ଟପ୍ ଫିଚର୍ସଯୁକ୍ତ OnePlus 9 Pro ଉପରେ ୫୦୦୦ ଟଙ୍କାର ସ୍ପେଶାଲ ଡିସକାଉଣ୍ଟ, ହାତଛଡ଼ା କରନ୍ତୁ ନାହିଁ ସୁଯୋଗ
Advertisement
Article Detail0/zeeodisha/odisha1210557

ଟପ୍ ଫିଚର୍ସଯୁକ୍ତ OnePlus 9 Pro ଉପରେ ୫୦୦୦ ଟଙ୍କାର ସ୍ପେଶାଲ ଡିସକାଉଣ୍ଟ, ହାତଛଡ଼ା କରନ୍ତୁ ନାହିଁ ସୁଯୋଗ

ଟପ୍ ଫିଚର୍ସଯୁକ୍ତ OnePlusର  OnePlus 9 Pro ସ୍ମାର୍ଟଫୋନ୍ ନେବା ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ । 

ଟପ୍ ଫିଚର୍ସଯୁକ୍ତ OnePlus 9 Pro ଉପରେ ୫୦୦୦ ଟଙ୍କାର ସ୍ପେଶାଲ ଡିସକାଉଣ୍ଟ, ହାତଛଡ଼ା କରନ୍ତୁ ନାହିଁ ସୁଯୋଗ

ଗତବର୍ଷ ଭାରତ ବଜାରରେ ଲଞ୍ଚ ହୋଇଥିବା ଟପ୍ ଫିଚର୍ସଯୁକ୍ତ OnePlusର  OnePlus 9 Pro ସ୍ମାର୍ଟଫୋନ୍ ନେବା ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ । କମ୍ପାନିର ଏହା ଏପରି ପ୍ରଥମ ପାୱାରଫୁଲ ଫୋନ୍ ଥିଲା ଯେଉଁଥିରେ LTPO ଡିସପ୍ଲେ ମୁଖ୍ୟ ବିଶେଷତ୍ୱ ଥିଲା । କିନ୍ତୁ ଏହି ସେଟକୁ ଏବେ ଆପଣ ସ୍ୱତନ୍ତ୍ର ରିହାତି ମୂଲ୍ୟରେ କିଣି ପାରିବେ । ଏବେ ଜାଣନ୍ତୁ OnePlus 9 Proର ବଜାର ମୂଲ୍ୟ କଣ ରହିଛି ।

ଭାରତରେ OnePlus 9 Proର ମୂଲ୍ୟ

OnePlusର ଅଫିସିଆଲ୍ ସାଇଟରେ, ଏହି ହ୍ୟାଣ୍ଡସେଟର ୮ GB RAM ଏବଂ ୧୨୮ GB ଇଣ୍ଟରନାଲ ଷ୍ଟୋରେଜ୍ ଥିବା ମଡେଲର ମୂଲ୍ୟ ୪୯,୯୯୯ ଟଙ୍କାରେ ବିକ୍ରି ହେଉଛି । କିନ୍ତୁ ଏବେ ଏହି ଡିଭାଇସ ଉପରେ କୌଣସି ପ୍ରଡକ୍ଟ ରିହାତି ନାହିଁ, କିନ୍ତୁ ବ୍ୟାଙ୍କ ଅଫର ସହିତ ଏହି ଫୋନରେ ଆପଣ ୫୦୦୦ ଟଙ୍କା ମୂଲ୍ୟର ବମ୍ପର ରିହାତି ହାସଲ କରିପାରିବେ ।

ଅଫର୍

ସିଟିବ୍ୟାଙ୍କ କ୍ରେଡିଟ୍ କାର୍ଡରେ ୫୦୦୦ ଟଙ୍କା ପର୍ଯ୍ୟନ୍ତ ବମ୍ପର ଡିସକାଉଣ୍ଟ ବ୍ୟତୀତ ଆମେରିକୀୟ ଏକ୍ସପ୍ରେସ କାର୍ଡରେ ୧୦ ପ୍ରତିଶତ କ୍ୟାସବ୍ୟାକ୍ ଅଫର ରହିଛି। ଏକଥା ବି ଜାଣିରଖନ୍ତୁ ଏହି କାର୍ଡରେ ତୁରନ୍ତ ରିହାତି ସୁବିଧା ଉପଲବ୍ଧ ନାହିଁ । ଏହା ବ୍ୟତୀତ କମ୍ପାନି ୬ ମାସ ପାଇଁ Spotify Premiumର ମାଗଣା ସବସ୍କ୍ରିପସନ୍ ପ୍ରଦାନ କରୁଛି ।  ଯଦି ଆପଣ ସିଟି ବ୍ୟାଙ୍କ କାର୍ଡରେ ରିହାତି ନେବାରେ ସଫଳ ହୁଅନ୍ତି, ତେବେ ଆପଣ ଏହି ଫୋନକୁ ୪୪,୯୯୯ ଟଙ୍କାରେ ପାଇପାରିବେ।

OnePlus 9 Pro 12GB RAM ଭାରିଆଣ୍ଟ ୫୪,୯୯୯ ଟଙ୍କାରେ ବିକ୍ରି ହେଉଛି କିନ୍ତୁ ଆପଣ ଏହି ମଡେଲରେ ମଧ୍ୟ ୫୦୦୦ ଟଙ୍କା ରିହାତି ପାଇପାରିବେ । ବ୍ୟାଙ୍କ କାର୍ଡ ରିହାତି ପରେ, ଆପଣ ଏହି ଡିଭାଇସକୁ ୪୯,୯୯୯ ଟଙ୍କାରେ କିଣିବାକୁ ସକ୍ଷମ ହେବେ ।  ଏହି ଅଫର କେବଳ ଜୁନ୍ ୩୦ ପର୍ଯ୍ୟନ୍ତ ବୈଧ ରହିଛି ।

OnePlus 9 Proର ସ୍ପେସିଫିକେସନ୍ସ

ସ୍ପିଡ୍ ଏବଂ ମଲ୍ଟିଟାସ୍କିଂ ପାଇଁ ଏହି ଡିଭାଇସରେ ବ୍ୟବହୃତ ହୋଇଛି ସ୍ନାପଡ୍ରାଗନ୍ ୮୮୮ ଚିପସେଟ୍ । ଏହି ଫୋନ୍ ୩୨୧୬ x ୧୪୪୦ ପିକ୍ସେଲ ରିଜୋଲ୍ୟୁସନ୍ ସହିତ ଆସୁଛି । ଫୋନରେ ୬୫ ୱାଟ ଫାଷ୍ଟ ଚାର୍ଜ ସପୋର୍ଟ ସହିତ ୪୫୦୦ mAh ବ୍ୟାଟେରୀ ଦିଆଯାଇଛି ।

କ୍ୟାମେରା ସେଟଅପ୍ ବିଷୟରେ କହିବାକୁ ଗଲେ, ଫୋନର ପଛ ପ୍ୟାନେଲରେ ସୋନି IMX789 48MP କ୍ୟାମେରା ସେନ୍ସର ସହିତ 50MP ସୋନି IMX766 ଅଲ୍ଟ୍ରା-ୱାଇଡ୍ ଆଙ୍ଗଲ୍ କ୍ୟାମେରା ସେନ୍ସର, ୮ ମେଗାପିକ୍ସେଲ ଟେଲିଫୋଟୋ କ୍ୟାମେରା ସେନସର, ୨ ମେଗାପିକ୍ସେଲ ମୋନୋକ୍ରୋମ କ୍ୟାମେରା ସେନସର ଦିଆଯାଇଛି ।  ସେଲଫି ପାଇଁ ଫୋନ ସମ୍ମୁଖରେ ୧୬ ମେଗାପିକ୍ସେଲ ସୋନି IMX471 କ୍ୟାମେରା ସେନସର ଦିଆଯାଇଛି ।