Advertisement
Photo Details/zeeodisha/odisha2335165
photoDetails0hindi

Career Horoscope Today: ଆଜି ଚମକିବ ଏହି ସବୁ ରାଶିଙ୍କ ଭାଗ୍ୟ, ସିଦ୍ଧି ଯୋଗ ପ୍ରଭାବରୁ ବ୍ୟବସାୟରେ ମିଳିବ ଦ୍ବିଗୁଣିତ ଲାଭ ସାଙ୍ଗକୁ...


Career Horoscope Today: ଆଜି ଜୁଲାଇ ୧୪ ରବିବାର। ସ୍ବାତୀ ନକ୍ଷେତ୍ର ଓ ସିଦ୍ଧି ଯୋଗ ପ୍ରଭାବରୁ କର୍କଟ  ଓ ସିଂହ ସମେତ ୫ ରାଶିର ଲୋକଙ୍କ ଭାଗ୍ୟ ଚମକିବ। ପ୍ରତ୍ୟକ କାର୍ଯ୍ୟରେ ସଫଳତା ପ୍ରାପ୍ତ କରିବା ସହିତ ବ୍ୟବସାୟୀମାନେ ବାଣିଜ୍ୟ-ବ୍ୟବସାୟରେ ଆଶାତିତ ଲାଭ ପାଇବେ। ଏବଂ ପ୍ରଗତି କରିବେ। ବ୍ୟବସାୟରେ ଭଲ ରୋଜଗାର ହେତୁ ଆପଣଙ୍କ ମନ ଖୁସି ରହିବ। ଚାକିରିଆମାନଙ୍କ ପାଇଁ ଦିନଟି ଭଲ ରହିବ। ତେବେ, ଆସନ୍ତୁ ଜାଣିବା କେଉଁ ରାଶି ପାଇଁ ଆଜିର ଦିନଟି କର୍ମକ୍ଷେତ୍ରରେ ଖୁସିର ମାହୋଲ ରହିବ ଆଉ କେଉଁ ରାଶିର ଲୋକଙ୍କୁ ଦିନଟି ସତର୍କତାସହ ଚଳିବାକୁ ପଡି଼ବ।...

 

1/12

ମେଷ:  ମେଷ ରାଶିର ଲୋକଙ୍କ ପାଇଁ ଆଜି ଦିନଟି ମଉଜ ମଜଲିସ୍ ରେ କଟିବ। ବ୍ୟବସାୟୀମାନେ କୌଣସି ଏକ କାମରେ ବିଦେଶ ଯାତ୍ରା କରିପାରନ୍ତି । ଦୂରଯାତ୍ରାରୁ ଶୁଭଫଳ ପାଇବେ। ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିଛି। ଆୟ-ବ୍ୟୟ ସମାନ ରହିବ। ପ୍ରତ୍ୟକ କାର୍ଯ୍ୟରେ ଜୀବନ ସାଥୀଙ୍କ ସମର୍ଥନ ପାଇବେ। ନିଜ ସନ୍ତାନ ମାନଙ୍କ ଠାରୁ କ୍ୟାରିୟରକୁ ନେଇ କୌଣସି ଖୁସି ଖବର ମିଳିପାରେ। ସନ୍ଧ୍ୟା ସମୟର ସହକର୍ମୀଙ୍କ ସହ କେଉଁ ଏକ ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି। ପରିବାର ସଦସ୍ୟଙ୍କ ସହ ଭଲ ସମୟ ଅତିବାହିତ କରିବେ। 

ALSO READ: Today Horoscope: ଆଜି ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ରବିବାର?

