Eat Right Certificate: କଏଦୀଙ୍କୁ ମିଳୁଛି ହୋଟେଲ ଭଳି ସୁବିଧା, ଏହି ଜେଲର ଖାଦ୍ୟକୁ କେନ୍ଦ୍ର ସରକାର ଦେଲା '5 Star'
Advertisement
Article Detail0/zeeodisha/odisha1332209

Eat Right Certificate: କଏଦୀଙ୍କୁ ମିଳୁଛି ହୋଟେଲ ଭଳି ସୁବିଧା, ଏହି ଜେଲର ଖାଦ୍ୟକୁ କେନ୍ଦ୍ର ସରକାର ଦେଲା '5 Star'

ଫତେହଗଡ କେନ୍ଦ୍ରୀୟ ଜେଲରେ ପ୍ରସ୍ତୁତ ହେଉଥିବା ଖାଦ୍ୟକୁ ପାଇଭ୍ ଷ୍ଟାର ରେଟିଂ ମିଳିଛି। ଉତ୍ତର ପ୍ରଦେଶର ଫାରୁଖବାଦ୍ ଜିଲ୍ଲା ଅନ୍ତର୍ଗତ ଫତେହଗଡ କେନ୍ଦ୍ରୀୟ ଜେଲରେ ପ୍ରସ୍ତୁତ ହେଉଥିବା ଖାଦ୍ୟକୁ FSSAI ତରଫରୁ ପଞ୍ଚ ତାରକା ପ୍ରମାଣପତ୍ର ଦିଆଯାଇଛି। ଜେଲର ଅନ୍ତେବାସୀଙ୍କ ଖାଦ୍ୟର ଗୁଣବତ୍ତା ପାଇଁ ଖାଦ୍ୟ ନିରାପତ୍ତା ମାନକ ପ୍ରାଧିକରଣ ବା (FSSAI) ଏହି ମାନ୍ୟତା ଦେଇଛି।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଗତମାସରେ ଉତ୍ତର ପ୍ରଦେଶର ଫିରୋଜାବାଦର ଏକ ଭିଡିଓ ସୋସିଆଲ ମଡିଆରେ ଝଡ ସୃଷ୍ଟି କରିଥିଲା। ପୋଲିସ କ୍ୟାଣ୍ଟିନରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ନେଇ ଜଣେ ସିପାହୀ ଅଭିଯୋଗ କରିଥିଲେ। ଯାଞ୍ଚ ବେଳେ ଏହି ଅଭିଯୋଗ ସତ୍ୟ ପ୍ରମାଣିତ ହୋଇଥିଲା। ଏହା ପୂର୍ବରୁ ବିଏସଏଫ ଯବାନ ତେଜ୍ ବାହାଦୁର ଯାଦବଙ୍କ ମଧ୍ୟ ଭିଡିଓ ଭାଇରାଲ ହୋଇଥିଲା। କ୍ୟାଣ୍ଟିନ ଖାଦ୍ୟରୁ ନେଇ ପ୍ରଶ୍ନ ଉଠାଇବା ପରେ ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା। ସାଧାରତଃ ଲୋକଙ୍କ ଧାରଣା ରହିଛି କି, ଜେଲରେ ନିମ୍ନମାନର ଖାଦ୍ୟ ଦିଆଯାଏ। କିନ୍ତୁ ଏହା ସମ୍ପୂର୍ଣ୍ଣ ସତ୍ୟ ନୁହଁ, କାରଣ ନିକଟରେ FSSAI ଗୋଟିଏ ଜେଲର ଖାଦ୍ୟକୁ ଫାଇଭ୍ ଷ୍ଟାର ରେଟିଂ ଦେଇଛି। 

