Odisha News: ରାଜ୍ୟରେ ଜଣେ ଗୁଟ୍‍ଖା କମ୍ପାନୀ ମାଲିକ, ଯାହାଙ୍କୁ କେନ୍ଦ୍ରକରି ବଦଳିପାରେ ଲାଞ୍ଚ ଅଭିଯୋଗର ରୂପରେଖ
Advertisement
Article Detail0/zeeodisha/odisha2585651

Odisha News: ରାଜ୍ୟରେ ଜଣେ ଗୁଟ୍‍ଖା କମ୍ପାନୀ ମାଲିକ, ଯାହାଙ୍କୁ କେନ୍ଦ୍ରକରି ବଦଳିପାରେ ଲାଞ୍ଚ ଅଭିଯୋଗର ରୂପରେଖ

Odisha News: ରବୀନ୍ଦ୍ର କୁମାର ପାତ୍ର। ମା’ ବିରଜା ପ୍ରଡକ୍ଟସର ମାଲିକ। ଗୁଟଖା, ଜରଦା ଗୁଟଖା ବିକନ୍ତି। ୨୦୧୬ ମସିହା ଫେବୃୟାରୀ ୧୬ ତାରିଖରେ ତାଙ୍କ କମ୍ପାନୀ ଉପରେ ପୁଲିସ ରେଡ୍‍ ହୋଇଥିଲା ଏବଂ ଏଥିରେ ଜବତ ମାଲ, ମେସିନ୍‍ ଫେରାଇ ନେବାକୁ ପୁଲିସ ଇନ୍ସପେକ୍ଟରଙ୍କୁ ୨ ଲକ୍ଷ ଟଙ୍କା ଲାଞ୍ଚ ଯାଚିଥିଲେ ରବୀନ୍ଦ୍ର। ଯାହା ଜଣେ କର୍ତ୍ତବ୍ୟରତ ପୁଲିସ ଅଧିକାରୀଙ୍କୁ ପ୍ରଭାବିତ କରିବା ଲାଗି ଲାଞ୍ଚ ଦେଉଥିବା ମାମଲା ଭାବେ ରୁଜ୍ଜୁ ହୋଇ ରବୀନ୍ଦ୍ରଙ୍କୁ  ଦଣ୍ଡିତ କରିଥିଲା। ଆଜି ୯ ବର୍ଷ ଏ ଘଟଣାକୁ ହେବାକୁ ଯାଉଛି କିନ୍ତୁ ଏହି ମାମଲା ଦେଶର ଆଇନ ବ୍ୟବସ୍ଥାକୁ ବଦଳାଇବାକୁ ଯାଉଛି। 

ଆସନ୍ତା ଜାନୁୟାରୀ ୨୧ ତାରିଖରେ ଏହି ମାମଲାକୁ ସୁପ୍ରିମକୋର୍ଟ ଶୁଣାଣି କରିବେ। ଏ ମାମଲା ବାସ୍ତବରେ ନିର୍ଦ୍ଧାରଣ କରିବ ଯେ, ୨୦୧୮ ପୂର୍ବରୁ ଯେତେବି ମାମଲା ଏଭଳି ସରକାରୀ ଅଧିକାରୀଙ୍କୁ ଲାଞ୍ଚ ଦେବା ସହ ସମ୍ପୃକ୍ତ ତାହା ବାସ୍ତବରେ ଲାଞ୍ଚ ଦେଉଥିବା ବ୍ୟକ୍ତିଙ୍କୁ ଦୋଷର ସାବ୍ୟସ୍ତ କରିବ ନା ନାହିଁ। କାରଣ ସରକାରୀ ଅଧିକାରୀଙ୍କୁ ଲାଞ୍ଚ ଯାଚୁଥିବା ବ୍ୟକ୍ତିଙ୍କୁ ଅପରାଧି ଭାବେ ଦଣ୍ଡିତ କରିବା ଲାଗି ଭାରତର ସଂସଦ ୨୦୧୮ ମସିହାରେ ବ୍ୟବସ୍ଥା କରିଛି। ଏହା ପୂର୍ବରୁ ଯଦିଓ ଦର୍ନୀତି ନିରୋଧି ଆଇନ ୧୯୮୮ରେ ଲାଞ୍ଚକୁ ବେଆଇନ ଭାବେ ଘୋଷଣା କରାଯାଇଛି ଏବଂ ଲାଞ୍ଚ ନେଉଥିବା ଅଧିକାରୀଙ୍କୁ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା କରିଛି କିନ୍ତୁ ଲାଞ୍ଚ ଦେଉଥିବା ବ୍ୟକ୍ତି ବାସ୍ତବରେ ଅପରାଧୀ ବୋଲି କିଛି ସ୍ପଷ୍ଟ ଉକ୍ତି ନଥିଲା। ଏଣୁ ଏହି ଆଇନରେ ସଂଶୋଧନ କରି ୨୦୧୮ ମସିହାରେ ନୂଆ ଆଇନ ବ୍ୟବସ୍ଥା କରାଯାଇଛି। ଏବେ ପ୍ରଶ୍ନ ଉଠୁଛି ୨୦୧୮ ମସିହା ପୂର୍ବରୁ ବିଚାରାଧୀନ ମାମଲାଗୁଡ଼ିକର ସ୍ଥିତି କ’ଣ ହେବ?  ଜଷ୍ଟିସ୍‍ ଦିପଙ୍କର ଦତ୍ତ ଏବଂ ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ରଙ୍କୁ ନେଇ ଗଠିତ ସୁପ୍ରିମ କୋର୍ଟଙ୍କ ଏକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବ। 

