Vastu Tips: ରୋଷେଇ ସମୟରେ ଏହି କଥାକୁ ଧ୍ୟାନରେ ରଖନ୍ତୁ, ଅନ୍ୟଥା ପତି ହେବେ କାଙ୍ଗାଳ
Advertisement
Article Detail0/zeeodisha/odisha1961303

Vastu Tips: ରୋଷେଇ ସମୟରେ ଏହି କଥାକୁ ଧ୍ୟାନରେ ରଖନ୍ତୁ, ଅନ୍ୟଥା ପତି ହେବେ କାଙ୍ଗାଳ

Vastu Tips: ଘର ତିଆରି କରିବା ସମୟରେ ବାସ୍ତୁଶାସ୍ତ୍ର ଉପରେ ବିଶେଷ ଧ୍ୟାନ ଦେବା ଉଚିତ୍ । କାରଣ ଘରେ ବାସ୍ତୁ ଠିକ୍ ନହେଲେ ଅଶାନ୍ତି ଲାଗି ରୁହେ । ବିଶେଷ ଭାବରେ ଯଦି ରୋଷେଇ ଘରର ବାସ୍ତୁ ସମସ୍ୟା ଥାଏ ତାହେଲେ ସବୁବେଳେ ଆର୍ଥିକ ସମସ୍ୟା ଲାଗି ରୁହେ । 

Vastu Tips: ରୋଷେଇ ସମୟରେ ଏହି କଥାକୁ ଧ୍ୟାନରେ ରଖନ୍ତୁ, ଅନ୍ୟଥା ପତି ହେବେ କାଙ୍ଗାଳ

Vastu Tips: ବାସ୍ତୁଶାସ୍ତ୍ର ଅନୁସାରେ ଘରର ମୁଖ୍ୟ ବା ଗୁରୁତ୍ବପୂର୍ଣ୍ଣ ସ୍ଥାନ ହେଉଛି ରୋଷେଇ ଘର । ରୋଷେଇ ଘର ପାଇଁ ବାସ୍ତୁଶାସ୍ତ୍ରରେ ଅନେକ ନିୟମ ମଧ୍ୟ ରହିଛି । ଯାହାକୁ ପାଳନ ନକରିବା ଦ୍ବାରା ଆର୍ଥିକ ସମସ୍ୟା (Financial problem) ଲାଗିରୁହେ । ଆସନ୍ତୁ ଜାଣିବା ମହିଳା ମାନେ ରୋଷେଇ ଘରର କେଉଁ ୫ଟି ଜିନିଷ ଉପରେ ଧ୍ୟାନ ଦେବା ଉଚିତ୍ । 

ଘର ତିଆରି କରିବା ସମୟରେ ବାସ୍ତୁଶାସ୍ତ୍ର ଉପରେ ବିଶେଷ ଧ୍ୟାନ ଦେବା ଉଚିତ୍ । କାରଣ ଘରେ ବାସ୍ତୁ ଠିକ୍ ନହେଲେ ଅଶାନ୍ତି ଲାଗି ରୁହେ । ବିଶେଷ ଭାବରେ ଯଦି ରୋଷେଇ ଘରର ବାସ୍ତୁ ସମସ୍ୟା ଥାଏ ତାହେଲେ ସବୁବେଳେ ଆର୍ଥିକ ସମସ୍ୟା ଲାଗି ରୁହେ । ସେଥିପାଇଁ ମହିଳା ମାନଙ୍କୁ ରୋଷେଇ ଘରେ କେତେ ଗୁଡ଼ିଏ ଜିନିଷ ଉପରେ ବିଶେଷ ଧ୍ୟାନ ଦେବା ଉଚିତ୍ ।  

ରୋଷେଇ ସମୟରେ ମନ ଭଲ ରଖନ୍ତୁ 

କୁହାଯାଏ ଯେମିତି ଖାଦ୍ୟ (food) ଖିଆଯାଏ ମନ ସେମିତି ରୁହେ । ଏହା ମଧ୍ୟ କୁହାଯାଏ ଯେ ଖାଦ୍ୟ ତିଆରି କରିବା ସମୟରେ ମନ ଯେମିତି ଥାଏ ଖାଇବା ଲୋକର ମନ ମଧ୍ୟ ସେମିତି ରୁହେ । ସେଥିପାଇଁ ଜ୍ୟୋତିଷଶାସ୍ତ୍ର ଅନୁସାରେ ରୋଷେଇ ସମୟରେ ଖୁସି ମନରେ ରୋଷେଇ କରିବା ଉଚିତ୍ ।  