ଫତେହଗଡ କେନ୍ଦ୍ରୀୟ ଜେଲରେ ପ୍ରସ୍ତୁତ ହେଉଥିବା ଖାଦ୍ୟକୁ ପାଇଭ୍ ଷ୍ଟାର ରେଟିଂ ମିଳିଛି। ଉତ୍ତର ପ୍ରଦେଶର ଫାରୁଖବାଦ୍ ଜିଲ୍ଲା ଅନ୍ତର୍ଗତ ଫତେହଗଡ କେନ୍ଦ୍ରୀୟ ଜେଲରେ ପ୍ରସ୍ତୁତ ହେଉଥିବା ଖାଦ୍ୟକୁ FSSAI ତରଫରୁ ପଞ୍ଚ ତାରକା ପ୍ରମାଣପତ୍ର ଦିଆଯାଇଛି। ଜେଲର ଅନ୍ତେବାସୀଙ୍କ ଖାଦ୍ୟର ଗୁଣବତ୍ତା ପାଇଁ ଖାଦ୍ୟ ନିରାପତ୍ତା ମାନକ ପ୍ରାଧିକରଣ ବା (FSSAI) ଏହି ମାନ୍ୟତା ଦେଇଛି। ଫତେଗଡ଼ କେନ୍ଦ୍ରୀୟ ଜେଲରେ କଏଦୀଙ୍କୁ ଦିଆଯାଇଥିବା ଖାଦ୍ୟର ମାନ ପରୀକ୍ଷା କରିବା ପରେ ଏପରି ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଏହା ସହିତ FSSAI ଦ୍ୱାରା ପରିଚାଳିତ ଏକ ତୃତୀୟ ପକ୍ଷ ଅଡିଟକୁ ଭିତ୍ତି କରି ଜେଲକୁ "Eat Right Certificate" ମଧ୍ୟ ମିଳିଛି। ଏହାଦ୍ୱାରା ଖାଦ୍ୟର ଗୁଣବତ୍ତା ଏବଂ ସ୍ୱଚ୍ଛତା ପାଇଁ ଏକ ସ୍ୱୀକୃତି, ଯାହାର ଅର୍ଥ ହେଉଛି ଅନ୍ତେବାସୀମାନେ ଜେଲରେ ଗୁଣାତ୍ମକ ଖାଦ୍ୟ ଖାଇ ପାରୁଛନ୍ତି।

Also Read: MLA slapped by husband: ପଞ୍ଜାବ ସରକାରରେ ହଟଚମଟ, ଆପ୍ ବିଧାୟିକାଙ୍କୁ ସର୍ବସମ୍ମୁଖରେ..

ଗୁରୁବାର ଜିଲ୍ଲା ମାଜିଷ୍ଟ୍ରେଟ ସଞ୍ଜୟ କୁମାର ସିଂହ କହିଛନ୍ତି, 'ଫତେହଗଡ଼ କେନ୍ଦ୍ରୀୟ ଜେଲ FSSAI ଠାରୁ ‘Eat Right’ ସ୍ୱୀକୃତି ଲାଭ କରିଛି। ଏହାର ଅର୍ଥ ଜେଲରେ ରହୁଥିବା ୧୧୦୦ କଏଦୀଙ୍କୁ ଅତ୍ୟନ୍ତ ପରିଷ୍କାର ଓ ପୃଷ୍ଟିଯୁକ୍ତ ଖାଦ୍ୟ ଯୋଗାଇ ଦିଆଯାଉଛି। ୨୦୨୨ ମାର୍ଚ୍ଚରେ ଆମେ FSSAI ଠାରୁ ଲାଇସେନ୍ସ ପାଇଥିଲୁ। ତେବେ FSSAI ଦ୍ୱାରା ସ୍ୱୀକୃତିପ୍ରାପ୍ତ ଗୋଟିଏ ତୃତୀୟ ପକ୍ଷ ଖାଦ୍ୟର ମାନ ଯାଞ୍ଚ କରିଥିଲା। ଏହାପରେ ଜେଲର ଖାଇବାକୁ ଫାଇଭ୍ ଷ୍ଟାର ‘ଇଟ୍ ରାଇଟ ପ୍ରମାଣପତ୍ର’ ପ୍ରଦାନ କରିଛି।' ସେ ଏହାମଧ୍ୟ କହିଛନ୍ତି ଯେ, ଆବଶ୍ୟକତା ପାରାମିଟର ଅନୁଯାୟୀ ଖାଦ୍ୟ ଏବଂ ସ୍ୱଚ୍ଛତା ସମ୍ବନ୍ଧୀୟ ବ୍ୟବସ୍ଥାରେ ଉନ୍ନତି କରାଯାଇଥିଲା। ଏହି ପ୍ରମାଣପତ୍ର ପାଇବାରେ ଜେଲ ରାଜ୍ୟରେ ପ୍ରଥମ ଅଟେ। 

