Helath Tips News in Odia: କିଛି ଲୋକଙ୍କର ଚା' ପିଇବା ପରେ ସଙ୍ଗେ ସଙ୍ଗେ ପାଣି ପିଇବାର ଅଭ୍ୟାସ ରହିଛି। ଯଦି ଆପଣଙ୍କ ମଧ୍ଯ ଏଭଳି ଅଭ୍ୟାସ ଅଛି ତାହାଲେ ସାବଧାନ ହୋଇଯାଆନ୍ତୁ । ଏହି ଅଭ୍ୟାସ ଆପଣଙ୍କୁ ଅସୁବିଧାରେ ପକାଇପାରେ । ଚା’ ପରେ ପାଣି ପିଇବା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ଅଟେ।
Trending Photos
Water After Tea Side Effects: ଚା' ପିଇବା କାହାକୁ ବା ପସନ୍ଦ ନୁହେଁ? ସକାଳର ବ୍ରେକଫାଷ୍ଟ ( Breakfast) ହେଉ କିମ୍ବା ଇଭ୍ନିଙ୍ଗ ସ୍ନାକ୍ସ ( Evening snacks) ଅଧିକାଂଶ ଲୋକେ ସବୁବେଳେ ଚା' ପିଇବା ପାଇଁ ପ୍ରସ୍ତୁତ ରହିଥାଆନ୍ତି। ସକାଳୁ ସକାଳୁ ଚା' କପେ ପିଇଲା ପରେ ପୂରା ଦିନ ଫୂର୍ତ୍ତିଲା ଲାଗିଥାଏ। କେତେକ ଲୋକ ତ ଚା'କୁ ଏତେ ପସନ୍ଦ କରିନ୍ତି ଯେ, ସେମାନଙ୍କୁ ପ୍ରତି ୨ ଘଣ୍ଟାରେ ଥରେ ଚା'ର ଆବଶ୍ୟକତା ପଡିଥାଏ। ଚା' ପିଇବା ଦ୍ୱାରା ଥକ୍କାପଣ ଦୂର ହୋଇଥାଏ। କିନ୍ତୁ କିଛି ଲୋକଙ୍କର ଚା' ( Tea) ପିଇବା ପରେ ସଙ୍ଗେ ସଙ୍ଗେ ପାଣି ପିଇବାର ଅଭ୍ୟାସ ( Water After Tea Side Effects) ରହିଛି। ଯଦି ଆପଣଙ୍କ ମଧ୍ଯ ଏଭଳି ଅଭ୍ୟାସ ଅଛି ତାହାଲେ ସାବଧାନ ହୋଇଯାଆନ୍ତୁ । ଏହି ଅଭ୍ୟାସ ଆପଣଙ୍କୁ ଅସୁବିଧାରେ ପକାଇପାରେ । ଚା’ ପରେ ପାଣି ପିଇବା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ଅଟେ। ଏଥିଲାଗି ପରିବାର ଲୋକେ ଚା’ ପରେ ତୁରନ୍ତ ପାଣି ପିଇବା ପାଇଁ ବାରଣ କରିଥାଆନ୍ତି। ସମୟ ଥାଉ ଥାଉ ଏପରି ଅଭ୍ୟାସ ପରିବର୍ତ୍ତନ ନ କଲେ ତା ଭବିଷ୍ୟତରେ ଅନେକ ସମସ୍ୟାର ସମ୍ମୁଖିନ ହେବାକୁ ପଡି଼ପାରେ।
ଶରୀରରେ ହୋଇଥାଏ ଏହି ସବୁ କ୍ଷତି
Also Read-Health Tips: ସ୍ୱାସ୍ଥ୍ୟ ପାଇଁ ବରଦାନ ସଦୃଶ୍ୟ ହୋଇଥାଏ ସାଗୁ, ଖାଇଲେ ମିଳିଥାଏ ଏହିସବୁ ଫାଇଦା!
Also Read-Diabetes: ମଧୁମେହ ରୋଗୀ ତରଭୁଜ ଖାଇବା ଉଚିତ୍ କି ନୁହେଁ? ପଢନ୍ତୁ ଏହି ରିପୋର୍ଟ...
Also Read-Morning Tips: ସକାଳୁ ଉଠିବାରେ ଦେଖାଦେଉଛି କି ସମସ୍ୟା ! ଏହି ସବୁ ଲକ୍ଷଣ ହୋଇପାରେ ମୂଳ କାରଣ
(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲଟି ସାଧାରଣ ସୂଚନା ଉପରେ ଆଧାରିତ । ଏହି ଆର୍ଟିକିଲରେ କୌଣସି ସୂଚନାର ସଠିକତା, ସଂପୂର୍ଣ୍ଣତା, ଉପଯୁକ୍ତତା କିମ୍ବା ବୌଧତା ପାଇଁ ଜି ଓଡ଼ିଶା ନ୍ୟୁଜ ଦାୟୀ ନୁହେଁ । ସମସ୍ତ ସୂଚନାକୁ ଆଧାରିତ କରିଏଠାରେ ପ୍ରଦାନ କରାଯାଇଛି । ଆର୍ଟିକିଲରେ ଉପସ୍ଥାପିତ ସୂଚନା, ତଥ୍ୟ କିମ୍ବା ମତାମତ ଜି ଓଡିଶାର ଦୃଷ୍ଟିକୋଣକୁ ପ୍ରତିଫଳିତ କରେ ନାହିଁ ଓ କୌଣସି ସୂଚନାକୁ ଗ୍ରହଣ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।)