kartik Purnima 2023: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ଜାଣନ୍ତୁ ଏହା ପଛର ମାହାତ୍ମ୍ୟ?
Advertisement
Article Detail0/zeeodisha/odisha1980169

kartik Purnima 2023: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ଜାଣନ୍ତୁ ଏହା ପଛର ମାହାତ୍ମ୍ୟ?

kartik Purnima: କାର୍ତ୍ତିକ ପୂର୍ଣ୍ଣିମା ବୋଇତ ବନ୍ଦାଣ ଦିବସ ନାମରେ ମଧ୍ୟ ଘରେ ଘରେ ପରିଚିତ । ଏହି ପର୍ବ ଓଡ଼ିଶାର ଚାଲିଚଳଣି, ପରମ୍ପରା ଓ ଧର୍ମୀୟ ଭାବନା ସହ ଜଡ଼ିତ । ପ୍ରାଚୀନ କାଳରୁ ନୌବାଣିଜ୍ୟ ଦୃଷ୍ଟିକୋଣରୁ ଏହି ପର୍ବର ବୈଶିଷ୍ଟ୍ୟ ରହିଛି ।

ସୌ(ସୋସିଆଲ ମିଡିଆ)

kartik Purnima 2023: କାର୍ତ୍ତିକ ମାସକୁ ଧର୍ମ ମାସ ବୋଲି କୁହାଯାଏ । ଏହି ମାସରେ ପଡୁଥିବା ପୂର୍ଣ୍ଣିମା କାର୍ତ୍ତିକ ପୂର୍ଣ୍ଣିମା ବା ରାସ ପୂର୍ଣ୍ଣିମା ନାମରେ ମଧ୍ୟ ପରିଚିତ । ଅନ୍ୟପଟେ ଏହା ବୋଇତ ବନ୍ଦାଣ ଦିବସ ନାମରେ ମଧ୍ୟ ଘରେ ଘରେ ପରିଚିତ । ଏହି ପର୍ବ ଓଡ଼ିଶାର ଚାଲିଚଳଣି, ପରମ୍ପରା ଓ ଧର୍ମୀୟ ଭାବନା ସହ ଜଡ଼ିତ । ପ୍ରାଚୀନ କାଳରୁ ନୌବାଣିଜ୍ୟ ଦୃଷ୍ଟିକୋଣରୁ ଏହି ପର୍ବର ବୈଶିଷ୍ଟ୍ୟ ରହିଛି ।

ଓଡ଼ିଶାର ପୁରପଲ୍ଲୀରେ ଏହି ପର୍ବକୁ ବେଶ ଧୁମଧାମର ସହ ପାଳନ କରାଯାଇଥାଏ । ଏହି ଦିନ ପ୍ରାତଃକାଳରୁ ଆବାଳ ବୃଦ୍ଧ ବନିତା ନଦୀ ବା ପୁଷ୍କରଣୀରେ ବୁଡ଼ ପକାଇ କଦଳୀ ବାହୁଙ୍ଗା ବା ସୋଲରେ ତିଆରି ଡଙ୍ଗାରେ ଦୀପ ଜାଳି ସେଥିରେ ପାନ ଗୁଆ ଥୋଇ ଭସାଇଥାଆନ୍ତି । ଏହି ସମୟରେ ' କା ମା ବୈ, ପାନ ଗୁଆ ଥୋଇ ପାନ ଗୁଆ ତୋର, ମାସକ ଧରମ ମୋର ।’ର ଗାଇ ଥାଆନ୍ତି ।  ବିଶ୍ୱାସ ରହିଛି, ଏହି ଦିନ ପ୍ରାତଃକାଳରୁ ସ୍ନାନ କରି ଦେବ ଦର୍ଶନ କଲେ ସମସ୍ତ ପ୍ରକାର ପାପ ନାଶ ହୋଇଥାଏ ।

ତେବେ ମହାଭାରତର ଆଦି ପର୍ବରେ ଏହାର ପବିତ୍ରତା ସମ୍ପର୍କରେ ବର୍ଣ୍ଣନା କରାଯାଇଛି । କାର୍ତ୍ତିକ ପୂର୍ଣ୍ଣିମା ଦିନ ଭୋଜରାଜ ଓ ଭୀକ୍ଷ୍ମଙ୍କ ଗଙ୍ଗାସ୍ନାନ ଯାତ୍ରା ପ୍ରସଙ୍ଗରେ ଦର୍ଶାଯାଇଛି ଯେ, କାର୍ତ୍ତିକ ମାସରେ ମୃତ୍ୟୁବରଣ କଲେ ବୈକୁଣ୍ଠ ପ୍ରାପ୍ତି ହୋଇଥାଏ । ପୂର୍ଣ୍ଣିମା ୫ ଦିନ ପଞ୍ଚୁକ ପର୍ବ ବା ମହା ପଞ୍ଚୁକ ନାମରେ ପରିଚିତ । ଏହି ପାଞ୍ଚ ଦିନ ପ୍ରତ୍ୟେକ ହିନ୍ଦୁ ଆମିଷ ଆହାର ତ୍ୟାଗ କରିଥାଆନ୍ତି । କୁହାଯାଏ, ଏହି ପାଞ୍ଚ ଦିନ କାଳ ବଗ ମଧ୍ୟ ଆମିଷ ସ୍ପର୍ଶ କରେ ନାହିଁ । ଏହି ମାସର ଶୁକ୍ଲପକ୍ଷ ଏକାଦଶୀ ବା ବଡ଼ ଏକାଦଶୀଠାରୁ ପୂର୍ଣ୍ଣିମା ପାଞ୍ଚ ଦିନ ଧରି ଅନୁଷ୍ଠିତ ମହାପଞ୍ଚକ ହିନ୍ଦୁମାନଙ୍କ ପାଇଁ ଧର୍ମଗତ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ଅଟେ ।

କାର୍ତ୍ତିକ ପୂର୍ଣ୍ଣିମା କିମ୍ବଦନ୍ତୀ

ରାକ୍ଷସ ଜଳନ୍ଧର ନିଜ ସତୀ ସ୍ବାଧୀ ପତ୍ନୀ ତୁଳସୀଙ୍କ ପାତିବ୍ରତ୍ୟ ବଳରେ ବଳୀୟାନ୍ ହୋଇ ଉଠିଥିଲା ଓ ବୃନ୍ଦାବତୀଙ୍କ ସତୀତ୍ବ ଅମ୍ଲାନ ରହିଥିବା ପର୍ଯ୍ୟନ୍ତ ଦେବତାମାନେ ବହୁ ଚେଷ୍ଟା ସତ୍ତ୍ବେ ଜଳନ୍ଧର କୌଣସି ଅନିଷ୍ଟ କରିପାରିନଥିଲା । ପ୍ରକାଶ ଥାଉ କି, କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ କଟକ ଉପକଣ୍ଠସ୍ଥ ବାରବାଟୀ ଦୁର୍ଗ ନିକଟବର୍ତ୍ତୀ ପଡ଼ିଆରେ ବାଲିଯାତ୍ରା ଅନୁଷ୍ଠିତ ହୋଇଥାଏ । ରାଜ୍ୟର ବିଲୁପ୍ତ ନୌପରମ୍ପରା ସହିତ ଏହାର ସଂପୃକ୍ତି ରହିଛି ।