Vitamin B12 Foods: ଏହି ଭିଟାମିନର ଅଭାବ ଯୋଗୁଁ ଜଣେ ସୁସ୍ଥ ବ୍ୟକ୍ତି ବି ହୋଇଯାଆନ୍ତି ଦୁର୍ବଳ, ନିଜ ଖାଦ୍ୟରେ ସାମିଲ କରନ୍ତୁ ଏସବୁ ଜିନିଷ
Advertisement

Vitamin B12 Foods: ଏହି ଭିଟାମିନର ଅଭାବ ଯୋଗୁଁ ଜଣେ ସୁସ୍ଥ ବ୍ୟକ୍ତି ବି ହୋଇଯାଆନ୍ତି ଦୁର୍ବଳ, ନିଜ ଖାଦ୍ୟରେ ସାମିଲ କରନ୍ତୁ ଏସବୁ ଜିନିଷ

Vitamin B12 Foods: ଆମ ଶରୀରର ପାଇଁ ଭିଟାମିନ ଅତ୍ୟନ୍ତ ଦରକାରୀ ଜିନିଷ । ଏହାର ଅଭାବରେ ଆମକୁ ବିଭିନ୍ନ ରୋଗର ସାମ୍ନା କରିବାକୁ ପଡ଼ିଥାଏ । ଏହା ଅନ୍ତର୍ଗତ ଭିଟାମିନ୍ B12 କେବଳ ଆମ ଶରୀର ପାଇଁ ନୁହେଁ ବରଂ ମାନସିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ଯଦି ଶରୀରରେ ଏହି ଭିଟାମିନର ଅଭାବ ଥାଏ, ତେବେ ଉଭୟ ମସ୍ତିଷ୍କ ଓ ସ୍ନାୟୁ ପ୍ରଣାଳୀ ନଷ୍ଟ ହୋଇଯାଏ । 

Vitamin B12 Foods: ଏହି ଭିଟାମିନର ଅଭାବ ଯୋଗୁଁ ଜଣେ ସୁସ୍ଥ ବ୍ୟକ୍ତି ବି ହୋଇଯାଆନ୍ତି ଦୁର୍ବଳ, ନିଜ ଖାଦ୍ୟରେ ସାମିଲ କରନ୍ତୁ ଏସବୁ ଜିନିଷ

Vitamin B12 Foods: ସ୍ୱାସ୍ଥ୍ୟ ମଣିଷ ପାଇଁ ଅତ୍ୟନ୍ତ ମୂଲ୍ୟବାନ ସମ୍ପଦ । ଏହାର ସଠିକ୍ ଯତ୍ନ ନ ନେବା କାରଣରୁ ଆମକୁ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ତେଣୁ ଆମେ ସର୍ବଦା ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଆବଶ୍ୟକକ । ଆମ ଶରୀରର ପାଇଁ ଭିଟାମିନ ଅତ୍ୟନ୍ତ ଦରକାରୀ ଜିନିଷ । ଏହାର ଅଭାବରେ ଆମକୁ ବିଭିନ୍ନ ରୋଗର ସାମ୍ନା କରିବାକୁ ପଡ଼ିଥାଏ । ଏହା ଅନ୍ତର୍ଗତ ଭିଟାମିନ୍ B12 (Vitamin B12) କେବଳ ଆମ ଶରୀର (Human Body) ପାଇଁ ନୁହେଁ ବରଂ ମାନସିକ ସ୍ୱାସ୍ଥ୍ୟ (Mental Health) ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ଯଦି ଶରୀରରେ ଏହି ଭିଟାମିନର ଅଭାବ ଥାଏ, ତେବେ ଉଭୟ ମସ୍ତିଷ୍କ ଓ ସ୍ନାୟୁ ପ୍ରଣାଳୀ ନଷ୍ଟ ହୋଇଯାଏ । ଏଭଳି ପରିସ୍ଥିତିରେ ସ୍ନାୟୁ ପ୍ରଣାଳୀକୁ ସୁସ୍ଥ ରଖିବା ପାଇଁ ଭିଟାମିନ୍ B12 ରହିବା ଅତ୍ୟନ୍ତ ଜରୁରୀ । 

ଶରୀରରେ ଲାଲ ରକ୍ତ କଣିକା ମଧ୍ୟ ଭିଟାମିନ୍ B12 ଯୋଗୁଁ ବିକଶିତ ହୁଏ । ଆପଣଙ୍କୁ କହି ରଖୁଛୁ ଯେ, ଯଦି ଶରୀରରେ ଏହି ଭିଟାମିନର ଅଭାବ ଥାଏ, ତେବେ ହାଡ଼ର ରୋଗ ମଧ୍ୟ ହୋଇପାରେ । ଏହା ବ୍ୟତୀତ ରକ୍ତହୀନତା ହେବାର ଆଶଙ୍କା ମଧ୍ୟ ଅଛି । ଆପଣ ଏସବୁ ଖାଦ୍ୟ ଖାଇ ଏହି ଭିଟାମିନ B12ର ଅଭାବ ପୂରଣ କରିପାରିବେ । 

୧. ଓଟସ୍ ଓ ସୋୟାବିନ୍

ଆଜିକାଲି ଓଟସ୍ ବହୁତ ବ୍ୟବହୃତ ହେଉଛି । ଭିଟାମିନ୍ ବି୧୨ର ଅଭାବ ମଧ୍ୟ ଏହାକୁ ଖାଇବା ଦ୍ୱାରା ପୂରଣ ହୋଇପାରିବ । ଏହା ବ୍ୟତୀତ ନିଶ୍ଚିତ ଭାବରେ ଆପଣଙ୍କ ଖାଦ୍ୟରେ ସୋୟାବିନ୍ (Soybean) ସାମିଲ କରନ୍ତୁ । ଆପଣ ଏହାକୁ ସୋୟା ବଡି ଆକାରରେ ବ୍ୟବହାର କରିପାରିବେ, ଯେପରି ଏହାକୁ ପୁଲାଓ, ପନିପରିବା ଏବଂ ସାଣ୍ଡୱିଚରେ ପକାଇଲେ ସ୍ୱାଦ ଆହୁରି ବଢ଼ିଥାଏ । ଆପଣ ରୋଟି ପାଇଁ ଯେଉଁ ଆଟା ବ୍ୟବହାର କରୁଛନ୍ତି, ସେଥିରେ ଆପଣ ସୋୟାବିନ୍ ଆଟା ମଧ୍ୟ ମିଶାଇ ପାରିବେ । ଏହା ବ୍ୟତୀତ ସୋୟା କ୍ଷୀର ମଧ୍ୟ ଭିଟାମିନ୍ B12 ର ଏକ ଉତ୍ତମ ଉତ୍ସ ।

୨. ଛତୁ, ବ୍ରୋକୋଲି

ଭିଟାମିନ୍ B12 (Vitamin B12) ଅଭାବକୁ ପୂରଣ କରିବା ପାଇଁ ଛତୁ (Mushrooms) ଖାଇପାରିବେ । ଏଥିରେ ଭିଟାମିନ୍ B12 ଅଛି । ଏହା ବ୍ୟତୀତ ଏହା କ୍ୟାଲସିୟମ୍, ପ୍ରୋଟିନ୍ ଏବଂ ଲୌହର ଏକ ଉତ୍ତମ ଉତ୍ସ ଭାବରେ ମଧ୍ୟ ମନେ କରାଯାଏ । ଏଥିରେ ବିଟା ଗ୍ଲୁକାନ୍ ଥାଏ ଯାହା ଶରୀରକୁ ପୁଷ୍ଟିକର ଖାଦ୍ୟ ଯୋଗାଇଥାଏ । ଅନ୍ୟପଟେ ବ୍ରୋକୋଲି (Broccoli) ଯାହାକୁ ଆମେ ପନିପରିବା ଓ ସାଲାଡ୍ ଭାବରେ ଖାଇଥାଉ । ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ । ଏହା ମାଧ୍ୟମରେ ଭିଟାମିନ୍ B12 ର ଅଭାବ ପୂରଣ ହୋଇପାରିବ । ଏହା ଶରୀରରେ ହେମୋଗ୍ଲୋବିନର ଅଭାବକୁ ପୂରଣ କରିବାରେ ମଧ୍ୟ ସହାୟକ ହୋଇଥାଏ ।

ଏହା ବି ପଢ଼ନ୍ତୁ:-ଫିଫା ବିଶ୍ୱକପ ୨୦୨୬ରେ ବି ଖେଳିବେ ମେସି! ଆର୍ଜେଣ୍ଟିନା ମ୍ୟାନେଜରଙ୍କ ଏହି ବୟାନ ପ୍ରଶଂସକଙ୍କୁ କରିଦେବ ଖୁସ୍

ଏହା ବି ପଢ଼ନ୍ତୁ:-ଲିଓନେଲ ମେସି ଓ ସଚିନ ତେନ୍ଦୁଲକରଙ୍କ ମଧ୍ୟରେ ଏହି କନେକଶନ ବିଷୟରେ ଜାଣିଛନ୍ତି କି ଆପଣ? ଏହା ମଧ୍ୟ ବିଜୟର କାରଣ

ଏହା ବି ପଢ଼ନ୍ତୁ:-ଋଷଭ ପନ୍ତଙ୍କ ଘର ଆଗରେ ଡଜନ ଡଜନ ଖୁଣ୍ଟ ପୋତିଲା ରେଲୱେ, ଜାଣନ୍ତୁ ଏହା ପଛର କାରଣ

୩. ଦୁଗ୍ଧ ଜାତୀୟ ଖାଦ୍ୟ

ଦୁଗ୍ଧ ଜାତୀୟ ଖାଦ୍ୟ (Dairy Products) ଯେପରି କ୍ଷୀର, ଦହି ଏବଂ ପନିର ମଧ୍ୟ ଭିଟାମିନ୍ B12 ର ଅଭାବ ପୂରଣ କରେ । କ୍ଷୀରକୁ ଏକ ସମ୍ପୂର୍ଣ୍ଣ ଖାଦ୍ୟ ଭାବରେ ମନେ କରାଯାଏ, ଯେଉଁଥିରେ କ୍ୟାଲସିୟମ୍, ପ୍ରୋଟିନ୍ ଏବଂ ଭିଟାମିନ୍ ୧୨ ଥାଏ । ଯଦି କମ୍ ଫ୍ୟାଟ୍ ଦହି ଖାଆନ୍ତି ତେବେ ଭିଟାମିନ୍ B12 ର ଅଭାବ ଶୀଘ୍ର ପୂରଣ ହୋଇପାରେ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଓ ସାଧାରଣ ସୂଚନା ଉପରେ ଆଧାରିତ । ଏହାକୁ ଗ୍ରହଣ କରିବା ପୂର୍ବରୁ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ । ZEE ODISHA NEWS ଏହାକୁ ନିଶ୍ଚିତ କରେ ନାହିଁ।)