2/12

ବୃଷ:  ଆଜି ଲାଭରେ ରହିବେ ଏହି ରାଶିର ଲୋକେ। ରାଜନୀତି କ୍ଷେତ୍ରରେ ଜଡ଼ତ ଲୋକଙ୍କୁ ଦଳ ପକ୍ଷରୁ କୌଣସି ବଡ଼ ଦାୟିତ୍ବ ମିଳିପାରେ। ଚାକିରିଆମାନେ ପଦୋନ୍ନତି ପାଇବାର ସମ୍ଭାବନା ରହିଛି । ଯାହା ଫଳରେ ସେମାନଙ୍କ ଆୟ ବଢିବ। ବ୍ୟବସାୟୀମାନେ ନୂତନ ଚୁକ୍ତିନାମା କରିପାରନ୍ତି। ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ। କିନ୍ତୁ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେବ। ଛାତିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଦିର୍ଘ ଦିନର ଆଶା ଆଜି ପୂରା ହୋଇପାରେ। 

 

3/12

ମିଥୁନ: ମିଥୁନ ରାଶିର ଲୋକମାନଙ୍କୁ ଆଜି କର୍ମକ୍ଷେତ୍ର ଟିକେ ସତର୍କ ରହିବାକୁ ପଡି଼ବ। କିଛି ମୂଲ୍ୟବାନ୍ ଜିନିଷ ନଷ୍ଟ କିମ୍ବା ଚୋରି ହୋଇପାରେ। ନିଜ ସନ୍ତାନ ମାନଙ୍କ ଠାରୁ କୌଣସି ପ୍ରକାର ଖୁସି ଖବର ପାଇ ମନ ପ୍ରଫୁଲ୍ଲିତ ରହିବ। ନବ ବିବାହିତମାନେ ସନ୍ତାନ ପ୍ରାପ୍ତି ନେଇ ଖବର ପାଇ ପାରନ୍ତି। ସନ୍ଧ୍ୟାରେ କିଛି ବିଚାରଧିନକାର୍ଯ୍ୟକୁ ସମାପ୍ତ କରିବାରେ ସଫଳ ହେବେ। ରାତିରେ କୌଣସି ଶୁଭ କାର୍ଯ୍ୟରେ ଯୋଗ ଦେଇପାରନ୍ତି। 

 

4/12

କର୍କଟ: କର୍କଟ ରାଶିର ଲୋକଙ୍କ ପାଇଁ ଦିନଟି ଅନୁକୂଳ ରହିବ। ଆଜି କର୍ମକ୍ଷେତ୍ରରେ କୌଣସି ପ୍ରକାର ବଡ଼ ଦାୟିତ୍ବ ବରିଷ୍ଠ ଅଧିକାରୀଙ୍କ ଠାରୁ ମିଳିପାରେ। ଦରମା ବୃଦ୍ଧି ହେବାର ସମ୍ଭାବନା ରହିଛି। ସମାଜରେ ମାନ-ସମ୍ମାନ ବୃଦ୍ଧି ହେବ। ସନ୍ଧ୍ୟା ସମୟରେ ନିଜ ପରିବାର ସହ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଆକସ୍ମିକ ଧନଲାଭର ଯୋଗ ରହିଛି। 

 

5/12

ସିଂହ: ସ୍ବାତୀ ନକ୍ଷେତ୍ର ଓ ସିଦ୍ଧି ଯୋଗ ପ୍ରଭାବରୁ ଏହି ରାଶିଙ୍କ ଭାଗ୍ୟ ଆଜି ଚମକିବ। ଆୟର ନୂତନ ଉତ୍ସ ସୃଷ୍ଟି ହେବ। ଶିକ୍ଷା ଓ ସାମ୍ବାଦିକତା, କଳା, ସାହିତ୍ୟ କ୍ଷେତ୍ରରେ ଜଡି଼ତ ଥିବା ଲୋକେ କୌଣସି ସଭା ସମିତିରେ ସମ୍ମାନୀତ ହୋଇପାରନ୍ତି। ଶତ୍ରୃମାନଙ୍କ  ଷଡଯନ୍ତ୍ରକୁ ପଣ୍ତ କରିବେ। ପ୍ରେମ ସମ୍ପର୍କରେ ମଧୁରତା ଭରିବ। ଭାଙ୍ଗି ଯାଇଥିବା ପ୍ରେମ ସମ୍ପର୍କ ପୁଣି ଥରେ ଯୋଡି ହୋଇପାରେ। ସନ୍ଧ୍ୟାରେ ପୂର୍ବତନ ପ୍ରେମିକା ବା ପ୍ରେମିକଙ୍କ ଠାରୁ ଫୋନ୍ କଲ ଆସିପାରେ। 

 

