Advertisement
Photo Details/zeeodisha/odisha2616578
photoDetails0hindi

Weekly Financial Horoscope: ବିଗିଡ଼ିବ ନା ସୁଧୁରିବ ଆର୍ଥିକ ସ୍ଥିତି, ଜାଣନ୍ତୁ ସାପ୍ତାହିକ ରାଶିଫଳ

Weekly Financial Horoscope: ଯଦି ଆପଣ ବେତନଭୋଗୀ ଅଟନ୍ତି କିମ୍ବା ବ୍ୟବସାୟ କରନ୍ତି କିମ୍ବା ଅନ୍ୟ କୌଣସି କାମ କରନ୍ତି ଏବଂ ଜାଣିବାକୁ ଚାହୁଁଛନ୍ତି ଯେ ଜାନୁଆରୀ ୨୭ରୁ ଫେବୃଆରୀ ୨ ପର୍ଯ୍ୟନ୍ତ ଏହି ପୂରା ସପ୍ତାହ କେମିତି ରହିବ? ତେଣୁ ରାଶି ଅନୁସାରେ ଆପଣ ଆପଣଙ୍କ ସାପ୍ତାହିକ ରାଶିଫଳ ମାଧ୍ୟମରେ ଏହା ବିଷୟରେ ଜାଣିପାରିବେ । ଜାନୁଆରୀ ୨୭ରୁ ଫେବ୍ରୁଆରି ୨ ପର୍ଯ୍ୟନ୍ତ ପୂରା ସପ୍ତାହ ୧୨ଟି ରାଶି ପାଇଁ କେମିତି ରହିବ? ଏ ନେଇ ସୂଚନା ଦିଆଯାଇଛି। ଏହି ସପ୍ତାହରେ ଆପଣଙ୍କ ଆର୍ଥିକ ସ୍ଥିତି କେମିତି ରହିବ?

 

1/12

ମେଷ ରାଶି ଚାକିରି/ବ୍ୟବସାୟ: ଶିକ୍ଷାଦାନ, କୋଚିଂ, ପର୍ଯ୍ୟଟନ ପରାମର୍ଶ, କ୍ୟାଟରିଂରେ କାମ କରୁଥିବା ବ୍ୟକ୍ତିମାନେ ଲାଭ ପାଇବେ। ବ୍ୟବସାୟରେ ଲାଭ, ବ୍ୟବସାୟ ଭ୍ରମଣ-ଯୋଜନା ମଧ୍ୟ ଫଳପ୍ରଦ ହେବ। 

ଆର୍ଥିକ ସ୍ଥିତି: କୌଣସି ବଡ଼ ଚୁକ୍ତି କରିପାରନ୍ତି। ଆର୍ଥିକ ଲାଭ ପାଇଁ ବ୍ୟବସାୟ ଯୋଜନା ଫଳପ୍ରଦ ହେବ।

2/12

ବୃଷ ରାଶି ବ୍ୟବସାୟିକ ପ୍ରୟାସରେ ଶୁଭ ଫଳ ମିଳିବ। ଚାକିରିରେ ଥିବା ଲୋକଙ୍କ ପାଇଁ ଆଗାମୀ ସମୟ ବହୁତ ଭଲ ରହିବ। ଆର୍ଥିକ ସ୍ଥିତି: ତରବରିଆ ଭାବେ କୌଣସି କାମ ଚୂଡ଼ାନ୍ତ କରନ୍ତୁ ନାହିଁ।

3/12

ମିଥୁନ ରାଶି ଚାକିରି/ବ୍ୟବସାୟ: କର୍ମକ୍ଷେତ୍ରରେ ସ୍ଥିତି ସହିତ କାର୍ଯ୍ୟଭାର ମଧ୍ୟ ବୃଦ୍ଧି ପାଇବ। ବ୍ୟବସାୟୀ ବର୍ଗ ଟିକେ ସତର୍କ ରହିବା ଉଚିତ। ଆର୍ଥିକ ସ୍ଥିତି: କାହାକୁ ଋଣ ଦେବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ।

4/12

କର୍କଟ ରାଶି ଚାକିରି/ବ୍ୟବସାୟ: ଚାକିରି କରୁଥିବା ବ୍ୟକ୍ତିଙ୍କୁ କର୍ତ୍ତୃପକ୍ଷଙ୍କ ସହ ମତଭେଦ ହୋଇପାରେ। ଆର୍ଥିକ ସ୍ଥିତି: ଅତ୍ୟଧିକ ଖର୍ଚ୍ଚ ରୁ ଦୂରେଇ ରୁହନ୍ତୁ, ନଚେତ୍ ଆର୍ଥିକ ସ୍ଥିତି ଖରାପ ହୋଇଯିବ।

5/12

ସିଂହ ରାଶି ଚାକିରି/ବ୍ୟବସାୟ: ଘରୋଇ ଚାକିରି କରୁଥିବା ଲୋକମାନେ ଚାକିରି ବଦଳାଇବା ବିଷୟରେ ଚିନ୍ତା କରିବେ। ବ୍ୟବସାୟରେ ଉନ୍ନତି ଦେଖି ମନ ପ୍ରସନ୍ନ ରହିବ। ଆର୍ଥିକ ସ୍ଥିତି: ଆପଣଙ୍କ ଖର୍ଚ୍ଚ ଆପଣଙ୍କ ସେଭିଂସ୍ ଭାଙ୍ଗିପାରେ।

6/12

କନ୍ୟା ରାଶି ଚାକିରି/ବ୍ୟବସାୟ: କର୍ମକ୍ଷେତ୍ରରେ କାର୍ଯ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବେ। ଆର୍ଥିକ ସ୍ଥିତି: ରିଅଲ ଇଷ୍ଟେଟରେ ନିବେଶ କରିବା ବହୁତ ଭଲ ।

7/12

ତୂଳା ରାଶି ଚାକିରି/ବ୍ୟବସାୟ: ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ଖୁସି ଖବର ମିଳିପାରେ। ଆର୍ଥିକ ସ୍ଥିତି: ରୋଜଗାରର ଅନେକ ଉତ୍ସ ରହିବ। ଚାକିରିରେ ପଦୋନ୍ନତି।

8/12

ବିଛା ରାଶି ଚାକିରି/ବ୍ୟବସାୟ: କଠିନ ପରିଶ୍ରମର ଫଳ ଖୁବ୍ ଶୀଘ୍ର ପାଇବେ। ଯେଉଁମାନେ ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚିନ୍ତା କରୁଛନ୍ତି ସେମାନଙ୍କ ପାଇଁ ଏହା ବହୁତ ଭଲ ଅଟେ । ଆର୍ଥିକ ସ୍ଥିତି: ବ୍ୟବସାୟୀଙ୍କୁ ବହୁତ ଅର୍ଡର ମିଳିବାର ସମ୍ଭାବନା ରହିଛି।

9/12

ଧନୁ ରାଶି ଚାକିରି/ବ୍ୟବସାୟ: ଧନୁ ରାଶି ପାଇଁ ବହୁତ ଭଲ ରହିବ। ବ୍ୟବସାୟ କରୁଥିବା ଲୋକଙ୍କୁ ଫୋନ୍ ଜରିଆରେ ବଡ଼ ଡିଲ୍ ମିଳିପାରେ। କର୍ମକ୍ଷେତ୍ରରେ କାର୍ଯ୍ୟରେ ବରିଷ୍ଠମାନଙ୍କୁ ପ୍ରଭାବିତ କରିବେ। ଆର୍ଥିକ ସ୍ଥିତି: ନୂଆ କାମ କରିବାକୁ ଚିନ୍ତା କରିପାରନ୍ତି।

10/12

ମକର ରାଶି ଚାକିରି/ବ୍ୟବସାୟ: ଶୁଭ ଓ ଲାଭଦାୟକ ହେବ। ଜୀବିକା ସନ୍ଧାନରେ ବୁଲୁଥିବା ଲୋକଙ୍କୁ କୌଣସି ଶୁଭ ଖବର ମିଳିପାରେ। ଆର୍ଥିକ ସ୍ଥିତି: ଯଦି କାହା ପାଖରେ ଟଙ୍କା ଫସି ରହିଛି, ତେବେ ସେ ମଧ୍ୟ ତାହାକୁ ଫେରସ୍ତ କରିପାରନ୍ତି।

11/12

କୁମ୍ଭ ରାଶି ଚାକିରି/ବ୍ୟବସାୟ: କର୍ମକ୍ଷେତ୍ରରେ ଭାଗିଦାରୀ କୌଣସି କାମ କରି ଭଲ ଲାଭ ଦେବ। ଆର୍ଥିକ ସ୍ଥିତି: ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଜମି ଓ କୋଠା ସମ୍ବନ୍ଧୀୟ କୌଣସି ବିବାଦର ସମାଧାନ ହେଲେ ଆପଣ ଆଶ୍ୱସ୍ତିର ନିଶ୍ୱାସ ନେବେ।

 

12/12

ମୀନ ରାଶି ଚାକିରି/ବ୍ୟବସାୟ: କର୍ମକ୍ଷେତ୍ରରେ ଆଧିପତ୍ୟ ବଜାୟ ରଖିବେ। ସମସ୍ତ କାର୍ଯ୍ୟ ଆପଣଙ୍କ ମନ ଅନୁଯାୟୀ ସମ୍ପନ୍ନ ହେବ। ଆର୍ଥିକ ସ୍ଥିତି:  ନୂଆ ଚାକିରି ସୁଯୋଗ ସୃଷ୍ଟି ହେବ। ଜୁନିୟର ମାନଙ୍କୁ ଚାକିରିରେ ପଦୋନ୍ନତି ମିଳିବ। 

(Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)