ଅନ୍ୟପଟେ ଜେଲ ଅଧୀକ୍ଷକ ଭୀମ ସେନ ମୁକୁନ୍ଦ କହିଛନ୍ତି, 'ଆମେ ସମସ୍ତ FSSAI ନିର୍ଦ୍ଦେଶାବଳୀକୁ ସଠିକ୍ ଭାବରେ ଅନୁସରଣ କରିଛୁ। ପରିମଳ, ସ୍ୱଚ୍ଛତା ଏବଂ ଖାଦ୍ୟ ନିରାପତ୍ତା ପ୍ରକ୍ରିୟାରେ ଉନ୍ନତି ଆଣିବା ପାଇଁ ବିସ୍ତୃତ ସୁପାରିଶ ଏବଂ ପର୍ଯ୍ୟବେକ୍ଷଣ ପରେ ପ୍ରି-ଅଡିଟ୍ ରିପୋର୍ଟ ପ୍ରସ୍ତୁତ କରାଯାଇଛି।' ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜେଲ୍ କର୍ମଚାରୀଙ୍କ ବ୍ୟତୀତ ୧୧୦୦ ଜଣ ଅନ୍ତେବାସୀ ସ୍ୱଚ୍ଛତା, ଖାଦ୍ୟ ନିରାପତ୍ତା ଉପରେ ତାଲିମ ନେଇଥିଲେ। ଏହା ବ୍ୟତୀତ ପରିମଳ ବ୍ୟବସ୍ଥା ଏବଂ ଖାଦ୍ୟ ପ୍ରସ୍ତୁତ କରିବାର ପ୍ରକ୍ରିୟା ବହୁ ପରିମାଣରେ ସ୍ୱୟଂଚାଳିତ ହୋଇଛି। ଜେଲ୍ ପ୍ରଶାସନ ଏଠାରେ ବଡ଼ ରୋଟି-ନିର୍ମାଣ ମେସିନ୍, ଏକ ମଇଦା ଚକଟିବା ମେସିନ୍ ଏବଂ ପନିପରିବା ପାଇଁ ମେସିନ୍ କଟର ଲଗାଇ ଏହାକୁ ଆଧୁନିକୀକରଣ କରିଛି । ପୂର୍ବରୁ ରୁଟି କରିବା, ପନିପରିବା କାଟିବା ଏବଂ ଡାଲି ପ୍ରସ୍ତୁତ କରିବାରେ ବନ୍ଦୀମାନଙ୍କ ସହାୟତା ନିଆଯାଉଥିଲା। ତେବେ ସେତେବେଳେ ଏହା ଏକ ମାନୁଆଲ୍ ପ୍ରକ୍ରିୟା ହୋଇଥିବାରୁ ବହୁ ସମୟ ଲାଗୁଥିଲା ଏବଂ ପ୍ରତ୍ୟେକ ସିଫ୍ଟ ପାଇଁ ଖାଦ୍ୟ ପ୍ରସ୍ତୁତ କରିବାକୁ ପ୍ରାୟ ୫୦ ଜଣ କଏଦୀଙ୍କୁ ନିୟୋଜିତ କରାଯାଉଥିଲା।

Also Read: Odisha Flood: କାଠଗଡ଼ାରେ ରାଜ୍ୟ ସରକାର, ବିଜେପିର ଚାର୍ଜସିଟରେ ୧୦ଟି ସାଙ୍ଘାତିକ ଅଭିଯୋଗ

ତେବେ ଦେଶର କୌଣସି ଜେଲର ଖାଇବା ଓ ଏହାର ପ୍ରସ୍ତୁତିକୁ ପଞ୍ଚ ତାରକା ମାନ୍ୟତା ମିଳିବା ଏହା ପ୍ରଥମ ଘଟଣା। ଖାଦ୍ୟର ମାନ୍ୟତା ସହ ଉତ୍ତମ ପରିବେଶରେ ଜେଲରେ ଥିବା କଏଦୀଙ୍କୁ ଖାଦ୍ୟ ପରଷା ଯାଉଥିବା ସର୍ଭେ ବେଳେ ସ୍ପଷ୍ଟ ହୋଇଥିବା ଜଣେ ଅଧିକାରୀ କହିଛନ୍ତି।