Shani Dev Rajyog: ୨୦୨୫ ପର୍ଯ୍ୟନ୍ତ ଏହି ୪ ରାଶି ଉପରେ ଧନର ବର୍ଷା କରିବେ ଶନିଦେବ
Advertisement

Shani Dev Rajyog: ୨୦୨୫ ପର୍ଯ୍ୟନ୍ତ ଏହି ୪ ରାଶି ଉପରେ ଧନର ବର୍ଷା କରିବେ ଶନିଦେବ

Shani Dev Rajyog:  ବର୍ତ୍ତମାନ ଶନିଦେବ କୁମ୍ଭ ରାଶିରେ ବିରାଜମାନ ଅଛନ୍ତି । ଚଳିତ ମାସ ୪ ତାରିଖ (ନଭେମ୍ବର ୪ ) ଶନି ପୁଣି ସେହି କୁମ୍ଭ ରାଶିକୁ ଚଳନ କରିବେ (Shani Dev)। ଫଳରେ ଶଶା ରାଜଯୋଗ ସୃଷ୍ଟି ହେଉଛି। ଶଶା ରାଜଯୋଗ (shash rajyog) ସୃଷ୍ଟି ହେବା କାରଣରୁ ୪ ରାଶିର ଲୋକଙ୍କ ଉପରେ ଶନିଙ୍କ କୃପା ରହିବ। ଫଳରେ ଏହି ୪ ରାଶିରେ ଲୋକଙ୍କ ଭାଗ୍ୟରେ ଧନର ବର୍ଷା ହେବା ସହ ବିଭିନ୍ନ ଦିଗରୁ ସଫଳତା ମଧ୍ୟ ପ୍ରାପ୍ତ ହେବ। ତେବେ, ଏହି କୁମ୍ଭରେ ଶନିଦେବ ମାର୍ଚ୍ଚ , ୨୦୨୫ ପର୍ଯ୍ୟନ୍ତ ରହିବେ। ଏଭଳି ପରିସ୍ଥିତିରେ ଆସନ୍ତୁ ଜାଣିବା ଶନିଦେବଙ୍କ ଚଳନ କେଉଁ କେଉଁ ରାଶିକୁ ମାଲେମାଲ୍ କରିବ।

Shani Dev Rajyog: ୨୦୨୫ ପର୍ଯ୍ୟନ୍ତ ଏହି ୪ ରାଶି ଉପରେ ଧନର ବର୍ଷା କରିବେ ଶନିଦେବ

Shani Dev Rajyog: ଶନିଦେବଙ୍କୁ (Shani Dev)ନ୍ୟାୟର ଦେବତା ବୋଲି କୁହାଯାଏ।  ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯେ, ବର୍ତ୍ତମାନ ଶନିଦେବ କୁମ୍ଭ ରାଶିରେ ବିରାଜମାନ ଅଛନ୍ତି । ଚଳିତ ମାସ ୪ ତାରିଖ (ନଭେମ୍ବର ୪ ) ଶନି ପୁଣି ସେହି କୁମ୍ଭ ରାଶିକୁ ଚଳନ କରିବେ (Shani Dev)। ଫଳରେ ଶଶା ରାଜଯୋଗ ସୃଷ୍ଟି ହେଉଛି। ଶଶା ରାଜଯୋଗ (shash rajyog) ସୃଷ୍ଟି ହେବା କାରଣରୁ ୪ ରାଶିର ଲୋକଙ୍କ ଉପରେ ଶନିଙ୍କ କୃପା ରହିବ। ଫଳରେ ଏହି ୪ ରାଶିରେ ଲୋକଙ୍କ ଭାଗ୍ୟରେ ଧନର ବର୍ଷା ହେବା ସହ ବିଭିନ୍ନ ଦିଗରୁ ସଫଳତା ମଧ୍ୟ ପ୍ରାପ୍ତ ହେବ। ତେବେ, ଏହି କୁମ୍ଭରେ ଶନିଦେବ ମାର୍ଚ୍ଚ , ୨୦୨୫ ପର୍ଯ୍ୟନ୍ତ ରହିବେ। ଏଭଳି ପରିସ୍ଥିତିରେ ଆସନ୍ତୁ ଜାଣିବା ଶନିଦେବଙ୍କ ଚଳନ କେଉଁ କେଉଁ ରାଶିକୁ ମାଲେମାଲ୍ କରିବ। 

କୋଟିପତି ହେବେ ଏହି ୪ ରାଶି :

ବୃଷ : ଶନିଦେବଙ୍କ କୃପା କାରଣରୁ ଏହି ରାଶିର ଲୋକଙ୍କ ଭାଗ୍ୟ ସୁନା ପରି ଚମକିବ। ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଆୟ ବଢିବ । ଏଥି ସହିତ ଚାକିରିରେ ପଦୋନ୍ନତିର ସମ୍ଭାବନା ରହିଛି । ପୌତୃକ ସମ୍ପତ୍ତିରୁ ଲାଭ ପାଇବେ। ଏହି ସମୟରେ ଆପଣ ପୁରୁଣା ବିନିଯୋଗରୁ ଲଭ ପାଇବେ। ନିଜ ସନ୍ତାନ ସନ୍ତାତିଙ୍କ ଠାରୁ ଭଲ ଖବର ପାଇବେ। ଏହି ରାଶିର ବ୍ୟକ୍ତି ମାନଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଏବଂ ବୈବାହିକ ଜୀବନ ସୁଖମୟ ହେବ । ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। 
 
ତୁଳା: ଶନିଦେବଙ୍କ ଶଶା ରାଜଯୋଗ କାରଣରୁ ଏହି ରାଶିର ଲୋକଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। ଦିର୍ଘ ଦିନ ଧରି ଲାଗି ରହିଥିବା ବିବାଦର ଅନ୍ତ ଘଟିବ। ବ୍ୟବସାୟରେ ଫସି ଥିବା ଟଙ୍କା ଆପଣଙ୍କୁ ମିଳିବ। ଆକସ୍ମିକ ଧନଲାଭର ଯୋଗ ବି ରହିଛି। ରାଜନୀତି ସହିତ ଜଡି଼ତ ଲୋକଙ୍କ ପାଇଁ ସମୟ ଅନୂକୁଳ ରହିଛି। ଏହି ସମୟରେ ଦଳ ବଦଳ କଲେ ଆପଣଙ୍କ ପାଇଁ ଭଲ। ଚାକିରି ପାଇଁ ନୂଆ ଅଫର ବି ମିଳିପାରେ। କର୍ମକ୍ଷେତ୍ରରେ ଆପଣ ଉଚ୍ଚ ଅଧିକାରୀଙ୍କ ସମର୍ଥନ ପାଇବେ । ଚାକିରିରେ ଟ୍ରାନ୍ସଫର ହେବାର ସମ୍ଭାବନା ଅଛି । ପାରିବାରିକ ଜୀବନ ସୁଖମୟ ହେବ ।  

ବିଛା: ସେହିପରି, ଶନିଙ୍କ କୃପା ମଧ୍ୟ ଏହି ରାଶି ଉପରେ ରହିବ। ବୈବାହିକ ଜୀବନରେ ମଧୁରତା ଆସିବ । ଶନିଙ୍କ ଶୁଭ ଦୃଷ୍ଟି କାରଣରୁ ବ୍ୟବସାୟ ଓ ଚାକିରିରେ ଅଗ୍ରଗତି ହେବ । ଧନ ଲାଭ ନେଇ ସମ୍ଭାବନା ରହିଛି । କୋଟ କଚେରୀ ମାମଲାରେ ସଫଳତା ମିଳିବ । ପରିବାରରେ ଲାଗି ରହିଥିବା ବିବାଦ ଦୂର ହେବ । ଯେଉଁ ଛାତ୍ରଛାତ୍ରୀମାନେ କମ୍ପିଟେଟିଭ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି । ସେମାନେ ଏହି ଅବଧି ମଧ୍ୟରେ ଶୁଭଫଳ ପାଇବେ।

କୁମ୍ଭ:  ଶନିଦେବ ଏହି ରାଶିରେ ବିରାଜମାନ ଥିବାରୁ ଏହି ରାଶିର ଲୋକଙ୍କ ଉପରେ ହାତୀ ସୁନା କଳସ ଢାଳିବ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନିଦେବ କୁମ୍ଭ ରାଶିର ରାଜା ଅଟନ୍ତି। ଶନିଦେବ ଏହି ରାଶିରେ ୨୦୨୫ ପର୍ଯ୍ୟନ୍ତ ରହିବେ। ଆପଣ ବ୍ୟବସାୟରେ ଅଧିକ ଲାଭ ପାଇବେ।  ବ୍ୟବସାୟୀଙ୍କ ପାଇଁ ଏହା ଏକ ଭଲ ସମୟ । ବ୍ୟବସାୟରେ ପ୍ରଗତିର ସମ୍ଭାବନା ଅଛି । ବନ୍ଧୁମାନଙ୍କ ସାଥ୍ ମିଳିବ ଓ ଆୟ ବୃଦ୍ଧି ପାଇବ । ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଆସିବ। ଯଦି ଆପଣ ଦୀର୍ଘ ସମୟ ଗାଡି କିମ୍ବା ଘର କିଣିବା ପାଇଁ  ଯୋଜନା କରୁଛନ୍ତି, ତେବେ ଏହାକୁ ସମ୍ପୂର୍ଣ୍ଣ କରିବା ପାଇଁ ଏକ ଅନୁକୂଳ ସମୟ । 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)