Advertisement
Photo Details/zeeodisha/odisha2494376
photoDetails0hindi

Diwali 2024: ଦୀପାବଳିରେ ନିଜ ରାଶି ଅନୁସାରେ ପିନ୍ଧନ୍ତୁ ଏହିସବୁ ରଙ୍ଗର ପୋଷାକ, ବର୍ଷସାରା ହେବନି ଧନର ଅଭାବ!

Diwali 2024: ଆସନ୍ତାକାଲି ଆଲୋକର ପର୍ବ ଦୀପାବଳି। ଏହିଦିନ ଭଗବାନ ଗଣେଷ ଓ ଲକ୍ଷ୍ମୀଙ୍କୁ ପୂଜା କରାଯାଏ।  ଏହି ଦୁଇ ଦେବାଦେବୀଙ୍କୁ ଦୀପାବଳିରେ ପୂଜା କଲେ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବା ସହିତ ଐଶ୍ବର୍ଯ୍ୟ ପ୍ରାପ୍ତ ହୋଇଥାଏ। ପ୍ରତିବର୍ଷ କାର୍ତ୍ତିକ ମାସର ଅମାବାସ୍ୟ ତିଥିରେ ଏହି ପର୍ବ ପାଳନ କରାଯାଏ। ପଣ୍ତିତ ବା ଜ୍ୟୋତିର୍ବିଦ୍  ଅରୁଣ ପଣ୍ତିତଙ୍କ ମତରେ ଯଦି ଜଣେ ବ୍ୟକ୍ତି ନିଜ ରାଶି ଅନୁସାରେ, ଦୀପାବଳିରେ ବିଶେଷ ରଙ୍ଗର ପୋଷାକ ପିନ୍ଧି ଦେବୀ ଲକ୍ଷ୍ମୀଙ୍କ ପୂଜା କରେ , ତେବେ ତାର ସମସ୍ତ ଦୁଃଖ ଦୂର ହେବା ସହ ବ୍ୟକ୍ତି ଜଣକ ଜୀବନରେ ଧନୀ ହୋଇଥାଏ। ତେବେ, ଆସନ୍ତୁ ଜାଣିବା କେଉଁ ରାଶିର ଲୋକେ ଦୀପାବଳିରେ କେଉଁ ରଙ୍ଗର ପୋଷାକ ପିନ୍ଧିବା ଉଚିତ୍।...

1/12
ମେଷ: ଦୀପାବଳିରେ ଏହି ରାଶିର ଲୋକେ ଲାଲ୍ ରଙ୍ଗର ପୋଷାକ ପିନ୍ଧିବା ଦ୍ବାରା ଲକ୍ଷ୍ମୀଙ୍କ ଆର୍ଶିବାଦ ପ୍ରାପ୍ତ ହୋଇଥାଏ। ଫଳରେ ଆପଣଙ୍କ ପାଖରେ କେବେବି ଧନର ଅଭାବ ହୋଇ ନଥାଏ।

 

ALSO READ: Viral Video: ସମୁଦ୍ର କୂଳରୁ ଭାଇରାଲ୍ ହେଲା ଅଭିନେତା ମନୋଜ ମିଶ୍ରଙ୍କ ଦ୍ବିତୀୟ ସ୍ତ୍ରୀଙ୍କ ଏହି ଭିଡିଓ, ଦେଖନ୍ତୁ

ALSO READ: Budh Gochar 2024: ନଭେମ୍ବରରେ ବୁଧଙ୍କ ନକ୍ଷେତ୍ର ପରିବର୍ତ୍ତନ, ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ, କିଣିବେ ନୂଆ ଘର ସହ...

2/12
ବୃଷ: ଏହି ରାଶିର ଲୋକମାନେ ନୀଳ ରଙ୍ଗର ପୋଷାକ ପିନ୍ଧିବା ଉଚିତ୍ ବୋଲି ଜ୍ୟୋତିର୍ବିଦ୍  ଅରୁଣ ପଣ୍ତିତ କହିଛନ୍ତି। 

3/12
ମିଥୁନ: ଦୀପାବଳିରେ ଏହି ରାଶିର ଲୋକ ମାନେ କମଳା ରଙ୍ଗର ପୋଷାକ ପରିଧାନ କରିବା ଉଚିତ୍। 

4/12
କର୍କଟ: ଏହି ରାଶିର ଲୋକେ ସବୁଜ ରଙ୍ଗର ପୋଷାକ ପରିଧାନ କରିବା ଦ୍ବାରା ଲକ୍ଷ୍ମୀଦେବୀଙ୍କ ବିଶେଷ କୃପା ମିଳିଥାଏ। 

5/12

ସିଂହ:  ଏହି ରାଶିଙ୍କ ପାଇଁ ବାଦମୀ ରଙ୍ଗର ପୋଷାକ ପରିଧାନ କରିବା ଅତ୍ୟନ୍ତ ଶୁଭ। 

6/12
କନ୍ୟା:  ଜ୍ୟୋତିର୍ବିଦ୍ ଅରୁଣ ପଣ୍ତିତ ମତରେ ଏହି ରାଶିର ଲୋକେ ଧଳା ରଙ୍ଗର ପୋଷାକ ପିନ୍ଧିବା ଉଚିତ୍। 

7/12

ତୁଳା: ହଳଦିଆ ରଙ୍ଗର ପୋଷାକ ପରିଧାନ କରିବା ଉଚିତ୍। 

8/12
ବିଛା: ଏହି ରାଶିର ଲୋକମାନେ ମରୁନ୍ ରଙ୍ଗର ପୋଷାକ ପିନ୍ଧିବା ଅତ୍ୟନ୍ତ ଶୁଭ ହୋଇଥାଏ।

9/12
ଧନୁ : ବାଇଗଣୀ ରଙ୍ଗର ପୋଷାକ ପିନ୍ଧିବା ଉଚିତ୍। 

10/12
ମକର : ନୀଳ ରଙ୍ଗର ପୋଷାକ ଅତ୍ୟନ୍ତ ଶୁଭ ବୋଲି କହିଛନ୍ତି ଜ୍ୟୋତିର୍ବିଦ୍ ଅରୁଣ ପଣ୍ତିତ । 

11/12

କୁମ୍ଭ : ଧୂଷର ରଙ୍ଗର ପୋଷାକ ଏହି ରାଶି ପାଇଁ ଖୁବ୍ ଭଲ। 

12/12
ମୀନ: ଗୋଲାପୀ ରଙ୍ଗର ପୋଷାକ ପରିଧାନ କରିବା ଦ୍ବାରା ଏହି ରାଶିର ଲୋକେ ଶୁଭଫଳ ପାଇବା ସହ ଲକ୍ଷ୍ମୀଙ୍କ ଆର୍ଶିବାଦ ପାଇବେ।    (Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)