Vitamin D Harmful: ଖରାରେ ଅଧିକ ସମୟ ରହୁଥିଲେ ସାବଧାନ ! ମାଡ଼ିବସିବ ଏହି ସବୁ ଘାତକ ରୋଗ
Advertisement

Vitamin D Harmful: ଖରାରେ ଅଧିକ ସମୟ ରହୁଥିଲେ ସାବଧାନ ! ମାଡ଼ିବସିବ ଏହି ସବୁ ଘାତକ ରୋଗ

Excess Vitamin D: ଭିଟାମିନ୍ ଡି ର ଅଧିକ ମାତ୍ରାରେ କିଡନୀ ଫେଲ୍, ଡିହାଇଡ୍ରେସନ୍, ପୋଲିୟୁରିଆ ଏବଂ ପୋଲିଡିପ୍ସିଆ ଭଳି ରୋଗ ହେବାର ଆଶଙ୍କା ମଧ୍ୟ ସୃଷ୍ଟି ହୁଏ । ଅବଶ୍ୟ, ଏହି ବିପଦ କେବଳ ସୂର୍ଯ୍ୟକିରଣ ଦ୍ୱାରା ନୁହେଁ ବରଂ ଭିଟାମିନ୍ ଡି ସପ୍ଲିମେଣ୍ଟସ୍ ଦ୍ୱାରା ମଧ୍ୟ ହୋଇଥାଏ । ଯଦି ଆପଣ ସୂର୍ଯ୍ୟକିରଣ ସହିତ ଭିଟାମିନ୍ ଡି ସପ୍ଲିମେଣ୍ଟ ଗ୍ରହଣ କରୁଛନ୍ତି ଏବଂ ଏହା ୬୦୦ ଏମସିଜିରୁ ଅଧିକ ଯାଏ, ତେବେ ହାଇପରଭାଇଟାମିନୋସିସ୍ ହେବାର ଆଶଙ୍କା ଅଛି ।  

Vitamin D Harmful: ଖରାରେ ଅଧିକ ସମୟ ରହୁଥିଲେ ସାବଧାନ ! ମାଡ଼ିବସିବ ଏହି ସବୁ ଘାତକ ରୋଗ

Vitamin D Harmful: ଖରା ଦେହ ପାଇଁ ଯେତିକି ଭଲ ସେତିକି ଖରାପ ମଧ୍ୟ। ଏବେ ଶୀତ ଦିନ। ଥଣ୍ଡାରୁ ବଞ୍ଚିବା ପାଇଁ ଅଧିକାଂଶ ଲୋକ ସକାଳୁ ଉଠୁ ଉଠୁ ଖରାରେ ବସନ୍ତି । ତେବେ ଶୀତଦିନେ ଯଦି ଆପଣ ଦିନସାରା ସୂର୍ଯ୍ୟକିରଣରେ ବସନ୍ତି। ତେବେ ସାବଧାନ ରୁହନ୍ତୁ କାରଣ ଭିଟାମିନ୍ ଡି ପାଇବା ପ୍ରକ୍ରିୟାରେ ଆପଣ ଅନେକ ବିପଜ୍ଜନକ ରୋଗର ଶିକାର ହୋଇପାରନ୍ତି। ଗ୍ରୀଷ୍ମ କିମ୍ବା ଶୀତରେ ଅତ୍ୟଧିକ ସୂର୍ଯ୍ୟ କିରଣ ଦେହକୁ ନେବା ବିପଦଜ୍ଜନକ ଅଟେ । ଭିଟାମିନ୍-ଡି ପାଇଁ ସୂର୍ଯ୍ୟକିରଣ ଶରୀରକୁ ଦରକାର ଏବଂ ଏହା ମଧ୍ୟ ଏକ ପ୍ରାକୃତିକ ପ୍ରଣାଳୀ । କିନ୍ତୁ ସୂର୍ଯ୍ୟ କିରଣ କେତେ ନିଆଯିବା ଉଚିତ ଏବଂ କେବେ ନିଆଯିବା ଉଚିତ୍ ନୁହେଁ ତାହା ମଧ୍ୟ ଆପଣଙ୍କର ଜାଣିବା ଜରୁରୀ ।

