Advertisement
photoDetails0hindi

Shani Sade sati: ଚାଲିଛି ଶନି ସାଢେ ସତୀ, ସାବଧାନ ରୁହନ୍ତୁ ଏହି ୩ଟି ରାଶି!

Shani sade sati: କୁହାଯାଏ, ଶନି ଦେବ ପ୍ରତ୍ୟେକ ମଣିଷକୁ ତାର କର୍ମ ଅନୁଯାୟୀ ଉପଯୁକ୍ତ ଫଳ ଦେଇଥାଆନ୍ତି । ଧାର୍ମିକ ବିଦ୍ବାନଙ୍କ ମତ ଅନୁଯାୟୀ, ଶନି ଦେବ ସନ୍ତୁଷ୍ଟ ହେଲେ ମଣିଷର ଭାଗ୍ୟଦୋୟ ହେବାକୁ ବେଶି ସମୟ ଲାଗେ ନଥାଏ । ସେହିପରି ଯଦି ଶନି ଦେବ ରୋଷ କଲେ ବା ଅସନ୍ତୁଷ୍ଟ ହେଲେ ବ୍ୟକ୍ତି କୌଣସି କାର୍ଯ୍ୟରେ ସଫଳ ହୋଇପାରନ୍ତି ନାହିଁ ।

1/5

ନ୍ୟାୟର ଦେବତା ଶନି ଜାନୁଆରୀ ମାସ ୧୭ ତାରିଖରୁ କୁମ୍ଭ ରାଶିରେ ରହିଛନ୍ତି । କୁମ୍ଭ ରାଶିରେ ଶନିଙ୍କ ଉପସ୍ଥିତି ଅନ୍ୟ ରାଶି ଉପରେ ମଧ୍ୟ ଏହାର ପ୍ରଭାବ ପକାଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ରାଶି ଉପରେ ଶନିଙ୍କ ବକ୍ର ଦୃଷ୍ଟି ରହିଛି ।

2/5

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନିଙ୍କୁ ସବୁଠାରୁ ମନ୍ଥର ଗତି କରୁଥିବା ଗ୍ରହ ବୋଲି ବିବେଚନା କରାଯାଏ। ଏହି କାରଣରୁ, ଶନିଙ୍କ ବକ୍ର ଦୃଷ୍ଟିର ପ୍ରଭାବ ଦୀର୍ଘ ସମୟ ଧରି ରାଶି ଉପରେ ରହିଥାଏ ।

3/5

କନ୍ୟା ରାଶି: କନ୍ୟା ରାଶି ଉପରେ ଶନିଙ୍କ ବକ୍ର ଦୃଷ୍ଟି ରହିଛି । ଏହା ଫଳରେ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନରେ ଉତ୍ଥାନ-ପତନ ଲାଗି ରହିବ । କର୍ମକ୍ଷେତ୍ରରେ ସମସ୍ୟା ଉପୁଜିବ । ମାନସିକ ସ୍ଥିତି ଠିକ୍ ରହିବ ନାହିଁ । ଆର୍ଥିକ କ୍ଷତିରେ ପଡ଼ିପାରନ୍ତି।

4/5

ତୁଳା ରାଶି: ତୁଳା ରାଶି ଉପରେ ମଧ୍ଯ ଶନିଙ୍କ ବକ୍ର ଦୃଷ୍ଟି ରହିଥିବାରୁ ଏହାର ପ୍ରଭାବରେ ପାରିବାରିକ କଳହ ଲାଗି ରହିବ । ମନ ଅଶାନ୍ତ ରହିବ । ଆତ୍ମବିଶ୍ୱାସରେ ହ୍ରାସ ଘଟିବ । ମାନସିକ ସନ୍ତୁଳନ ଠିକ୍ ରହିବ ନାହିଁ । ଅର୍ଥହାନୀ ହୋଇପାରେ ।

5/5

ମକର ରାଶି: ଶନିଙ୍କ କୁଟିଳ ଦୃଷ୍ଟି ହେତୁ ଏହି ସମୟ ମକର ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଶୁଭ ଫଳ ପ୍ରଦାନ କରିବ ନାହିଁ। ଆର୍ଥିକ କ୍ଷତିର ସମ୍ମୁଖୀନ ହେବାକୁ ପଡିପାରେ । ପୈତୃକ ସମ୍ପତ୍ତିକୁ ନେଇ ସମସ୍ୟା ଉପୁଜିବ। ଦାମ୍ପତ୍ୟ ଜୀବନରେ ସମସ୍ୟାମାନ ଲାଗି ରହିବ ।

Disclaimer: ଏହି ଆର୍ଟିକିଲଟି ସାଧାରଣ ସୂଚନା ଉପରେ ଆଧାରିତ । ଏହି ଆର୍ଟିକିଲରେ କୌଣସି ସୂଚନାର ସଠିକତା, ସଂପୂର୍ଣ୍ଣତା, ଉପଯୁକ୍ତତା କିମ୍ବା ବୌଧତା ପାଇଁ ଜି ଓଡ଼ିଶା ନ୍ୟୁଜ ଦାୟୀ ନୁହେଁ ।