ଏହା ପୂର୍ବରୁ କିନ୍ତୁ ଭିନ୍ନ ଭିନ୍ନ ରାଜ୍ୟର ଭିନ୍ନ ଭିନ୍ନ କୋର୍ଟ ଏପରି ମାମଲାକୁ ଭିନ୍ନ ଭିନ୍ନ ପ୍ରକାରେ ବିଚାର କରି ରାୟ ଦେଇଛନ୍ତି। ଓଡ଼ିଶା ହାଇକୋର୍ଟ ଫେବୃୟାରୀ ୧୬, ୨୦୧୬ ମସିହାରେ ବ୍ରହ୍ମପୁର ପୁଲିସ ଦ୍ୱାରା ଦାୟର ରବୀନ୍ଦ୍ର କୁମାର ପାତ୍ରଙ୍କ ମାମଲାରେ ଶୁଣାଣି କରି ରବୀନ୍ଦ୍ରଙ୍କୁ ଦୋଷୀ ସାବ୍ୟସ୍ତ କରିଛି। ୧୯୮୮ ମସିହାର ଦୁର୍ନୀତି ନିରୋଧୀ ଆଇନର ଧାରା ୧୨ ଅନୁସାରେ ସରକାରୀ ଅଧିକାରୀଙ୍କୁ ବେଆଇନ କାର୍ଯ୍ୟ କରିବା ଲାଗି ଉସ୍‍କାଇବା ଅଭିଯୋଗରେ ଦଣ୍ଡିତ କରିଛନ୍ତି। 

ଅପରପକ୍ଷେ ଶ୍ରୀ ପାତ୍ର କୋର୍ଟଙ୍କ ପାଖରେ ଏହି ମାମଲାକୁ ଭିତ୍ତିହୀନ ବୋଲି ସିଆର୍‍ପିସି ଧାରା ୨୩୯ରେ ନିବେଦନ କରିଥିଲେ ବି ତାହାକୁ ପ୍ରତ୍ୟାଖ୍ୟାନ କରିଥିଲେ ହାଇକୋର୍ଟ । ଏହି ମାମଲାକୁ ନେଇ ଶ୍ରୀ ପାତ୍ର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଯାହା ଆସନ୍ତା ୨୧ରେ ବିଚାର ହେବ। ଯଦି ଶ୍ରୀ ପାତ୍ର ଦୋଷୀ ସାବ୍ୟସ୍ତ ହେବେ ତାହା ହେଲେ ତାଙ୍କୁ ସାତ ବର୍ଷ ଯାଏ ଜେଲ ଏବଂ ଜରିମାନା ହୋଇପାରେ। 

ମହାରାଷ୍ଟ୍ର ହାଇକୋର୍ଟରେ ମଧ୍ୟ ସମାନ ଏକ ମାମଲାର ବିଚାର କରାଯାଇଥିଲା। ଜଣେ ପୁଲିସ ସବ୍‍ଇନ୍ସପେକ୍ଟରଙ୍କୁ ୫ ଲକ୍ଷ ଟଙ୍କା ଲାଞ୍ଚ ଦେଉଥିବା ଅଭିଯୋଗ ଆସିଥିଲା। ୨୦୧୯ ମସିହାରେ ଏହି ମାମଲାର ବିଚାର କରି କେବଳ ଲାଞ୍ଚ ପ୍ରଦାନ କରିବା ଏକ ଅପରାଧ ନୁହେଁ ବୋଲି କୋର୍ଟ କହିଥିଲେ। ଏଣୁ କେନ୍ଦ୍ର ସରକାରଙ୍କ ନୂଆ ଆଇନକୁ ଆସନ୍ତା ଦିନ ମାନଙ୍କରେ କୋର୍ଟ କିପରି ବିବଚନା କରିବେ ତାହାକୁ ଆସନ୍ତା ସୁପ୍ରିମକୋର୍ଟଙ୍କ ନିର୍ଣ୍ଣୟ ନୂଆ ଦିଗଦର୍ଶନ କରିବ।