Shani Upay: ଶନିବାର ଦିନ କରନ୍ତୁ ଏହି ସବୁ କାମ, କଟିବ ଶନିଦଶା,ହେବ ଟଙ୍କାର ବର୍ଷା!
Advertisement

Shani Upay: ଶନିବାର ଦିନ କରନ୍ତୁ ଏହି ସବୁ କାମ, କଟିବ ଶନିଦଶା,ହେବ ଟଙ୍କାର ବର୍ଷା!

Shani Upay News In Odia: ଶନିବାର ନ୍ୟାୟର ଦେବତା ଶନି ଦେବଙ୍କ (shanidev ) ଲାଗି ସମର୍ପିତ । କୁହାଯାଏ ଯେ, ଶନି ଦେବ ପ୍ରତ୍ୟେକ ଜୀବକୁ ତାର କର୍ମ ଅନୁଯାୟୀ ଉପଯୁକ୍ତ ଫଳ ଦେଇଥାଆନ୍ତି । ଧାର୍ମିକ ବିଦ୍ବାନଙ୍କ ମତ ଅନୁଯାୟୀ, ଶନିଦେବ (ShaniDev ) ଯାହା ଉପରେ ସନ୍ତୁଷ୍ଟ ହୋଇଥାଆନ୍ତି ସେ ମଣିଷର ଭାଗ୍ୟଦୋୟ ହେବାକୁ ବେଶି ସମୟ ଲାଗେ ନାହିଁ । ସେହିପରି ଶନିଦେବ (Shani Dev)ଯଦି ରୋଷ କରନ୍ତୁ ତାହାଲେ ଆପଣଙ୍କର ହେବାକୁ ଥିବା କାମ ବିଗିଡିବାକୁ ଲାଗେ । ସେହିପରି ଜାତକରେ ଶନି ଦଶା (shani dosh)ଥିଲେ ଶନିବାର ଦିନ କିଛି ପ୍ରତିକାର କରିବା ଦ୍ବାରା ଏଥିରୁ ମୁକ୍ତି ମିଳିଥାଏ । ତେବେ ଆସନ୍ତୁ ଜାଣିବା କେଉଁ କାମ କରିବା ଦ୍ବାରା ଶନିଦେବ ସନ୍ତୁଷ୍ଟ ହୋଇ ଥାନ୍ତି । ଏବଂ ଧନର ବର୍ଷା କରିଥାନ୍ତି । ପଢନ୍ତୁ ଏହି ରିପୋର୍ଟ...

ସୌଜନ୍ୟ- ସୋସିଆଲ ମିଡ଼ିଆ

Shani Upay News In Odia: ଶନିବାର ନ୍ୟାୟର ଦେବତା ଶନି ଦେବଙ୍କ (shanidev )ଲାଗି ସମର୍ପିତ । କୁହାଯାଏ ଯେ, ଶନି ଦେବ ପ୍ରତ୍ୟେକ ଜୀବକୁ ତାର କର୍ମ ଅନୁଯାୟୀ ଉପଯୁକ୍ତ ଫଳ ଦେଇଥାଆନ୍ତି । ଧାର୍ମିକ ବିଦ୍ବାନଙ୍କ ମତ ଅନୁଯାୟୀ, ଶନିଦେବ (ShaniDev ) ଯାହା ଉପରେ ସନ୍ତୁଷ୍ଟ ହୋଇଥାଆନ୍ତି ସେ ମଣିଷର ଭାଗ୍ୟଦୋୟ ହେବାକୁ ବେଶି ସମୟ ଲାଗେ ନାହିଁ । ସେହିପରି ଶନିଦେବ (Shani Dev)ଯଦି ରୋଷ କରନ୍ତୁ ତାହାଲେ ଆପଣଙ୍କର ହେବାକୁ ଥିବା କାମ ବିଗିଡିବାକୁ ଲାଗେ । କେବଳ ସେତିକି ନୁହେଁ, ଶନିଙ୍କ କୋପ ଆପଣଙ୍କ ଉପରେ ରହିଲେ ଅଦିନରେ ଦାରିଦ୍ରତା ମଧ୍ୟ ମାଡିଆସେ(shani dosh upay) । ଜୀବନରେ ନାନାଦି ଅସୁବିଧାର ସମ୍ମୁଖୀନ କରିବାକୁ ପଡ଼େ। ସେହିପରି ଜାତକରେ ଶନି ଦଶା (shani dosh)ଥିଲେ ଶନିବାର ଦିନ କିଛି ପ୍ରତିକାର କରିବା ଦ୍ବାରା ଏଥିରୁ ମୁକ୍ତି ମିଳିଥାଏ । ତେବେ ଆସନ୍ତୁ ଜାଣିବା କେଉଁ କାମ କରିବା ଦ୍ବାରା ଶନିଦେବ ସନ୍ତୁଷ୍ଟ ହୋଇ ଥାନ୍ତି । ଏବଂ ଧନର ବର୍ଷା କରିଥାନ୍ତି ।

ଶନିବାର ଦିନ କରନ୍ତୁ ଏହି ସବୁ କାମ, ସନ୍ତୁଷ୍ଟ ହେବେ ଶନିଦେବ କଟିବ ଶନିଦଶା :

- ଶନିବାର ସକାଳ ସମୟରେ,ଅର୍ଥାତ୍ ଆପଣ ସ୍ନାନ କରିବା ପରେ  ଓସ୍ତ ଗଛ ନିକଟକୁ ଯାଆନ୍ତି । ସେଠାରେ , ଅର୍ଥାତ୍ ଗଛମୂଳେ କିଛି ଜଳ ଅର୍ପଣ କରନ୍ତୁ । ଏବଂ ' ଓଁ ଶଂ ଶନିଶ୍ଚରାୟ ନମଃ ମନ୍ତ୍ର ଜପନ୍ତୁ' । ତା’ପରେ  ସେହି ଓସ୍ତ ଗଛକୁ ସ୍ପର୍ଶ କରି ପ୍ରଣାମ କରିବା ପରେ ସାତଟି ଘେରା ଗଛ ଚାରିପଟେ ବୁଲନ୍ତୁ । ଏହା କରିବା ଦ୍ବାର ଆପଣଙ୍କର ଶନିଦଶା କଟିବ। ଏବଂ ଘରେ ସୁଖ ସମୃଦ୍ଧି ବୃଦ୍ଧି ହେବ । 

ଏହାବି ପଢନ୍ତୁ : Kendujhar News: ଛୁଟିରେ ଘରକୁ ଆସି ଜୀବନ ହାରିଲେ କନେଷ୍ଟବଳ, କାରଣ ଜାଣିଲେ ଟାଙ୍କୁରି ଉଠିବ ଲୋମ

ଏହାବି ପଢନ୍ତୁ :  Acid Attack Survivor: ମାଆ ହେଲେ ଏସିଡ଼ ପୀଡ଼ିତା ପ୍ରମୋଦିନୀ, ଫଟୋ ସେୟାର କରି ଲେଖିଲେ....

-ଶନିବାର ଦିନ ଭିକ୍ଷ୍ୟୁକମାନଙ୍କୁ ତେଲଛଣା ଖାଦ୍ୟ ଦାନ କରନ୍ତୁ । ଏହା କରିବା ଦ୍ବାରା ଶନିଦେବ ଖୁସି ହୋଇଥାନ୍ତି । ଏବଂ ଶନିଙ୍କ ଆର୍ଶିବାଦ ଆପଣଙ୍କ ଉପରେ ରହିଥାଏ । 

-ଶନିବାର ଦିନ ସଂନ୍ଧ୍ୟାରେ ଘରେ ଶନିଦେବଙ୍କ ପାଇଁ ଦୀପ ଜଳାନ୍ତୁ ।  ଏହା କରିବା ଦ୍ବାରା ଶନିଦେବଙ୍କ କୃପା ଆପଣଙ୍କ ଉପରେ ରହିବ । 

-ଏହାସହ ଆପଣ ଶନିବାର ଦିନ କଳା ମୁଗ ଭିକ୍ଷ୍ୟୁକ ମାନଙ୍କୁ ଦାନ କରନ୍ତୁ । 

- ଯଦି ଆପଣ ଦିର୍ଘ ଦିନ ଧରି ଚାକିରୀ ପାଉ ନାହାଁନ୍ତି କିମ୍ବା କ୍ୟାରିୟରେ ବାରମ୍ବାର ଅସଫଳା ହେଉଛନ୍ତି । ତେବେ, ଆପଣ ଶନିବାର ଦିନ ଶନିଦେବଙ୍କୁ ରାଶିଲଢୁ ଅର୍ପଣ କରନ୍ତୁ । ଏହା କରିବା ଦ୍ବାରା ଆପଣଙ୍କୁ କ୍ୟାରିୟରରେ ଖୁବଶିଘ୍ର  ସଫଳତା ମିଳିବ । ଏବଂ ଆପଣଙ୍କ ଆୟ ବୃଦ୍ଧି ହେବା ସହ ଯଶ ଓ ସମ୍ମାନ ମଧ୍ୟ ବଢିବ ।   

-ଶନିବାର ଦିନ କଳା କୁକୁରକୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ । ଏହା କରିବା ଦ୍ବାରା ଆପଣଙ୍କର ଦାରିଦ୍ରତା ଦୋଷ ଦୂର ହେବ । ଏବଂ ଶନିଦୋଷ ମଧ୍ୟ କଟିବ । କାହିଁକିନା କଳା କୁକୁରକୁ ଶନିଦେବଙ୍କ ବାହନ ବୋଲି ବିବେଚନା କରାଯାଏ ।  

ଶନିବାର ଦିନ କରନ୍ତୁ ନାହିଁ ଏହି କାମ:

-ଶନି ଦେବଙ୍କୁ ଖୁସି କରିବା ପାଇଁ ସୋରିଷ ତେଲ ଦାନ କରିବା କିମ୍ବା ଶନିବାର ଦିନ ଏହାର ଦୀପ ଜାଳିବା ଲାଭଦାୟକ ଅଟେ । କିନ୍ତୁ ଏହି ଦିନ ସୋରିଷ ତେଲ କିଣିବା ଏବଂ ଘରକୁ ଆଣିବା ଉଚିତ୍ ନୁହେଁ କିମ୍ବା ଦୋକାନରୁ କିଣିବା ଉଚିତ୍ ନୁହେଁ । କେବଳ ପୂର୍ବରୁ କିଣାଯାଇଥିବା ତେଲ ବ୍ୟବହାର କରାଯିବା ଉଚିତ୍ ।

-ଶନିବାର ଦିନ ଲୋକମାନେ ସୋରିଷ ତେଲ ସହିତ ରାଶି ତେଲ ମଧ୍ୟ ଦାନ କରନ୍ତି, କିନ୍ତୁ ମନେରଖନ୍ତୁ ଯେ, ଶନିବାର ଦିନ କଳା ରଙ୍ଗର ତେଲ କିଣିବା ଉଚିତ ନୁହେଁ । ଏହା କରିବା ଦ୍ୱାରା ଶନି ଦେବ ପ୍ରସନ୍ନ ହେବା ପରିବର୍ତ୍ତେ କ୍ରୋଧିତ ହୋଇପାରନ୍ତି । ଏବଂ ଆପଣଙ୍କୁ କାଙ୍ଗାଳ ମଧ୍ୟ କରିପାରନ୍ତି। 

- ସେହିପରି ଲୁହା କିମ୍ବା ଲୁହାରେ ତିଆରି ଜିନିଷ ଶନିବାର କିଣିବା ଉଚିତ୍ ନୁହେଁ । ଏହି ଦିନ ଲୁହା ଦାନ କରିବା ଅନୁଚିତ୍। 

-ଶନିବାର ଦିନ ଜୋତା ଏବଂ ଚପଲ ଦାନ କରିବା ଦ୍ବାରା ଶନିଦେବ ଖୁସି ହୋଇଥାନ୍ତି । କିନ୍ତୁ  ମନେରଖନ୍ତୁ ଯେ, ଏହି ଦିନ କୌଣସି ବ୍ୟକ୍ତିଙ୍କ ଠାରୁ ଜୋତା ଏବଂ ଚପଲ ଉପହାର ଦିଅନ୍ତୁ ନାହିଁ କିମ୍ବା ନିଅନ୍ତୁ ନାହିଁ ।

-ଗରିବ,ଦୁର୍ବଳ କିମ୍ବା ବୃଦ୍ଧଙ୍କୁ ଅପମାନିତ କରାଯିବା ଉଚିତ୍ ନୁହେଁ କିମ୍ବା ସେମାନଙ୍କୁ ହଇରାଣ କରାଯିବା ଉଚିତ୍ ନୁହେଁ। ନିରିହ ଲୋକଙ୍କ ଉପରେ ଏପରି ଦାଉ ସାଧୁଥିବା ଲୋକଙ୍କ ଉପରେ  ଶନିଦେବ କେବେ ସନ୍ତୁଷ୍ଟ ହୁଅନ୍ତି ନାହିଁ। 

ଶନିବାର ଦିନ ଉତ୍ତର ଏବଂ ପୂର୍ବ ଦିଗକୁ ଯାତ୍ରା କରିବା ଠାରୁ ଦୂରେଇ ରହିବା ଉଚିତ, ଏହା ଆପଣଙ୍କ ଜୀବନରେ ଅସୁବିଧା ସୃଷ୍ଟି କରିପାରେ ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )