Advertisement
Photo Details/zeeodisha/odisha2419138
photoDetails0hindi

Weekly Health Horoscope: ଆସନ୍ତା ସପ୍ତାହରେ କିଭଳି ରହିବ ଆପଣଙ୍କ ସ୍ବାସ୍ଥ୍ୟବସ୍ଥା, ଜାଣନ୍ତୁ କ'ଣ କହୁଛି ଜ୍ୟୋତିଷ ଶାସ୍ତ୍ର?

Weekly Health Horoscope 9 to 15th September 2024: ଦିନକ ପରେ ଶେଷ ହେବ ସେପ୍ଟେମ୍ବର ମାସର ପ୍ରଥମ ସପ୍ତାହ। ଆଗାମୀ ସପ୍ତାହରେ କିଭଳି ରହିବ ଆପଣଙ୍କ ସ୍ବାସ୍ଥ୍ୟବସ୍ଥା। କିଛି ରାଶିର ଲୋକଙ୍କୁ ସ୍ବାସ୍ଥ୍ୟବସ୍ଥାକୁ ନେଇ ସଚେତନ ରହିବାକୁ ପଡିବ। ଆଉ କିଛି ରାଶିର ଲୋକଙ୍କୁ ଖାଦ୍ୟପେୟ ପ୍ରତି ଧ୍ୟାନ ଦେବାକୁ ପଡିବ। ତେବେ, ଆସନ୍ତୁ ଜାଣିବା ୧୨ଟି ରାଶିଙ୍କ ପାଇଁ କିଭଳି ଆଗାମୀ ସପ୍ତାହ ସ୍ୱାସ୍ଥ୍ୟ ଦୃଷ୍ଟିରୁ କେମିତି ରହିବ। ଏନେଇ ଲେଖା ମାଧ୍ୟମରେ ଅଧିକ ସୂଚନା ଦେଇଛନ୍ତି ଜ୍ୟୋତିର୍ବିଦ୍ (Chirag Daruwalla )ଚିରାଗ ଦରୁୱାଲା....  

1/12

ମେଷ: ଆଗାମୀ ସପ୍ତାହ ଏହି ରାଶିଙ୍କ ପାଇଁ ସ୍ବାସ୍ଥ୍ୟଦୃଷ୍ଟି କୋଣରୁ ଏତେ ଖାସ୍ ରହିବ ନାହିଁ। ଚାପରୁ ଦୂରେଇ ରୁହନ୍ତୁ। ସନ୍ତୁଳିତ ଖାଦ୍ୟ ଖାଆନ୍ତୁ। ଏବଂ ଯୋଗା-ବ୍ୟାୟାମ୍ କରନ୍ତୁ । ଯାହା ଫଳରେ ଆପଣଙ୍କ ସ୍ବାସ୍ଥ୍ୟ ଭଲ ରହିବ। ସେହିପରି, କର୍ମକ୍ଷେତ୍ରରେ ମାନସମ୍ମାନ ମିଳିବ କିନ୍ତୁ ଗୁପ୍ତଶତ୍ରୁ ବୃଦ୍ଧି ହେବେ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ ଓ ସୁସ୍ୱାଦୁ ଭୋଜନ କରିବେ । ଛାତ୍ରଛାତ୍ରୀ ପାଠପଢ଼ାରେ ଉନ୍ନତି କରିବେ ଓ ଚାକିରି କ୍ଷେତ୍ରରେ ସଫଳତା ପାଇବେ ।

ALSO READ: Surya Shukra Yuti 2024: ସୂର୍ଯ୍ୟ-ଶୁକ୍ରଙ୍କ କୃପାରୁ ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ସେପ୍ଟେମ୍ବର ୧୬ରୁ ଆରମ୍ଭ ହେବ ଶୁଭ ସମୟ

ALSO READ:  Shani Vakri 2024: କୁମ୍ଭରେ ଶନିଙ୍କ ଓଲଟା ଚଳନ, ଏହିସବୁ ରାଶିଙ୍କ ଉଦୟ ହେବ ଭାଗ୍ୟ, କିଣିବେ ନୂଆ ଗାଡି ସାଙ୍ଗକୁ...

