Bananas Benefits: ମହିଳା ନୁହେଁ, ପୁରୁଷମାନେ ପ୍ରତିଦିନ କଦଳୀ ଖାଇବା ଉଚିତ୍ , ମିଳିବ ଏସବୁ ଜବରଦସ୍ତ ଫାଇଦା
Advertisement

Bananas Benefits: ମହିଳା ନୁହେଁ, ପୁରୁଷମାନେ ପ୍ରତିଦିନ କଦଳୀ ଖାଇବା ଉଚିତ୍ , ମିଳିବ ଏସବୁ ଜବରଦସ୍ତ ଫାଇଦା

Bananas Benefits: କଦଳୀ (Banana)ହେଉଛି ଏମିତି ଏକ ଫଳ ଯାହା ପ୍ରତି ଋତୁରେ ମିଳିଥାଏ । ଫାଇବର, ଭିଟାମିନ୍, ମିନେରାଲସ ଭରପୁର ଥିବା କଦଳୀରେ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ(Bananas Benefits) । କଦଳୀରେ, ଆଣ୍ଟିଅକ୍ସିଡାଣ୍ଟ, ଫାଇବର ଏବଂ ଆଇରନ୍ ପ୍ରଚୁର ପରିମାଣରେ ଥାଏ। ଯାହା କିଡନୀ, ହୃତପିଣ୍ଡ ଏବଂ ହଜମ ପ୍ରକ୍ରିୟା ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଶରୀରରେ ଶକ୍ତି ଯୋଗାଇବା ସହ ଓଜନ ମଧ୍ୟ ବୃଦ୍ଧି କରିଥାଏ । ଯଦି ଆପଣ ଜିମ୍, ଯାଉଛନ୍ତି ତେବେ, ଜିମ୍ ଟ୍ରେନର ଆପଣଙ୍କୁ ନିଶ୍ଚୟ ଭାବେ କଦଳୀ ଖାଇବାକୁ ପରାମର୍ଶ ଦେଇଥିବେ ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Bananas Benefits: କଦଳୀ (Banana)ହେଉଛି ଏମିତି ଏକ ଫଳ ଯାହା ପ୍ରତି ଋତୁରେ ମିଳିଥାଏ । ଫାଇବର, ଭିଟାମିନ୍, ମିନେରାଲସ ଭରପୁର ଥିବା କଦଳୀରେ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ(Bananas Benefits) । କଦଳୀରେ, ଆଣ୍ଟିଅକ୍ସିଡାଣ୍ଟ, ଫାଇବର ଏବଂ ଆଇରନ୍ ପ୍ରଚୁର ପରିମାଣରେ ଥାଏ। ଯାହା କିଡନୀ, ହୃତପିଣ୍ଡ ଏବଂ ହଜମ ପ୍ରକ୍ରିୟା ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଶରୀରରେ ଶକ୍ତି ଯୋଗାଇବା ସହ ଓଜନ ମଧ୍ୟ ବୃଦ୍ଧି କରିଥାଏ । ଯଦି ଆପଣ ଜିମ୍, ଯାଉଛନ୍ତି ତେବେ, ଜିମ୍ ଟ୍ରେନର ଆପଣଙ୍କୁ ନିଶ୍ଚୟ ଭାବେ କଦଳୀ ଖାଇବାକୁ ପରାମର୍ଶ ଦେଇଥିବେ । ଅସାଧାରଣ ଜୀବନ ଶୈଳୀ ଯୋଗୁଁ ଆଜିକାଲି ଅନେକ ଲୋକେ ଚାପ ଓ ଯୌନ ସମସ୍ୟାରେ ପୀଡିତ ହୋଇଥାନ୍ତି । ଖାସ କରି ପୁରୁଷମାନେ । ପୁରୁଷ ମାନଙ୍କ ଯୌନ ସମସ୍ୟାରେ(Sexual Drive) ସୁଧାର ଆଣିବା ପାଇଁ କଦଳୀ ହଉଛି ଏକ ଉତ୍ତମ ଫଳ ବୋଲି ବିବେଚନା କରାଯାଏ । ଯଦି ଆପଣ ମଧ୍ୟ ଯୌନ ସମସ୍ୟାରେ(Sexual Drive) ପୀଡିତ ଅଛନ୍ତି । ତେବେ,କଦଳୀ ଆପଣଙ୍କ ଏହି ସମସ୍ୟା ଦୂର କରିବା ସହ ଦାମ୍ପତ୍ୟ ଜୀବନରେ ସୁଖ ଭରିଦେବ। 