ଯଦି ଶରୀରରେ ଭିଟାମିନ୍ D ର ପରିମାଣ ଅଧିକ ଥାଏ ତେବେ ଏହା ହୃଦଘାତ (Heart Attack) ପେଟ ଯନ୍ତ୍ରଣା, ହାଡକୁ କ୍ଷତି, ବାନ୍ତି, ସହିତ ଉଚ୍ଚ ରକ୍ତଚାପ ସୃଷ୍ଟି କରିପାରେ । କେବଳ ଏତିକି ନୁହେଁ, ଭିଟାମିନ୍ ଡି ର ଅଧିକ ମାତ୍ରାରେ କିଡନୀ ଫେଲ୍, ଡିହାଇଡ୍ରେସନ୍, ପୋଲିୟୁରିଆ ଏବଂ ପୋଲିଡିପ୍ସିଆ ଭଳି ରୋଗ ହେବାର ଆଶଙ୍କା ମଧ୍ୟ ସୃଷ୍ଟି ହୁଏ । ଅବଶ୍ୟ, ଏହି ବିପଦ କେବଳ ସୂର୍ଯ୍ୟକିରଣ ଦ୍ୱାରା ନୁହେଁ ବରଂ ଭିଟାମିନ୍ ଡି ସପ୍ଲିମେଣ୍ଟସ୍ ଦ୍ୱାରା ମଧ୍ୟ ହୋଇଥାଏ । ସେଥିପାଇଁ ଆମେ ଭିଟାମିନ୍ D (Vitamin-D) କୁ ଅଧିକ ମାତ୍ରାରେ ଗ୍ରହଣ କରିବା ଠାରୁ ଦୂରେଇ ରହିବା ଉଚିତ୍। 

Also Read: Ajwain Water: ଶରୀରର ଚର୍ବିକୁ ହଟାଇବା ସହ ମୁଣ୍ଡବିନ୍ଧାକୁ ଚୁଟକିରେ ଦୂରେଇଦେବ ଜୁଆଣି ପାଣି

ଯଦିଓ ଭିଟାମିନ୍ ଡି (Vitamin-D) ଅନେକ ପ୍ରୋଟିନ୍ ଏବଂ ଏନଜାଇମ୍ ଗଠନରେ ସାମିଲ ହୋଇଥାଏ ତଥାପି ଯାହା ମାନବ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏବଂ ଏହା ଅନେକ ରୋଗକୁ ମଧ୍ୟ ରୋକିଥାଏ । ମାତ୍ର କୌଣସି ଜିନିଷର ଅଧିକ ବ୍ୟବହାର ଶରୀରକୁ ଅଧିକ କ୍ଷତି ପହଞ୍ଚାଇଥାଏ। ଜଣେ ସୁସ୍ଥ ବ୍ୟକ୍ତିଙ୍କ ପାଇଁ ଗୋଟିଏ ଦିନରେ ପାଖାପାଖି ୩୭.୫ ରୁ ୫୦ ଏମସିଜି ଭିଟାମିନ ଡି ର ଜରୁରୀ ହୋଇଥାଏ । ଯେଉଁଠାରେ ବଢୁଥିବା ପିଲାମାନେ ପ୍ରତିଦିନ ଅତି କମରେ ୨୫ mcg ଆବଶ୍ୟକ କରନ୍ତି । ଏହା ଏକ ପୋଷକ ତତ୍ତ୍ୱ ଯାହା ଚର୍ବିରେ ତରଳିଯାଏ । 

Also Read:  Amla Side Effects: ଏହି ୬ଟି ରୋଗରେ ଆକ୍ରାନ୍ତ ବ୍ୟକ୍ତି ଭୁଲରେ ବି ଖାଆନ୍ତୁ ନାହିଁ ଅଁଳା, ଲାଭ ବଦଳରେ ହେବ କ୍ଷତି

ଏଥିରେ ଭିଟାମିନ୍ D1 D2 ଏବଂ D3 ଥାଏ । ଭିଟାମିନ୍ ଡି ର ସୂର୍ଯ୍ୟକିରଣ (Sun Rise) ହେଉଛି ପ୍ରାଥମିକ ଉତ୍ସ । ସୂର୍ଯୟ କିରଣ ସଂସ୍ପର୍ଶରେ ଆସିବା ମାତ୍ରେ ଚର୍ମ ନିଜେ ଭିଟାମିନ୍ ଡି ତିଆରି କରିବା ଆରମ୍ଭ କରେ । କିନ୍ତୁ ଯଦି ଆପଣ ସୂର୍ଯ୍ୟକିରଣ ସହିତ ଭିଟାମିନ୍ ଡି ସପ୍ଲିମେଣ୍ଟ ଗ୍ରହଣ କରୁଛନ୍ତି ଏବଂ ଏହା ୬୦୦ ଏମସିଜିରୁ ଅଧିକ ଯାଏ, ତେବେ ହାଇପରଭାଇଟାମିନୋସିସ୍ ହେବାର ଆଶଙ୍କା ଅଛି । ଏବଂ ଏହା ଶରୀରର ଅଙ୍ଗଗୁଡିକର କ୍ଷତି ଘଟାଏ ଏବଂ ଶରୀରରେ ବିଷ ଦ୍ରବଣ ଆରମ୍ଭ ହୁଏ ।

(Disclaimer: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜୀ ଓଡ଼ିଶା ନ୍ୟୁଜ୍ ଏହାକୁ ନିଶ୍ଚିତ କରେ ନାହିଁ । କେବଳ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ )