Shani Remedies: ରାଶିରେ ଅଛି କି ଶନି ଦୋଷ? କରନ୍ତୁ ଏହି ଉପାୟ, ଦୂର ହୋଇଯିବ ସମସ୍ତ ଦୁଃଖକଷ୍ଟ!
Advertisement
Article Detail0/zeeodisha/odisha1820985

Shani Remedies: ରାଶିରେ ଅଛି କି ଶନି ଦୋଷ? କରନ୍ତୁ ଏହି ଉପାୟ, ଦୂର ହୋଇଯିବ ସମସ୍ତ ଦୁଃଖକଷ୍ଟ!

Shani Remedies: ଧାର୍ମିକ ବିଦ୍ବାନଙ୍କ ମତ ଅନୁଯାୟୀ, ଶନି ଦେବ ଯାହା ଉପରେ ସନ୍ତୁଷ୍ଟ ହୋଇଥାଆନ୍ତି ସେହି ମଣିଷର ଭାଗ୍ୟଦୋୟ ହେବାକୁ ବେଶି ସମୟ ଲାଗେ ନାହିଁ । ସେହିଭଳି ଯଦି ଶନି ଦେବ ରୋଷ କରନ୍ତି ବା ଅସନ୍ତୁଷ୍ଟ ହୁଅନ୍ତି ତାହାଲେ ଉକ୍ତ ବ୍ୟକ୍ତି କୌଣସି କାର୍ଯ୍ୟରେ ସଫଳ ହୋଇପାରନ୍ତି ନାହିଁ । ସେମାନଙ୍କୁ ଜୀବନରେ ନାନାଦି ଅସୁବିଧାର ସମ୍ମୁଖୀନ କରିବାକୁ ପଡ଼େ। ସେହିପରି ଜାତକରେ ଶନି ଦଶା ଥିଲେ ଶନିବାର ଦିନ(Saturday) କିଛି ପ୍ରତିକାର କରିବା ଦ୍ବାରା ଏଥିରୁ ମୁକ୍ତି ମିଳିଥାଏ । 

ସୌଜନ୍ୟ- ସୋସିଆଲ ମିଡ଼ିଆ

Shani Remedies: ଶନିଦେବଙ୍କୁ (Shani Dev) ନ୍ୟାୟର ଦେବତା ବୋଲି କୁହାଯାଏ। ଶନି ଦେବ ପ୍ରତ୍ୟେକ ଜୀବକୁ ତାର କର୍ମ ଅନୁଯାୟୀ ଉପଯୁକ୍ତ ଫଳ ଦେଇଥାଆନ୍ତି । ଧାର୍ମିକ ବିଦ୍ବାନଙ୍କ ମତ ଅନୁଯାୟୀ, ଶନି ଦେବ (Shani Dev) ଯାହା ଉପରେ ସନ୍ତୁଷ୍ଟ ହୋଇଥାଆନ୍ତି ସେହି ମଣିଷର ଭାଗ୍ୟଦୋୟ ହେବାକୁ ବେଶି ସମୟ ଲାଗେ ନାହିଁ । ସେହିଭଳି ଯଦି ଶନି ଦେବ ରୋଷ କରନ୍ତି ବା ଅସନ୍ତୁଷ୍ଟ ହୁଅନ୍ତି ତାହାଲେ ଉକ୍ତ ବ୍ୟକ୍ତି କୌଣସି କାର୍ଯ୍ୟରେ ସଫଳ ହୋଇପାରନ୍ତି ନାହିଁ । ସେମାନଙ୍କୁ ଜୀବନରେ ନାନାଦି ଅସୁବିଧାର ସମ୍ମୁଖୀନ କରିବାକୁ ପଡ଼େ। ସେହିପରି ଜାତକରେ ଶନି ଦଶା ((Shani Dosh) ଥିଲେ ଶନିବାର ଦିନ(Saturday) କିଛି ପ୍ରତିକାର କରିବା ଦ୍ବାରା ଏଥିରୁ ମୁକ୍ତି ମିଳିଥାଏ । ତେବେ ଆସନ୍ତୁ ଜାଣିବା କେଉଁ କାମ କଲେ ଶନି ଦେବ କୋଧିତ ହୋଇଥାଆନ୍ତି ବା କେଉଁ କାମ କରିବା ଉଚିତ୍ ନୁହେଁ ।

Also Read: Horoscope Today Aug 12 2023: ଆୟ ବଢିବା ସହ ଶୁଭଫଳ ପାଇବେ ଏହି ସବୁ ରାଶିର ଲୋକେ, ଜାଣନ୍ତୁ କେମିତ କଟିବ ଆଜିର ଦିନ?

ଏହି ସବୁ କାମ କଲେ କୋଧିତ ହୋଇଥାଆନ୍ତି ଶନିଦେବ:

-ଜ୍ୟୋତିଷଙ୍କ ଅନୁଯାୟୀ,ଯେଉଁମାନେ ବିଶୃଙ୍ଖଳିତ ଜୀବନଯାପନ କରନ୍ତି କିମ୍ବା ବିଶୃଙ୍ଖଳା ବିସ୍ତାର କରନ୍ତି ସେମାନେ କେବେହେଲେ ଶନିଦେବଙ୍କ ଆଶୀର୍ବାଦ ପାଆନ୍ତି ନାହିଁ। ଏହିପରି ଲୋକଙ୍କୁ ସର୍ବଦା ଶନିଙ୍କ କ୍ରୋଧ ସହିବାକୁ ପଡ଼େ ଓ ସେମାନେ ସର୍ବଦା ଆର୍ଥିକ ସଙ୍କଟ,ଅସୁସ୍ଥତା ଓ ଯନ୍ତ୍ରଣା ଭୋଗିଥାଆନ୍ତି ।

-ଯେଉଁମାନେ ଶନିବାର କିମ୍ବା ଅମାବାସ୍ୟା ଦିନ ମଦ୍ୟପାନ କରନ୍ତି କିମ୍ବା ଆମିଷ ଖାଇଥାଆନ୍ତି ଖାଇଥାଆନ୍ତି ସେମାନଙ୍କୁ ଶନିଦେବ କଦାପି କ୍ଷମା କରନ୍ତି ନାହିଁ ।  ଏହି ଲୋକଙ୍କ ଉପରେ ଶନି ମହା ଦଶା ପଡ଼ିଥାଏ । ସେମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ବିଫଳତାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଘରେ ଅଭାବ, ଅନଟନ, ବିଶୃଙ୍ଖଳା ବୃଦ୍ଧି ପାଇଥାଏ ।

-ଶାସ୍ତ୍ରରେ କୁହାଯାଇଛି ଯେ, ଯେଉଁମାନେ ନିରୀହ ତଥା ମୂକ ପ୍ରାଣୀ ବିଶେଷ କରି କୁକୁରମାନଙ୍କୁ ମାରିଥାଆନ୍ତି। ସେମାନଙ୍କୁ ଶନି ଦେବଙ୍କ କ୍ରୋଧର ସାମ୍ନା କରିବାକୁ ପଡି଼ଥାଏ । ଏହିପରି ଲୋକମାନେ କଦାପି ଖୁସିରେ ରହିପାରିବେ ନାହିଁ । ସେମାନଙ୍କୁ ଅନେକ ଦୁଃଖ କଷ୍ଟର ସାମ୍ନା କରିବାକୁ ପଡ଼ିଥାଏ ।  ସେମାନେ ସର୍ବଦା ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥାଆନ୍ତି।

-ସନାତନ ଧର୍ମରେ ଓସ୍ତ ଗଛକୁ ସବୁଠାରୁ ପବିତ୍ର ପୂଜାନୀୟ ବୋଲି ବିବେଚନା କରାଯାଇଛି । କୁହାଯାଏ ଯେ, ଯେଉଁମାନେ ଓସ୍ତ ଗଛ କାଟନ୍ତି କିମ୍ବା କୌଣସି ପ୍ରକାରର କ୍ଷତି କରନ୍ତି, ସେମାନଙ୍କୁ ଶନି ଦେବଙ୍କ କୋପ ରହିବାକୁ ପଡ଼ିଥାଏ । ଫଳରେ ସେମାନଙ୍କୁ ବହୁତ କ୍ଷତିର ସମ୍ମୁଖୀନ ହେବାକୁ ପଡିଥାଏ ।

-ଧାର୍ମିକ ବିଦ୍ୱାନଙ୍କ ଅନୁଯାୟୀ, ଯେଉଁ ଘରେ ମା’ଙ୍କୁ ଦୁର୍ବ୍ୟବହାର କରାଯାଏ ଓ ବୃଦ୍ଧବୃଦ୍ଧା ମାନଙ୍କୁ ଅପମାନିତ କରାଯାଏ, ସେଠାରେ ଶନି ସାଢେ ସାତି ଲାଗିଥାଏ । ଧନ ଧିରେ ଧିରେ ଏପରି ଲୋକଙ୍କ ଘରୁ ବାହାରିବା ଆରମ୍ଭ କରେ ଓ ପରିବାର ସଦସ୍ୟଙ୍କୁ ବହୁ ବିପଦର ସାମ୍ନା କରିବାକୁ ପଡ଼ିଥାଏ ।

ଶନିଦେବଙ୍କୁ ଖୁସି କରିବା ଲାଗି ଆପଣାନ୍ତୁ ଏହି ସବୁ ଉପାୟ:

୧-ଶନିବାର ଦିନ ଗାଧୋଇବା ପରେ ବିଧି ଅନୁଯାୟୀ ଶନି ଦେବଙ୍କୁ ପୂଜା କରନ୍ତୁ। ଏହି ଦିନ ଶନି ଦେବଙ୍କୁ ସୋରିଷ ତେଲ ଓ କଳା ତେଲ ମଞ୍ଜିରେ ଅଭିଷେକ କରନ୍ତୁ । 
୨-ଶନି ମନ୍ଦିରକୁ ଯାଇ ଶନି ଦେବଙ୍କ ଦର୍ଶନ କରନ୍ତୁ ଏପରି କରିବା ଦ୍ବାରା ଶନି ଦେବଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।
୩-ଜାତକରେ ଶନି ଦୋଷ ଥିଲେ ଏଥିରୁ ମୁକ୍ତି ପାଇବା ପାଇଁ ଶନିବାର ଦିନ ଶନି ମନ୍ଦିରକୁ ଯାଇ ଓସ୍ତ ଗଛରେ ଜଳ ଅର୍ପଣ କରନ୍ତୁ ।
୪-ଗରିବଙ୍କ ସେବା କଲେ ଶନି ଦେବଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ଶନିବାର ଦିନ ଗରିବ ଓ ଅସହାୟ ଲୋକଙ୍କୁ କଳା ତେଲ ମଞ୍ଜି, ପୋଷାକ, ଜୋତା ଓ କମ୍ବଳ ଦାନ କରନ୍ତୁ ।
୫-ଶନିବାର ଦିନ କଳା କୁକୁରକୁ ରୁଟି ଖାଇବାକୁ ଦିଅନ୍ତୁ । ଶନିବାର ଦିନ କାଉମାନଙ୍କୁ ଖାଇବାକୁ ଦେବା ମଧ୍ୟ ଶୁଭ ହୋଇଥାଏ, ଏପରି କରିବା ଦ୍ବାରା ଶନି ଦେବ ପ୍ରସନ୍ନ ହୋଇଥାଆନ୍ତି।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )