitment: ରେଳବାଇର ବଡ ଘୋଷଣା; ଏକ ବର୍ଷ ମଧ୍ୟରେ ନିଯୁକ୍ତି ଦେବ ୧.୫ ଲକ୍ଷ କର୍ମଚାରୀ