6/12

କନ୍ୟା: ଆଜି ବ୍ୟବସାୟୀମାନଙ୍କ ସମୟ ଅନୁକୂଳ ରହିଛି। ବ୍ୟବସାୟ ରୋଜଗାର ବଢିବା ସହ ଅବାଞ୍ଛିତ ସଫଳତା ମିଳିବ । ଅବିବାହିତମାନେ ନିଜ ଜୀବନସାଥୀଙ୍କ ସହ ଏକ ରୋମାଣ୍ଟିକ୍ ଡେଟ୍ ରେ ଯାଇପାରନ୍ତି। ଦିର୍ଘ ଦିନ ଧରି ଚାଲିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ଏନେଇ କୌଣସି ପ୍ରକାର ଏକ ଖିସି ଖବର ଅପରାହ୍ନରେ ମିଳିପାରେ। ଶୁଭ କିମ୍ବା ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ଆୟ-ବଢିବା ସହ ଅସହାୟ ଲୋକଙ୍କୁ ସାହାର୍ଯ୍ୟ କରିପାରନ୍ତି। 

7/12

ତୁଳା: ଆଜି ପ୍ରତ୍ୟକ କ୍ଷେତ୍ରରେ ତୁଳା ରାଶିର ଲୋକେ ମିଶ୍ରିତ ଫଳ ପାଇବେ।  ଆୟ କମ ରହିଲେ ମଧ୍ୟ ବ୍ୟୟ ଅଧିକ ରହିବ। ଦିର୍ଘ ଦିନ ଧରି ଚାଲି ଆସୁଥିବା ସମସ୍ୟାର ଅନ୍ତ ଘଟିବ। ଅଟକି ଥିବା ଟଙ୍କା ଆପଣଙ୍କୁ ପ୍ରାପ୍ତ ହୋଇପାରେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ଷଡ଼ଯନ୍ତ୍ରର ଶିକାର ହୋଇପାରନ୍ତି। ସହକର୍ମୀଙ୍କ ସହ ଅଯାଥା ଯୁକ୍ତି କରନ୍ତୁ ନାହିଁ। ବିବାଦରେ ଫସି ପାରନ୍ତି। ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ। ପାରିବାରିକ ଜୀବନ ସୁଖମୟ ହେବା ସହ ପ୍ରେମ ଜୀବନରେ ମଧୁରତା ଭରିବ। 

8/12

ବିଛା:  ଆଜି ଏହି ରାଶିର ଲୋକଙ୍କୁ ସତର୍କ ରହିବାକୁ ପଡି଼ବ। ଦିନଟି ବ୍ୟସ୍ତତା ଭିତରେ କଟିପାରେ। ଘରର କୌଣସି ସଦସ୍ୟ ହଠାତ୍ ଅସୁସ୍ଥ ହୋଇପାରନ୍ତି। ଚିକିତ୍ସା ପାଇଁ ବହୁତ ଟଙ୍କା ଖର୍ଚ୍ଚ ହୋଇପାରେ। ଆପଣଙ୍କର ଆଜି ମଧ୍ୟ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। ଯେତେ ସମ୍ଭବ ନିଜ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ବ୍ୟବସାୟୀମାନେ ଆଜି କୌଣସି ସ୍ଥାନରେ ଟଙ୍କା ବିନିଯୋଗ କରନ୍ତୁ ନାହିଁ। ନଚେତ୍ କ୍ଷତି ସହିବେ।

 

9/12

ଧନୁ : ଏହି ରାଶିର ଲୋକଙ୍କ ପାଇଁ ଦିନଟି ଅଶୁଭ ରହିବ। ଅଯଥା ଖର୍ଚ୍ଚ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ କୌଣସି କଥାକୁ ନେଇ ବରିଷ୍ଠ ଅଧିକାରୀଙ୍କ ସହ ବିବାଦ ଦେଖାଦେଇପାରେ। ଯାହାକୁ ନେଇ ଆପଣ ଚାପରେ ରହିବେ। ଦିର୍ଘ ଦିନ ଧରି ପଡ଼ି ରହିଥିବା ସରକାରୀ କାର୍ଯ୍ୟକୁ ଆଜି ସାରିବାରେ ସଫଳ ହେବେ। ଶତ୍ରୃଙ୍କ ଚକ୍ରବୃହରେ ଫସି ପାରନ୍ତି । ବ୍ୟବସାୟୀମାନେ କୌଣସି କାର୍ଯ୍ୟପାଇଁ ଧାର-କରଜ କରିପାରନ୍ତି। ପାରିବାରିକ ଜୀବନରେ ଝଡ଼ ଉଠିପାରେ।  