ଦକ୍ଷିଣ ଦିଗକୁ ମୁହଁ କରନ୍ତୁ ନାହିଁ 

ବାସ୍ତୁଶାସ୍ତ୍ର ଅନୁସାରେ ଦକ୍ଷିଣ ଦିଗକୁ ମୁହଁ କରି କେବେହେଲେ ଖାଆନ୍ତୁ ନାହିଁ । ଏଭଳି କରିବା ଦ୍ବାରା ରୋଷେଇ କରିବା ଲୋକ ଏବଂ ଖାଇବା ଲୋକଙ୍କ ମଧ୍ୟରେ ଆର୍ଥିକ ସମସ୍ୟା ଆସିପାରେ । ଏହାଛଡ଼ା ଦକ୍ଷିଣ ଦିଗକୁ ମୁହଁ କରି ରୋଷେଇ କରିବା ଦ୍ବାରା ସବୁବେଳେ ମୁଣ୍ଡ ବ୍ୟଥା (Headache), ଗଣ୍ଠି ବ୍ୟଥା ସହ ମାଇଗ୍ରେନ ଭଳି ସମସ୍ୟା ଦେଖା ଦେଇପାରେ ।  

ଏହି ଦିଗରେ ଖାଇବା ପ୍ରସ୍ତୁତ କରନ୍ତୁ ନାହିଁ 

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପଶ୍ଚିମ ଏବଂ ଦକ୍ଷିଣ ଦିଗ ଛଡ଼ା ଉତ୍ତର ଦିଗରେ ମଧ୍ୟ ଖାଦ୍ୟ ପ୍ରସ୍ତୁତ କରିବା କଥା ନୁହେଁ । ଏଭଳି କରିବା ଦ୍ବାରା ଘରେ ଆର୍ଥିକ ସମସ୍ୟା ଉପୁଜିପାରେ । ଏଭଳି କି ଦାରିଦ୍ର୍ୟତା ଭଳି  ସ୍ଥିତି ମଧ୍ୟ ଆସିପାରେ । 

ଏହି ଦିଗ ରୋଷେଇ କରିବା ପାଇଁ ଶୁଭ ହୋଇଥାଏ  

ବାସ୍ତୁଶାସ୍ତ୍ର ଅନୁସାରେ ରୋଷେଇ କରିବା ସମୟରେ ଯଦି ଆପଣଙ୍କ ମୁହଁ ପୂର୍ବ ଦିଗକୁ ଅଛି ତାହେଲେ ଏହା ଶୁଭଫଳ ପ୍ରଦାନ କରେ । କୁହାଯାଏ ଯେ, ପୂର୍ବ ଦିଗ ସୂର୍ଯ୍ୟଙ୍କ ଦିଗ ତେଣୁ ଏହି ଦିଗରେ ଅଧିକ ସୂର୍ଯ୍ୟଙ୍କ ରଶ୍ମି ପଡ଼େ ଏବଂ ପ୍ରଥମେ ପଡ଼େ । ସେଥିପାଇଁ ସବୁଠୁ ଅଧିକ ସକାରାତ୍ମକ ଉର୍ଜା ମଧ୍ୟ ଏହି ଦିଗରୁ ଆସେ । 

ଏଭଳି ଭୁଲ୍ କେବେହେଲେ କରନ୍ତୁ ନାହିଁ 

ଚୁଲି ଏବଂ ଗ୍ୟାସ ଚୁଲି ପରିବାରରେ ଧନ ଏବଂ ସମୃଦ୍ଧିକୁ ପ୍ରତିନିଧିତ୍ବ କରେ । ଏଥିପାଇଁ ଏହାକୁ ସମବୁବେଳେ ସଫା ରଖିବା ଉଚିତ୍ । ନହେଲେ ସମୃଦ୍ଧିରେ ଖରାପ ପ୍ରଭାବ ପଡ଼ିପାରେ । ଏମିତିକି ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପଡ଼ିପାରେ ।  

ଏହା ଉପରେ ମଧ୍ୟ ଧ୍ୟାନ ଦିଅନ୍ତୁ 

ଘରର ମୁକ୍ୟ ଦ୍ବାରରେ ଯେମିତି ଚୁଲି କିମ୍ବା ଗ୍ୟାସ ଚୁଲା ଦେଖାନଯାଏ । ଯଦି ଆପଣଙ୍କ ଘରେ ଏଭଳି ଅଛି ତାହେଲେ ଆଢ଼ୁଆଳ କରିବା ପାଇଁ ପରଦା ଲଗାନ୍ତୁ । ରୋଷେଇ ଘର କେବେହେଲେ ସୌଚାଳୟ କିମବା ସିଡ଼ି ଘର ଉପରେ କି ତଳେ ହେବା ଅନୁଚିତ୍ । ଏଭଳି ବାସ୍ତୁ ସମସ୍ୟା କେବଳ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଏ ନାହିଁ ବରଂ ସ୍ବାସ୍ଥ୍ୟ ଜନିତ ସମସ୍ୟା ମଧ୍ୟ ସୃଷ୍ଟି କରେ ।

Also Read- ଶାଗ ଭିତରେ ରାଜା ଏହି ଶାଗ, ପାଳଙ୍ଗ ଓ ସୋରିଷ ଠାରୁ ବି ହଜାରେ ଗୁଣ ଅଧିକ ଶକ୍ତିଶାଳୀ

Also Read- Vastu Tips: ଏହି ସବୁ ଭୁଲ ଯଦି କରୁଛନ୍ତି ତେବେ କରଜରେ ବୁଡ଼ିବେ, ତୁରନ୍ତୁ ନିଜକୁ ସୁଧାରନ୍ତୁ