2/12

ବୃଷ:  ସପ୍ତାହ ଆରମ୍ଭରୁ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ । ବିଶ୍ରାମକୁ ପ୍ରାଥମିକତା ଦିଅନ୍ତୁ।  ଖାଦ୍ୟ-ପେୟ ଠିକ୍ ସମୟରେ ଖାଆନ୍ତୁ। ଏବଂ ମନ ଶାନ୍ତି ରଖିବା ପାଇଁ ଭ୍ରମଣରେ ଯାଆନ୍ତୁ। ପାରିବାରିକ ସମସ୍ୟା ଲାଗି ରହିଲେ ମଧ୍ୟ ବନ୍ଧୁ ସମାଧାନ କରିଦେବେ । ବ୍ୟବସାୟରେ ଲାଭ ପାଇବେ ଓ ଘର ପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ । ରାଜନୀତିରେ ଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ ନାହିଁ 

3/12

ମିଥୁନ:  ଆଗାମୀ ସପ୍ତାହର ଶରୀର ସୁସ୍ଥ ରହିବ। କିନ୍ତୁ କୌଣସି କଥାକୁ ନେଇ ମନ ଭାରାକ୍ରାନ୍ତ ରହିବ। ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ । ଅପେକ୍ଷା କରିଥିବା ଶୁଭ ଖବର ଶୁଣି ଖୁସି ହେବେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ, ଆର୍ଥିକ ଅଭିବୃଦ୍ଧି ଘଟିବ, ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଛାତ୍ରଛାତ୍ରୀ ପଢାପଢିରେ ମନୋନିବେଶ କରିବେ । ନୂତନ ନିଯୁକ୍ତି ପାଇବାର ସମ୍ଭାବନା ରହିଛି ।

 

4/12

କର୍କଟ: ଆଗାମୀ ସପ୍ତାହ ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଜଗି ରଖି ଚଳନ୍ତୁ, ବର୍ଷାଋତୁ କାଳୀନ ଥଣ୍ଡା ସର୍ଦ୍ଦି ଜନିତ ସାମାନ୍ୟ ଜ୍ୱର ପୀଡାର ଆଶଙ୍କା ଏଡାଇ ଦିଆଯାଇନପାରେ । ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ । ଅର୍ଥଲାଭ ହେବ ।

 

5/12

ସିଂହ: ଶରୀରକୁ ବିଶ୍ରାମର ଆବଶ୍ୟକତା ରହିବ। ସୂର୍ଯ୍ୟ ଉଦୟ ପୂର୍ବରୁ ବିଛଣା ଛାଡିଲେ ସ୍ବାସ୍ଥ୍ୟରେ ଉନ୍ନତି ଆସିବ। ପୁରୁଣା ରୋଗରୁ ମୁକ୍ତି ମିଳିବ। ଇନ୍ଦ୍ରିୟପରାୟଣତା ଉପରେ ଅଧିକ ଗୁରୁତ୍ୱ ଦେବେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ଯୋଗୁଁ ପ୍ରଶଂସା ପାଇବେ । ବନ୍ଧୁର ସହଯୋଗ ଓ ପ୍ରେରଣା ପାଇ ଉଚିତ ପନ୍ଥା ଗ୍ରହଣ କରିବେ । 

6/12

କନ୍ୟା:  କର୍ମକ୍ଷେତ୍ରରେ ଅଧିକ କାମର ଚାପ ଯୋଗୁଁ କ୍ଲାନ୍ତ ଅନୁଭବ କରିବେ। ଶରୀରକୁ ବିଶ୍ରାମର ଆବଶ୍ୟକତା ରହିଛି । ଯଥେଷ୍ଟ ପରିମାଣରେ ଶୁଅନ୍ତୁ । ନଚେତ୍ ମାନସିକ ଅଶାନ୍ତି ଦେଖାଦେବ। ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ । ପଡୋଶୀମାନେ ସମ୍ମୁଖରେ ପ୍ରଶଂସା କରି ପଛରେ ନିନ୍ଦା କରିପାରନ୍ତି । ବାହନରେ କୌଣସି ଜାଗାକୁ ଯାତ୍ରାକଲେ ସତର୍କତା ଅବଲମ୍ବନ କରିବା ଉଚିତ୍ ।

 

7/12

ତୁଳା: ପୁରାତନ ରୋଗ ପ୍ରକୋପର ଉପଶମ ହୋଇ ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । ଜମିବାଡ଼ି ସଂକ୍ରାନ୍ତୀୟ ସମସ୍ୟାର ସମାଧାନ ହେବା ଫଳରେ ବଡ କାମ କରିବାକୁ ଇଚ୍ଛା ଜାଗ୍ରତ ହେବ। ଅଧ୍ୟୟନ, ଅଧ୍ୟାପନା ଓ ଅନୁସନ୍ଧାନ ପରି କାର୍ଯ୍ୟରେ ସଫଳତା ଅର୍ଜନ କରି ଆନନ୍ଦିତ ହେବେ।

 

8/12

ବିଛା: କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଯୋଗୁଁ ମନରେ ଅଶାନ୍ତି ଦେଖାଦେବ। ସପ୍ତାହ ଆରମ୍ଭରୁ ଆଣ୍ଠୁଗଣ୍ଠି ଜନିତ ସମସ୍ୟା ଦେଖାଦେବ।  ଆତ୍ମୀୟମାନେ ସମାଲୋଚନା କରିପାରନ୍ତି। ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ।

 

9/12

ଧନୁ:  ଆଗମୀ ସପ୍ତାହରେ ସ୍ବାସ୍ଥ୍ୟ ଭଲ ରହିବା ସହ ମନ ଖୁସି ରହିବ। କୌଣସି ବ୍ୟକ୍ତି ପରୋକ୍ଷରେ ଆକ୍ଷେପ କରିପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ଆକସ୍ମିକ ଭାବରେ ସମ୍ମାନ ପ୍ରାପ୍ତିର ଯୋଗ ରହିଛି।  ଅସାବଧାନତା କାରଣରୁ କୌଣସି ଜିନିଷ ହଜି ଯାଇପାରେ।

 

10/12

ମକର: ଆଗାମୀ ସପ୍ତାହରେ ଏହି ରାଶିର ଲୋକଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍ ରହିବ। କିନ୍ତୁ ସପ୍ତାହ ମଧ୍ୟ ଭାଗ୍ୟରେ ଜ୍ବର, ଥଣ୍ତା ଭଳି ରୋଗ ଦେଖାଦେଇପାରେ। ମହିଳାମାନେ ସ୍ବାସ୍ଥ୍ୟବସ୍ଥାକୁ ନେଇ ଅଧିକ ଯତ୍ନବାନ୍ ହେବା ଜରୁରୀ। ନଚେତ୍ ଜଗିରଖି ଚଳନ୍ତୁ। ଦାମ୍ପତ୍ୟ ଜୀବନରେ ମନାନ୍ତର ମତାନ୍ତର ହେବାରୁ ମନ ଭାରାକ୍ରାନ୍ତ ରହିପାରେ । ବ୍ୟବସାୟରେ ଆୟ ତୁଳନାରେ ବ୍ୟୟ ଅଧିକ ହେବ।

11/12

କୁମ୍ଭ: ଶାରୀରିକ -ମାନସିକ ଅଭିବୃଦ୍ଧି ଘଟିବ । ନିଜର ଲୋକ ବିରୁଦ୍ଧାଚରଣ କରିବେ, ସତର୍କ ରୁହନ୍ତୁ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ଅସହଯୋଗ କାରଣରୁ ଚିନ୍ତିତ ରହିବେ । ଉପସ୍ଥିତ ବୁଦ୍ଧି ଓ ଉପରିସ୍ଥ ଅଧିକାରୀଙ୍କ ସହଯୋଗ କାରଣରୁ କାର୍ଯ୍ୟ ହାସଲ କରିବେ।  

12/12

ମୀନ: ଆଗାମୀ ସପ୍ତାହରେ ଏହି ରାଶିର ଲୋକଙ୍କ ସ୍ବାସ୍ଥ୍ୟବସ୍ଥା  ଠିକ୍ ରହିବ ନାହିଁ। ଆଣ୍ଠ-ଗଣ୍ଠି ଯନ୍ତ୍ରଣା ଦେଖାଦେବ।  କର୍ମକ୍ଷେତ୍ରରେ ପାରିଶ୍ରମିକ ଅନୁସାରେ ଲାଭ ପାଇବେ ଓ ମାନସମ୍ମାନ ମିଳିବ । ବ୍ୟବସାୟରେ ବାକି ପଡିଥିବା ଅର୍ଥ ଆଦାୟ ହେବାରୁ ମନ ଖୁସି ରହିବ ।ରାଜନୀତିରେ ଥିବା ବ୍ୟକ୍ତି ସଫଳତା ପାଇବେ ଓ ସୁସ୍ୱାଦୁ ଭୋଜନ କରିବେ ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)