Sattu Side Effects: ଏହି ରୋଗୀଙ୍କ ପାଇଁ ବିଷ ସଦୃଶ ହୋଇଥାଏ ସତ୍ତୁ, ଭୁଲରେ ବି ଖାଆନ୍ତୁ ନାହିଁ
Advertisement
Article Detail0/zeeodisha/odisha1637657

Sattu Side Effects: ଏହି ରୋଗୀଙ୍କ ପାଇଁ ବିଷ ସଦୃଶ ହୋଇଥାଏ ସତ୍ତୁ, ଭୁଲରେ ବି ଖାଆନ୍ତୁ ନାହିଁ

Sattu Side Effects In Summer Season News in Odia: ଖରାଦିନ ଆରମ୍ଭ ହୋଇଛି (Summer Season) । ଏହି ଦିନେ ସାଧାରଣତଃ ସମସ୍ତ ଟିକେ ଥଣ୍ତା ପାନୀୟ ପିଇବାକୁ ପସନ୍ଦ କରନ୍ତି । କାହିଁକିନା ଏହି ଦିନରେ ଶରୀରରେ ଡିହାଇଡ୍ରେସନ୍ ସମସ୍ୟା ଅଧିକ ଦେଖାଯାଇଥାଏ। ଏହି କାରଣରୁ ଖରାଦିନେ ଅଧିକାଂଶ ଲୋକେ ସତ୍ତୁ(Sattu) ଖାଇବାକୁ ପସନ୍ଦ କରନ୍ତି । ଯାହାକି ପ୍ରଚଣ୍ଡ ଉତ୍ତାପରୁ ମଧ୍ୟ ସ୍ୱାସ୍ଥ୍ୟକୁ ଠିକ୍ ରଖିପାରେ । ଏହି କାରଣରୁ ଗ୍ରୀଷ୍ମରେ ସତ୍ତୁର (Sattu) ଚାହିଦା ମଧ୍ୟ ବେଶ ଅଧିକ ରହିଥାଏ ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Sattu Side Effects In Summer Season News in Odia: ଖରାଦିନ ଆରମ୍ଭ ହୋଇଛି (Summer Season) । ଏହି ଦିନେ ସାଧାରଣତଃ ସମସ୍ତ ଟିକେ ଥଣ୍ତା ପାନୀୟ ପିଇବାକୁ ପସନ୍ଦ କରନ୍ତି ।  କାହିଁକିନା ଏହି ଦିନରେ ଶରୀରରେ ଡିହାଇଡ୍ରେସନ୍ ସମସ୍ୟା ଅଧିକ ଦେଖାଯାଇଥାଏ। ଏହି କାରଣରୁ ଖରାଦିନେ ଅଧିକାଂଶ ଲୋକେ ସତ୍ତୁ(Sattu) ଖାଇବାକୁ ପସନ୍ଦ କରନ୍ତି । ଯାହାକି ପ୍ରଚଣ୍ଡ ଉତ୍ତାପରୁ ମଧ୍ୟ ସ୍ୱାସ୍ଥ୍ୟକୁ ଠିକ୍ ରଖିପାରେ । ଏହି କାରଣରୁ ଗ୍ରୀଷ୍ମରେ ସତ୍ତୁର (Sattu) ଚାହିଦା ମଧ୍ୟ ବେଶ ଅଧିକ ରହିଥାଏ ।   ସତ୍ତୁକୁ ଅଧିକାଂଶ ଲୋକେ ଲୁଣ ଓ ଲେମ୍ବୁ ପାଣିରେ ମିଶ୍ରଣ କରି ପିଇଥାନ୍ତି। ଯାହା ଶରୀରରକୁ ଥଣ୍ତା ରଖିବାରେ ସାହାର୍ଯ୍ୟ କରିଥାଏ । ସତ୍ତୁକୁ ପିଲାଠୁ ବୁଢା ଯାଏଁ ସମସ୍ତେ ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ କିଛି ଲୋକଙ୍କ ପାଇଁ ଜହର ସଦୃଶ ହୋଇଥାଏ  ସତ୍ତୁ।  ଏହା ଶରୀରକୁ ଲାଭ ଦେବା ବଦଳରେ ଅଧିକ କ୍ଷତି ପହଞ୍ଚାଇଥାଏ । 

ଏ-ହି କାରଣରୁ, ଏହାକୁ ଅତ୍ୟଧିକ ଖାଇବା ଏବଂ କିଛି ଲୋକଙ୍କୁ ସତ୍ତୁ ଖାଇବାକୁ ମଧ୍ୟ ବାରଣ କରାଯାଇଛି । ଆସନ୍ତୁ ଜାଣିବା ସତ୍ତୁ ଖାଇବାର ଦ୍ବାରା କଣ ସବୁ ସମସ୍ୟା ଦେଖାଦେଇଥାଏ । 

ଗ୍ୟାସ ସମସ୍ୟା: ଅତ୍ୟାଧିକ ସତ୍ତୁ ଖାଇବା ଦ୍ବାରା ଗ୍ୟାସ ସମସ୍ୟା (acidity gas)ମଧ୍ୟ ଦେଖାଦେଇଥାଏ ।  ଏହି କାରଣରୁ ଖରାଦିନେ ମଧ୍ୟ ଗ୍ୟାସ ସମସ୍ୟାରେ ପୀଡିତ ଥିବା ଲୋକେ ସତ୍ତୁ ଖାଇବାକୁ ବାରଣ କରାଯାଇଛି । ଖରାଦିନେ ସତ୍ତୁ ଖାଇବା ଦ୍ବାରା ପେଟରେ ପୋଡାଜଳା ହେବା ସହ ଛାତିରେ ଯନ୍ତ୍ରଣା ମଧ୍ୟ ଦେଖାଦେଇଥାଏ। 

ଷ୍ଟୋନ୍ ସମସ୍ୟା: ଷ୍ଟୋନ ରୋଗରେ (stone patient) ପୀଡିତ ଥିବା ଲୋକେ ମଧ୍ୟ ସତ୍ତୁ ଖାଇବା ଉଚିତ୍ ନୁହେଁ । ଯଦି ଆପଣ ଷ୍ଟୋନ ସମସ୍ୟାରେ ପୀଡିତ ତେବେ, ଆପଣ ସତ୍ତୁ ଠାରୁ ଦୂରେଇ ରୁହନ୍ତୁ । ଯାହା ଆପଣଙ୍କୁ ସୁସ୍ଥ ରଖିବ । 

fallback

Also Read : Sambalpur News: ସ୍ବାମୀ କଲା ସ୍ତ୍ରୀର ଅଶ୍ଲୀଳ ଫଟୋ ଭାଇରାଲ, ଆଉ ତା'ପରେ...

Also Read : Train Fire: ସିଟକୁ ନେଇ ତୁମୁଳକାଣ୍ତ, ଟ୍ରେନ ଭିତରେ ତିନି ଜଣ ଯାତ୍ରୀଙ୍କୁ ଜିଅନ୍ତା ଜାଳିଦେଲେ ଦୁବୃର୍ତ୍ତ

ସତ୍ତୁ ଡ୍ରିଙ୍କସର ଉପକାରିତା : ସତ୍ତୁ ଏକ ପୃଷ୍ଟିକର ଖାଦ୍ୟ । ସତ୍ତୁରେ ପ୍ରଚୁର ପରିମାଣରେ ପ୍ରୋଟିନ୍, କ୍ୟାଲସିୟମ୍, ଆଇରନ୍ ଏବଂ ମ୍ୟାଗ୍ନେସିୟମ୍ ରହିଛି । ଏହାର ନିୟମିତ ସେବନ ଶରୀରକୁ ଶକ୍ତି ଯୋଗାଏ । ଏହା ଶରୀରର ବୃଦ୍ଧି ତାପମାତ୍ରାକୁ ମଧ୍ୟ ହ୍ରାସ କରିଥାଏ। ଏହା ବ୍ୟତୀତ ସତ୍ତୁରେ ଫାଇବର ଥିବାରୁ ଏହା ହଜମକୁ ସହଡ କରିଥାଏ । ସତ୍ତୁକୁ ସାଧାରଣତଃ ଲୋକେ କଚୁଡି କରି ଓ ପରଟା କରି ଖାଇଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି ସତ୍ତୁରୁ ଆପଣ ଏକ ପ୍ରକାର ପାନୀୟ ବା ସତ୍ତୁ ଡ୍ରିଙ୍କସ୍ ପ୍ରସ୍ତୁତ କରିପାରିବେ । ଏହି ପାନୀୟ ମଧୁମେହ ରୋଗୀଙ୍କ ପାଇଁ ରାମବାଣ ପରି କାର୍ଯ୍ୟ କରିଥାଏ । ଏହି ସତ୍ତୁ ପାନୀୟରେ କ୍ୟାଲୋରୀ ଏବଂ ଫାଇବରରେ ଭରପୂର ମାତ୍ରାରେ ରହିଥାଏ। ଏହା ମେଟାବୋଲିଜିମ୍ ଏବଂ ଶରୀରର ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏବଂ ମାଂସପେଶୀ ନିର୍ମାଣ ସହିତ ସତ୍ତୁ ଖାଇବା ଦ୍ୱାରା ପେଟ ସଫା ମଧ୍ୟ ହୋଇଯାଏ।  ସତ୍ତୁ ପାନୀୟକୁ ନିୟମିତ ଭାବରେ ମଧୁମେହ ରୋଗୀମାନେ ପ୍ରୋଟିନ୍ ଆକାରରେ ମଧ୍ୟ ଗ୍ରହଣ କରିପାରିବେ।

କିପରି ପ୍ରସ୍ତୁତ କରିବେ ସତ୍ତୁ ଡ୍ରିଙ୍କସ୍ ?
ପ୍ରଥମେ ପ୍ୟାନଟିକୁ ଚୁଲା ଉପରେ ବସାନ୍ତୁ । ପ୍ୟାନଟି ଗରମ ହେବା ପରେ ସେଥିରେ ୫୦୦ ଗ୍ରାମ ଚଣା ପକାଇ ଭାଜନ୍ତୁ । ଚଣା ଭାଜି ହୋଇଗଲା ପରେ ଚୁଲାରୁ ପ୍ୟାନଟିକୁ ବାହାର କରି ଦିଅନ୍ତୁ । ଏବଂ ଭଜା ଚଣା ଥଣ୍ତା ହେବା ପରେ  ଏହାକୁ ଭଲ ଭାବରେ ପେଶନ୍ତୁ । ଚଣା ପେଶା ହୋଇଗଲା ପରେ ଏହା ସତ୍ତୁରେ ପରିଣତ ହୋଇଯିବ । ଏହା ପରେ ଏକ ଗ୍ଲାସ ପାଣିରେ ଗୋଟିଏ କପ ସତ୍ତୁ ପକାନ୍ତୁ ସେଥିରେ ସ୍ବାଦ ଅନୁଯାୟୀ ଲୁଣ ଓ ଲେମ୍ବୁ ରସ ମଧ୍ୟ ପକାଇ ମିଶ୍ରଣ କରନ୍ତୁ । ପରେ ପ୍ରସ୍ତୁତ ହୋଇଯିବ ସତ୍ତୁ ଜୁସ୍  ବା ସତ୍ତୁ ଡ୍ରିଙ୍କସ୍ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ମାନ୍ୟତା ଓ ସୂଚନା ଉପରେ ଆଧାରିତ । ZEE ODISHA NEWS ଏହାକୁ ନିଶ୍ଚିତ କରେ ନାହିଁ ।)