Ghee Side Effects: ଏହି ୪ ପ୍ରକାରର ଲୋକ କେବେବି ଖାଆନ୍ତୁ ନାହିଁ ଘିଅ
Advertisement

Ghee Side Effects: ଏହି ୪ ପ୍ରକାରର ଲୋକ କେବେବି ଖାଆନ୍ତୁ ନାହିଁ ଘିଅ

ଘିଅ ଭାରତରେ ଏକ ଲୋକପ୍ରିୟ ଖାଦ୍ୟ । ଯାହାକୁ ଅନେକ ଲୋକ ସେମାନଙ୍କର ଦୈନନ୍ଦିନ ଖାଦ୍ୟରେ ଅନ୍ତର୍ଭୁକ୍ତ କରିଥାନ୍ତି । ଅନେକ ଲୋକ ଘିଅକୁ ରୁଟିରେ ପ୍ରୟୋଗ କରିବା ସହ ପନିପରିବା ଏବଂ ଡାଲିରେ ଛୁଙ୍କ ଦେବା ପାଇଁ ପ୍ରୟୋଗ କରାଯାଏ ।  ଘିଅ ଫ୍ୟାଟର ଏକ ଉତ୍ତମ ଉତ୍ସ । ଏହାମଧ୍ୟ ଶରୀର ପାଇଁ ଲାଭକାରୀ ସାବ୍ୟସ୍ତ ହୋଇଥାଏ । ଖାଲି ପେଟରେ ଘିଅ ଖାଇବାର ଅନେକ ଉପକାର ମଧ୍ୟ ରହିଛି, କାରଣ ଏହା ହଜମ ପ୍ରକ୍ରିୟାକୁ ଶୃଙ୍ଖଳିତ କରିଥାଏ ଏବଂ କୋଷ୍ଠକାଠିନ୍ୟରୁ ମୁକ୍ତି ଦେଇଥାଏ ।

Ghee Side Effects: ଏହି ୪ ପ୍ରକାରର ଲୋକ କେବେବି ଖାଆନ୍ତୁ ନାହିଁ ଘିଅ

ସାଧାରଣତଃ ଆମ ଓଡିଶାର ଗାଁ ଗଣ୍ଡାରେ ଦେଶୀ ଗାଈର ଘିଅ ପ୍ରଚଳନ ହୋଇଥାଏ ।ଓଡ଼ିଶାରେ ଲୋକମାନେ ତଥା ଜଗନ୍ନାଥ ମନ୍ଦିରରେ ମଧ୍ୟ ଦେଶୀ ଘିଅ ବ୍ୟବହାର କରାଯାଇଥାଏ ।ଗାଁ ଗଣ୍ଡାରେ ଲୋକମାନେ ପୁରାତନ ପ୍ରଣାଳୀରେ ପୁରୁଣା ଘିଅକୁ ସଂଗ୍ରହ କରି ବହୁ ବର୍ଷ ଧରି ସାଇତି ରଖିଥାନ୍ତି। ଯାହାକି ଏକ ଅଦ୍ଭୁତ ଆଣ୍ଟି ବାଇଓଟିକ ଭାବରେ କାମ କରିଥାଏ, ଅତ୍ୟଧିକ ଥଣ୍ଡାରେ ପୀଡିତ ଥିବା ରୋଗମାନଙ୍କ ପାଇଁ ଏହା ବିଶଲ୍ୟକରଣୀ ଭାବରେ କାମ କରିଥାଏ ।ଏହା ଲୋକମାନେ ମୁହଁ ଭିତରେ ଥିବା ଘା ,ପେଟ ରୋଗ ତଥା ଚର୍ମ ରୋଗ ପାଇଁ ମଧ୍ୟ ବହୁତ ଉପାକରୀ ସାବ୍ୟସ୍ତ ହୋଇଥାଏ।

ଘିଅରେ ଆଣ୍ଟି-ଏଜିଂ ଏବଂ ହୃଦୟ, ଆଖି ସମସ୍ୟା ଦୂର କରିବା ପରି ଗୁଣ ରହିଛି । ଏହାବ୍ୟତୀତ ଘିଅ ମସ୍ତିଷ୍କ, ସ୍ମୃତି, ହଜମ, ଚର୍ମ ଇତ୍ୟାଦି ପାଇଁ ଲାଭଦାୟକ ଅଟେ । କିନ୍ତୁ ବିଶେଷଜ୍ଞଙ୍କ ଅନୁଯାୟୀ, ଘିଅ ସମସ୍ତଙ୍କ ପାଇଁ ଲାଭଦାୟକ ହୋଇନଥାଏ । ଏହା ସେବନ କରିବା ଦ୍ୱାରା କିଛି ଲୋକଙ୍କ ପାଇଁ କ୍ଷତି ପହଞ୍ଚାଇପାରେ । ଏହା ସ୍ୱାସ୍ଥ୍ୟ ପ୍ରତି କି ପ୍ରକାର କୁ ପ୍ରଭାବ ପକାଇଥାଏ ତାହାର କିଛି ବିଶ୍ଳେଷଣ କରି ଆପଣଙ୍କୁ ଚେତାଇ ଦେବା ପାଇଁ ଚାହୁଁ।

ସୁସ୍ଥ ବିବେଚନା କରାଯାଉଥିବା ସମସ୍ତ ଜିନିଷ ଆପଣଙ୍କ ଶରୀର ପାଇଁ ଉପଯୁକ୍ତ ହୋଇନଥାଏ । ଖାଦ୍ୟ ଖାଇବା ସମୟରେ ବିଭିନ୍ନ ଖାଦ୍ୟ ଆପଣଙ୍କ ଶରୀର ପାଇଁ ଉପଯୁକ୍ତ କି ନୁହେଁ ଏହା ଧ୍ୟାନ ଦେବା ମଧ୍ୟ ଜରୁରୀ ଅଟେ । ଆସନ୍ତୁ ଜାଣିବା କେଉଁ ଲୋକମାନେ ଆଦୌ ଘିଅ ଖାଇବା ଉଚିତ୍ ନୁହେଁ ।

୧- ଘିଅ ଗରିଷ୍ଠ ପର୍ଯ୍ୟାୟ ଖାଦ୍ୟ ହୋଇଥିବାରୁ ଯଦି ଆପଣଙ୍କର ହଜମ ଜନିତ ସମସ୍ୟା ରହିଛି, ତେବେ ଘିଅ ନଖାଇବା ଉଚିତ ।

୨- ଲିଭର ସିରୋସିସ୍, ସ୍ପ୍ଲେନୋମେଗାଲୀ, ହେପାଟୋମେଗାଲୀ, ହେପାଟାଇଟିସ୍ ଆଦି ଲିଭର ସଂକ୍ରାନ୍ତିୟ ରୋଗରେ ପୀଡ଼ିତ ଲୋକ ଘିଅ ନଖାଇବା ଉଚିତ ।

୩- ସ୍ୱାସ୍ଥ୍ୟ ବିଶେଷଜ୍ଞ ଗର୍ଭାବସ୍ଥାରେ ଘିଅ ଖାଇବାକୁ ବାରଣ କରିଥାନ୍ତି । କାରଣ ଘିଅ ଶୀଘ୍ର ଓଜନ ବଢ଼ାଇ ଦେଇଥାଏ ।

୪- ପାଗ ପରିବର୍ତ୍ତନ ସମୟରେ ଜ୍ୱରରେ ପୀଡ଼ିତ ହୋଇଥିବା ସମୟରେ ଘିଅ ନଖାଇବା ଉଚିତ ।