ନିଜ ଚର୍ମରୁ ହିଁ ଜାଣନ୍ତୁ, ରକ୍ତରେ ହାଇ-କୋଲେଷ୍ଟ୍ରଲ ବୃଦ୍ଧିର ଲକ୍ଷଣ, ଆଜି ହିଁ କରନ୍ତୁ ଚିକିତ୍ସା
Advertisement

ନିଜ ଚର୍ମରୁ ହିଁ ଜାଣନ୍ତୁ, ରକ୍ତରେ ହାଇ-କୋଲେଷ୍ଟ୍ରଲ ବୃଦ୍ଧିର ଲକ୍ଷଣ, ଆଜି ହିଁ କରନ୍ତୁ ଚିକିତ୍ସା

ଏକଥା ମନେରଖିବା ଦରକାର ଯେ ହାଇ-କୋଲେଷ୍ଟ୍ରଲର କୌଣସି ସାଧାରଣ ଲକ୍ଷଣ ପ୍ରକାଶ ପାଏନାହିଁ । କିନ୍ତୁ ଆପଣ ଚାହିଁଲେ ସରଳ ରକ୍ତ ପରୀକ୍ଷା ଦ୍ୱାରା କୋଲେଷ୍ଟ୍ରଲ ସ୍ତର ଉପରେ ନଜର ରଖିପାରିବେ । 

ନିଜ ଚର୍ମରୁ ହିଁ ଜାଣନ୍ତୁ, ରକ୍ତରେ ହାଇ-କୋଲେଷ୍ଟ୍ରଲ ବୃଦ୍ଧିର ଲକ୍ଷଣ, ଆଜି ହିଁ କରନ୍ତୁ ଚିକିତ୍ସା

ରକ୍ତରେ କୋଲେଷ୍ଟ୍ରଲ୍ର ମାତ୍ରା ବୃଦ୍ଧି ହେତୁ ହାଇ-କୋଲେଷ୍ଟ୍ରଲ୍ (High cholesterol) ସ୍ଥିତି ସୃଷ୍ଟି ହୋଇଥାଏ । ଏଥିରେ ହୃଦଘାତ ଜନିତ ରୋଗ ଆଶଙ୍କା ବୃଦ୍ଧି ପାଇଥାଏ । ତେବେ ନେଗେଟିଭ କୋଲେଷ୍ଟ୍ରଲ୍ ରୋକିବା ପାଇଁ ଚର୍ମରୁ କେତେକ ଲକ୍ଷଣ ଚିହ୍ନଟ ସହ ଏହାର ଚିକିତ୍ସା କରାଯାଇପାରିବ । ଏହି ସମସ୍ୟା ମୁଖ୍ୟତଃ ଫ୍ୟାଟଯୁକ୍ତ ଖାଦ୍ୟ, ଆବଶ୍ୟକ ବ୍ୟାୟାମର ଅଭାବ, ଅଧିକ ଓଜନ, ଧୂମପାନ ଏବଂ ମଦ୍ୟପାନ ଯୋଗୁ ହୋଇଥାଏ । ଅନେକ କ୍ଷେତ୍ରରେ ଏହା ମଧ୍ୟ ଜେନେଟିକ୍ ହୋଇପାରେ ।  ଅତ୍ୟଧିକ କୋଲେଷ୍ଟ୍ରଲ ଆପଣଙ୍କ ରକ୍ତବାହୀକୁ ଅବରୋଧ କରୁଥିବାରୁ ହୃଦୟ ସମ୍ବନ୍ଧୀୟ ରୋଗ ଆଶଙ୍କା ବହୁଗୁଣିତ ହୋଇଥାଏ । ଏପରିକି ଉଚ୍ଚ କୋଲେଷ୍ଟ୍ରଲ ଅଧିକାଂଶ ସମୟରେ ସାଂଘାତିକ ପ୍ରମାଣିତ ହୋଇଥାଏ ।

ଏକଥା ମନେରଖିବା ଦରକାର ଯେ ହାଇ-କୋଲେଷ୍ଟ୍ରଲର କୌଣସି ସାଧାରଣ ଲକ୍ଷଣ ପ୍ରକାଶ ପାଏନାହିଁ । କିନ୍ତୁ ଆପଣ ଚାହିଁଲେ ସରଳ ରକ୍ତ ପରୀକ୍ଷା ଦ୍ୱାରା କୋଲେଷ୍ଟ୍ରଲ ସ୍ତର ଉପରେ ନଜର ରଖିପାରିବେ । ଚର୍ମରୋଗ ବିଶେଷଜ୍ଞଙ୍କ ଅନୁସାରେ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଲେ, ଆପଣ ଉଚ୍ଚ କୋଲେଷ୍ଟ୍ରଲର ଲକ୍ଷଣକୁ ଚିହ୍ନଟ କରିପାରିବେ ।

ଆଖି ଚର୍ମ ନିକଟରେ ଦେଖାଯାଇଥାଏ ଲକ୍ଷଣ
ଯେତେବେଳେ ବ୍ୟକ୍ତିଙ୍କ ଶରୀରରେ କୋଲେଷ୍ଟ୍ରଲ୍ର ପରିମାଣ ଅଧିକ ଥାଏ,  ସେହି ସମୟରେ ଆଖିରେ କିଛି ପରିବର୍ତ୍ତନ ଦେଖାଯାଏ। ଏହି ଅବସ୍ଥାକୁ xanthelasma କୁହାଯାଏ ।  ଏଥିରେ ଆଖି କୋଣରେ ହଳଦିଆ ଏବଂ କମଳା ରଙ୍ଗର ମହମ ସ୍ତର ପରି ଦେଖାଯାଉଥିବା ପଦାର୍ଥ ଜମି ଯାଇଯାଏ । ଏହା ତ୍ୱଚାର ନିମ୍ନ ସ୍ତରରେ କୋଲେଷ୍ଟ୍ରଲ ଜମା ହେବା କାରଣରୁ ହୋଇଥାଏ ।

ପାଦ ଓ ପାପୁଲି ଚର୍ମରେ ଦେଖାଯାଏ ଲକ୍ଷଣ
ଆଖି କୋଣ ଚର୍ମ ପରି ପାଦ ଓ ପାପୁଲି ଚର୍ମର ରଙ୍ଗ ପରିବର୍ତ୍ତନ ହୋଇଯାଇଥାଏ । ଚର୍ମ ତଳେ ହଳଦିଆ ରଙ୍ଗର ମହମ ସ୍ତର ପରି ପଦାର୍ଥ ଜମା ହୋଇଯାଇଥାଏ । ହାଇ-କୋଲେଷ୍ଟ୍ରଲ ଯୋଗୁ ସୋରିୟାସିସ୍ ଆଶଙ୍କା ମଧ୍ୟ ବୃଦ୍ଧି ପାଇଥାଏ । ଏହାକୁ ହାଇପରଲିପାଇଡେମିଆ କୁହାଯାଏ । ହାଇପରଲିପାଇଡେମିଆର ଚିକିତ୍ସା ସମ୍ଭବପର ହୋଇଥିଲେ ବି ଏହା ଏକ ଜୀବନବ୍ୟାପୀ ପ୍ରକ୍ରିୟା । କେବଳ ସନ୍ତୁଳିତ ଜୀବନଶୈଳୀ ହିଁ ଏଥିରୁ ମୁକ୍ତ କରିବାରେ ସାହାଯ୍ୟ କରିଥାଏ ।

ଚର୍ମ ରଙ୍ଗ ପରିବର୍ତ୍ତନ ଏବଂ ଶୁଷ୍କତା ଲକ୍ଷଣ
ହାଇ-କୋଲେଷ୍ଟ୍ରଲ ସ୍ତର ଆପଣଙ୍କ ଚର୍ମ ତଳେ ରକ୍ତ ପ୍ରବାହକୁ ହ୍ରାସ କରିଥାଏ । ଯାହାଫଳରେ ଚର୍ମ କୋଷଗୁଡ଼ିକ ପୁଷ୍ଟିକର ହୋଇପାରେନାହିଁ । ଏହା ପ୍ରଭାବରେ ଚର୍ମର ରଙ୍ଗ ବଦଳିଯାଏ । ଯଦି ଆପଣ ଦୀର୍ଘ ସମୟ ଧରି ଛିଡା ହୁଅନ୍ତି ତେବେ ଆପଣଙ୍କର ପାଦ ତଳ ଚର୍ମ ବାଇଗଣୀ କିମ୍ବା ହଳଦିଆ ରଙ୍ଗ ହୋଇଯାଇଥାଏ ।

ହାଇ କୋଲେଷ୍ଟ୍ରଲରେ ପୀଡିତ ରୋଗୀ ନିଜ ଖାଦ୍ୟପେୟ ସହିତ ଜୀବନଶୈଳୀକୁ ତୁରନ୍ତ ପରିବର୍ତ୍ତନ କରିବା ଆବଶ୍ୟକ । ଉଚ୍ଚ ଫ୍ୟାଟଯୁକ୍ତ, ତୈଳ ମସଲାଯୁକ୍ତ ଖାଦ୍ୟ ପରିହାର ସହିତ ଦୈନିକ ବ୍ୟାୟାମ କଲେ ହାଇ-କୋଲେଷ୍ଟ୍ରଲକୁ କିଛି ମାତ୍ରାରେ ନିୟନ୍ତ୍ରଣ କରାଯାଇପାରିବ।

ସ୍ପଷ୍ଟୀକରଣ: ପ୍ରବନ୍ଧଟି କେବଳ ସାଧାରଣ ସୂଚନା ପାଇଁ ଉଦ୍ଦିଷ୍ଟ। ଏହାକୁ ପାଠକ କୌଣସି ଚିକିତ୍ସା ପରାମର୍ଶ ଭାବେ ଗ୍ରହଣ ନକରିବା ଉଚିତ। ଅଧିକ ବିବରଣୀ ପାଇଁ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ।