Shani Amavasya 2023: ଶନି ଅମାବାସ୍ୟାରୁ ବଦଳିବ ଏହି ୪ ରାଶିଙ୍କ ଭାଗ୍ୟ, ଧନଧାନ୍ୟରେ ଭରିଯିବ ଜୀବନ
Advertisement
Article Detail0/zeeodisha/odisha1913519

Shani Amavasya 2023: ଶନି ଅମାବାସ୍ୟାରୁ ବଦଳିବ ଏହି ୪ ରାଶିଙ୍କ ଭାଗ୍ୟ, ଧନଧାନ୍ୟରେ ଭରିଯିବ ଜୀବନ

Shani Amavasya 2023: ସୂର୍ଯ୍ୟ ପରାଗ (Surya Parag) ଆସନ୍ତାକାଲି ଅର୍ଥାତ ଅକ୍ଟୋବର ୧୪ ରେ ହେବାକୁ ଯାଉଛି । ଆଉ ଏହି ଦିନ ଶନି ଅମାବାସ୍ୟା ମଧ୍ୟ ପଡୁଛି । ଜ୍ୟୋତିଶ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଚଳିତ ବର୍ଷ ଶନି ଅମାବାସ୍ୟା ସୂର୍ଯ୍ୟ ପରାଗରେ ପଡୁଥିବାରୁ ଏକ ମହା ସଂଯୋଗ ସୃଷ୍ଟି ହେଉଛି । ଶନିଙ୍କ କୃପା ୧୨ ଟି ରାଶି ମଧ୍ୟରୁ ୪ଟି ରାଶିକୁ (zodiac signs ) ଶୁଭଫଳ ପ୍ରଦାନ କରିବ । ଫଳରେ ସେମାନଙ୍କ ଜୀବନ ଧମଧାନ୍ୟରେ ଭରିଯିବ। ଏବଂ କ୍ୟାରିୟରେ ସଫଳତା ମଧ୍ୟ  ପ୍ରାପ୍ତ ହେବ। ତେବେ, ଆସନ୍ତୁ ଜାଣିବା ସେହି ୪ ରାଶିର ବିଷୟରେ...

 

ସୌଜନ୍ୟ- ସୋସିଆଲ ମିଡି଼ଆ

Shani Amavasya 2023: ଚଳିତ ବର୍ଷର ଶେଷ ସୂର୍ଯ୍ୟ ପରାଗ (Surya Parag) ଆସନ୍ତାକାଲି ଅର୍ଥାତ ଅକ୍ଟୋବର ୧୪ ରେ ହେବାକୁ ଯାଉଛି । ଆଉ ଏହି ଦିନ ଶନି ଅମାବାସ୍ୟା (Shani Amavasya 2023) ମଧ୍ୟ ପଡୁଛି । ଜ୍ୟୋତିଶ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଚଳିତ ବର୍ଷ ଶନି ଅମାବାସ୍ୟା ସୂର୍ଯ୍ୟ ପରାଗରେ ପଡୁଥିବାରୁ ଏକ ମହା ସଂଯୋଗ ସୃଷ୍ଟି ହେଉଛି । ଶନିଙ୍କ କୃପା ୧୨ ଟି ରାଶି ମଧ୍ୟରୁ ୪ଟି ରାଶିକୁ (zodiac signs ) ଶୁଭଫଳ ପ୍ରଦାନ କରିବ । ଫଳରେ ସେମାନଙ୍କ ଜୀବନ ଧମଧାନ୍ୟରେ ଭରିଯିବ। ଏବଂ କ୍ୟାରିୟରେ ସଫଳତା ମଧ୍ୟ  ପ୍ରାପ୍ତ ହେବ। ତେବେ, ଆସନ୍ତୁ ଜାଣିବା ସେହି ୪ ରାଶିର ବିଷୟରେ...

ଏହାବି ପଢନ୍ତୁ : Flight Service: ଝାରସୁଗୁଡ଼ା ବିମାନ ବନ୍ଦରରୁ ଉଡି଼ବ ଆଉ ୨ଟି ବିମାନ, ଏହି ଦିନଠୁ ମିଳିବ ସେବା

ଏହି ୪ ରାଶିର ଲୋକେ ହେବେ ମାଲାମାଲ୍:

ବୃଷ: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନି ଅମାବାସ୍ୟା ଠାରୁ ଏହି ରାଶିଙ୍କ ଜୀବନରେ ବିରାଟ ପରିବର୍ତ୍ତନ ଆସିବ। ଖାସ୍ କରି ଏହି ଅବଧି ମଧ୍ୟରେ  ଆପଣ କର୍ମକ୍ଷେତ୍ରରେ ବଡ଼ ପଦୋନ୍ନତି ପାଇବାର ସମ୍ଭାବନା ରହିଛି। ସେହିପରି ବିଦେଶରୁ ଚାକିରି ଅଫର ବି ଆସିପାରେ। ପାରିବାରିକ ଜୀବନ ସୁଖମୟ ହେବ। ସ୍ବାସ୍ଥ୍ୟ ଭଲ ରହିବ। ଶନିଙ୍କ କୃପାରୁ ତାଙ୍କର ଆର୍ଥିକ ସ୍ଥିତି ମଜବୁତ ହେବ । ଏହି ସମୟରେ ନିଜ ସନ୍ତାନ ସନ୍ତତିଙ୍କ ଠାରୁ ଭଲ ଖବର ବି ପାଇବେ। ଏବଂ ବ୍ୟବସାୟରେ ବହୁତ ଲାଭ ହେବ ।

ମିଥୁନ:  ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନି ଅମାବାସ୍ୟା ଠାରୁ ଏହି ରାଶିଙ୍କ ଭାଗ୍ୟ ଚମକିବ। ଏହି ଅବଧି ମଧ୍ୟରେ ନୂଆ ବ୍ୟବସାୟ ଆରମ୍ଭ କଲେ ଅଧିକ ଲାଭ ପାଇବେ।  ଏହି ସମୟ ମଧ୍ୟରେ ଆପଣ ଚାକିରିରେ ପଦୋନ୍ନତିର ନେଇ ଭଲ ଖବର ପାଇପାରନ୍ତି । ବ୍ୟବସାୟରେ ଆର୍ଥିକ ଲାଭ ବଢିବ। ପୈତୃକ ସମ୍ପତ୍ତିରୁ ଲାଭ ମିଳିବ। ପୁରୁଣା ବିନିଯୋଗରୁ ଲାଭ ମିଳିବାର ସମ୍ଭାବନା ରହିଛି। ବିଦେଶ ଯାତ୍ରାର ମଧ୍ୟ ଯୋଗ ରହିଛି ।

ତୁଳା:  ଏହି ରାଶିଙ୍କ ଉପରେ ଶନିଦେବ ସୁନାର କଳସ ଢାଳିବେ। ଆପଣଙ୍କ ସମସ୍ତ ଇଚ୍ଛା ପୂରା ହେବ। ଦିର୍ଘ ଦିନ ଧରି ଅଟକି ରହିଥିବା ଟଙ୍କା ଆପଣ ଫେରି ପାଇବେ। ଯେଉଁମାନେ ଚାକିରି ଖୋଜୁଛନ୍ତି ସେମାନେଙ୍କୁ ଏହି ସମୟରେ ଭଲ ଚାକିରି ଅଫର ମିଳିବ। ଆୟ-ବ୍ୟୟ ସମାନ ରହିବ।  ଅବିବାହିତ ମାନଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। |

କୁମ୍ଭ: ସେହିପରି କୁମ୍ଭ ରାଶିର ଲୋକଙ୍କୁ ଶନିଦେବ ଶୁଭଫଳ ପ୍ରଦାନ କରିବେ। ଆକସ୍ମିକ ଧନଲାଭର ଯୋଗ ମଧ୍ୟ ରହିଛି। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ଠାରୁ ସମ୍ମାନିତ ହେବେ। କ୍ୟାରିୟରରେ ସଫଳତା ପାଇବେ। ବ୍ୟବସାୟରେ ଆୟ ବଢିବା ସହ ଆର୍ଥିକ ସ୍ଥିତି ମଜବୁତ୍ ହେବ। ନିବେଶ କରିଥିବା ଅର୍ଥ ଦ୍ୱିଗୁଣିତ ହୋଇପାରେ । ସମାଜରେ ସାମାଜିକ କାର୍ଯ୍ୟ କରୁଥିବା ଲୋକଙ୍କ ମାନ ଓ ସମ୍ମାନରେ ବୃଦ୍ଧି ହୋଇପାରେ । 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)