Vastu Tips: ଏହି ରାଶିର ବ୍ୟକ୍ତି ଧାରଣ କରନ୍ତୁ ନାହିଁ ସୁନା ମୁଦି, ମାଡ଼ି ଆସିବ ବଡ଼ ବିପଦ!
Advertisement
Article Detail0/zeeodisha/odisha1586595

Vastu Tips: ଏହି ରାଶିର ବ୍ୟକ୍ତି ଧାରଣ କରନ୍ତୁ ନାହିଁ ସୁନା ମୁଦି, ମାଡ଼ି ଆସିବ ବଡ଼ ବିପଦ!

Vastu Tips: ସାଧାରଣତଃ ସୁନା ମୁଦି (gold ring) ପିନ୍ଧିବାକୁ ଅଧିକାଂଶ ଲୋକଙ୍କୁ ବହୁତ ପସନ୍ଦ ଲାଗେ। ବିଭିନ୍ନ ମୂଲ୍ୟବାନ୍‍ ଧାତୁଙ୍କ ମଧ୍ୟରେ ସୁନା (gold) ଏକ ମୂଲ୍ୟବାନ୍‍ ଧାତୁ। ସୁନା ଧାରଣ କରିବା କେତେ ଶୁଭଙ୍କର ତାହା ସଭିଏଁ ଜାଣିବା ଉଚିତ। କେଉଁ ରାଶିର ବ୍ୟକ୍ତି ବିଶେଷ ସୁନାମୁଦି ଧାରଣ କରିବା ଉଚିତ ଓ ଏହା କେତେ ଶୁଭଙ୍କର ଜାଣି ରଖନ୍ତୁ। ସୁନା ଆଭୂଷଣକୁ ନେଇ ଏକ ଭିନ୍ନ ଆକର୍ଷଣ ରହିଛି।

ସୌଜନ୍ୟ- ସୋସିଆଲ ମିଡିଆ

Vastu Tips: ସାଧାରଣତଃ ସୁନା ମୁଦି (gold ring)  ପିନ୍ଧିବାକୁ ଅଧିକାଂଶ ଲୋକଙ୍କୁ ବହୁତ ପସନ୍ଦ ଲାଗେ। ବିଭିନ୍ନ ମୂଲ୍ୟବାନ୍‍ ଧାତୁଙ୍କ ମଧ୍ୟରେ ସୁନା (gold) ଏକ ମୂଲ୍ୟବାନ୍‍ ଧାତୁ। ସୁନା ଧାରଣ କରିବା କେତେ ଶୁଭଙ୍କର ତାହା ସଭିଏଁ ଜାଣିବା ଉଚିତ। କେଉଁ ରାଶିର ବ୍ୟକ୍ତି ବିଶେଷ ସୁନାମୁଦି ଧାରଣ କରିବା ଉଚିତ ଓ ଏହା କେତେ ଶୁଭଙ୍କର ଜାଣି ରଖନ୍ତୁ। ସୁନା ଆଭୂଷଣକୁ ନେଇ ଏକ ଭିନ୍ନ ଆକର୍ଷଣ ରହିଛି। ମନ୍ଦିରରେ ଦେବୀ-ଦେବତା ମାନେ ମଧ୍ୟ ସୁନାର ଅଳଙ୍କାରରେ ସୁସଜ୍ଜିତ ହୋଇ ଥାଆନ୍ତି। (Vastu Tips For gold ring) ସଭିଏଁ ସୁନା ଧାରଣ କରିବାକୁ ବେଶ ପସନ୍ଦ କରିଥାଆନ୍ତି। ଜ୍ୟୋତିଷ ଶାସ୍ତ୍ରରେ ରାଶି (zodiac sign) ଅନୁଯାୟୀ ସୁନା ଧାରଣ କଲେ ଖୁବ ଶୁଭଫଳ ମିଳିଥାଏ ବୋଲି ବର୍ଣ୍ଣନା କରାଯାଇଛି ।

ସୁନା ଧାତୁର ଆଧ୍ୟାତ୍ମିକ ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଭିନ୍ନ ଭିନ୍ନ ଲାଭ ରହିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ତର୍ଜନୀ ଆଙ୍ଗୁଠିରେ ସୁନା ମୁଦି ଧାରଣ କରିବା ଦ୍ୱାରା ଏକାଗ୍ରତା ବୃଦ୍ଧି ହୋଇଥାଏ। ଏହାସହ ରାଜଯୋଗ ପ୍ରାପ୍ତିରେ ସହାୟକ ହୋଇଥାଏ। ଅନାମିକା ଆଙ୍ଗୁଠିରେ ସୁନା ଧାରଣ କରିବା ଦ୍ୱାରା ସନ୍ତାନ ସୁଖ ପ୍ରାପ୍ତିି ହୋଇଥାଏ। ଥଣ୍ଡା ଓ ଶ୍ୱାସ ଜନିତ ସମସ୍ୟା ଲାଗି ରହୁଥିଲେ, କନିଷ୍ଠ ଆଙ୍ଗୁଠିରେ ସୁନାର ମୁଦି ପିନ୍ଧି ପାରିବେ। ବୈବାହିକ ଜୀବନରେ ସୁଖଶାନ୍ତି ପ୍ରାପ୍ତି ପାଇଁ ସୁନା ଆଭୂଷଣର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବିବାହ ପରେ ସୁନା ଧାରଣ କରିବା ଦ୍ୱାରା ଶୁଭଫଳ ମିଳିଥାଏ।

Also Read :  Shocking News: ଜୁଆରରେ ଭାସିଗଲେ , ସମୁଦ୍ର ମଝିରେ ୨୪ ଦିନ ରହି କେଚଅପ୍ ଖାଇ ବଞ୍ଚାଇଥିଲେ ଜୀବନ

Also Read : Mother's Love: ମା' ପରି କିଏ ହେବ! ବର୍ଷାରେ ନିଜକୁ ଓଦାକରି ପିଲାମାନଙ୍କୁ କଲା ରକ୍ଷା, ଅପାଣଙ୍କ ହୃଦୟକୁ ନିଶ୍ଚିତ ଛୁଇଁବ ଏହି ଭିଡ଼ିଓ

ମେଷ ରାଶି ବ୍ୟକ୍ତିବିଶେଷ ସୁନା ମୁଦି ପିନ୍ଧିବା ଶୁଭଙ୍କର। ଏହାକୁ ଧାରଣ କରିବା ଦ୍ୱାରା ସାହାସୀ ହୋଇଥାଆନ୍ତି। ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିଥାଏ। ପିତାମାତା, ବନ୍ଧୁ ପ୍ରିୟଜନ ସର୍ବଦା ଆପଣଙ୍କୁ ସାହାଯ୍ୟ କରିଥାଆନ୍ତି। କରଜ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ।

ସିଂହ ରାଶିର ବ୍ୟକ୍ତି ବିଶେଷ ସୁନା ଧାରଣ କରିବା ଦ୍ୱାରା ଭାଗ୍ୟରେ ସୁପରିବର୍ତ୍ତନ ହୋଇଥାଏ। ତେଣୁ ଏହି ରାଶିର ବ୍ୟକ୍ତିବିଶେଷ ନିଶ୍ଚୟ ସୁନା ଧାରଣ କରନ୍ତୁ। ଏହି ରାଶିର ସ୍ୱାମୀ ସୂର୍ଯ୍ୟଦେବ। କର୍ମକ୍ଷେତ୍ର ସହ ଜୀବନରେ ଖୁବ ସଫଳତା ମିଳିଥାଏ।

କନ୍ୟା ରାଶିର ବ୍ୟକ୍ତି ବିଶେଷ ସୁନା ମୁଦି ଧାରଣ କରିବା ଦ୍ୱାରା ଧିରେ ଧିରେ ଆପଣଙ୍କ ଇଚ୍ଛା ପୂରଣ ହେବାକୁ ଲାଗିଥାଏ। ଐଶ୍ୱର୍ଯ୍ୟ ବୃଦ୍ଧି ହୋଇଥାଏ। ଜୀବନରେ ଥିବା ସମସ୍ୟା ଦୂର ହୋଇଥାଏ।

ଧନୁ ରାଶିର ବ୍ୟକ୍ତିବିଶେଷ ସୁନା ମୁଦି ଧାରଣ କରିବା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ। କାର୍ଯ୍ୟରେ ଶୀଘ୍ର ସଫଳତା ମିଳିଥାଏ। ଧନ ଜନିତ ସମସ୍ୟା ଦୂର ହୋଇଥାଏ। ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିଥାଏ। ଜୀବନରେ ଖୁସି ଭରିଯାଏ।

ବୃଷଭ, ମିଥୁନ, ବିଛା ଓ କୁମ୍ଭ ରାଶିର ବ୍ୟକ୍ତି ବିଶେଷ ସୁନାର ଆଭୂଷଣ ଧାରଣ କରିବା ଉତ୍ତମ ନୁହେଁ। ସେହିପରି ତୁଳା ଓ ମକର ରାଶି ବ୍ୟକ୍ତି ବିଶେଷ କମ ସୁନା ପିନ୍ଧିବା ଭଲ।

ଲୁହା ଓ କୋଇଲା କାମ କରୁଥିବା ବ୍ୟକ୍ତି ବିଶେଷ ସୁନା ଆଭୂଷଣ ଧାରଣ କରିବା ସେତେ ଉତ୍ତମ ନୁହେଁ। ଏହାର ପ୍ରଭାବ କର୍ମକ୍ଷେତ୍ରରେ ପଡିଥାଏ ବୋଲି କୁହାଯାଏ।
ଶୋଇବା ସମୟରେ ମୁଣ୍ଡ ଉପରେ ସୁନାର କୌଣସି ଜିନିଷ ରଖି ଶୁଅନ୍ତୁ ନାହିଁ। ଲାଲ କପଡାରେ ବାନ୍ଧି ସୁନା ରଖନ୍ତୁ। ଏହାଦ୍ୱାରା ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ। ସୁନା ଧାରଣ କରି ନିଶା ସେବନ କରନ୍ତୁ ନାହିଁ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )