Peepal leaf Remedies: ଆପଣଙ୍କ ଭାଗ୍ୟ ବଦଳାଇଦେବ ଏହି ପତ୍ର, ଏମିତି କରନ୍ତୁ ବ୍ୟବହାର
Advertisement

Peepal leaf Remedies: ଆପଣଙ୍କ ଭାଗ୍ୟ ବଦଳାଇଦେବ ଏହି ପତ୍ର, ଏମିତି କରନ୍ତୁ ବ୍ୟବହାର

Peepal leaf Remedies: ଜ୍ୟୋତିଷ ଶାସ୍ତ୍ରରେ ଅଶ୍ୱସ୍ଥ ଗଛକୁ ଅନେକ ଗୁରୁତ୍ୱ ଦିଆଯାଇଛି । ଅଶ୍ୱସ୍ଥ ଗଛକୁ ଭଗବାନ ବିଷ୍ଣୁଙ୍କ ରୂପ ବୋଲି ବିବେଚନା କରାଯାଏ । ଏହାର ପତ୍ରକୁ ପର୍ସରେ ରଖିବା ଦ୍ୱାରା ଅନେକ ଲାଭ ମିଳିଥାଏ ।

Peepal leaf Remedies: ଆପଣଙ୍କ ଭାଗ୍ୟ ବଦଳାଇଦେବ ଏହି ପତ୍ର, ଏମିତି କରନ୍ତୁ ବ୍ୟବହାର

Peepal leaf Remedies: ଜ୍ୟୋତିଷ ଶାସ୍ତ୍ରରେ ବିଭିନ୍ନ ଗଛ ତଥା ଉଦ୍ଭିଦର ଅନେକ ଗୁରୁତ୍ୱ ରହିଛି । ତେଣୁ ହିନ୍ଦୁ ଧର୍ମରେ ବିଭିନ୍ନ ପୂଜାରେ ଅନେକ ବୃକ୍ଷର ଶାଖା, ପତ୍ର ଇତ୍ୟାଦି ବ୍ୟବହୃତ ହୁଏ । ସେହିଭଳି ଜ୍ୟୋତିଷ ଶାସ୍ତ୍ରରେ ଅଶ୍ୱସ୍ଥ ଗଛକୁ ଅନେକ ଗୁରୁତ୍ୱ ଦିଆଯାଇଛି । ଅଶ୍ୱସ୍ଥ ଗଛ ଭଗବାନ ବିଷ୍ଣୁଙ୍କ ରୂପ ବୋଲି ହିନ୍ଦୁ ଧର୍ମରେ ବିବେଚନା କରାଯାଏ। ଅନେକ ଲୋକ ଏହି ବୃକ୍ଷକୁ ପୂଜା ମଧ୍ୟ କରିଥାନ୍ତି ।

ଜ୍ୟୋତିଷ ଶାସ୍ତ୍ରରେ ଅଶ୍ୱସ୍ଥ ଗଛ ସମ୍ବନ୍ଧରେ ବିଭିନ୍ନ ପ୍ରତିକାର ପାଇଁ ପରାମର୍ଶ ଦିଆଯାଇଛି । ଯାହାକୁ ବ୍ୟବହାର କରି ଆପଣ ଟଙ୍କା ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇପାରିବେ । ଆପଣ ଟଙ୍କା ରଖୁଥିବା ପର୍ସରେ ଏକ ଅଶ୍ୱସ୍ଥ ପତ୍ର ରଖିବା ଦ୍ୱାରା ଆପଣ ଅନେକ ଲାଭ ପାଇପାରିବେ । ତେଣୁ ଆଜି ଆମେ ଆପଣଙ୍କୁ ପର୍ସରେ ଏକ ଅଶ୍ୱସ୍ଥ ପତ୍ର ରଖିବାର ଉପକାର ବିଷୟରେ ଜଣାଇବାକୁ ଯାଉଛୁ 

ଅଶ୍ୱସ୍ଥ ପତ୍ର ସହିତ ଜଡିତ ପ୍ରତିକାର

୧- ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯଦି ଜଣେ ବ୍ୟକ୍ତି ଦୀର୍ଘ ସମୟ ପର୍ଯ୍ୟନ୍ତ ବ୍ୟାଙ୍କ ଋଣ କିମ୍ୱା ଧାର କରଜ ଜନିତ ଅସୁବିଧାରେ ପଡ଼ନ୍ତି, ତେବେ ମଙ୍ଗଳବାର ଦିନ ଏକ ଅଶ୍ୱସ୍ଥ ପତ୍ର ନେଇ ଏହାକୁ ନିଜ ପର୍ସରେ ରଖନ୍ତୁ । ଏହା କରିବା ଦ୍ୱାରା ଋଣରୁ ଖୁବଶୀଘ୍ର ମୁକ୍ତି ମିଳିଥାଏ ।

