Skin Care କଣ ଆପଣଙ୍କ ଚେହେରାରେ କୁଞ୍ଚନ ଆସୁଛି କି ଏହାକୁ ଦୂର କରିବା ପାଇଁ ଖାଆନ୍ତୁ ଏହି ଫଳ
Advertisement
Article Detail0/zeeodisha/odisha1241240

Skin Care କଣ ଆପଣଙ୍କ ଚେହେରାରେ କୁଞ୍ଚନ ଆସୁଛି କି ଏହାକୁ ଦୂର କରିବା ପାଇଁ ଖାଆନ୍ତୁ ଏହି ଫଳ

ଚେହେରାରେ କୁଞ୍ଚନ ସମସ୍ୟା ଆସିବା ଏକ ସାଧାରଣ କଥା । ବୟସ ବଢିବା ସହ ଧୂଳି,ମାଟି,ପ୍ରଦୂଷଣ ହେତୁ ଚେହେରାରେ କୁଞ୍ଚନ ଏବଂ ସୂକ୍ଷ୍ମ ରେଖା ସମସ୍ୟା ଦେଖାଦେଇଥାଏ । ଏକା ସାଙ୍ଗରେ ଏପରି ସମସ୍ୟାକୁ ଦୂର କରିବା ପାଇଁ ସମସ୍ତେ ଅନେକ ପ୍ରକାରର ସୌନ୍ଦର୍ଯ୍ୟକରଣ ପଦାର୍ଥ ବ୍ୟବହାର କରିଥାଆନ୍ତି । କିନ୍ତୁ ଏ ସବୁ ପଦାର୍ଥ ବ୍ୟବହାରରେ ଆପଣ ନିଜ ତ୍ବଚାକୁ ଅଧିକ କ୍ଷତି ପହଞ୍ଚାଇବାର ସମ୍ଭାବନାକୁ ଅଧିକ ବଢାଇଥାଏ । ଏମିତିରେ ଆପଣ ପ୍ରାକୃତିକ ପଦ୍ଧତିରେ ନିଜ ଚେହେରାରେ ଆସୁଥିବା କୁଞ୍ଚନ ସମସ୍ୟାକୁ ହ୍ରାସ କରିବା ପାରିବେ । ଏଭଳି କ୍ଷେତ୍ରରେ ଆପଣ ନିଜ ଖାଦ୍ୟରେ କିଛି ଏମିତି ଫଳ ଗ୍ରହଣ କରନ୍ତୁ ଯାହା ଆପଣଙ୍କ ଚେହେରା ପାଇଁ ବରଦାନ ସାଜିବ । ଆସନ୍ତୁ ଜାଣିବା କଣ ସେ ଆଣ୍ଟି ଏଜିଂ ଫଳ ଯାହାକୁ ଖାଇବା ଦ୍ବାରା ଆପଣ ନିଜ ଚେହେରାରେ ବୟସର ଛାପକୁ ଦୂର କରିପାରିବେ । 

 

Skin Care କଣ ଆପଣଙ୍କ ଚେହେରାରେ କୁଞ୍ଚନ ଆସୁଛି କି ଏହାକୁ ଦୂର କରିବା ପାଇଁ ଖାଆନ୍ତୁ ଏହି ଫଳ

ପାଚିଲା ଅମୃତଭଣ୍ଡା
ପାଚିଲା ଅମୃତଭଣ୍ଡା ଏକ ଉତ୍ତମ ଆଣ୍ଟି ଏଜିଂ ଫଳ । ଯେଉଁଥିଲେ ପେପାଇନ୍ ନାମକ ଏକ ଏନଜାଇମ ଥାଏ । ଏହି ଏନଜାଇମର ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ରହିଛି । ଏହା ଚର୍ମ ସମସ୍ୟାକୁ ହ୍ରାସ କରିଥାଏ । ପାଚିଲା ଅମୃତଭଣ୍ଡା ଚେହେରାରର ଫୁଲିବା ସମସ୍ୟାକୁ ବି ହ୍ରାସ କରିବା ସହ ଚର୍ମରେ କୁଞ୍ଚନ ସମସ୍ୟାକୁ ଦୂର କରିଥାଏ । ଏହା ବ୍ୟତୀତ ପାଚିଲା ଅମୃତଭଣ୍ଡାରେ ଅନେକ ପୋଷକ ତତ୍ତ୍ବ ରହିଥାଏ ଯାହା ଦ୍ବାରା ଆପଣଙ୍କ ସ୍କିନ ପାଇଁ ବହୁ ଲାଭଦାୟକ ଅଟେ । ଏହା ସହ ଆପଣଙ୍କ ତ୍ବଚାକୁ ସୁସ୍ଥ ଆଉ ସୁନ୍ଦର କରିଥାଏ । ତେଣୁ ଆପଣ ଯଦି ନିଜ ଚେହେରାରୁ କୁଞ୍ଚନ ସମସ୍ୟା ଦୂର କରିବାକୁ ଚାହୁଁଛନ୍ତି ତେବେ ଆପଣ ଆଜି ହିଁ ପାଚିଲା ଅମୃତଭଣ୍ଡାକୁ ନିଜ ଡାଏଟରେ ସାମିଲ କରନ୍ତୁ । 

କୋଳି
ବଜାରରେ ଅନେକ ପ୍ରକାରର କୋଳି ରହିଛି । ସେଥି ମଧ୍ୟରୁ ଅଙ୍ଗୁରକୋଳି,ଷ୍ଟବେରୀ,ଜାମୁ କୋଳୀ ଗୁଡିକରେ ଅନେକ ପ୍ରକାରର ଆଣ୍ଟିଅକ୍ସିଡାଣ୍ଟ ଗୁଣରେ ଭରପୁର ରହିଥାଏ । ଆମ ଚର୍ମ କୋଷ ଗୁଡିକୁ ରିପେୟାର ବା ପୁନଃ ପ୍ରସ୍ତୁତ କରିବା ପାଇଁ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ଏଥିରେ ଭିଟାମିନ-ଏ ଏବଂ ସି ମିଳିଥାଏ । ଯାହା ଚର୍ମକୁ ସୁସ୍ଥ ରଖିବାରେ ପ୍ରଭାବଶାଳୀ ହୋଇଥାଏ । ସେଗୁଡିକ କେବଳ ଚର୍ମ ପାଇଁ ସୁସ୍ଥ ରଖେ ତାହା ନୁହେଁ ଆପଣଙ୍କ ଆଖିକୁ ମଧ୍ୟ ସୁରକ୍ଷିତ ରଖିବାରେ ସହାୟକ ହୋଇଥାଏ । 

ଡାଳିମ୍ବ 
ବଢୁଥିବା ବୟସର ଲକ୍ଷଣକୁ କମ୍ କରିବା ପାଇଁ ଡାଳିମ୍ବ ହେଉଛି ବରଦାନ ସଦୃଶ । ଏହା ଆପଣଙ୍କ ବାର୍ଦ୍ଧକ୍ୟ ଲକ୍ଷଣକୁ ହ୍ରାସ କରିଥାଏ । ଡାଳିମ୍ବରେ ଥିବା କ୍ଷୁଦ୍ର ଲାଲ ମଞ୍ଜିରେ ପୁନିକାଲଜିନ୍ସ ଥାଏ ଯାହା ଆପଣଙ୍କ ସ୍କିନରେ ଥିବା କୋଲାଜେନକୁ ସୂକ୍ଷ୍ମରେଖା ଏବଂ କୁଞ୍ଚନ ସହ ମୁକାବିଲା କରିବାରେ ସାହାଯ୍ୟ କରିଥାଏ । ଏହା ଆପଣଙ୍କ ତ୍ବଚାକୁ ସୁନ୍ଦର ଏବଂ ଫ୍ରେସ ରଖିଥାଏ ।