Almonds: ଆଲମଣ୍ତର ଅଧିକ ସେବନ,ଡାକିଆଣେ ଏହି ସବୁ ଘାତକ ରୋଗ !
Advertisement

Almonds: ଆଲମଣ୍ତର ଅଧିକ ସେବନ,ଡାକିଆଣେ ଏହି ସବୁ ଘାତକ ରୋଗ !

Side Effects Of Eating Too Much Almonds​: ଅଧିକାଂଶ ଲୋକେ ଡ୍ରାଏଫ୍ରୁଟସ ଖାଇବାକୁ ଭଲ ପାଆନ୍ତି । ଖାସ କରି ଆଲମଣ୍ଡ ଖାଇବା ଦ୍ବାରା ଶରୀରକୁ ବିଭିନ୍ନ ଫାଇଦା ମିଳିଥାଏ । ଏପରିକି କେଶ ଓ ଚ୍ବଚାରେ ଚମକ ମଧ୍ୟ ଆଣିଥାଏ । ଏହାସହ ସ୍ମୃତି ଶକ୍ତି ମଧ୍ୟ ବୃଦ୍ଧି କରିବାରେ ସହାୟକ ହୋଇଥାଏ ଆଲମଣ୍ତ ।

Almonds: ଆଲମଣ୍ତର ଅଧିକ ସେବନ,ଡାକିଆଣେ ଏହି ସବୁ ଘାତକ ରୋଗ !

Side Effects Of Eating Too Much Almonds​: ଅଧିକାଂଶ ଲୋକେ ଡ୍ରାଏଫ୍ରୁଟସ ଖାଇବାକୁ ଭଲ ପାଆନ୍ତି । ଖାସ କରି ଆଲମଣ୍ଡ ଖାଇବା ଦ୍ବାରା ଶରୀରକୁ ବିଭିନ୍ନ ଫାଇଦା ମିଳିଥାଏ  । ଏପରିକି କେଶ ଓ ଚ୍ବଚାରେ ଚମକ ମଧ୍ୟ ଆଣିଥାଏ । ଏହାସହ ସ୍ମୃତି ଶକ୍ତି ମଧ୍ୟ ବୃଦ୍ଧି କରିବାରେ ସହାୟକ ହୋଇଥାଏ ଆଲମଣ୍ତ ।   ଏହାର ଉପକାରିତା ଜାଣି,ଅନେକ ଲୋକେ ଏହି ଆଲମଣ୍ତକୁ ମଧ୍ୟ ଖାଇବା ଆରମ୍ଭ କରନ୍ତି । କିନ୍ତୁ ମାତ୍ରା ଠାରୁ ଅଧିକ ଖାଇବା ଦ୍ବାରା ଶରୀରରେ ଏହାର ଖରାପ ପ୍ରଭାବ ମଧ୍ୟ ପଡିଥାଏ । ତେବେ,ଆସନ୍ତୁ ଜାଣିବା ଆଲମଣ୍ତ ଅଧିକ ଖାଇବା ଦ୍ବାରା କଣ ସବୁ ସମସ୍ୟା ଶରୀରରେ ଦେଖାଦେଇଥାଏ । 

ଅତ୍ୟାଧିକ ଆଲମଣ୍ତ ଖାଇଲେ କଣ ସମସ୍ୟା ହୁଏ :

କୀଡନିରେ ଷ୍ଟୋନ ହେବାର ସମସ୍ୟା ଦେଖାଦେଇଥାଏ: ଅଧିକ ମାତ୍ରାରେ ବାଦାମ ବା ଆଲମଣ୍ତ ଖାଇଲେ  କିଡନୀ ଉପରେ ପ୍ରଭାବ ପଡିବାର ସମ୍ଭାବନା ରହିଛି । ମାତ୍ରାଧିକ ଆଲମଣ୍ତ ଖାଇଲେ କିଡନୀ ଷ୍ଟୋନ ହେବାର ସମ୍ଭାବନା ଅଧିକ ଥାଏ । ଏହି ଡ୍ରାଏ ଫ୍ଲୁଟସରେ ଅକ୍ସାଲେଟ୍ ମିଳିଥାଏ,ଯେଉଁ କାରଣରୁ କିଡନୀରେ ଷ୍ଟୋନ ହୋଇଥାଏ । 

ରକ୍ତସ୍ରାବ: ବାଦାମ ଭିଟାମିନ୍ 'ଇ 'ର ଏକ ସମୃଦ୍ଧ ଉତ୍ସ। ଯଦି ଆପଣ ଏହି ଡ୍ରାଏ ଫ୍ଲୁଟସକୁ ଅଧିକ ଖାଆନ୍ତି,ତେବେ ଭିଟାମିନ୍ ଓଭରଡୋଜ୍ ହେବ। ଯାହା ରକ୍ତସ୍ରାବ ଭଳି ଗୁରୁତର ରୋଗର କାରଣ ସହିତ ଜଡିତ ।

ଶରୀରରେ ଟକ୍ସିନ୍ ବୃଦ୍ଧି ପାଇବ: ବାଦାମର ଅତ୍ୟଧିକ ବ୍ୟବହାର ଶରୀରରେ ବିଷାକ୍ତ ପଦାର୍ଥ ବଢାଇପାରେ।  ଯାହା ପେଟ ପାଇଁ ଭଲ ନୁହେଁ। ଏହି କାରଣରୁ ଗର୍ଭବତୀ ମହିଳାମାନଙ୍କୁ ଏହାକୁ ନ ଖାଇବାକୁ ପରାମର୍ଶ ଦିଆଯାଇଛି ।

କୋଷ୍ଠକାଠିନ୍ୟ : ବାଦାମରେ ଅନେକ ଫାଇବର ଥାଏ ଯାହା ପେଟ ପାଇଁ ଭଲ ବିବେଚନା କରାଯାଏ,କିନ୍ତୁ ଏହାକୁ ଅଧିକ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ଏବଂ ହଜମ ପ୍ରକ୍ରିୟାରେ ସମସ୍ୟା ଦେଖାଦେଇଥାଏ ।

ମୋଟାପଣ : ଯଦି ଆପଣ ଓଜନ ବୃଦ୍ଧିକୁ ନେଇ ଚିନ୍ତିତ ଅଛନ୍ତି,ତେବେ କଦାପି ଅଧିକ ବାଦାମ ଖାଆନ୍ତୁ ନାହିଁ କାରଣ ଏହା ଆପଣଙ୍କ ଓଜନ ବଢାଇପାରେ । ଏବଂ ପେଟରେ ଚର୍ବି ଜମା ହେବା ଆରମ୍ଭ କରିବ। 

ପୁଷ୍ଟିକର ଖାଦ୍ୟ ପାଇବାରେ ଅସୁବିଧା : ଯଦି ଜଣେ ବ୍ୟକ୍ତି ଅଧିକ ମାତ୍ରାରେ ବାଦାମ ଖାଏ,ତେବେ ଏଥିରେ ଥିବା ଫାଇବର ଯୋଗୁଁ କ୍ୟାଲସିୟମ, ଆଇରନ୍, ଜିଙ୍କ ଏବଂ ମ୍ୟାଗ୍ନେସିୟମ୍ ଅବଶୋଷଣରେ ବାଧା ସୃଷ୍ଟି ହୁଏ ।

ଏହାବି ପଢନ୍ତୁ : Pregnant Lady During Cold: ଗର୍ଭବତୀ ମହିଳା ମାନେ ଥଣ୍ଡା ଦିନେ ଭୁଲରେ ବି କରନ୍ତୁନି ଏସବୁ କାମ

ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା: ଅଧିକ ପରିମାଣରେ ବାଦାମ ଖାଇବା ଦ୍ବାରା ଶରୀରରେ ଏଚସିଏନ (Hydrogen cyanide) ସ୍ତର ବଢିଥାଏ । ଯାହା   ନିଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ସୃଷ୍ଟି କରିଥାଏ। ଏହା ବ୍ୟତୀତ ସ୍ନାୟୁ ଭାଙ୍ଗିବା ଏବଂ ଶ୍ୱାସରୁଦ୍ଧ ହେବାର ଆଶଙ୍କା ମଧ୍ୟ ସୃଷ୍ଟି ହୋଇପାରେ ।

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜି ଓଡିଶା ଏହାକୁ ନିଶ୍ଚିତ କରେ ନାହିଁ । କେବଳ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ ।)