Advertisement
Photo Details/zeeodisha/odisha2419229
photoDetails0hindi

Weekly Family Horoscope: ଆର ସପ୍ତାହରେ ଏହି ରାଶିର ବ୍ୟକ୍ତିଙ୍କୁ ମିଳିବ ପାରିବାରିକ ଖୁସି

Weekly Family Horoscope 09 to 15 September: ଆସନ୍ତା ସପ୍ତାହ ୫ଟି ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଶୁଭ । ପରିବାରରେ ହସଖୁସିର ଲହରି ଲାଗି ରହିବ ।

1/5

ମେଷ ରାଶି

ଆପଣଙ୍କ ପରିବାର ସଦସ୍ୟଙ୍କ ସହ ସମ୍ପର୍କ ବଢିବାକୁ ଲାଗିବ । ପରିବାରରେ କେହି ଜଣେ ନୂଆ ଚାକିରି ପାଇବା କାରଣରୁ ଘରେ ଖୁସିର ପରିବେଶ ରହିବ । ଏଥିସହ ଘରେ ଧାର୍ମିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ । ପରିବାର ସଦସ୍ୟଙ୍କ ସହ ଧାର୍ମିକ ସ୍ଥାନକୁ ଯାତ୍ରା କରିବାର ସୁଯୋଗ ମିଳିବ ।

2/5

ମିଥୁନ ରାଶି

ପୂର୍ବରୁ କୌଣସି ରୋଗରେ ପୀଡିତ ଥିଲେ ସେଥିରୁ ଧିରେ ଧିରେ ସୁସ୍ଥ ହେବା ଆରମ୍ଭ ହେବ । ପରିବାର ସଦସ୍ୟଙ୍କ ଆୟ ବଢିବାକୁ ଲାଗିବ । ପାରିବାରିକ ବ୍ୟବସାୟ କରୁଥିବା ବ୍ୟକ୍ତି ଅଧିକ ଲାଭ ପାଇବେ । କୌଳିକ ବୃତ୍ତି କ୍ଷେତ୍ରରେ ମଧ୍ୟ ଲାଭ ପାଇବେ । ସପ୍ତାହ ଶେଷ ଭାଗରେ ଘରକୁ ନୂଆ ଅତିଥି ଆସିବାର ସମ୍ଭାବନା ରହିଛି ।

3/5

କର୍କଟ ରାଶି

ସପ୍ତାହ ଆରମ୍ଭରେ ଆପଣଙ୍କ ଘରେ ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ ହେବ । ପରିବାରରେ ପିଲାମାନଙ୍କୁ ଆଦର ବଢିବ । ବୟସ୍କ ବ୍ୟକ୍ତିମାନେ ପରିବାର ସଦସ୍ୟଙ୍କ ସହ ଖୁସିରେ ସମୟ ବିତାଇବେ । ପରିବାରରେ ବିବାହ ଯୋଗ୍ୟ ଥିବା ବ୍ୟକ୍ତିଙ୍କ ପାଇଁ ପ୍ରସ୍ତାବ ଆସିବ । ସପ୍ତାହର ମଧ୍ୟଭାଗରେ କୌଣସି ତୀର୍ଥକ୍ଷେତ୍ର ବୁଲିବାକୁ ଯାଇପାରନ୍ତି ।

4/5

ତୁଳା ରାଶି

ଆପଣଙ୍କ ଭାଗ୍ୟରେ ପାରିବାରିକ ଖୁସି ରହିଛି । ବିଶେଷ କରି ଅତିଥିଙ୍କର ଆଗମନ ହୋଇପାରେ । ଘରେ ମିଠା ବ୍ୟଞ୍ଜନ ତିଆରି ହେବ । ଘରର ଛୋଟ ପିଲାମାନଙ୍କର ଖୁସି ବଢିବ । ନବ ବିବାହିତଙ୍କ ପାଇଁ ଖୁସି ଖବର ଆସିପାରେ । 

5/5

ବିଛା ରାଶି

ପୂର୍ବରୁ କୌଣସି ପାରିବାରିକ ବିବାଦ ଥିଲେ ତାହା ବୁଝାମଣା ଦ୍ୱାରା ସମାଧାନ ହେବ । ସପ୍ତାହର ମଝିରେ ଘରର ବୟସ୍କ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଲେ ମଧ୍ୟ ସପ୍ତାହ ଶେଷକୁ ତାହା ଠିକ୍ ହୋଇଯିବ । ପରିବାର ସଦସ୍ୟ ବ୍ୟବସାୟ କ୍ଷେତ୍ରରେ ନୂଆ ସଫଳତା ପାଇବେ । କୌଣସି ଏକ ଦେବୀଙ୍କ ପୀଠକୁ ଯାତ୍ରା କରିବା ପାଇଁ ପରିବାର ସଦସ୍ୟ ଯୋଜନା କରିବେ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଲେନ୍, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।