Thyroid Effect: ଯଦି ଥାଇରଡ୍ ଥାଏ ତେବେ ହୁଅନ୍ତୁ ସାବଧାନ୍, ସବୁଦିନ ପାଇଁ ହରାଇପାରନ୍ତି ଦୃଷ୍ଟିଶକ୍ତି
Advertisement

Thyroid Effect: ଯଦି ଥାଇରଡ୍ ଥାଏ ତେବେ ହୁଅନ୍ତୁ ସାବଧାନ୍, ସବୁଦିନ ପାଇଁ ହରାଇପାରନ୍ତି ଦୃଷ୍ଟିଶକ୍ତି

Thyroid Effect: ଥାଇରଡ (Thyroid) ଏକ ମାରାତ୍ମକ ରୋଗ। ଯାହା ଆମ ଗଳାର ତଳ ଭାଗରେ ହୋଇଥାଏ। ଏହି ରୋଗ ଥାଇରାଇଡ ନାମକ ଗ୍ରନ୍ଥିରେ ହୋଇଥାଏ। ଏହି ଗ୍ରନ୍ଥି ଥାଇରଡ ନାମକ ହରମୋନ ଅଟେ। ଯାହା ମେଟୋବଲିଜୟମ୍ ନରମାଲ ରଖିବା ଜରୁରୀ। ଯଦି ଆଣଙ୍କ ଶରୀରରେ ଥାଇରଡସ ନାମକ ହରମୋନ ବଢ଼ିବାରେ ଲାଗେ ତାହାଲେ ଆପଣଙ୍କ ଓଜନ କମ୍ ହୋଇଥାଏ। ଯଦି ଏହି ହରମୋନ କମ୍ ପ୍ରସ୍ତୁତ ହୁଏ ତାହାଲେ ଆମ ଓଜନ ବଢ଼ିଥାଏ। 

ସୌଜନ୍ୟ- ସୋସିଆଲ ମିଡିଆ

Thyroid Effect: ଥାଇରଡ (Thyroid) ଏକ ମାରାତ୍ମକ ରୋଗ। ଯାହା ଆମ ଗଳାର ତଳ ଭାଗରେ ହୋଇଥାଏ। ଏହି ରୋଗ ଥାଇରାଇଡ ନାମକ ଗ୍ରନ୍ଥିରେ ହୋଇଥାଏ। ଏହି ଗ୍ରନ୍ଥି ଥାଇରଡ ନାମକ ହରମୋନ ଅଟେ। ଯାହା ମେଟୋବଲିଜୟମ୍ ନରମାଲ ରଖିବା ଜରୁରୀ। ଯଦି ଆଣଙ୍କ ଶରୀରରେ ଥାଇରଡସ ନାମକ ହରମୋନ ବଢ଼ିବାରେ ଲାଗେ ତାହାଲେ ଆପଣଙ୍କ ଓଜନ କମ୍ ହୋଇଥାଏ। ଯଦି ଏହି ହରମୋନ କମ୍ ପ୍ରସ୍ତୁତ ହୁଏ ତାହାଲେ ଆମ ଓଜନ ବଢ଼ିଥାଏ। ଏଥିପାଇଁ ଏହି ହରମୋନ ସୀମିତ ରହିବା ବହୁତ ଜରୁରୀ। 

ଉଚ୍ଚ ସ୍ତରର ଥାଇରଡ୍ (Thyroid High Level) ଶରୀର ଉପରେ ଅଧିକ ପ୍ରଭାବ ପକାଇଥାଏ । ଖାସ କରି ଏହା ଆପଣଙ୍କ ଚକ୍ଷୁ ଉପରେ ପ୍ରଭାବ ମଧ୍ୟ ପକାଇଥାଏ । ଯାହା ଆପଣଙ୍କୁ ସାରା ଜୀବନ ପାଇଁ ଅନ୍ଧ କରିପାରେ। ଚକ୍ଷୁ ବିଶେଷଜ୍ଞଙ୍କ ଅନୁଯାୟୀ,(Hyperthyroidism Problem) ହାଇପରଥାଇରଏଡିଜିମ୍ ସମସ୍ୟା ଆଖିକୁ ଅସୁସ୍ଥ କରିପାରେ। ଏହା ଆଖିକୁ ପ୍ରଭାବିତ କରିଥାଏ । ଯଦି ଆପଣ ଥାଇରଡରେ ପୀଡିତ । ଏବଂ ଆଖିରୋ କୌଣସି ସମସ୍ୟା ଦେଖାଦିଏ । ତେବେ, ତୁରନ୍ତ ଆପଣ ଡାକ୍ତରଙ୍କ ପରାମର୍ଶ କରନ୍ତୁ । ଆସନ୍ତୁ ଜାଣିବା ଥାଇରଏଡ୍ ଦ୍ୱାରା କିଭଳି ଭାବରେ ଦୃଷ୍ଟିଶକ୍ତି ପ୍ରଭାବିତ ହୋଇଥାଏ।