୨-  ଯଦି ଆପଣଙ୍କର ଆର୍ଥିକ ସମସ୍ୟା ତଥା ଟଙ୍କାର ଅଭାବ ଥାଏ । କିମ୍ୱା ଟଙ୍କା ରୋଜଗାର ହେଉଥିଲେ ମଧ୍ୟ ପାଖରେ ରୁହେନାହିଁ । ତେବେ ଏକ ଅଶ୍ୱସ୍ଥ ପତ୍ରକୁ ଗଙ୍ଗା ଜଳରେ ଧୋଇ ଦେବୀ ଲକ୍ଷ୍ମୀଙ୍କ ନିକଟରେ ରଖନ୍ତୁ । ତା ପରଦିନ ସକାଳେ ଉଠି ନିତ୍ୟକର୍ମ ସାରି ପୂଜା କରିବା ପରେ ଉକ୍ତ ପତ୍ରଟିକୁ ନିଜ ପର୍ସରେ ରଖନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କ ଆର୍ଥିକ ସମସ୍ୟା ଦୂର ହେବା ସହ ରୋଜଗାରର ରାସ୍ତା ଖୋଲିବ ।

୩- ଯଦି ଜଣେ ବ୍ୟକ୍ତି ଅତ୍ୟଧିକ ବ୍ୟୟବହୁଳ ହୋଇଥାଏ ତେବେ ତାଙ୍କ ନିକଟରେ ଟଙ୍କା ରହିନଥାଏ ଏପରିସ୍ଥଳେ ବ୍ୟକ୍ତି ଜଣକ ଦେବୀ ଲକ୍ଷ୍ମୀଙ୍କ ଫଟୋ ସହିତ ତାଙ୍କ ପର୍ସରେ ଏକ ଅଶ୍ୱସ୍ଥ ପତ୍ର ରଖିବା ଉଚିତ୍ । ଏହି ଟଙ୍କା କରିବା ଦ୍ୱାରା ଆପଣଙ୍କ ନିକଟରେ ଟଙ୍କା ରହିବ ।

୪- ଯଦି ଆପଣ ଚାକିରିରେ ସଫଳତା ପାଇନାହାଁନ୍ତି ତେବେ ଶନିବାର ଦିନ ନିଜ ପର୍ସରେ ଏକ ଅଶ୍ୱସ୍ଥ ପତ୍ର ରଖନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କର ଶୀଘ୍ର ପଦୋନ୍ନତି ହେବ ।

୫- ଯଦି ଆପଣଙ୍କର ଇଚ୍ଛା ଦୀର୍ଘ ସମୟ ଧରି ପୂରଣ ହେଉନାହିଁ, ତେବେ ଆପଣଙ୍କ ଇଚ୍ଛାକୁ ପୂରଣ କରିବା ପାଇଁ ଏକ ଅଶ୍ୱସ୍ଥ ପତ୍ରରେ ସିନ୍ଦୂର ସହିତ ଲଗାଇ ସେହି ପତ୍ରକୁ ଭଗବାନଙ୍କ ସାମ୍ନାରେ ରଖନ୍ତୁ । ତା’ପରେ ଏହାକୁ ଉଠାଇ ନିଜ ପର୍ସରେ ରଖନ୍ତୁ । ଏହା କରିବା ଦ୍ୱାରା ଇଚ୍ଛା ଶୀଘ୍ର ପୂରଣ ହେବ ।

୬- ଚକ୍ଷୁ ଜନିତ ଦୋଷ ଦୂର କରିବାରେ ମଧ୍ୟ ଅଶ୍ୱସ୍ଥ ପତ୍ର ମଧ୍ୟ ସହାୟକ ହୋଇଥାଏ । ଯଦି ଜଣେ ବ୍ୟକ୍ତି ବାରମ୍ବାର ଚକ୍ଷୁ ଜନିତ କାରଣରୁ ସମସ୍ୟାରେ ପଡନ୍ତି ତେବେ ଗୋଟିଏ ଅଶ୍ୱସ୍ଥ ପତ୍ରକୁ ନିଜ ପର୍ସରେ ରଖନ୍ତୁ । ଏହା କରିବା ଦ୍ୱାରା ଚକ୍ଷୁ ଜନିତ ସମସ୍ୟା ଦୂର ହୋଇଥାଏ ।

ବିଦ୍ର- ଏହି ତଥ୍ୟ ଲୋକ କଥା ଏବଂ ସୂଚନା ଆଧାରରେ ପ୍ରକାଶିତ । ଏହା ଜୀ ଓଡ଼ିଶାର ନିଜସ୍ୱ ମତ ନୁହେଁ । ଅଧିକ ଜାଣିବା ପାଇଁ ଆପଣ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ ।

Also Read- ମଣିଷ ସ୍ୱରକୁ କିପରି ଅନୁକରଣ କରେ ଶୁଆ ? ଗଳାରେ ଏପରି କଣ ଥାଏ?

Also Read- ICC World Cup Final: ବିଶ୍ୱକପ୍ ଦେଖିଥିବା ସମୟରେ ଟିଭି ବନ୍ଦ କରିବାରୁ ଗଳା ଚିପି ହତ୍ୟା