କଦଳୀ ପୁରୁଷମାନଙ୍କ ପାଇଁ ଅଧିକ ଲାଭଦାୟକ: କଦଳୀ(Banana) ଏପରି ଏକ ଫଳ ଯାହା ପୋଟାସିୟମରେ ଭରପୁର ଅଟେ । ପୁରୁଷମାନଙ୍କ  ଯୌନ ସମସ୍ୟା ଦୂର ପାଇଁ ଏହା ରାମବାଣ ପରି କାର୍ଯ୍ୟ କରେ । ବିଶେଷଜ୍ଞଙ୍କ ଅନୁଯାୟୀ, ସେକ୍ସ ହରମୋନ୍(sex hormones), ଟେଷ୍ଟୋଷ୍ଟେରନ୍ ଉତ୍ପାଦନ (testosterone)ଏବଂ ଲିବଡୋରେ(improving libido) ଉନ୍ନତି ଆଣିବାରେ ଏହା ବହୁତ ସହାୟକ ହୋଇଥାଏ । କଦଳୀରେ ଥିବା ଟ୍ରାଇପଟୋଫାନ୍(Tryptophan) କାରଣରୁ,ଯୌନ ସମ୍ପର୍କ ସ୍ଥାପନା ପାଇଁ ମନରେ ଉତ୍ସାହ ଆସିଥାଏ । ଖାସ୍ କରି ଏହି କାରଣକୁ ସେମାନେ ନିଜ ସାଥୀଙ୍କୁ ଶାରୀରିକ ସୁଖ ମଧ୍ୟ ଦେଇଥାନ୍ତି । ଯାହା ଦୀର୍ଘ ସମୟ ପାଇଁ, କେବଳ ସେତିକି ନୁହେଁ,  ସେରୋଟୋନିନ୍ ହେଉଛି ଏକ ହରମୋନ୍,ଯୌନ ସମ୍ପର୍କ ସ୍ଥାପନା ପାଇଁ ମନବୋଳକୁ ବଢାଇଥାଏ । 

Also Read : Shocking News: ସେଣ୍ଟରରେ ନୁହେଁ , ଆମ୍ବୁଲାନ୍ସରେ ପରୀକ୍ଷା ଦେଲେ ଛାତ୍ରୀ

Also Read : DJ Azex Death Case: ଆସିଲା ଡିଜେ ଆଜେକ୍ସଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ, ଖୋଲିବ କି ମୃତ୍ୟୁ ଗୁମର?

କଦଳୀର ଅନ୍ୟାନ୍ୟ ଲାଭ:
-କଦଳୀରେ ଟ୍ରାଇପଟୋଫାନ୍ (tryptophan)ନାମକ ଅଧିକ ପରିମାଣର ପୋଷକ ତତ୍ତ୍ୱ ରହିଥାଏ । ଏହା ସ୍ନାୟୁ ପ୍ରଣାଳୀର କାର୍ଯ୍ୟରେ ଉନ୍ନତି ଆଣେ ।
-କଦଳୀରେ ଲୌହର ପରିମାଣ ମଧ୍ୟ ଅଧିକ ଥାଏ । ତେଣୁ ରକ୍ତରେ ହେମୋଗ୍ଲୋବିନ୍ ତିଆରି କରିବା ପାଇଁ ଏହା ଲାଭଦାୟକ ଅଟେ ।
-ହଜମ ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏହା ମଧ୍ୟ ବହୁତ ଭଲ ।
-କଦଳୀ ଆପଣଙ୍କୁ ହୃଦଘାତରୁ ରକ୍ଷା କରିଥାଏ ।
- ଧୂମ୍ରପାନକାରୀଙ୍କ ପାଇଁ କଦଳୀ ବେଶ ଲାଭଦାୟକ । ଧୂମ୍ରପାନର ନିଶା ବଦଳାଇବାରେ କଦଳୀ ସାହାର୍ଯ୍ୟ କରେ। ଯେତେବେଳେ ଆପଣଙ୍କୁ ଧୂମ୍ରପାନ କରିବା ପାଇଁ ଇଚ୍ଛା ହୋଇଥାଏ । ସେତେବେଳେ ମାତ୍ର ଗୋଟିଏ କଦଳୀ ଖାଆନ୍ତୁ । ଯଦି ଆପଣ ଏହା ବାରମ୍ବାର କରନ୍ତି ତେବେ ଆପଣ ଧୂମପାନ ବନ୍ଦ କରିପାରିବେ। 
-କଞ୍ଚା କଦଳୀ ଖାଇବା ଦ୍ୱାରା ଡାଇରିଆ ସମସ୍ୟାରୁ ମୁକ୍ତି ମିଳିଥାଏ ।

ଗୋଟିଏ ଦିନରେ କେତୋଟି କଦଳୀ ଖାଇବା ଉଚିତ୍?
ସୁସ୍ଥ ଲୋକମାନେ ଦିନକୁ ଦୁଇରୁ ତିନୋଟି କଦଳୀ ଖାଇପାରିବେ । ଯଦି ଆପଣଙ୍କର ଓଜନ ଅଧିକ ଏବଂ ଆପଣଙ୍କର ମଧୁମେହ ସମସ୍ୟା ଅଛନ୍ତି। ତେବେ ଆପଣ ପ୍ରତିଦିନ ଅତି କମରେ ଗୋଟିଏ କଦଳୀ ଖାଇପାରିବେ। ମଧ୍ୟାହ୍ନ ଭୋଜନ ପରେ ଏହାକୁ ଖାଇବା ଭଲ ।

(ପ୍ରତ୍ୟାଖ୍ୟାନ: ସଂପୃକ୍ତ ପ୍ରବନ୍ଧଟି ପାଠକଙ୍କ ସୂଚନା ଓ ସଚେତନତା ପାଇଁ । ଜି ଓଡ଼ିଶା ନ୍ୟୁଜ୍ ଏପରି ଦାବିକୁ ନିଶ୍ଚିତ କରେ ନାହିଁ । ଆମର ଉଦ୍ଦେଶ୍ୟ କେବଳ ଆପଣଙ୍କୁ ସୂଚନା ପ୍ରଦାନ କରିବା ।)