Also Read : Diabetes: ସାବଧାନ୍! ଭୁଲରେ ଖାଆନ୍ତୁ ନାହିଁ ଏହି ତିନୋଟି ଖାଦ୍ୟ, ନଚେତ ମଧୁମେହରେ ହେବେ ପୀଡ଼ିତ

Also Read : Diabetes: ମଧୁମେହ ରୋଗୀ ଡାଏଟରେ ସାମିଲ କରନ୍ତୁ ଏସବୁ ସବୁଜ ପନିପରିବା, ବଢିବନି ବ୍ଲଡ଼ ସୁଗାର ଲେବୁଲ୍

ଥାଇରଡ ଆପଣଙ୍କୁ ଅନ୍ଧ କରିପାରେ: ଥାଇରଡ (Thyroid) ଏକ ମାରାତ୍ମକ ରୋଗ । ଯଦି ଏହି ସମସ୍ୟାରେ ଆପଣ ଦିର୍ଘଦିନ ଧରି ପୀଡିତ ତେବେ, ଆପଣ ଅନ୍ଧତ୍ୱର ଶିକାର ହୋଇପାରନ୍ତି ।  ଖାସ୍ କରି ମହିଳାମାନଙ୍କ ଠାରେ ଏହି ସମସ୍ୟା ଅଧିକ ଦେଖାଦେଇଥାଏ । ବୟସର ଅପରାହ୍ନରେ ଅର୍ଥାତ ଯେତେବେଳେ ଆପଣ (menopause)ଙ୍କ ଋତୁସାବ୍ର ବନ୍ଧ ହୋଇଥାଏ। ସେହି ସମୟରେ ଥାଇରଡରେ ପୀଡିତ ଥିବା ମହିଳାମାନେ ଏହି ରୋଗରେ ପୀଡିତ ହେବାର ଆଶଙ୍କା ଅଧିକ ଥାଏ ।  ଯାହା ଆଖିର ସ୍ୱାସ୍ଥ୍ୟ ଏବଂ ଟିସୁକୁ କ୍ଷତି ପହଞ୍ଚାଏ । ଫଳରେ ଦୃଷ୍ଟିଶକ୍ତି କମ୍ ହେବାର ସମ୍ଭାବନା ଅଧିକ ଥାଏ । ଏପରି ପରିସ୍ଥିତିରେ, ଯଦି ଆପଣ ଆଖିରେ କୌଣସି ଅସୁବିଧା ଦେଖନ୍ତି,ତେବେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।

ଆଖି ଶୁଖିଯାଏ : ବାର୍ଦ୍ଧକ୍ୟ ସମୟରେ ଆଖି ଶୁଖିଯାଏ। ଆଖିରେ ଶୁଷ୍କତା ହେବାର କାରଣ ମଧ୍ୟ ଆଲର୍ଜି ,ଥାଇରଏଡ୍, ସୋଜୋଗ୍ରେନ୍ ସିଣ୍ଡ୍ରୋମ, ରିମାଟଏଡ୍ ଆର୍ଥ୍ରାଇଟିସ୍ କାରଣରୁ ହୋଇଥାଏ । ଏହା ସହିତ ଭିଟାମିନ୍ ଏ ରୁ ଭିଟାମିନ୍ ଡି ର ଅଭାବ ହେତୁ ଆଖିରେ ଶୁଷ୍କତା ବଢିଥାଏ ।

ସୂକ୍ଷ୍ମ ହେବାରୁ ଚକ୍ଷୁକୁ କିପରି ରକ୍ଷା କରିବେ: ଆଖିର ଶୁଷ୍କତା ସମସ୍ୟାକୁ ଏଡାଇବା ପାଇଁ,ଦୁଇ ଚକିଆ ଗାଡି ଚଲାଇବା ସମୟରେ ଆଗ ପବନକୁ ଏଡାଇବା ପାଇଁ ଆଖିରେ ଚଷମା କିମ୍ବା ହେଲମେଟ ପିନ୍ଧନ୍ତୁ। ଖୋଲା ସ୍ଥାନରେ ଚଷମା ପିନ୍ଧନ୍ତୁ । ଲାପଟପ୍, କମ୍ପ୍ୟୁଟର କିମ୍ବା ମୋବାଇଲ୍ ବ୍ୟବହାର କମ୍ କରନ୍ତୁ । ଭୁଲରେ ମଧ୍ୟ ଧୂମପାନ ଏବଂ ମଦ୍ୟପାନ କରନ୍ତୁ ନାହିଁ। ବହି ପଢିବା ସମୟରେ ଚଷମା ବ୍ୟବହାର କରନ୍ତୁ । ଏହି ସମସ୍ତ ଟିପ୍ସ ଆପଣେଇବା ଦ୍ବାରା ଆପଣ ନିଜ ଚକ୍ଷୁକୁ ସୁରକ୍ଷିତ ରଖିପାରିବେ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ମାନ୍ୟତା ଓ ସୂଚନା ଉପରେ ଆଧାରିତ । ZEE ODISHA NEWS ଏହାକୁ ନିଶ୍ଚିତ କରେ ନାହିଁ ।)