 

10/12

ମକର: କର୍ମକ୍ଷେତ୍ରରେ ଆଶାତିତ ସଫଳତା ପାଇବେ। ଦିର୍ଘ ଦିନ ଧରି ଚାକିରି ଖୋଜୁଥିବା ଲୋକଙ୍କୁ ଆଜି କୌଣସି ସ୍ଥାନରୁ ଅଫର ଲେଟର ମିଳିପାରେ। କର୍ମକ୍ଷେତ୍ରରେ ପଦୋନ୍ନତି ହେବାର ସମ୍ଭାବନା ରହିଛି। କାର୍ଯ୍ୟାଳୟରେ ଆପଣ ତଳ କର୍ମଚାରୀଙ୍କ ଠାରୁ ଯଥେଷ୍ଟ ସମ୍ମାନ ଓ ସହଯୋଗ ପାଇବେ। ସଂନ୍ଧ୍ୟା ସମୟରେ କାହା ସହିତ ବିବାଦ ହୋଇପାରେ। ତେଣୁ ଅଯଥା ଯୁକ୍ତିରୁ ନିଜକୁ ଦୂରେଇ ରଖନ୍ତୁ। ଘରକୁ ରାତିରେ କୌଣସି ଅତିଥି ଆସିପାରନ୍ତି। ପିତାମାତାଙ୍କ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ବ୍ୟବସାୟୀମାନେ ଆରମ୍ଭ କରିଥିବା ନୂତନ ବ୍ୟବସାୟରୁ ଦ୍ବିଗୁଣିତ ଲାଭ ପାଇବେ। 

 

11/12

କୁମ୍ଭ: କୁମ୍ଭ ରାଶିର ଲୋକଙ୍କ ପାଇଁ ଦିନଟି ଏତେ ଖାସ୍ ରହିବ ନାହିଁ। ସ୍ବାସ୍ଥ୍ୟ ଜନିତ ସମସ୍ୟା ଯୋଗୁଁ କାର୍ଯ୍ୟାଳୟରୁ ଛୁଟି ନେଇପାରନ୍ତି। କର୍ମକ୍ଷେତ୍ରରେ ଶତ୍ରୃଙ୍କ ସଂଖ୍ୟା ବଢିପାରେ। ତରବରିଆ ହୋଇ କୌଣସି ପ୍ରକାର ନିଷ୍ପତ୍ତି ନିଅନ୍ତୁ ନାହିଁ। ଖରାପ ଖବର ପାଇ ଆପଣଙ୍କୁ ଦୂର ଯାତ୍ରା କରିବାକୁ ପଡିପାରେ। ତେଣୁ ଆଜି ଦିନଟି ଆପଣଙ୍କୁ ସତର୍କତାର ସହ ଚଳିବାକୁ ପଡିବ। 

12/12

ମୀନ: ମୀନ ରାଶିର ଲୋକେ ଦିନ ଆରମ୍ଭରୁ ସମସ୍ୟାରେ ପଡି଼ପାରନ୍ତି। ବ୍ୟବସାୟୀମାନେ କୌଣସି ବଡ଼ ଡିଲ୍ ଫାଇନାଲ୍ ଆଜି କରନ୍ତୁ ନାହିଁ। ନଚେତ୍ କ୍ଷତି ସହିବେ। ଧାର୍ମିକା କାର୍ଯ୍ୟରେ ସମୟ ଅତିବାହିତ କରିବେ। ପରୋପକାରରେ ସମୟ ବିତିବ। ଭ୍ରମଣ ସମୟରେ ସାବଧାନ୍ ରୁହନ୍ତୁ। କିଛି ମୂଲ୍ୟବାନ୍ ଜିନିଷ ଚୋରି ହୋଇପାରେ। ଏଣୁ ଆପଣଙ୍କୁ ଆଜି ସତର୍କ ରହିବାକୁ ପଡିବ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )