Protein Source: ଶାକାହାରୀଙ୍କ ଶରୀରରୁ ପ୍ରୋଟିନର ଅଭାବ ଦୂର କରିବ ଏହି ସବୁ ଫଳ ଓ ପନିପରିବା
Advertisement

Protein Source: ଶାକାହାରୀଙ୍କ ଶରୀରରୁ ପ୍ରୋଟିନର ଅଭାବ ଦୂର କରିବ ଏହି ସବୁ ଫଳ ଓ ପନିପରିବା

Protein Source: ଶରୀରରେ ପ୍ରୋଟିନର ଅଭାବ ଦେଖାଗଲେ ଅନେକ ପ୍ରକାର ରୋଗ ଦେଖାଦେଇଥାଏ । ପ୍ରୋଟିନ ଶରୀରେ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ।  ପ୍ରୋଟିନ୍ ଅଭାବକୁ ଦୂର କରିବା ପାଇଁ ଅନେକ ଲୋକ ପ୍ରୋଟିନ୍ ପାଉଡର ଖାଆନ୍ତି, କିନ୍ତୁ ଏହା ସ୍ୱାସ୍ଥ୍ୟ ଉପରେ କ୍ଷତି ପହଞ୍ଚାଇପାରେ। ମାଂସ ଏବଂ ମାଛ ପ୍ରୋଟିନର ସର୍ବୋତ୍ତମ ଉତ୍ସ ଭାବରେ ବିବେଚନା କରାଯାଏ।

Protein Source: ଶାକାହାରୀଙ୍କ ଶରୀରରୁ ପ୍ରୋଟିନର ଅଭାବ ଦୂର କରିବ ଏହି ସବୁ ଫଳ ଓ ପନିପରିବା

Protein Source: ଶରୀରରେ ପ୍ରୋଟିନର ଅଭାବ ଦେଖାଗଲେ ଅନେକ ପ୍ରକାର ରୋଗ ଦେଖାଦେଇଥାଏ । ପ୍ରୋଟିନ ଶରୀରେ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । 
ପ୍ରୋଟିନ୍ ଅଭାବକୁ ଦୂର କରିବା ପାଇଁ ଅନେକ ଲୋକ ପ୍ରୋଟିନ୍ ପାଉଡର ଖାଆନ୍ତି, କିନ୍ତୁ ଏହା ସ୍ୱାସ୍ଥ୍ୟ ଉପରେ କ୍ଷତି ପହଞ୍ଚାଇପାରେ। ମାଂସ ଏବଂ ମାଛ ପ୍ରୋଟିନର ସର୍ବୋତ୍ତମ ଉତ୍ସ ଭାବରେ ବିବେଚନା କରାଯାଏ। କାହିଁକିନା  ଏଥିରେ ଅନେକ ପ୍ରୋଟିନ୍ ଥାଏ । ଅନେକ ଲୋକ ଭାବନ୍ତି ଯେ ଶାକାହାରୀ (ଭେଜ) ଖାଉଥିବା ଲୋକେ ପ୍ରୋଟିନ ପାଆନ୍ତି ନାହିଁ । କିନ୍ତୁ ଏହା ଭାବିବା ସମ୍ପୂର୍ଣ୍ଣ ଭୁଲ୍ । କେତେକ ଫଳ ଏବଂ ପନିପରିବା ଅଛି, ଯେଉଁଥିରେ ଭରପୁର ମାତ୍ରାରେ ପ୍ରୋଟିନ୍ ରହିଛି । ଏହି ଖାଦ୍ୟ ଗୁଡ଼ିକୁ ଆମର ଦୈନନ୍ଦିନ ଖାଦ୍ୟର ଏକ ଅଂଶ । ଏହା ଖାଇବା ଦ୍ବାରା ଶରୀରରେ ପ୍ରୋଟିନର ଅଭାବ ଦେଖାଯାଏ ନାହିଁ । 

ପିଜୁଳି :

ପିଜୁଳି ଖାଇବାକୁ ଅଧିକାଂଶ ଲୋକଙ୍କୁ ଭଲଲାଗେ। ଏହା ଖାଇବାକୁ ମଧ୍ୟ ବହୁତ ସ୍ୱାଦିଷ୍ଟ । ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ । ପିଜୁଳିରେ ପ୍ରୋଟିନ୍ ଭରପୁର ମାତ୍ରାରେ ରହିଛି । ଖାଦ୍ୟରେ ସବୁ ବୟସର ଲୋକେ ମଧ୍ୟ ଖାଇପାରିବେ । 

ମଟର ଛୁଇଁ :

ମଟର ଛୁଇଁ (peas)ଲୋକଙ୍କ ପ୍ରିୟ ପନିପରିବା ତାଲିକାରେ ଅନ୍ତର୍ଭୁକ୍ତ । ମଟର ପ୍ରାୟ ସମସ୍ତଙ୍କ ପରିବା ଏବଂ ଖାସ କରି ଏହା ଶିତଦିନେ ଅଧି୍କ ବଜାରରେ ମିଳେ । ମଟର ପ୍ରୋଟିନର ଏକ ଉତ୍ତମ ଉତ୍ସ ବୋଲି କୁହାଯାଇପାରିବ । ଯଦି ଆପଣ ପ୍ରୋଟିନ୍ ଅଭାବରୁ ଦୂରେଇ ରହିବାକୁ ଚାହାଁନ୍ତି ତେବେ ପ୍ରତିଦିନ ମଟର ଖାଆନ୍ତୁ । 

କମଳା :

କମଳା ପୁଷ୍ଟିକର ଫଳ । କମଳାରେ ଥିବା ପୁଷ୍ଟି ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ । ଏଥିରେ ପ୍ରଚୁର ପରିମାଣରେ ପ୍ରୋଟିନ୍ ଥାଏ । କମଳା ଭିଟାମିନ୍ ସି ଏବଂ ଆଣ୍ଟି-ଅକ୍ସିଡାଣ୍ଟରେ ମଧ୍ୟ ଭରପୂର ଅଟେ । କମଳା ଖାଇବା ଦ୍ୱାରା ପ୍ରୋଟିନ୍ ଅଭାବ ଦୂର ହୋଇପାରିବ । 

ପାଳଙ୍ଗ :

ପାଳଙ୍ଗ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ । ଏଥିରେ ଥିବା ପୋଷକ ତତ୍ତ୍ୱ ଅନେକ ରୋଗ ଭଲ କରିବାରେ ସାହାଯ୍ୟ କରିଥାଏ । ଏଥିରେ ଆଇରନ୍ ଏବଂ ପ୍ରୋଟିନ୍ ଭରପୂର ମାତ୍ରାରେ ରହିଛି । ପାଳଙ୍ଗ ଖାଇବା ଦ୍ୱାରା ପ୍ରୋଟିନ୍ ଅଭାବ ଦୂର ହୋଇଥାଏ । 

କଦଳୀ :

କଦଳୀ ପ୍ରୋଟିନର ଏକ ଭରପୁର ଉତ୍ସ । ଏଥିରେ ପୋଟାସିୟମ୍, ଫାଇବର ଏବଂ କ୍ୟାଲସିୟମର ଭରପୁର ପରିମାଣରେ ରହିଛି । କଦଳୀରେ ପ୍ରଚୁର ପରିମାଣରେ ପ୍ରୋଟିନ୍ ମଧ୍ୟ ଥାଏ । ପ୍ରତିଦିନ କ୍ଷୀର ସହିତ କଦଳୀ ଖାଇବା ଲାଭଦାୟକ ବୋଲି ବିବେଚନା କରାଯାଏ । ଶରୀରକୁ ସୁସ୍ଥ ରଖିବା ପାଇଁ ଏହା କାମ କରେ । 

କିୱି :

କିୱି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । କିୱିରେ ପ୍ରୋଟିନ୍ ଭଲ ପରିମାଣରେ ମିଳିଥାଏ । ଭିଟାମିନ୍ ଏ ଏବଂ ଫାଇବର ମଧ୍ୟ ଏଥିରେ ପ୍ରଚୁର ପରିମାଣରେ ଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କିୱି ଖାଇବା ଦ୍ୱାରା ଶରୀରରେ ପ୍ରୋଟିନ୍ ଅଭାବ ହୁଏ ନାହିଁ ।