Weekly Special Horoscope 27 January to 2 February 2025: ଆରମ୍ଭ ହେବାକୁ ଯାଉଛି ଜାନୁଆରୀର ଶେଷ ସପ୍ତାହ। ଶେଷ ସପ୍ତାହରେ ଏକାଧିକ ଗ୍ରହ ସେମାନଙ୍କ ମୂଳ ରାଶି ପରିବର୍ତ୍ତନ କରିବାକୁ ଥିବାରୁ ବୁଦ୍ଧାଦିତ୍ୟ ରାଜଯୋଗ, ତିଗ୍ରାହୀ ଯୋଗ ଗଠନ ହେଉଛି। ଏହି ଯୋଗର ଶୁଭ ପ୍ରଭାବ କିଛି ରାଶିଙ୍କ ଉପରେ ପ୍ରଭାବ ପକାଇବ। କିଛି ରାଶିଙ୍କୁ ଶୁଭଫଳ ମିଳିବାକୁ ଥିବା ବେଳେ ଆଉ କିଛି ରାଶିଙ୍କୁ ସତର୍କତାର ସହ ଚଳିବାକୁ ପଡିବ। ତେବେ, ଆସନ୍ତୁ ଜାଣିବା ଆଗାମୀ ସପ୍ତାହ ୧୨ ରାଶିଙ୍କ ପାଇଁ କିଭଳି ରହିବ। ପଢନ୍ତୁ ସାପ୍ତାହିକ ସ୍ପେଶାଲ୍ ରାଶିଫଳ..
ALSO READ: ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ତାଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଆସିଲା ବଡ଼ ଅପଡେଟ୍, ଜାଣନ୍ତୁ
ବୃଷ: ଏହି ରାଶିର ଲୋକଙ୍କ ପାଇଁ ନୂଆ ସପ୍ତାହରେ ଜୀବନରେ କିଛିଟା ବଡ଼ ପରିବର୍ତ୍ତନ ଆସିବ। କର୍ମକ୍ଷେତ୍ରରେ ସତର୍କ ରହିବାକୁ ପଡିବ। ଶତ୍ରୃମାନେ ମିତ୍ର ଭଳି ବ୍ୟବହାର କରିବେ। ବଡ଼ କ୍ଷତି କରିବା ପାଇଁ ଯୋଜନା କରିବେ।ଆର୍ଥିକ ଦୃଷ୍ଟିକୋଣରୁ ସପ୍ତାହଟି ଠିକ୍-ଠାକ୍ ରହିବ। କୌଣସି ସଂସ୍ଥା / ମ୍ୟୁଚୁଆଲ୍ ଫଣ୍ତରେ ଟଙ୍କା ବିନିଯୋଗ ପାଇଁ ଯୋଜନା କରିବେ। କୌଣସି ବଡ଼ ଗୁରୁତ୍ବପୂର୍ଣ୍ଣ ନିସ୍ପତି ନେବାକୁ ପଡିପାରେ। ବାଣିଜ୍ୟ ବ୍ୟବସାୟରେ ଏତେ ଖାସ୍ ଲାଭ ପାଇବେ ନାହିଁ। ପ୍ରେମ ଜୀବନରେ ଫାଟ ସୃଷ୍ଟି ହୋଇପାରେ। ଋତୁ କାଳୀନ ରୋଗରେ ପଡିପାରନ୍ତି। ସ୍ବାସ୍ଥ୍ୟପ୍ରତି ଯନ୍ତ୍ରବାନ୍ ରୁହନ୍ତୁ।
ବିଛା: ନୂଆ ସପ୍ତାହ ଏହି ରାଶିଙ୍କ ପାଇଁ ବେଶ୍ ମଙ୍ଗଳମୟ ରହିବ। କର୍ମକ୍ଷେତ୍ରରେ ସହକର୍ମୀ ଓ ବରିଷ୍ଠ ଅଧିକାରୀଙ୍କ ଠାରୁ ସମର୍ଥନ ପାଇବେ। ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଚାକିରି ମିଳିବ। ନୂଆ ଗାଡି କିଣିବାର ସ୍ବପ୍ନ ସାକାର ହେବ। ବ୍ୟବସାୟରେ ଆଶା ଠାରୁ ଅଧିକ ଲାଭ ପାଇବେ। ସେୟାର ବଜାର ଓ କୌଣସି ସଂସ୍ଥାରେ ଟଙ୍କା ବିନିଯୋଗ କରିବା ପାଇଁ ସମୟ ଭଲ ରହିଛି। ପୂର୍ବରୁ କରିଥିବା ବିନିଯୋଗରୁ ଲାଭ ପାଇବେ। କ୍ୟାରିୟର ଓ ବ୍ୟବସାୟରେ ଅଗ୍ରଗତି କରିବେ। ବୈବାହିକ ଜୀବନ ସୁଖମୟ ହେବ। ପ୍ରେମ ସମ୍ପର୍କରେ ଥିବା ସମ୍ପର୍କ ବିବାହରେ ପରିଣତ ହେବ।
ଧନୁ: ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ନୂଆ ସପ୍ତାହଟି ଟିକେ ଜଗିରଖି ଚଳିବାକୁ ପଡିବ। କ୍ରୋଧରୁ ଦୂରେଇ ରହିଲେ,କର୍ମକ୍ଷେତ୍ରରେ ନିଜ କାର୍ଯ୍ୟ ପାଇଁ ସମ୍ମାନୀତ ହେବେ। କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡିପାରେ। ଅଟକିଥିବା କାର୍ଯ୍ୟକୁ ସୁରୁଖୁରୁରେ ଶେଷ କରିବାରେ ସମର୍ଥ ହେବେ। ବାକି ପଡିଥିବା ଟଙ୍କା ପାଇବେ। ନୂଆ ବାଣିଜ୍ୟ-ବ୍ୟବୟାର ଆରମ୍ଭ କରିବା ପାଇଁ ସମୟ ଶୁଭ ରହିବ। ଏହି ସମୟରେ ଆରମ୍ଭ କଲେ ଅଧିକ ଲାଭ ପାଇବେ। ନିଜ ସାଥୀଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଟେନସନ୍ ରେ ରହିବେ। ଦୂରଯାତ୍ରା ବେଳେ ସତର୍କତ ଅବଲମ୍ବନ କରନ୍ତୁ।
ट्रेन्डिंग फोटोज़