Nag Panchami 2023: ନାଗପଞ୍ଚମୀରେ ପଡୁଛି ମହାସଂଯୋଗ, ଏହି ୪ ରାଶିଙ୍କ ଭାଗ୍ୟରେ ବର୍ଷିବ ଧନ!
Advertisement
Article Detail0/zeeodisha/odisha1826779

Nag Panchami 2023: ନାଗପଞ୍ଚମୀରେ ପଡୁଛି ମହାସଂଯୋଗ, ଏହି ୪ ରାଶିଙ୍କ ଭାଗ୍ୟରେ ବର୍ଷିବ ଧନ!

Nag Panchami 2023: କୁହାଯାଏ, ଶ୍ରାବଣ ମାସ ଭଗବାନ ଶିବଙ୍କ ପ୍ରିୟ ମାସ ଅଟେ, ତେଣୁ ଏହି ମାସରେ ମହାଦେବଙ୍କୁ ନିଷ୍ଠାର ସହ ଉପାସନା କଲେ ସବୁ ଇଚ୍ଛା ପୂର୍ଣ୍ଣ ହୋଇଥାଏ । ଶିବ ପୁରାଣ ଅନୁଯାୟୀ, ଶ୍ରାବଣ ମାସ ସୋମବାରେ ଉପବାସ କରୁଥିବା ବ୍ୟକ୍ତିର ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ । 

ସୌ(ସୋସିଆଲ ମିଡିଆ)

Nag Panchami 2023: ସନାତନ ଧର୍ମରେ ଶ୍ରାବଣ ମାସର ବିଶେଷ ମହତ୍ତ୍ବ ରହିଛି । ଏହି ମାସ ଭଗବାନ ଶିବଙ୍କୁ (Mahadev) ସମର୍ପିତ । କୁହାଯାଏ, ଶ୍ରାବଣ ମାସ ଭଗବାନ ଶିବଙ୍କ ପ୍ରିୟ ମାସ ଅଟେ, ତେଣୁ ଏହି ମାସରେ ମହାଦେବଙ୍କୁ ନିଷ୍ଠାର ସହ ଉପାସନା କଲେ ସବୁ ଇଚ୍ଛା ପୂର୍ଣ୍ଣ ହୋଇଥାଏ । ଶିବ ପୁରାଣ ଅନୁଯାୟୀ, ଶ୍ରାବଣ ମାସ ସୋମବାରେ (Sawan Somwar) ଉପବାସ କରୁଥିବା ବ୍ୟକ୍ତିର ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ । ଶ୍ରାବଣ ମାସର ଶୁଭାରମ୍ଭ କୃଷ୍ଣପକ୍ଷ ପ୍ରତିପଦା ତିଥିରୁ ହୋଇଥାଏ। ଚଳିତ ବର୍ଷ ଶ୍ରାବଣ ମାସ ପାଖାପାଖି ୨ ମାସ ଧରି ଚାଲିବ।

ଅନ୍ୟପକ୍ଷରେ, ଶ୍ରାବଣ ମାସ ଶୁକ୍ଲ ପକ୍ଷ ପଞ୍ଚମୀ ତିଥିକୁ ନାଗପଞ୍ଚମୀ (Nag Panchami 2023) ଭାବେ ପାଳନ କରାଯାଏ। ଚଳିତ ବର୍ଷ ଅଗଷ୍ଟ ମାସ ୨୧ ତାରିଖ ଅର୍ଥାତ୍ ସୋମବାର ଦିନ ନାଗ ପଞ୍ଚମୀ ପାଳନ କରାଯିବ । ନାଗପଞ୍ଚମୀ ସୋମବାର ଦିନ ପଡିବା ଅତ୍ୟନ୍ତ ଶୁଭ ଅଟେ । କାରଣ ନାଗ ଭଗବାନ ଶିବଙ୍କ ଉପାସକ ହୋଇଥିବା ବେଳେ, ସୋମବାର ଭୋଲେନାଥଙ୍କ ପାଇଁ ଉତ୍ସର୍ଗୀକୃତ । ତେବେ ନାଗପଞ୍ଚାମୀ ଦିନ ନାଗ ଦେବତା ଓ ଭଗବାନ ଶିବଙ୍କୁ ପୂଜା କରିବା ଦ୍ବାରା ଦ୍ବିଗୁଣିତ କୃପା ଓ ଆର୍ଶବାଦ ଲାଭ ହେବ । ଏହାସହ ଚଳିତ ନାଗପଞ୍ଚମୀରେ ସାବର୍ଥ ସିଦ୍ଧ ଯୋଗ (sarvartha siddhi yoga) ସୃଷ୍ଟି ହେବାକୁ ଯାଉଛି । ଫଳରେ ଏହି ନାଗପଞ୍ଚାମୀ ଦିନ ଏହିସବୁ ରାଶିର ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ଖୋଲିବାକୁ ଯାଉଛି ।

ଏହିସବୁ ରାଶି ପାଇଁ ଅତ୍ୟନ୍ତ ଶୁଭ ରହିବ ନାଗପଞ୍ଚାମୀ

ଚଳିତ ବର୍ଷ ନାଗପଞ୍ଚାମୀ କିଛି ରାଶିର ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ପ୍ରଦାନ କରିବ । ଏହି ସମୟରେ ଧନ୍ୟଧାନ୍ୟ ବୃଦ୍ଧି ହେବା ସହ ବ୍ୟବସାୟରେ ମଧ୍ଯ ଅଗ୍ରଗତି ହେବ ।

ବିଛା ରାଶି: ଚଳିତ ବର୍ଷ ନାଗପଞ୍ଚାମୀ ବିଛା ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ । ଏହି ଦିନ ନାଗ ଦେବତାଙ୍କୁ ପୂଜା କରିବା ଦ୍ବାରା ଆର୍ଶବାଦ ପ୍ରାପ୍ତ ହେବା ସହ ପ୍ରଗତି ଓ ଲାଭ ମିଳିବ । କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ । ଘରେ ସୁଖ ଓ ସମୃଦ୍ଧି ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ ହେବ । ସନ୍ତାନ ପ୍ରାପ୍ତି ନେଇ ଯୋଗ ରହିଛି ।

ମକର ରାଶି: ନାଗପଞ୍ଚାମୀ ପରେ ମକର ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନରେ ଭଲ ସମୟ ଆରମ୍ଭ ହେବ । ଜୀବନରେ ସୁଖ ଓ ଶାନ୍ତି ବୃଦ୍ଧି ପାଇବ । ପାରିବାରିକ ଜୀବନ ସୁଖମୟ ହେବ । ଧନ ଓ ସମୃଦ୍ଧି ବୃଦ୍ଧି ପାଇବ । ଆୟ ବଢିବା ସହ ବ୍ୟବସାୟ କରୁଥିବା ଲୋକେ ଲାଭବାନ ହେବେ ।

ଧନୁ ରାଶି: ଏହି ଦିନ ସୃଷ୍ଟି ହେଉଥିବା ସାବର୍ଥ ସିଦ୍ଧ ଯୋଗ ଧନୁ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଶୁଭଫଳ ଆଣିଦେବ । ଫଳରେ କାର୍ଯ୍ୟରେ ସଫଳତା ମିଳିବା ସହ ଚାକିରିରେ ଅଗ୍ରଗତି । ବ୍ୟବସାୟରେ ଲାଭ । ବୈବାହିକ ଜୀବନ ସୁଖମୟ ହେବା ସହ ଆକସ୍ମିକ ଧନ ଲାଭ ନେଇ ଯୋଗ ରହିଛି ।

କୁମ୍ଭ ରାଶି: ଚଳିତ ନାଗପଞ୍ଚାମୀ କୁମ୍ଭ ରାଶିର ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି। ଫଳରେ ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟା ଦୂର ହେବ । ସ୍ଥଗିତ ଥିବା କାର୍ଯ୍ୟ ଆରମ୍ଭ ହେବ। ଆୟ ବଢିବ । କୋର୍ଟ କଚେରୀ ମାମଲାରେ ଶୁଭଫଳ ମିଳିବ । ​

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)